ଦଳିଦେଲା ହାତୀ ଚାଲିଗଲା ୩ଜଣଙ୍କର ଜୀବନ, ୨ଜଣ ଗୁରୁତର

1 min read

ପିପିଲି: ପିପିଲିରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।  ନିମାପଡ଼ା ବଳଙ୍ଗାରେ ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଯାଇଛି । ମୃତକ ହେଲେ ବଳଙ୍ଗାର ଯୁଗଳ ଭଟ୍ଟ ।

ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ସେହିପରି ଶନିବାର ବଳଙ୍ଗା ଚନ୍ଦ୍ରାଦେଇପୁରରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ଚନ୍ଦ୍ରାଦେଇପୁରର ମକରା ପଲେଇ ।

ସେପଟେ ହାତୀ ଆକ୍ରମଣରେ ତେରହଲ ଗାଁର ଦୁଇ ଜଣ ଗୁରୁତର ଆହାତ ହୋଇଛନ୍ତି । ଗତକାଲିଠୁ ହାତୀଟି ଗାଁ ମୁହାଁ ହୋଇଛି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା । ସେପଟେ ହାତୀଟି ଗୋଟିଏ ସ୍ଥାନରେ ରହୁ ନ ଥିବାରୁ ତାକୁ ଆୟତ୍ତ କରିବା କଷ୍ଟକ ହୋଇପଡ଼ିଛି ।

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.