ସମ୍ବଲପୁରରେ ଭାରତ ବନ୍ଦର ପ୍ରଭାବ

1 min read

ସମ୍ବଲପୁର: ସଂରକ୍ଷଣ ଓ ସିଏଏକୁ ବିରୋଧ । ଭୀମ ଆର୍ମି ପକ୍ଷରୁ ଆଜି ଭାରତ ବନ୍ଦ ଡାକରା । ଯାହାର ପ୍ରଭାବ ସମ୍ବଲପୁରରେ ମଧ୍ୟ ଦେଖିବାକୁ ମିଳିଛି । ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ଅଟକ ରଖିଛନ୍ତି ଆନ୍ଦୋଳନକାରୀ । ସମ୍ବଲପୁର ରେଲୱେ ଷ୍ଟେସନରେ ରେଳ ରୋକ କରିଛି  ଭୀମ ଆର୍ମି ।

ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରୁଛି ଦଳ । ଗତ ୭ ତାରିଖରେ ସୁପ୍ରିମକୋର୍ଟ ପଦୋନ୍ନତି ଏବଂ ଚାକିରୀ କ୍ଷେତ୍ରରେ ସଂରକ୍ଷଣକୁ ଏକ ମୌଳିକ ଅଧିକାର ନୁହେଁ ବୋଲି ରାୟ ଶୁଣାଇଥିଲେ । ଯାହାକୁ ବିରୋଧ କରୁଛି ଭୀମ ଆର୍ମି ।

Leave a Reply