ଖେଳ ହେଲା କାଳ, ପାଳ ଗଦାରେ ଖେଳୁଥିବା ବେଳେ ୪ ଶିଶୁଙ୍କ ଦେହରେ ଲାଗିଗଲା ନିଆଁ

ବ୍ରହ୍ମପୁର: ଖେଳୁଥିବା ବେଳେ ବଡ଼ ଅଘଟଣ । ପାଳଗଦାରେ ନିଆଁ ଲାଗି ୪ ଶିଶୁ ଗୁରୁତର । ଗଞ୍ଜାମ ଜିଲ୍ଲା ପୋଲସରା ଖଇରପଦା ଗାଁରେ ଏହି ଅଘଟଣ ଘଟିଛି । ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଛି ସମସ୍ତଙ୍କ ଶରୀର । ଆହତଙ୍କ ମଧ୍ୟରେ ୩ ଜଣ ପୁଅ ଓ ଜଣେ ଶିଶୁକନ୍ୟା ରହିଛନ୍ତି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

 

ସୂଚନା ଅନୁଯାୟୀ, ସକାଳୁ ୪ ଜଣ ଶିଶୁ ଖେଳିବା ପାଇଁ ପାଳଗଦା ପାଖକୁ ଯାଇଥିଲେ । ହଠାତ କୌଣସି କାରଣରୁ ପାଳଗଦାରେ ନିଆଁ ଲାଗିଯାଇଥିଲା । ଶିଶୁ ମାନେ ହଠାତ ନିଆଁ ଲାଗିଯାଇଥିବାରୁ ଆସିପାରିନଥିଲେ ।

ଯାହାଫଳରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଶିଶୁ ମାନଙ୍କର ଚିତ୍କାର ଶୁଣି ପରିବାର ଲୋକ ଆସି ନିଆଁକୁ ଲିଭାଇଥିଲେ । ସମସ୍ତଙ୍କର ଦେହ ୮୦ ପ୍ରତିଶତ ପୋଡ଼ିଯାଇଛି । ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ପାଳ ଗଦାରେ ନିଆଁ କେମିତି ଲାଗିଲା ତାର କାରଣ ସ୍ପଷ୍ଟ ହୋଇପାରିନି ।

Leave a Reply