NH କଡ଼ରୁ ମିଳିଲା ନିଖୋଜ ଯବାନଙ୍କ ନରକଙ୍କାଳ ! ଦୁର୍ବୃତ୍ତ ପୋଡ଼ି ମାରି ଦେଇଥିବା ସନ୍ଦେହ

ରାୟଗଡ଼ା: ନିଖୋଜ ଯବାନଙ୍କ ନରକଙ୍କାଳ ଉଦ୍ଧାର । ଜାତୀୟ ରାଜପଥ ୩୨୬ କଡ଼ରୁ ରାୟଗଡ଼ା ପୋଲିସ ଏକ ନରକଙ୍କାଳ ଉଦ୍ଧାର କରିଛି । ଘଟଣାସ୍ଥଳରୁ ଜବତ ହୋଇଛି ଯବାନଙ୍କ ପୋଷାକ, ବ୍ୟାଗ ଓ ଜୋତା । ଆଧାର କାର୍ଡ ସହ ଯବାନଙ୍କ ପରିଚୟ ପତ୍ର ମିଳିଛି । ତେବେ, ପ୍ରକୃତରେ ଏହି ନରକଙ୍କାଳ କାହାର ସ୍ପଷ୍ଟ ହୋଇନାହିଁ ।ମିଳିଥିବା ପରିଚୟ ପତ୍ରରେ ତାଙ୍କ ନାଁ ଧରମ ଦେବ ବୋଲି ଜଣାପଡ଼ିଛି । ଆଉ ସେ ଗତ ଡିସେମ୍ବର ୨୯ ତାରିଖରୁ ନିଖୋଜ ଥିଲେ । ତେଣୁ, ନରକଙ୍କାଳ ଧରମ ଦେବଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ସାଇଣ୍ଟିଫିକ୍ ଟିମର ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ।ରାୟଗଡ଼ା ଚତୁର୍ଥ ସିଆରପିଏଫ କମାଣ୍ଡାଣ୍ଟର ଏସପି ଶ୍ରୀ ଠାକୁର ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏହାର ଯାଞ୍ଚ କରାଯିବ ବୋଲି କହିଛନ୍ତି । ଏସଡିପିଓଙ୍କ ନେତୃତ୍ୱରେ ରାୟଗଡ଼ା ପୋଲିସ ଘଟଣାର ଛାନଭିନ୍ କରୁଛି ।

Leave a Reply