ପ୍ରବଳ ବର୍ଷା ନେଇ ୧୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

1 min read
Low Pressure Rain To Continue Till Next Three Days Odisha

ଭୁବନେଶ୍ୱର: ଆଜି ବି ଭିଜୁଛି ଓଡ଼ିଶା । ପୂର୍ବ- ଉତ୍ତର ପ୍ରଦେଶ ଓ ଦକ୍ଷିଣ- ଛତିଶଗଡ ଉପରେ ସଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା । ପ୍ରବଳ ବର୍ଷା ନେଇ ୧୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସମ୍ବଲପୁର, ଦେବଗଡ଼, କେନ୍ଦୁଝର , ମୟୂରଭଞ୍ଜ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।  ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, ଖୋର୍ଦ୍ଧା,ନୟାଗଡ, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗୀରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତାକାଲି ଅପରାହ୍ନ ପରେ ପାଗ ପରିବର୍ତ୍ତନ ହେବ ।

୨୭ରେ ପାଗ ଶୁଖିଲା ରହିବା ସହ ସକାଳୁ ଘନ କୁହଡି ଦେଖାଦେବ । ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ବର୍ଷା ଏବଂ ଘନ କୁହୁଡି ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି କୁହୁଡି ସମୟରେ ପୋଲିସ୍‌ ଏବଂ ପରିବହନ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୬, ୨୭ ଏବଂ ୨୮ ତାରିଖରେ ନୟାଗଡ଼, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ଜଗତସିଂହପୁର, ପୁରୀ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଏବଂ ରାୟଗଡା ଜିଲ୍ଲାରେ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୫୭ ଦଶମିକ ୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

Leave a Reply