ବିଜେଡିର ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ, ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେଡି ରାଜ୍ୟ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ଦଳର ମୁଖ୍ୟ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ନବୀନ । ଅଷ୍ଟମ ଥର ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ ।

ନାମାଙ୍କନ ପାଇଁ ୧୦ ପ୍ରସ୍ତାବକ ଓ ସମର୍ଥକ ଅଛନ୍ତି । ଆସନ୍ତାକାଲି ଯାଞ୍ଚ ହେବ ନାମାଙ୍କନର ଯାଞ୍ଚ, ୨୫ରେ ହୋଇପାରିବ ପ୍ରତ୍ୟାହାର । ୨୬ରେ ଆନୁଷ୍ଠାନିକ ଭାବରେ ଘୋଷଣା ହେବ ବିଜେଡି ରାଜ୍ୟ ସଭାପତିଙ୍କ ନାଁ । ପୂର୍ବରୁ ଏକମାତ୍ର ପ୍ରାର୍ଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନର୍ଦ୍ୱନ୍ଦ୍ୱରେ ବିଜେଡି ସଭାପତି ହୋଇ ଆସୁଛନ୍ତି ।

ଚଳିତ ଥର ମଧ୍ୟ ସମାନ କଥା ହୋଇପାରେ । ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ପ୍ରଥମ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି ନବୀନ । ପୂର୍ବରୁ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ସେହିପରି ଦଳର ୮୦ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି ।

Leave a Reply