ସଫଳ ହେଲା ପ୍ରଣବଙ୍କ ଉଦ୍ୟମ, ଘର ଲୋକଙ୍କ ପାଖରେ ପହଞ୍ଚିଲା ମୃତଦେହ

ଯାଜପୁର: ଗାଁ ଶ୍ମଶାନରେ ଜଳିଲା ୩ ଦାଦନଙ୍କର ଜୁଇ । କାନ୍ଦ ବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ । ପେଟକୁ ଦାନା ମୁଠେ ପାଇଁ ଯାଇଥିଲେ ଦାଦନ ଖଟି । ଆଉ ଘରକୁ ଫେରିଲା ପରେ ସ୍ତବ୍ଦ ହୋଇଗଲା ପୁରା ଗାଁ ।  କାରଣ ଦାଦନ ଖଟୁ ଖଟୁ ଚାଲିଗଲା ୩ ଦାଦନଙ୍କର ଜୀବନ । କଫନରେ ଭର୍ତ୍ତି ହୋଇ ଆସିଲା ୩ ପୁଅ ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ  କାମେଶ ସିଂ ଙ୍କର ଶବ ।

ଏଭଳି ଦୁଃଖଦ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସଦର ଥାନା ଜମଧର ଗାଁରେ । ଗତ ୨୨ ତାରିଖରେ ଅହମ୍ମଦାବାଦର ଏକ ସୂତା କଳରେ କାମ ରୁଥିବା ବେଳେ କଳରେ ନିଆଁ ଲାଗି ଏମାନଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଶ୍ରମିକ ମାନଙ୍କର ଶବ କେମିତି ଆସିବ ସେନେଇ ପରିବାର ଲୋକେ ଚିନ୍ତାରେ ଥିଲେ । କିନ୍ତୁ ଯାଜପୁର ବିଧାୟକ ପ୍ରଣବ ପ୍ରାକାଶ ଦାସ ଏନେଇ ତାଙ୍କର ଉଦ୍ୟମ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆଣିଥିଲେ ।

ପରେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଗୋପବନ୍ଧୁ ଦାସ ଓଡ଼ିଶା ଲେବର କମିସନରଙ୍କ ସହ ଯୋଗାଯୋଗ କରି ଗୁଜୁରାଟ ଲେବର କମିସନରଙ୍କୁ ସମ୍ପର୍କ କରିଥିଲେ । ସବୁଠାରୁ ବଡ଼କଥା ହେଉଛି ଅହମ୍ମଦାବାଦରୁ ଯାଜପୁର ପର୍ଯ୍ୟନ୍ତ ଆମ୍ବୁଲାନ୍ସରେ ଆସିବା ପାଇଁ ଯେତିକି ଅର୍ଥ ଦରକାର ସବୁ ବହନ କରିବେ ବୋଲି ବିଧାୟକ ପ୍ରଣବ ପ୍ରାକାଶ ଦାସ କହିଥିଲେ ।

ତେବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଓଡ଼ିଶା ମୋ ପରିବାରର ଉଦ୍ୟମ ସଫଳ ହୋଇଛି । ଅହମ୍ମଦାବାଦରୁ ଆମ୍ବୁଲାନ୍ସ ଯୋଗେ ୩ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆସି ଯାଜପୁରରେ ପହଞ୍ଚିଛି । ସେପଟେ ବର୍ଷା ସତ୍ତ୍ୱେ ହଜାର ହଜାର ଲୋକେ ଆସି ମୃତକଙ୍କ ଶେଷ ଦର୍ଷନ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ  ରେଡକ୍ରସ ସହାୟତା ପ୍ରଦାନ କରାଯିବା ସହ ଶବ ସତ୍କାର ପାଇଁ ହରିଚନ୍ଦ୍ର ସହାୟତା ପ୍ରଦାନ କରାଯାଇଛି ।

Leave a Reply