ଜଳିଲା ଉତ୍ତର-ପୂର୍ବ ଦିଲ୍ଲୀ, ହେଡ୍‌ କନଷ୍ଟେବଳ ସହ ୭ ଜଣଙ୍କ ମୃତ୍ୟୁ

1 min read

ନୂଆଦିଲ୍ଲୀ: ସିଏଏକୁ ନେଇ ଜଳିଲା ଉତ୍ତର-ପୂର୍ବ ଦିଲ୍ଲୀ । ଆଜି ସକାଳୁ ମଧ୍ୟ ବ୍ରହ୍ମାପୁରୀ ଓ ମୌଜପୁରରେ ପଥରବାଜୀ ଆରମ୍ଭ ହୋଇଯାଇଛି । ପୂରା ଅଞ୍ଚଳରେ ଲାଗୁ ହୋଇଛି ୧୪୪ ଧାରା । ସୋମବାର ହିଂସାରେ ହେଡ୍‌ କନଷ୍ଟେବଳ ସହ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପଥରମାଡ଼ରେ ପୋଲିସକର୍ମୀଙ୍କ ସହ ୫୬ରୁ ଅଧିକ ଆହତ । ଭଜନପୁରାରେ ପେଟ୍ରୋଲ ପମ୍ପକୁ ଜାଳିଲେ ଆନ୍ଦୋଳନକାରୀ । ସୋମବାର ସକାଳୁ ଆରମ୍ଭ ହୋଇଥିବା ହିଂସା ବିଳମ୍ବିତ ରାତି ଯାଏ ବି ଚାଲିଥିଲା । ସିଏଏ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷରୁ ହୋଇଥିବା ପଥରମାଡ଼ରେ ୫୬ରୁ ଅଧିକ ଆହତ ହୋଇଛନ୍ତି ।

ଗାଡ଼ିରେ ନିଆଁ ଲଗାଇବା ସହ, ଦୋକାନ ବଜାର ଭଙ୍ଗାରୁଜା କରିଛନ୍ତି । ବିଳମ୍ବିତ ରାତିରେ ଗୋକୁଲପୁରୀ ଟାୟାର ମାର୍କେଟକୁ ଜାଳି ଦେଇଛନ୍ତି । ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ୬ଟି ଦମକଳ ଗାଡ଼ିକୁ ପରିଶ୍ରମ କରିବାକୁ ପଡ଼ିଥିଲା । ସେପଟେ ହିଂସା ବେଳେ ୮ ରାଉଣ୍ଡ ଫାୟାରିଂ କରିଥିବା ଅଭିଯ଼ୁକ୍ତ ଶାହରୁଖ ଖାନକୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ହିଂସାର ପ୍ରଭାବ ପରୀକ୍ଷା ଉପରେ ମଧ୍ୟ ପଡ଼ିଛି । ପୂର୍ବ ଦିଲ୍ଲୀରେ ଆଜି ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଛି । ସେହିପରି ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିଛି । ଏ ନେଇ ସୂଚନା ଦିଲ୍ଲୀ HRD ମନ୍ତ୍ରୀ ମନୀଷ ସିସୋଦିଆ । ଏଭଳି ହଂସାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ, ଶାନ୍ତି ବଜାୟ ରଖିବାକୁ ଅପିଲ୍‌ କରାଯାଇଛି ।

Leave a Reply