ଛାତ୍ରୀଙ୍କୁ ଦଣ୍ଡ ଦେଲେ ପ୍ରିନ୍ସପାଲ, ଡ଼ାକ୍ତରଖାନା ଗଲେ ୩୮ ଛାତ୍ରୀ

ସ୍କୁଲ ଭିତରେ ଛାତ୍ରୀଙ୍କୁ ୧୫୦ରୁ ଅଧିକ ଥର ବସ୍‌ଉଠ୍‌ । ମହିଳା ଆଙ୍ଗ୍ରି ପ୍ରିନ୍ସପାଲଙ୍କ ଦବଙ୍ଗ ଗିରି । କଷ୍ଟରେ ଛଟପଟ ହେଲେ ୧୦ମ ଶ୍ରେଣୀର ଛାତ୍ରୀ । ଜଣେ କି ଦୁଇଜଣ ଛାତ୍ରୀଙ୍କୁ ନୁହେଁ ଏକା ଥରକେ ୩୮ ଜଣ ଛାତ୍ରୀଙ୍କୁ କରାଇଲେ ବସ୍‌ ଉଠ୍‌ ।

ଦୋଷ ନଥାଇବି ଦଣ୍ଡ ଭୋଗିଲେ ନିରୀହ ଛାତ୍ରୀ ମାନେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଚନ୍ଦ୍ରପୁରର ଆବାସିକ ମହିଳା ସ୍କୁଲରେ । ସବୁ କଥା ଲୁଚି ରହିଥିଲା । କିନ୍ତୁ ଯେତେବେଳେ ଛାତ୍ରୀ ମାନେ କଷ୍ଟ ସହିନପାରି ଡ଼ାକ୍ତରଖାନା ଗଲେ ସେତେବେଳେ ସବୁ କିଛି ସାମ୍ନାକୁ ଆସିଲା ।

ସୂଚନା ଅନୁଯାୟୀ, ୧୮ ଫେବୃଆରୀରେ ଛାତ୍ରୀ ମାନଙ୍କର ପ୍ରାକ୍ଟିକାଲ ଥିଲା । ସେହି ଦିନ ସ୍କୁଲରେ ମିଟିଂ ଚାଲୁଥିଲା । ଛାତ୍ରୀ ମାନେ ନିଜର ପ୍ରାକ୍ଟିକାଲ ନୋଟ୍‌ ପାଇଁ ହଷ୍ଟେଲ ରୁମକୁ ଯାଉଥିଲା । ସେହି ସମୟରେ ଛାତ୍ରୀଙ୍କର ଚପଲ ସବ୍ଦରେ ମିଟିଂ ଡିଷ୍ଟର୍ବ ହୋଇଥିଲା ।

ଯାହା ପାଇଁ ମହିଳା ପ୍ରିନ୍ସପାଲ ଛାତ୍ରୀ ମାନଙ୍କୁ ବସ୍‌ ଉଠ୍‌ କରାଇଥିଲେ । ସ୍କୁଲର ସବୁ କ୍ଲାସ୍‌ରେ ଅନ୍ୟ ଛ୍ରାତ୍ରୀ ମାନଙ୍କ ସାମ୍ନାରେ ଏଭଳି ଦଣ୍ଡ ଦେଇଥିଲେ ଉକ୍ତ ମହିଳା ପ୍ରିନ୍ସପାଲ । ୧୫୦ରୁ ଅଧିକ ଥର ବସ୍‌ ଉଠ୍‌ କରାଇଥିଲେ ।

ବସ୍‌ ଉଠ୍ ନହେଲେ ପ୍ରକ୍ଟିକାଲରେ ମାର୍କ ଦେବେନି ବୋଲି ମଧ୍ୟ ଛାତ୍ରୀଙ୍କୁ ଡ଼ରାଇଥିଲେ ପ୍ରିନ୍ସପାଲ । ଖରାପ ଭାସାରେ ଗାଳିଗୁଲଜ ମଧ୍ୟ ଦେଇଥିଲେ । ଛାତ୍ରୀ ମାନେ କାନ୍ଦି ଥିଲେ ମଧ୍ୟ ଛାଡ଼ିନଥିଲେ ସ୍କୁଲର ପ୍ରିନ୍ସପାଲ ।

Leave a Reply