spot_img
Home Blog Page 7483

୨୦ ବର୍ଷରେ ବିକାଶର ନୂଆ ନକ୍ସା

ବିଜୁ ପଟ୍ଟନାୟକ । ଆଧୁନିକ ଓଡ଼ିଶାର ବିନ୍ଧାଣୀ । ପାରାଦ୍ୱିପ ଏକ୍ସପ୍ରେସ ୱେରୁ ରାଉରକେଲା ଷ୍ଟିଲ, ସବୁ ହେଉଛି ବିଜୁ ବାବୁଙ୍କ ଲିଗାସୀ । କିନ୍ତୁ ବିଜୁଙ୍କ କିଛି ସ୍ୱପ୍ନ ଅଧୁରା ରହିଯାଇଥିଲା । କ୍ଷମତା ବନବାସ ବିଜୁଙ୍କୁ ସେଇ ସ୍ୱପ୍ନ ପୁରା କରିବାକୁ ସମୟ ଦେଇନଥିଲା । ସେଇ ଅଧୁରା  ସ୍ୱପ୍ନକୁ ପୂରଣ କରିବାକୁ ଦିନେ ଓଡ଼ିଶା ଆସିଥିଲେ ନବୀନ ପଟ୍ଟନାୟକ  । ନବୀନଙ୍କ ୨୦ ବର୍ଷର ଶାସନ ଏବେ ଓଡ଼ିଶାକୁ  ବିକାଶ ମ୍ୟାପରେ ଦେଇଛି ସତନ୍ତ୍ର ସ୍ଥାନ। ସାରା ବିଶ୍ୱରେ ଓଡ଼ିଶାକୁ ଦେଇଛନ୍ତି ପରିଚିତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଥାରେ ନୁହେଁ କାମରେ ବିଶ୍ୱାସ କରୁଥିବା ଜଣେ ବିଶ୍ୱାସୀ ନେତା । ପାଞ୍ଚ ପାଞ୍ଚ ଥର ଶାସନ ଡୋରିକୁ ସମ୍ଭାଳି ସେ ହାସଲ କରିଛନ୍ତି ଜଣେ ଅପରାଜେୟ, ଅପ୍ରତିଦ୍ୱନ୍ଦୀ ନେତାର ଟାଇଟଲ୍‌ । ଖୁବ୍‌ ସାଦାସିଦା ତାଙ୍କ ଜୀବନଚର୍ଜା, ହେଲେ ତାଙ୍କ ବାଉନ୍‌ସରରେ ବିରୋଧୀ ଅକ୍‌ତାମକ୍‌ତା । ୨୦ବର୍ଷରେ ନବୀନ କେମିତି ପାଲଟିଲେ ବିକାଶର ବିଶ୍ବକର୍ମା ?

ମା’ ଓ ମାଟିକୁ ସମ୍ମାନ

ମାଆଙ୍କ ପାଇଁ ମମତା ତ ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି। ଏପରି ଅନେକ ଯୋଜନା ରାଜ୍ୟର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସହାୟକ ହୋଇଛି। ଆଗରୁ ଯେଉଁ ମହିଳା ଘରୁ ବାହାରୁ ନଥିଲେ, ସେମାନେ ଏବେ ନିଜ ଗୋଡ଼ରେ ନିଜେ ଠିଆ ହେଉଛନ୍ତି। ସେହିପରି ମହିଳା ସଂରକ୍ଷଣ ଦିଗରେ ନବୀନଙ୍କ ଉଦ୍ୟମ ପ୍ରଶଂସନୀୟ।

ବାପାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କର ସବୁ ସ୍ୱପ୍ନକୁ ସାକାର କରିଛନ୍ତି ନବୀନ । ବିଜୁ ବାବୁ ଚାହୁଁଥିଲେ ମହିଳା ସ୍ୱାବଲମ୍ବୀ ହୁଅନ୍ତୁ, ଘରର ଚାରି କାନ୍ଥରୁ ବାହାରି ସମାଜର ସବୁ ବର୍ଗରେ ସାମିଲ ହୁଅନ୍ତି। ରାଜନୀତି ହେଉ ବା ରୋଜଗାର, ମହିଳା ଯେମିତି ଆଗକୁ ବଢିଲା, ତାହା ଥିଲା ବିଜୁ ବାବୁଙ୍କ ସ୍ୱପ୍ନ। ଏହାକୁ ସାକାର କରିବା ଦିଗରେ ତାଙ୍କ ପୁଆ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ମମତା ଯୋଜନା ଜରିଆରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା ତ ମିଶନ ଶକ୍ତି ଦ୍ଵାରା ମହିଳାଙ୍କୁ ରୋଜଗାରକ୍ଷମ କରାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୭୦ଲକ୍ଷରୁ ଅଧିକ ମହିଳାଙ୍କୁ ସ୍ୱାବଲମ୍ବୀ କରିଥିବା ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଏଥିରେ ୬୦୨୦୧୩ ମହିଳା ଏସଏଚଜି ଧୂପକାଠି ହେଉ କି କ୍ୟାଣ୍ଡେଲ, ବିଞ୍ଚଣା। ହେଉ କି ମହୁ, ନିଜେ ତିଆରି କରି ବିକ୍ରି କରୁଛନ୍ତି। ୩.୧୧ ଲକ୍ଷ ମହିଳାଙ୍କୁ ଆର୍ଥିକ ସହାୟତା ବି ମିଳିଛି। ବାକିଙ୍କୁ ଚଳିତ ଆର୍ଥିକ ବର୍ଷରେ ସହାୟତା ମିଳିବ।

ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ଯୋଗଦାନ ବୃଦ୍ଧି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ତୃଣମୂଳ ସ୍ତରର ରାଜନୈତିକ ବାତାବରଣ ସହ ଖାପ ଖୁଆଇବା ପାଇଁ ସଂରକ୍ଷଣକୁ ୫୦ ପ୍ରତିଶତ ଯାଏ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୯ ନିର୍ବାଚନ ପୂର୍ବରୁ ସାଧାରଣ ନିର୍ବାଚନରେ ମହିଳାଙ୍କ ୩୩ ପ୍ରତିଶତ ମହିଳା ସଂରକ୍ଷଣ କଥା ଉଠାଇଲେ ନବୀନ। ରାଜ୍ୟ ବିଭାନସଭାରେ ପାରିତ ହୋଇ ସଂସଦ ଯାଏ ଗଲା କଥା। କେନ୍ଦ୍ରରୁ ଉତ୍ତର ନ ମିଳିବାରୁ, ୨୦୧୯ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରର୍ଥୀକଲେ ବିଜେଡି ସୁପ୍ରିମୋ। ଏପରିକି ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଲକ୍ଷାଧିକ ମହିଳାଙ୍କୁ ରୋଜଗାରକ୍ଷମ କରିଥିବା ପରିଣତ ବୟସର ମହିଳାଙ୍କୁ  ପ୍ରମିଳା ବିଷୋୟୀଙ୍କୁ ଆସ୍ତା ଲୋକସଭାରୁ ପ୍ରାର୍ଥୀ ବି କରାଗଲା। ମହିଳା ସଶକ୍ତିକରଣର ବ୍ରାଣ୍ଡ ଆମ୍ବାସାଡର ପ୍ରମିଳା ବହୁ ବ୍ୟବଧାନରେ ଜିତି ଦିଲ୍ଲୀ ଦରବାରରେ ମହିଳା ବିକାଶ ପାଇଁ ସ୍ୱର ଉଠାଇଲେ।

୨୦୦୦ ମସିହା ପରଠାରୁ ମହିଳାମାନେ ବିଜେଡିର ବଡ଼ ଭୋଟ ବ୍ୟାଙ୍କ ପାଲଟିଛନ୍ତି। ଚାହିଁଥିଲେ ବଡ଼ ଭଉଣୀ ଗୀତା ମେହଟ୍ଟ।ଙ୍କୁ ରାଜ୍ୟସଭା ବି ପଠା ପାରିଥାନ୍ତେ ନବୀନ, ହେଲେ ରାଜ୍ୟର ଅନ୍ୟ ମହିଳା ଯେପରି ସବୁ କ୍ଷେତ୍ରରେ ସଫଳ ହୁଅନ୍ତୁ, ସେ ଦିଗରେ ଆଦିବାସୀ ବର୍ଗର ମହିଳାଙ୍କୁ ସଂସଦର ଉପର ସଦନକୁ ପଠାଇବା ନବୀନଙ୍କ ବଡ଼ ନିଷ୍ପତ୍ତି।

ଫୋକସରେ ଚାଷୀ

ନବୀନ ଯୁଗରେ ସବୁଜ ବିପ୍ଳବ । ଚାଷୀ ସାଜିଛନ୍ତି ବିକାଶର ସାରଥି । ଏଥିପାଇଁ ନିଜର ୨୦ବର୍ଷର ଶାସନ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି କୃଷି ଓ କୃଷକଙ୍କ ଉପରେ। ସ୍ୱତନ୍ତ୍ର କୃଷି ବଜେଟ୍‌ ଓ କାଳିଆ ଯୋଜନା ସାରା ଦେଶରେ ପ୍ରଥମ । ତେଣୁ କୃଷି କଥା ଉଠିଲେ ସମସ୍ତଙ୍କ ମନରେ କାଳିଆ ଯୋଜନା କଥା ଆସିଯାଏ। କାଳିଆ ଯୋଜନା ଭଳି ଐତିହାସିକ ଯୋଜନା କରି ସରକାର ଅନେକ ପ୍ରଶଂସା ସାଉଁଟିଛନ୍ତି। କାଳିଆ ଯୋଜନା ମଧ୍ୟମରେ ସରକାର ଚାଷୀକୁ ସମ୍ମାନ ଦେବା ସହ ଆତ୍ମନିର୍ଭରଶୀଳ କରିପାରିଛନ୍ତି। କେବଳ ଏତିକି ନୁହେଁ କାଳିଆ ଛାତ୍ରବତ୍ତି ଯୋଜନା ମାଧ୍ୟମରେ ଚାଷୀ ଘରର ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗଇଛି ଓଡ଼ିଶା ସରକାର। ଏହାସହ ଚାଷୀମାନେ କିଭଳି ନୂତନ ଜ୍ଞାନକୈାଶଳ ସହାୟତାରେ ଲାଭଜନକ ହୋଇପାରିବେ ସେ ନେଇ ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ କୃଷି ଓଡ଼ିଶା ମହୋତ୍ସବର ଆୟୋଜନ ମଧ୍ୟ କରି ଆସୁଛନ୍ତି।

ସାରା ଦେଶରେ କୃଷି କ୍ଷେତ୍ରରେ ବାର୍ଷିକ ଅଭିବୃଦ୍ଧି ହାର ୩.୧ ଥିବା ବେଳେ ରାଜ୍ୟରେ ଏହା ୪.୫ ପ୍ରତିଶତ ରହିଛି। ଯାହା ରାଜ୍ୟରେ କୃଷକଙ୍କ ଆୟକୁ ଦ୍ବଗୁଣିତ କରିଛି। କୃଷି ନୀତି ୨୦୨୦ ଅନୁସାରେ ଆଗାମୀ ୫ ବର୍ଷରେ କୃଷି ଆୟ ସ୍ଥିର, ପୋଶଣୀୟ ଏବଂ ଅଭିବୃଦ୍ଧି ଭିତିକ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଚାଷ ପାଇଁ ରାଜ୍ୟରେ ୬ଟି ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ହଜାର ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିଛି।   ବର୍ଷ ୨୦୨୦-୨୧  ରାଜ୍ୟ ବଜେଟରେ କୃଷି ପାଇଁ  ସର୍ବାଧିକ ଅର୍ଥ ବ୍ୟୟବରାଦ ହୋଇଛି। ଯାହା ସରକାରଙ୍କ କୃଷି ଓ କୃଷକଙ୍କ ପ୍ରତି ଥିବା ଭଲପାଇବା ବଜେଟରେ ପ୍ରତିଫଳନ ହୋଇଛି। କୃଷି ପାଇଁ ଗତ ବଜେଟରେ ୧୯,୪୦୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଯାହା ମୋଟ ବଜେଟର ଅର୍ଥର ୧୩ ପ୍ରତିଶତ ଅର୍ଥ କୃଷିକୁ ଦିଆ।ଯାଇଛି। ଯେଉଁଥିରେ ସରକାର ମାଛଚାଷ ସହ ଗୋପାଳନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏହାସହ କୃଷି ମହୋତ୍ସବ କରି ରାଜ୍ୟ ସରକାର କୃଷକ ମାନଙ୍କୁ ଟ୍ରେନିଂ ଦେବା ସହ ଅନେକ ସରଂଜାମ ମାଗଣାରେ ପ୍ରଦାନ କରିଥିଲେ। ସେପଟେ ସରକାରଙ୍କ ଉଦ୍ୟମ ବଳରେ  ଖାଦ୍ୟ ଶସ୍ୟ ଉତ୍ପାଦନ ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ଲଗାତକ କୃଷି କର୍ମଣ ପୁରସ୍କାର ମିଳିଛି।

ଦରିଦ୍ରଙ୍କ ଦୁଃଖ ବୁଝନ୍ତି ନବୀନ 

ଦିନ ଥିଲା ଭୋକର ଭୂଗୋଳ କହିଲେ, ସାରା ବିଶ୍ୱ ଓଡିଶାକୁ ହିଁ ଚିତ୍ରିତ କରୁଥିଲା । ୮୦ ଓ ୯୦ ଦଶକରେ ଓଡିଶାକୁ ମିଳିଥିବା, ଏ ଦୁର୍ନ।ମ ଏବେ ଆଉ ନାହିଁ । କ୍ଷୁଦାଗ୍ରସ୍ତ ରାଜ୍ୟରୁ ଖାଦ୍ୟଶସ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । ଏହା ସମ୍ଭବ ହୋଇଛି କେବଳ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାରର ଏକାଧିକ ଦାରିଦ୍ର୍ୟଦୂରୀକରଣ କାର୍ଯ୍ୟକ୍ରମ ଏବଂ ଦୃଢ ଇଚ୍ଛାଶକ୍ତି ଯୋଗୁଁ । ବର୍ଷ ବର୍ଷ ଧରି ତାଙ୍କର ବିଭିନ୍ନ ଯୋଜନା ଭୋକିଲାର ଭୋକକୁ ଭୁଲେଇବାକୁ ସାହାଜ୍ୟ କରିଛି ।

୨୦୦୦। ରାଜ୍ୟର କ୍ଷମତା ଡୋରି ଧରିଲେ ନବୀନ ପଟ୍ଟନାୟକ। ସେଦିନ ହିଁ, ଓଡିଶାକୁ କ୍ଷୁଧାମୁକ୍ତ କରିବାକୁ ନେଲେ ବଜ୍ର ଶପଥ। ପ୍ରଥମ ପର୍ଯ୍ୟାୟରେ ମିଶନ୍‌ ହେଲା ଫିକ୍ସ । ଦେବାଳିଆ ସ୍ଥିତିରୁ ମୁକ୍ତ କରିବାକୁ ଆରମ୍ଭ କଲେ ଅଭିଯାନ । ଭୋକିଲାଙ୍କୁ ଭାତ, ଅଭାବିଙ୍କୁ ଛାତ। ନବୀନଙ୍କ ଲାବରୋଟାରୀରେ ଚାଲିଲା ଭୋକମୁ୍କ୍ତ ଓଡ଼ିଶା ଗଠନ ପାଇଁ ଗୋଟିଏ ପରେ ଗୋଟିଏ ପରୀକ୍ଷା।

ବର୍ଷ ୨୦୦୮।  ଗରିବିର ହାଣ୍ଡିଶାଳରେ ପହଞ୍ଚିଲା ଦୁଇ ଟଙ୍କିଆ ଚାଉଳ। ୨୦୧୩ରେ ଟଙ୍କିକିଆ ଚାଉଳ ଯୋଜନା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଯେଉଁଥିରୁ ଉପକୃତ ହେଉଛି ପ୍ରାୟ ୫୫ ଲକ୍ଷ ଗରିବ ପରିବାର।

ସହରାଞ୍ଚଳରେ ଆହାର ଦେଇଛି ଆନନ୍ଦ । ୨୦୧୫ରେ ୫ଟି ପୌରାଞ୍ଚଳରେ ପାଇଲଟ୍‌ ଭିତ୍ତିରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏବେ ୧୫୮ଟି କେନ୍ଦ୍ରରେ ଦୈନିକ ୫ଟଙ୍କାରେ ମିଳୁଛି ମଧ୍ୟାହ୍ନ ଭୋଜନ । ଏଥିସହିତ ଡାକ୍ତରଖାନା ପରିସରରେ ଥିବା କେନ୍ଦ୍ରରେ ମିଳୁଛି ରାତ୍ରୀ ଭୋଜନ।

ନବୀନଙ୍କ ଅଭିଧାନରେ ରହିବନି ଦୁଃଖ ଦରିଦ୍ର ଭଳି ଶବ୍ଦ । ତେଣୁ ଶାରିରୀକ ଭିନ୍ନକ୍ଷମ, ଅସହାୟ, ନିରାଶ୍ରୟ ଏବଂ ବୃଦ୍ଧବୃଦ୍ଧାଙ୍କୁ ସାମାଜିକ ସୁରକ୍ଷା ଦେବାକୁ ଆରମ୍ଭ ହୋଇଛି ମଧୁବାବୁ ପେନସନ ଯୋଜନା । ୨୦୦୮ରୁ ଆରମ୍ଭ ହୋଇଛି ଏହି ଯୋଜନା। ଉପକୃତ ହେଉଛନ୍ତି ୪୮ ଲକ୍ଷରୁ ଅଧିକ ହିତାଧିକାରୀ। କେବଳ ସେତିକି ନୁହେଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଟଙ୍କିଆ ଚାଉଳ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର।

ଖାଦ୍ୟ ଓ ସାମାଜିକ ସୁରକ୍ଷା ପରେ ନବୀନଙ୍କ ଟାର୍ଗେଟ ଥିଲା ରାଜ୍ୟରେ ରହିବନି କଚ୍ଚାଘର । ବାତ୍ୟା ବନ୍ୟା ଘରପୋଡ଼ି ଭଳି ପ୍ରାକୃତିକ ଦୁର୍ବିପାକରୁ ଗରିବ ଲୋକଙ୍କୁ ସୁରକ୍ଷା ଦେବାକୁ ସରକାର ଯୋଗାଇ ଦେଉଛନ୍ତି ସୁରକ୍ଷିତ ବାସସ୍ଥାନ।

ବିଜୁ ପକ୍କାଘର ଯୋଜନାରେ ୨୫ ଲକ୍ଷ ହିତାଧିକାରୀ ଘର ପାଇ ସାରିଲେଣି।  ଆସନ୍ତା ୪ ବର୍ଷରେ ଆହୁରି ୨୦ ଲକ୍ଷ ଗରିବ ଏଥିରେ ଉପକୃତ ହେବେ। ଜାଗା ମିଶନ୍‌ ବି ନବୀନ ସରକାରର ଆଉ ଏକ ଯ଼ୁଗାନ୍ତକାରୀ ପଦକ୍ଷେପ। ସହରାଞ୍ଚଳ ବସ୍ତିବାସିନ୍ଦା ପାଉଛନ୍ତି ଜମି ଅଧିକାର। ୨୦୧୮ରେ ଆରମ୍ଭ ହୋଇଥିବା ଏହି ଯୋଜନା ସାରା ଦେଶ ପାଇଁ ଥିଲା ଅନୁକରଣୀୟ । ଏଥିପାଇଁ ଓଡିଶାକୁ ମିଳିଛି ବିଶ୍ୱ ହାବିଟାଟ୍‌ ଆୱାର୍ଡ ।

ଏସବୁ ଭିତରେ ସରକାର ଦାଦନ ଶ୍ରମିକ ଓ ଦିନ ମଜୁରୀଆଙ୍କ ପାଇଁ ଖୋଲିଛନ୍ତି ପସରା । ସମସ୍ତଙ୍କୁ ସମାଜିକ ଓ ଆର୍ଥିକ ନିରାପତ୍ତା ଯୋଗାଇ ଦେଇ ଆସୁଛନ୍ତି। ଯାହାର ଫଳ ସ୍ବରୂପ ରାଜ୍ୟର ଦାରିଦ୍ର୍ୟ ରେକର୍ଡ ୨୪.୬୧ ପଏଣ୍ଟ ହ୍ର।ସ ପାଇଛି ।

ସୁସ୍ଥ ଓ ସୁଖୀ ଓଡିଶା

ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା। ଏ ଗୋଟିଏ ସଂକଳ୍ପ ନବୀନଙ୍କୁ ଦେଇଛି ସଫଳତା। ଗୋଟିଏ ପରେ ଗୋଟିଏ ମେଡିକାଲ୍‌ କଲେଜ ଖୋଲି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସୁସ୍ଥତାର ସାହାସ । ମାଗଣା ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ଆଉ କିଛିଦିନ ତଳେ କଟକ ବଡ଼ ମେଡିକାଲ୍‌କୁ ଏମ୍‌ସ୍‌ ପ୍ଲସ୍‌ର ମାନ୍ୟତା ଦେଇ ବିଶ୍ୱସ୍ତରୀୟ ମେଡିକାଲ୍‌ କଲେଜରେ ଗଢ଼ି ତୋଳିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଯାହା ବୟାନ କରୁଛି ନବୀନ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ସମ୍ବଦନଶୀଳ। ଓଡ଼ିସାବାସୀଙ୍କୁ କେମିତି ସହଜରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଯାଇପାରିବ ସେନେଇ ବିଭିନ୍ନ ପ୍ରକାର ଫର୍ମୁଲା ଆପଣେଇଛନ୍ତି ସେ ।

ରୋଗମୁକ୍ତ ଓଡ଼ିଶା କରିବାକୁ ଗାଁ ଗାଁରେ ଡାକ୍ତର। ସହରରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ସାଙ୍ଗକୁ ବିଶେଷଜ୍ଞ ଡାକ୍ତର । ନବୀନଙ୍କ ନାରା-ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା । ଦୁର୍ଗମ ଇଲାକାରେ ମୋବାଇଲ୍‌ ସ୍ୱାସ୍ଥ୍ୟସେବା ସହ ଜିଲ୍ଲା ହସପିଟାଲ୍‌କୁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ। ୟା ଭିତରେ ମାତୃ ଓ ଶିଶୁ ମୃତ୍ୟୁ ହାର କମାଇ ସାରା ଦେଶରେ ସୃଷ୍ଟି କରିଛନ୍ତି ରେକର୍ଡ।

ଠିକ ସେମିତି ମାଆ ପାଇଁ ନବୀନଙ୍କ ସମ୍ମାନ ମମତା ଯୋଜନାକୁ କରିଛି ରାଜ୍ୟରେ ସବୁଠାରୁ ଲୋକପ୍ରିୟ ଯୋଜନା। ଗର୍ଭବତୀ ମହିଳାଙ୍କୁ ପର୍ଯ୍ୟାୟକ୍ରମେ ଆର୍ଥିକ ସହାୟତା ଯୋଗାଇବା ସହ ସେମାନଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ଆସୁଛନ୍ତି ରାଜ୍ୟ ସରକାର। ଏଯାଏଁ ୫୦ଲକ୍ଷରୁ ଅଧିକ ମାଆ ଏ ଯୋଜନାରେ ଉପକୃତ ହେଲେଣି । ଜନନୀ ସୁରକ୍ଷା ଯୋଜନା ବି ନବୀନଙ୍କ ଏକ ସଫଳ ଅଭିଯାନ।

ଘରେ ଘରେ ପହଞ୍ଚିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ବୀମା ଯୋଜନା। ପ୍ରତି ବ୍ୟକ୍ତି ୫ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମା ପାଉଛନ୍ତି। ମହିଳାଙ୍କ ପାଇଁ ଏହି ବୀମା ରାଶି ୭ଲକ୍ଷ ପର୍ଯ୍ୟନ୍ତ ରହିଛି। ଯାହାକି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି।  ଏପରିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଦେଖି କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଆୟୁଷ୍ମ।ନ ଯୋଜନା। ତେବେ କେବଳ ରାଜ୍ୟ ଭିତରେ ନୁହେଁ ରାଜ୍ୟ ବାହାରେ କିଛି ହସପଟାଲ୍‌ରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ପ୍ରବାସୀ ଓଡ଼ିଆ ମାଗଣା ସ୍ୱାସ୍ଥ୍ୟ ସେବା ପାଇ ପାରୁଛନ୍ତି।

ନିରାମୟ ଯୋଜନାରେ ସରକାରୀ ହସପିଟାଲ୍‌ର ମାଗଣା ଔଷଧ ବାଣ୍ଟି ରାଜ୍ୟ ସରକାରଙ୍କ ଲୋକଙ୍କ ଭିତରେ ସାହସ ଯୋଗାଇ ଦେଇଛନ୍ତି। ସୁନେତ୍ର ଯୋଜନା ଜରିଆରେ ସହଜ ଓ ସୁବିଧାରେ ଚକ୍ଷୁ ଚିକିତ୍ସା ପାଇଁ ରାଜ୍ୟ ସରକାର ଯୋଗାଇ ଦେଇ ଆସୁଛନ୍ତି ସମସ୍ତ ସହାୟତା। ୟା ଭିତରେ ମୋ ସରକାରରେ ସାମିଲ୍‌ ହୋଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ମାରାତ୍ମକ କ୍ୟାନସ୍‌ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଣ୍ଟା ଭିଡ଼ିଛନ୍ତି। ରତନ ଟାଟାଙ୍କ ସହ ଓଡ଼ିଶା ସହ ସ୍ୱାକ୍ଷର କରିଛି ଚୁକ୍ତି। ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ଟାଟା ମେମୋରିଆଲ୍‌ ହସପିଟାଲ୍‌ ନିର୍ମାଣ କରିବାକୁ ଯାଉଛନ୍ତି। କେବଳ ସେତିକି ନୁହେଁ ଜିଲ୍ଲାସ୍ତରରେ କ୍ୟାନ୍‌ସର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ସହ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସପିଟାଲ୍‌କୁ ସଂପ୍ରସାରଣ କରିଛନ୍ତି । ମୃତ୍ୟୁର ଜାଲ ବିଛାଇଥିବା ଡାଇବେଟିକ୍ସକୁ ମାତ୍‌ ଦେବାକୁ ମଧ୍ୟ ସରକାର ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। କେବଳ ସେତିକି ନୁହେଁ ଜିଲ୍ଲା ହସପିଟାଲ୍‌ରେ ହୃଦରୋଗର ନିଦାନ ଓ ଚିକିତ୍ସା ମଧ୍ୟ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି।

ପୂର୍ବରୁ କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିଲା ମେଡିକାଲ୍‌ କଲେଜ୍‌ ଓ ହସପିଟାଲ୍‌। ଏବେ ସାତ ସାତଟି ସରକାରୀ ମେଡିକାଲ୍‌ କଲେଜ୍‌ ଓ ହସପିଟାଲ୍‌ ପ୍ରତିଷ୍ଠା କରି ନବୀନ ଦେଖାଇଛନ୍ତି ସ୍ୱାସ୍ଥ୍ୟସେବା ପାଇଁ ତାଙ୍କ ଆନ୍ତରିକତାକୁ । ପ୍ରତି ଜିଲ୍ଲା ହସପିଟାଲ୍‌କୁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେବା ସହ ଜରୁରୀକାଳୀନ ସେବା ପାଇଁ ଗାଁ ଗାଁରେ ପହଞ୍ଚାଇଛନ୍ତି ଆମ୍ବୁଲାନ୍‌ସ।

ତେବେ ବିଜୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ସାରା ରାଜ୍ୟବାସୀଙ୍କୁ କରିଛି ମନ୍ତ୍ରମୁଗ୍ଧ। ହଜାରେ କୋଟି ଟଙ୍କା ଖର୍ଚ୍ଚ କରି କଟକ ଏସ୍‌ସିବି ମେଡିକାଲ୍‌ କଲେଜକୁ ଏମ୍‌ଏସପ୍ଲସ୍‌ ମାନ୍ୟତା ଦେଇ ବିଶ୍ୱସ୍ତରୀୟ ହସପିଟାଲ୍‌ ପାଇଁ ବିଦ୍ଧିବଦ୍ଧ କାମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଯାହା ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି।

ସବୁ ଗାଁକୁ ରାସ୍ତା

ମାଲାକାନଗିରିରୁ ମୟୁରଭଞ୍ଜ । ବଦଳୁଛି ଓଡ଼ିଶାର ବିକାଶ ମାନଚିତ୍ର । ଦୁର୍ଗମ ଅଞ୍ଚଳ ଆଉ ଅପହଞ୍ଚ ନୁହେଁ । ସବୁଠି ପହଞ୍ଚିଛି ସମୃଦ୍ଧିର ସୁଅ। ନବୀନଙ୍କ ନୂଆ ଓଡ଼ିଶାରେ ବିକଶିତ ହୋଇଛି ଭିତ୍ତିଭୂମି । ଗାଁକୁ ଯୋଡ଼ିଛି ରାସ୍ତା, ପଞ୍ଚାୟତକୁ ଯୋଡ଼ିଛି ପୋଲ । ବଦଳିଛି ଜୀବନ ଯାତ୍ରା, ଯୋଡ଼ି ହୋଇଛନ୍ତି ସାଢ଼େ ୪କୋଟି ଓଡ଼ିଆ। କେନ୍ଦ୍ର ଅନୁଦାନ ନଦେଲେ ବି ଅଟିକିନି ସ୍ୱାଭିମାନ ଶୋଭାଯାତ୍ରା । ନିଜସ୍ୱ ଯୋଜନାରେ ରାଜ୍ୟ ସରକାର ନିର୍ମାଣ କରିଛନ୍ତି ରାସ୍ତା, ରାଜପଥ ଓ ଓଭରବ୍ରିଜ୍‌।

ତେଣୁ ଗତ ୨୦ ବର୍ଷ ଭିତରେ ଗମନାଗମନ ପାଇଁ ସୁବିଧା ବଢିଛି । ପୂର୍ବରୁ କାଁ ଭାଁ ବ୍ରିଜ ଓ ରାସ୍ତାଥିବାବେଳେ ଏହା ଏବେ ୧୦୦ରୁ ଅଧିକକୁ ଟପିଛି । ମାଲକାନଗିରିରୁ ମୟରଭଞ୍ଚ ଯାଏ ଯାତାୟତ ଶୀଘ୍ର ହେଉଛି । ଆଉ ପାହାଡ଼ିଆ ଦୁର୍ଖମ ଅଞ୍ଚଳ ଦେଇ ବିଳମ୍ବରେ ପହଞ୍ଚିବାକୁ ପଡ଼ୁନି । ଯାହା ସାଧାରଣଙ୍କ ଲୋକଙ୍କ ଯାତାୟତ ସୁବିଧା ଓ ସରଳ କରିଛି। ମୁଖ୍ୟତଃ ନୂଆ ରାସ୍ତା ନିର୍ମାଣ ସହ ଓଭରବ୍ରିଜ କାମ ଯୋଗୁ ଜୀବନ ଯାତ୍ରାରେ ପରିବର୍ତ୍ତନ ଆସିଛି। ଯେଉଁଠି କେନ୍ଦ୍ର ଅନୁଦାନ କାଟିଲା, ସେଠି ନିଜସ୍ୱ ଯୋଜନାରେ ରାଜ୍ୟ ସରକାର ବିଭିନ୍ନ ଓଭରବ୍ରିଜ, ରାସ୍ତା ଓ ରାଜପଥ ନିର୍ମାଣ କରିଛନ୍ତି ।

୨୦ ବର୍ଷ ପୂର୍ବରୁ ମହାନଦୀ ଉପରେ ଦୁଇଟି ବ୍ରଜ୍‌ ଥିଲା । ଏବେ ଏହା ୧୬ରେ ପହଞ୍ଚିଲାଣି । ଯଦି ଅନ୍ୟ ନଦୀ ଉପରେ ବନ୍ଧର ହିସାବ ନେବା, ଏହା ୫୦ ଟପିଲାଣି। ଆଉ କିଛି କାମ ଚାଲିଛି। ଯାହା ସଂଖ୍ୟା ୧୦୦ ଉପରକୁ ନେଇଯିବ। ମାଲକାନଗିରି ଲୋକଙ୍କ ଜୀବନ ଯାତ୍ରା ବାଧାପ୍ରାପ୍ତ ହେଉଥିଲା। ୨୮ ବର୍ଷରୁ ଯେଉଁ ଗୁରୁପ୍ରିୟା ସେତୁ କାମ ହୋଇପାରୁ ନଥିଲା, ତାହା ୨୦୧୮ ମସିହାରେ ସମ୍ଭବପର ହୋଇପାରିଛି। ସ୍ୱାଭିବାନ ଅଞ୍ଚଳରେ ସେତୁ, ବିଜୁ ଏକ୍ସପ୍ରେସୱେ, ସହରାଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ଓଭରବ୍ରିଜ ହେଉଛି ନବୀନ ସରକାର ସମୟର କାମ । ୨୦୧୮-୧୯ ସୁଦ୍ଧା ରାଜ୍ୟରେ ୨,୬୮,୬୫୬ କିଲୋମିଟର ରାସ୍ତା କାମ କରିଛି। ଯାହା ୨୦୧୭-୧୮ ତୁଳନାରେ ୧.୫୬ ପ୍ରତିଶତ ଅଧିକ। ଅନ୍ୟାନ୍ୟ ଜିଲ୍ଲା ରାସ୍ତା ୨୫.୦୬ ପ୍ରତିଶତ ଅଧିକ କାମ ହୋଇଛି।

ବର୍ତ୍ତମାନ ରାଜ୍ୟ ସରକାର ୧୨୩ଟି ବ୍ରିଜ କାମ ନିଜସ୍ୱ ଖର୍ଚ୍ଚରୁ କରୁଛନ୍ତି । ଏଥିରେ କିଛିର ମରାମତି, କିଛି ନୂଆ ପ୍ରକଳ୍ପ, ଯେଉଁଥିରୁ କିଛି କାମ ସରିଛି, ବାକି କାମ ଖୁବ୍‌ ଶୀଘ୍ର ସରିବ। ବାଣିଜ୍ୟ ଓ ମରାମତି କ୍ଷେତ୍ରରେ କାମ ୭.୯ ପ୍ରତିଶତ ବୃଦ୍ଧି ପାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ସ୍ପଷ୍ଟ କରିଛି । ବର୍ତ୍ତମାନ ସୁଦ୍ଧା ଫୁଲବାଣୀରୁ ବିନକା ରୋଡ ଯାଏ ୫୫ଟି ଷ୍ଟେଟ ହାଇୱେ ନିର୍ମାଣ ହୋଇଛି । ପ୍ରଥମ ୯ଟି ଚାନ୍ଦବାଲି ଯାଏ ରହିଛି । ୧୦ ନମ୍ବର ଷ୍ଟେଟ ହାଇୱେ ବିଜୁ ଏକ୍ସପ୍ରେସୱେ ଅଧୀନରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାର ୧୭୦ କିଲୋମିଟିର ରାସ୍ତା ସଂଯୋଗ କରୁଛି। ଷ୍ଟେଟ ହାଇୱେ ୧୪ରୁ ୫୫ ବୌଦ୍ଧରୁ ବିନକା ରୋଡ ଯାଏ ନିର୍ମାଣ ହୋଇଛି।

୨୦୧୫ ନବକଳେବର ପାଇଁ ସ୍ୱତନ୍ତ୍ର ବଜେଟ ଜରିଆରେ ପୁରୀରେ କାମ ଆରମ୍ଭ ହୋଇଥିଲା। ନୂଆ ରାସ୍ତା, ପିପିଲି ବାଏପାସ୍‌, ତାଳବଣିଆ ଓ ମାଲତିପାଟପୁର ବସଷ୍ଟାଣ୍ଡ ନିର୍ମାଣ କରାଗଲା। ଏଥିରେ ପୁରୀ ଯାଏ ଫୋର ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ ପ୍ରକଳ୍ପ ସାମିଲ ଅଛି ।

ସ୍ପୋର୍ଟସ ହବ୍‌  ଓଡ଼ିଶା

ହକିରୁ ହର୍ଡଲ୍‌ସ, ସ୍ପ୍ରିଣ୍ଟରୁ ରୋଇଂ । ପ୍ରତିଭାକୁ ମିଳିଛି ପରିଚୟ, ଟ୍ରାକ୍‌ରେ ଟକ୍କର ପାଇଁ ମିଳିଛି ଉତ୍ସାହ । ଦେଶର ସ୍ପୋର୍ଟସ ହବ୍‌ ପାଲଟିଛି ଓଡ଼ିଶା । ବଦଳିଛି ରୂପରେଖ, ଷ୍ଟାଡିୟମ୍‌କୁ ଛୁଇଁଛି ସମୃଦ୍ଧି । ୯୦ ଦିନର ନବକଳେବରକୁ ପୂରା ଦେଶ ସଲାମ୍‌ କରିଛି । ଆଉ ଏହା ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ଇଚ୍ଛାଶକ୍ତି ପାଇଁ ।

କେବଳ ଏହି ବ୍ୟକ୍ତିତ୍ୱ ପାଇଁ ସବୁକ୍ଷେତ୍ରରେ ଅଗ୍ରଗତି କରିଚାଲିଥିବା ଓଡ଼ିଶା ଏବେ ଭିନ୍ନ ଏକ ପରିଚୟରେ ଅଭିସିକ୍ତ। ଭୋକର ଭୁଗୋଳ ଓ ଗରିବର ଆତ୍ମଦାହ ଆଜି ଇତିହାସ ପାଲଟିଛି । ସ୍ମାର୍ଟ ସିଟିର ପରିଚୟରେ ମୁକୁଟ ମଣ୍ଡିତ ହୋଇଛି ଭୁବନେଶ୍ୱର। କେବଳ ସେତିକି ନୁହେଁ ମନ୍ଦିର ମାଳିନୀ ଭୁବନେଶ୍ୱର ପାଇଛି ଦେଶର ପ୍ରମୁଖ ସ୍ପୋର୍ଟସ ଡେଷ୍ଟିନେସନର ମାନ୍ୟତା। ବଦଳିଛି ରୂପରେଖ ଆଗେଇଛି ସମୃଦ୍ଧି ଆଉ ଏହାରି ମଧ୍ୟରେ ଓଡ଼ିଶାକୁ ମିଳିଛି ନୂଆ ଏକ ପରିଚୟ। ଭିନ୍ନ ଭିନ୍ନ  ଗେମକୁ ନେଇ ଏବେ କ୍ଷାତି ଅର୍ଜନ କରିଛି ଓଡ଼ିଶା । ବିଶ୍ୱର ନାମକରା ହକି ପ୍ଲେୟରଙ୍କର ପସନ୍ଦର ଷ୍ଟାଡିୟମ ପାଲଟିଛି କଳିଙ୍ଗ ଷ୍ଟାଡିୟମ୍‌ । ମାତ୍ର ୩ରୁ ୪ ବର୍ଷ ମଧ୍ୟରେ ସ୍ପୋର୍ଟସର ନୂଆ ଡେଷ୍ଟିନେସନ ପାଲଟିଛି ଓଡ଼ିଶା।

ଦିନ ଥିଲା ଓଡ଼ିଶା ସବୁ କ୍ଷେତ୍ରରେ ପଛୁଆ ରାଜ୍ୟ ଭାବେ ଜଣାଶୁଣା ଥିଲା। କ୍ରୀଡ଼ା କଥା କହିଲେ ନସରେ । ହେଲେ ଏବେ ଓଡ଼ିଶାର ଛବି ବଦଳିଯାଇଛି। ଓଡ଼ିଶାକୁ ନେଇ ରାଜ୍ୟବାସୀ ଗର୍ବ ଅନୁଭବ କରୁଛନ୍ତି। ରାଜ୍ୟରେ ହକି ବିଶ୍ବକପ ସାଙ୍ଗକୁ, ଚାମ୍ପିୟନ୍ସ ଟ୍ରଫି ହକି, ଏଚଆଇଏଲ, ହକି କ୍ୱାଲିଫାୟର୍ସ,  ଏସିଆନ ରଗବୀ, ଅନ୍ତର୍ଜାତୀୟ ଟେବୁଲ ଟେନିସ, ବ୍ୟାଟମିଣ୍ଟନ, ବକ୍ସିଂ, ଆଇଏସଏଲ, ଏସିଅନ ଆଥଲେଟିକ, ଖେଲୋ ଇଣ୍ଡିଆ ୟୁନିଭରସଟି ଗେମ୍ସ ଭଳି ପ୍ରତି ଯୋଗିତା ଆୟୋଜନ କରି ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି । କବେଳ ଏତିକି ନୁହେଁ ଆଗମୀ ୨୦୨୩ ହକି ବିଶ୍ୱକପ ମଧ୍ୟ ଓଡ଼ିଶାକୁ ମିଳିଛି । ଏହାସହ ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପ ମଧ୍ୟ ଭୁବନେଶ୍ୱରରେ ଖେଳାଯିବ । ଯାହା ଚଳିତ ବର୍ଷ  ନଭେମ୍ବରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ଯାଉଛି।

ରାଜ୍ୟସରକାର କ୍ରୀଡ଼ାର ପ୍ରଚାର ପ୍ରସାର ସହ ବିକାଶ ନେଇ ଅଣ୍ଟା ଭିଡିଛନ୍ତି । ଯେତେବେଳେ ୬ରୁ ଅଧିକ ରାଜ୍ୟ ଖୁବ୍‌ କମ୍‌ ସମୟ ମଧ୍ୟରେ ଏସିୟାନ୍‌ ଆଥଲେଟିକ୍‌ ଚାମ୍ପିୟନସିପର ଆୟୋଜନ କରିବାକୁ ମନା କରିଦେଇଥଲେ ସେତେବେଳେ ବଡ଼ ଦାୟିତ୍ୱ ହାତକୁ ନେଇଥିଲେ ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ଇଚ୍ଛା ଶକ୍ତି ବଳରେ ମାତ୍ର ୯୦ ଦିନରେ ପ୍ରସ୍ତୁତ ହେଲା ପରିବେଶ ଏବଂ ୨୦୧୭ ଜୁଲାଇ ମାସରେ ସଫଳତାର ସହ ଆୟୋଜନ ହେଲା ୨୨ ତମ ଏସିଆନ୍‌ ଆଥଲେଟିକ୍‌ ଚାମ୍ପିଅନସିପ୍‌ । କ୍ରୀଡ଼ା ଜଗତରେ ଭାରତର ନାଁକୁ ଆହୁରି ଚମକାଇଲା ଓଡ଼ିଶା । ଏହାପରେ ଆଉ ପଛକୁ ଚାହିଁନଥିଲା ଓଡ଼ିଶା । ୨୦୧୮ରେ ଓଡ଼ିଶାକୁ ମଳିଥିଲା ହକି ବିଶ୍ୱକପ ଆୟୋଜନ କରିବାର ଗୁରୁ ଦାୟିତ୍ୱ। ଯାହାକୁ ସଫଳତାର ସହ ଆୟୋଜନ କରି ପୁଳା ପୁଳା ପ୍ରଶଂସା ସାଉଁଟିଥିଲା ଓଡ଼ିଶା। କବେଳ ହକି ଇଣ୍ଡିଆ କାହିଁକି ଅନ୍ତର୍ଜାତୀୟ ହକି ଫଡରେସନ ଓଡ଼ିଶା ସରକାରଙ୍କୁ ବାଃ ବାଃ କହିଥିଲା । କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହକି ବିଶ୍ୱକପ ସବୁଠୁ ଶ୍ରେଷ୍ଠ ଓ ସଫଳ ବିଶ୍ୱକପ ବୋଲି ସ୍ୱୀକାର କରିଥିଲା ଏଫଆଇଏଚ୍‌ । ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରି ଅନେକ ପ୍ରଶଂସା ସାଉଁଟିଥିବା  ଓଡ଼ିଶାକୁ ଏବେ ସ୍ପୋର୍ଟ ନୂଆ କ୍ୟାପିଟାଲ ଆଖ୍ୟା ମିଳିଛି।

ଗୋପନରେ ଅଭିନେତ୍ରୀ ଝିଲିକଙ୍କ ସହ ବିଧାୟକ ପ୍ରୀତିରଞ୍ଜନଙ୍କ ନିର୍ବଦ୍ଧ !

ଭୁବନେଶ୍ୱର: ଓଲିଉଡ୍ ନାୟିକା ଝିଲିକଙ୍କ ସହ ସୁକିନ୍ଦା ବିଧାୟକଙ୍କ ସିକ୍ରେଟ୍ ରିଙ୍ଗ ସେରିମନି । ସୋସିଆଲ୍ ମିଡିଆରେ ନିର୍ବନ୍ଧ ସମୟର ଫଟୋ ଓ ଭିଡିଓ ଭାଇରାଲ୍ ହୋଇଛି । ତେବେ ସୁକିନ୍ଦା ଏମଏଲଏ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଝିଲିକ ଭଟ୍ଟାଚାର୍ଯ୍ୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନି ।

ପୂର୍ବରୁ ପ୍ରୀତିରଞ୍ଜନ ଓରଫ ଡାନିଙ୍କୁ ବଙ୍ଗୀୟ ସୁନ୍ଦରୀ ତଥା ନାୟିକା ଝିଲିକ୍ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଭାଇରାଲ୍ ଫଟୋ ଓ ଭିଡିଓ ଏହି ଚର୍ଚ୍ଚାକୁ ଆଉ ଟିକିଏ ଖୋରାକ୍ ଯୋଗାଇଛି । କୌଣସି ଗୋପନ ସ୍ଥାନରେ ଏହି ରିଙ୍ଗ ସେରିମନି ହୋଇଥିବା ଅନୁମାନ କରାଯାଉଛି ।

ଏନେଇ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ପ୍ରୀତିରଞ୍ଜନ ଘଡ଼େଇ ହେଉଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ।

ଦେବାଳିଆ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ଆକଳନକୁ RBI କରିଥିଲା ନା

ଭୁବନେଶ୍ୱର: ୟେସ୍ ବ୍ୟାଙ୍କକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ପ୍ରସଙ୍ଗ ବିହୀନ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ କାଠଗଡାରେ ଛିଡ଼ା କରିବାକୁ ଚେଷ୍ଟା କରୁଛନ୍ତି । ହେଲେ, ଏହି ପ୍ରସଙ୍ଗରେ ନନ୍ଦିଘୋଷ ଟିଭିକୁ ମିଳିଛି ଏକ୍ସକ୍ଲୁସିଭ ଦସ୍ତାବିଜ୍ । ୟେସ୍ ବ୍ୟାଙ୍କକୁ ଏବେ ରିଜର୍ଭ ବ୍ୟାଙ୍କ ଦେବାଳିଆ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ବହୁ ଆଗରୁ ଏହାର ସୁରାକ ପାଇ ସାରିଥିଲେ । ଅର୍ଥ ବିଭାଗ ସବୁ ଅଧିକାରୀଙ୍କୁ ଏନେଇ ସତର୍କ କରିସାରିଥିଲେ । ହେଲେ ରାଜ୍ୟ ସରକାରଙ୍କ ହାତ ବାନ୍ଧିଦେଲେ ନିଜେ ରିଜର୍ଭ ବ୍ୟାଙ୍କ ।

ବ୍ୟାଙ୍କଗୁଡିକୁ ସୁରକ୍ଷା ଦେବା ଆଳରେ ରାଜ୍ୟ ସରକାରଙ୍କ ହାତ ବାନ୍ଧି ପକାଇଲା ରିଜର୍ଭ ବ୍ୟାଙ୍କ । ଆଉ ଏବେ ଘାଣ୍ଟି ହେଉଛନ୍ତି ରାଜ୍ୟ ସରକାର । ୨୦୧୯ ଅକ୍ଟୋବର ୨୧ ତାରିଖରେ ଅର୍ଥ ସଚିବ ଅଶୋକ ମୀନା ସବୁ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଥିଲେ । ଏଥିରେ ସେ ସ୍ପଷ୍ଟ ଭାବେ ସତର୍କ କରାଇଦେଇଛନ୍ତି ଯେ, ଅର୍ଥ ବିଭାଗ ଦ୍ଵାରା ଏନପ୍ୟାନେଲ ହୋଇଥିବା ୧୨ଟି ପବ୍ଲିକ ସେକ୍ଟର, ୮ଟି ଘରୋଇ, ଗୋଟିଏ କ୍ଷୁଦ୍ର ଆର୍ଥିକ ଅନୁଷ୍ଠାନ, ୨ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଏବଂ ଗୋଟିଏ ସମବାୟ ବ୍ୟାଙ୍କର ଆର୍ଥିକ ସ୍ଥିତି ସୁସ୍ଥ ନୁହେଁ । ଏହିସବୁ ବ୍ୟାଙ୍କରେ ସରକାରୀ ଅର୍ଥ ଜମା ସୁରକ୍ଷିତ ନୁହେଁ ବୋଲି ଅର୍ଥ ବିଭାଗ ସତର୍କ କରାଇ ଦେଇଥିଲା ।

ହେଲେ ଅର୍ଥ ସଚିବଙ୍କ ଏହି ଚିଠି ବିଭାଗୀୟ ମୁଖ୍ୟଙ୍କୁ ସତର୍କ କରାଯିବା ପରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲା ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ୱଚ୍ଛଳତାକୁ ନେଇ ସନ୍ଦେହ ପ୍ରକାଶ ନକରିବାକୁ ସିଧାସଳଖ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲିଲି ଭଦେରା । କେବଳ ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ବ୍ୟାଙ୍କ ଗୁଡ଼ିକର ଆର୍ଥିକ ସ୍ଥିତି ଉପରେ ସନ୍ଦେହ ପ୍ରକଟ କରାଯିବା ଉଚିତ ନୁହେଁ ବୋଲି କହିଥିଲା ଆରବିଆଇ । ଅର୍ଥ ସଚିବଙ୍କ ସତର୍କସୂଚକ ଚିଠି ସାଧାରଣରେ ବ୍ୟାଙ୍କଗୁଡିକ ପ୍ରତି ନକରାତ୍ମକ ଧାରଣା ସୃଷ୍ଟି କରିବ । ବ୍ୟାଙ୍କଗୁଡିକ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ସହଯୋଗ କରୁଥିବା ବେଳେ ବିଭିନ୍ନ ସରକାରୀ ଯୋଜନାରେ ସହଯ଼ୋଗ କରିଥାନ୍ତି । ଅର୍ଥ ସଚିବଙ୍କ ଚିଠି ପରେ ବ୍ୟାଙ୍କଗୁଡିକର ଆର୍ଥିକ ସ୍ଥିତି ପ୍ରଭାବିତ ହେବ ବୋଲି ଆରବିଆଇ ଉଦବେଗ ପ୍ରକାଶ କରିଥିଲେ ।

ରିଜର୍ଭ ବ୍ୟାଙ୍କର ଏଭଳି ଉଦବେଗକୁ ଦୃଷ୍ଟିରେ ରଖି ଅର୍ଥ ବିଭାଗ ପୁଣି ଥରେ ସବୁ ବିଭାଗୀୟ ମୁଖ୍ୟଙ୍କୁ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଥିଲା । ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କର କ୍ଷମତା ପରିସରରେ ଆସୁଥିବାରୁ କୌଣସି ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ନେଇ ଆତଙ୍କିତ ହେବା ଉଚିତ୍ ନୁହେଁ ବୋଲି ଅର୍ଥ ସଚିବ ଅକ୍ଟୋବର ୩୦ ତାରିଖରେ ଆଉ ଥରେ ଚିଠି ଲେଖିଥିଲେ ।

ଆରବିଆଇର ଉଦବେଗ ଆଧାରରେ ଅର୍ଥ ବିଭାଗ ଦ୍ଵାରା ଏମପ୍ୟାନେଲ ହୋଇଥିବା ବ୍ୟାଙ୍କରେ ସରକାରୀ ଅର୍ଥ ଜମାରେ ସମସ୍ୟା ନାହିଁ ବୋଲି ଅର୍ଥ ବିଭାଗ ସ୍ପଷ୍ଟୀକରଣ ଦେଇଥିଲା । ରିଜର୍ଭ ବ୍ୟାଙ୍କର ଏଭଳି ଦୋମୁହାଁ ନୀତିର ଇନ୍ଦ୍ରଜାଲରେ ରାଜ୍ୟ ସରକାର ଛନ୍ଦି ହୋଇଯାଇଛନ୍ତି ।

ଦିଲ୍ଲୀରେ ମିଶିଲେ, ଭୋପାଳରୁ ରାଜ୍ୟସଭା ଟିକେଟ୍ ଘୋଷଣା

ନୂଆଦିଲ୍ଲୀ: ବିଜେପିରେ ମିଶିବାର ୩ ଘଣ୍ଟା । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଲା ରାଜ୍ୟସଭା ଟିକେଟ । କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବାର କିଛି ଘଣ୍ଟା ମଧ୍ୟରେ ଜୋତିରାଦିତ୍ୟଙ୍କୁ ରାଜ୍ୟସଭା ଟିକେଟ୍ ମିଳିଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ୱିଟ୍ କରି ଏ ସୂଚନା ଦେଇଛନ୍ତି ।

ମଙ୍ଗଳବାର ଭୋପାଳରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା । ଶିବରାଜ ବୁଧବାର ସିନ୍ଧିଆଙ୍କୁ ରାଜ୍ୟସଭା ଟିକେଟ୍ ମିଳିବା ନେଇ ସୂଚନା ଦେବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବିଜେପିରେ ଯୋଗଦେଲେ ଜ୍ୟୋତିରାଦିତ୍ୟ: କହିଲେ, ସରକାର ଗଠନ ବେଳେ ମୋ ସ୍ୱପ୍ନ ଚୁରମାର ହୋଇଗଲା

ସିନ୍ଧିଆ ମଙ୍ଗଳବାର କଂଗ୍ରେସ ହାତ ଛାଡ଼ିଥିଲେ । ୧୮ ବର୍ଷ କଂଗ୍ରେସ ସହ ରହିବା ପରେ ବିଜେପିରେ ମିଶିଛନ୍ତି । ଏଥିସହ ତାଙ୍କୁ ବିଜେପି ପୁରସ୍କାରରେ ରାଜ୍ୟସଭାକୁ ପଠାଇବା ପାଇଁ ଘୋଷଣା କରିଛି ।

ବିଜେପିରେ ଯୋଗଦେଲେ ଜ୍ୟୋତିରାଦିତ୍ୟ: କହିଲେ, ସରକାର ଗଠନ ବେଳେ ମୋ ସ୍ୱପ୍ନ ଚୁରମାର ହୋଇଗଲା

ଓଡ଼ିଶାକୁ ନାହିଁ କରୋନା ଭୟ, ପ୍ରଭାବିତ ଦେଶକୁ ଯାତ୍ରାରେ ବ୍ୟାନ୍ ଲଗାଇଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ନାହିଁ କରୋନା ଭୟ । ଏ ଯାବତ ମିଳିଥିବା ସନ୍ଦିଗ୍ଧ ୧୬ଟି ନମୁନାରୁ ୧୪ଟି ରିପୋର୍ଟ ନେଗେଟିଭ ଆସିଛି । ଅନ୍ୟ ଦୁଇଟି ପରୀକ୍ଷା ରିପୋର୍ଟ ଆସିନାହିଁ । କିନ୍ତୁ କରୋନା ଆକ୍ରାନ୍ତ ଦେଶକୁ ଯାତ୍ରା ନକରିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ସଚିବ । ଚାଇନା , ହଙ୍ଗକଙ୍ଗ , ଦକ୍ଷୀଣ କୋରିଆ , ଜାପାନ, ଇଟାଲି, ସିଙ୍ଗାପୁର, ଇରାନ , ମାଲେସିଆ, ଫ୍ରାନ୍ସ, ସ୍ପେନ, ଆମେରିକା ,ୟୁକେ ଓ ଜର୍ମାନୀ ଯାତ୍ରା ନକରିବାକୁ କହିଲେ ବିଭାଗ ।

କରୋନା ସଂକ୍ରମଣ ଦେଶରୁ ଆସୁଥିବା ବ୍ୟକ୍ତି ୧୪ ଦିନ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବା ସହ ଆଇସୋଲେଟେଡ ହୋଇରୁହନ୍ତୁ ବୋଲି ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ସଚିବ ।

ଅନ୍ୟପଟେ କରୋନା ଭାଇରସ ୧୧୦ ଦେଶକୁ ବ୍ୟାପିଛି । ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଅଛନ୍ତି ଏବଂ ଭାରତରେ ୬୦ ଲୋକ ଆକ୍ରାନ୍ତ ଅଛନ୍ତି । ଚାଇନା ପରେ ସବୁଠୁ ବେଶି ପ୍ରଭାବିତ ଦେଶ ହେଉଛି ଇଟାଲୀ । ଏଥିପାଇଁ କରୋନା ଆକ୍ରାନ୍ତ ଦେଶକୁ ନଯିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଭାରତରେ ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା କର୍ଣ୍ଣାଟକ, କେରଳରେ ଚିହ୍ନଟ ହୋଇଛନ୍ତି କରୋନା ଭାଇରସ ସଂକ୍ରମିତ ରୋଗୀ ।

ସାନିଟାଇଜର ଓ ମାସ୍କର କଳାବଜାରୀ ରୋକିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଡ୍ରଗ କଣ୍ଟ୍ରୋଲଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ କମିଛି ମାଓ ହିଂସା, ତ୍ୱରିତ ନ୍ୟାୟ ପାଇଁ ପ୍ରତିଷ୍ଠା ହୋଇଛି ୧୪ଟି ନୂଆ କୋର୍ଟ

ଭୁବନେଶ୍ୱର: ରାଜ୍ୟରେ ମାଓ ହିଂସା ହ୍ର।ସ ପାଇଛି। ଲୋକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ପ୍ରତିଷ୍ଠା ହୋଇଛି ୧୪ଟି ନୂଆ କୋର୍ଟ। ବିଧାନସଭାରେ ଆଜି ଉପସ୍ଥାପିତ ଷ୍ଟାଣ୍ଡିଂ କମିଟି ରିପୋର୍ଟରୁ ଏମିତି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଏସବୁ ଭିତରେ ମୋ ସରକାରର କାମକୁ ଖୁବ୍‌ ପ୍ରଂଶସା ମିଳିଛି ।

ରାଜ୍ୟରେ କମିଛି ମାଓବାଦୀ କାର୍ଯ୍ୟକଳାପ। ତ୍ୱରିତ ନ୍ୟାୟ ପାଇଁ ପ୍ରତିଷ୍ଠା ହୋଇଛି ୧୪ଟି ନୂଆ କୋର୍ଟ। ୧୧ଟି ଜେଏମଏଫସି, ଦୁଇଟି ଏଡିଜେ ଓ ଗୋଟିଏ ସିନିଅର ସିଭିଲ ଜଜ୍‌ କୋର୍ଟ କାର୍ଯ୍ୟକ୍ଷମ କରାଯାଇଛି। ୨୦୧୯ରେ ତିନୋଟି ଲ୍ୟାଣ୍ଡ ଆକ୍ୱିଜେସନ ରିହାବିଲିଟେସନ୍‌ ଆଣ୍ଡ ରିସେଟେଲମେଣ୍ଟ ଅଥରିଟିକୁ କଟକ, ସମ୍ବଲପୁର ଓ ବ୍ରହ୍ମପୁରଠାରେ ସ୍ଥାପନ କରାଯାଇଛି। ସ୍ପେସିଫିକ ରିଲିଫ୍‌ ଆକ୍ଟ ଆଧାରରେ ୭୬ଟି ସିନିଅର ସିଭିଲ ଜଜ୍‌ କୋର୍ଟକୁ ସ୍ୱତନ୍ତ୍ର କୋର୍ଟର ମାନ୍ୟତା ଦେଇଛନ୍ତି ସରକାର । ରିପୋର୍ଟ କହୁଛି,ରାଜ୍ୟରେ ଦଙ୍ଗା ମଧ୍ୟ କମିଛି। ନୂଆରେ ଆରମ୍ଭ ହୋଇଥିବା ଅଭିଯାନ-ମୋ ସରକାରକୁ ମଧ୍ୟ ଖୁବ୍‌ ପ୍ରଶଂସା ମିଳିଛି ।

ସେହିପରି ମାଓ ହିଂସା ପୂର୍ବାପେକ୍ଷା ଅନେକ କମିଛି। ତଥାପି କିଛି ମାଓପ୍ରବଣ ଜିଲ୍ଲାରେ ଏବେ ବି ମାଓବାଦୀଙ୍କ ଗତିବିଧି ଜାରି ରହିଛି। ୨୦୧୯ରେ ୪୪ଟି ମାଓବାଦୀ କାର୍ଯ୍ୟକଳାପ ରିପୋର୍ଟ ହୋଇଥିଲା। ୧୨ଟି ଘଟଣାରେ ପୋଲିସ ଓ ମାଓବାଦୀଙ୍କ ଭିତରେ ଗୁଳି ବିନିମୟ ହୋଇଛି । ୮ ଜଣ ମାଓବାଦୀ ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି । ୫୦ ଗିରଫ ଓ ୧୩ ଜଣ ଆତ୍ମସମର୍ପଣ କରିଛନ୍ତି ।

ଆଣ୍ଟି ନକ୍ସଲ୍‌ ଅପରେସନ ସମୟରେ ୨୧ଟି ବନ୍ଧୁକ, ୩୦ ଅତ୍ୟାଧୁନିକ ବିସ୍ଫୋରକ ଓ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ହେଲେ ତଥ୍ୟ କହୁଛି,ରାଜ୍ୟରେ ଅପରାଧ ହାର ବଢିଛି। ଦୁଷ୍କର୍ମ ମାମଲାରେ ମଧ୍ୟ ଦେଶ ଭଳି ରାଜ୍ୟର ସ୍ଥିତି। ୨୦୧୮ରେ ୧୦, ୭୪୦୮ ଅପରାଧିକ ମାମାଲ ଦାୟର ହୋଇଥିଲା। ୨୦୧୯ରେ ଏହା ବଢି ୧୨,୧୫୨୫କୁ ବୃଦ୍ଧି ପାଇଛି ।

ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲା: ପୁରୁଣା ଭିଡିଓ ଆଣିଲା ନୂଆ ଟ୍ୱିଷ୍ଟ୍

ଭୁବନେଶ୍ୱର: ମହିଳା ଦିବସର ଦୁଇଦିନ ପରେ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ। ରାଜଧାନୀରେ ଚାଞ୍ଚଲ୍ୟ । ସିସିଟିଭିରେ କଏଦ ଛାତିଥରା ଦୃଶ୍ୟ ଏବେ ରାଜଧାନୀକୁ ଥରାଇ ଦେଇଛି। ମହିଳାଙ୍କ ଅଭିଯୋଗ ପରେ କମିଶନରେଟ୍‌ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି।

ପ୍ରଥମ ଦଫାରେ ଦୁଇ ଆକ୍ରମଣକାରୀଙ୍କୁ ଉଠାଇ ଆଣିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଇ ଆରମ୍ଭ କରିଛି। ସେପଟେ ତିନିମାସ ତଳର ଏକ ଭିଡିଓ, ଯେଉଁଥିରେ ମହିଳା ଜଣଙ୍କ ଆକ୍ରମଣ କରୁଥିବାର ଦୃଶ୍ୟ ରହିଛି ତାହା ଏବେ ପୂରା ଘଟଣାରେ ଟୁଇଷ୍ଟ୍ ଆଣିଛି ।

 

ହୋଲି ଦିନ ମହିଳାଙ୍କୁ ୧୦ରୁ ଅଧିକ ଯୁବକ ତଳେ ପକାଇ ମାଡ଼ ମାରିଥିଲେ । ସିସିଟିଭିରେ କଏଦ ହୋଇଥିଲା ଏ ସମ୍ବେଦନଶୀଳ ଦୃଶ୍ୟ। ଅଭିଯୋଗ ଅନୁସାରେ ଏକ ଘରୋଇ ୟୁଥ୍‌ କ୍ଳବ୍‌ର ସଦସ୍ୟ ଏହି ଆକ୍ରମଣ ପଛରେ ଅଛନ୍ତି । ମଙ୍ଗଳବାର ଦିନ ହୋଲି ହଙ୍ଗାମା ଭିତରେ ମହିଳାଙ୍କ ଘର ଉପରକୁ ଟେକା ପଥର ମାଡ଼ ହୋଇଥିଲା। ଆଉ ବିରୋଧ କରିବାରୁ ତାଙ୍କ ଉପରେ ହୋଇଥିଲା ଆକ୍ରମଣ ।

ସିସିଟିଭି ଫୁଟେଜ୍‌କୁ ଆଧାର କରି ଅଭିଯ଼ୁକ୍ତଙ୍କୁ ଚିହ୍ନଟ କରିଛି ଲିଙ୍ଗରାଜ ଥାନା ପୋଲିସ୍‌। ବର୍ତ୍ତମାନ ସୁଦ୍ଧା ଦୁଇ ଆକ୍ରମୃଣାକାରୀଙ୍କୁ ଉଠାଇ ଆଣିଥିବା ବେଳେ ବିଭିନ୍ନ ସ୍ଥାନରେ ଜାରି ରଖିଛି ଚଢ଼ାଉ। ଜମିଜମା ବିବାଦକୁ ନେଇ ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି।

କିନ୍ତୁ ଏବେ ତିନି ମାସ ତଳର ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ମହିଳା ଜଣଙ୍କ ଦେଖାଉଛନ୍ତି ଦବଙ୍ଗଗିରି। ଭିଡିଓରେ ସେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ପୁରା ଘଟଣାକ୍ରମକୁ ଗୋଳମାଳିଆ କରିଦେଇଛି  ।

ବିଜୟରାଜେଙ୍କଠାରୁ ଜ୍ୟୋତିରାଦିତ୍ୟ, ଜାଣନ୍ତୁ ସିନ୍ଧିଆ ପରିବାରର ରାଜନୈତିକ ଯାତ୍ରାର କଥା…

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିର ସିନ୍ଧିଆ ପରିବାର । ବିଜେପି ହେଉ ଅବା କଂଗ୍ରେସ ସବୁଠି ରହିଛି ଦବଦବା । ସବୁ ସରକାରରେ ପାୱାର କରିଡରରେ ରହୁଥିବା ସିନ୍ଧିଆ ପରିବାର ରାଜନୈତିକ ଯାତ୍ରାର ସମ୍ପୂର୍ଣ୍ଣ କଥା ।

ବିଜୟରାଜେ

ରାଜମାତା ବିଜୟରାଜେ ସିନ୍ଧିଆଙ୍କ ରାଜନୈତିକ ଜୀବନ ଆରମ୍ଭ ହୁଏ କଂଗ୍ରେସରୁ । ୧୯୫୭ ମସିହାରେ ରାଜେ, ଗୁନା ଲୋକସଭା ସିଟରୁ କଂଗ୍ରେସ ଟିକେଟରେ ସଂସଦକୁ ନିର୍ବାଚିତ ହୋଇଥିଲେ । ତେବେ, ମାତ୍ର ୧୦ ବର୍ଷ ଭିତରେ କଂଗ୍ରେସରୁ ତାଙ୍କର ମୋହଭଙ୍ଗ ହୋଇଥିଲା । ୧୯୬୭ ମସିହାରେ ସେ ଜନସଂଘରେ ସାମିଲ ହୋଇଥିଲେ । ଜନସଂଘ ଥିଲା ଭାରତୀୟ ଜନତା ପାର୍ଟିର ପୂର୍ବ ଅବତାର । ୧୯୭୧ ଇନ୍ଦିରା ଲହରକୁ ମାତ୍ ଦେଇ ମଧ୍ୟପ୍ରଦେଶର ଜନସଂଘ ତିନି ସିଟ୍ ହାତେଇ ଥିଲା । ଭିଣ୍ଡ୍ ଆସନରୁ ବିଜୟରାଜେ ବିଜୟୀ ହୋଇଥିଲେ । ଅନ୍ୟପକ୍ଷରେ ଗୁନା ଆସନରୁ ପୁଅ ତଥା ଜ୍ୟୋତିରାଦିତ୍ୟଙ୍କ ବାପା ମାଧବ ରାଓ ସିନ୍ଧିଆ ଜିତିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଗ୍ୱାଲିୟରରୁ ଜିତିଥିଲେ ।

ମାଧବ ରାଓ ସିନ୍ଧିଆ

ମାଧବ ରାଓ ନିଜ ମାତାପିତାଙ୍କର ଏକମାତ୍ର ପୁତ୍ର ଥିଲେ । ୪ ଭଉଣୀଙ୍କ ଭିତରେ ମାଧବ ରାଓଙ୍କ ସ୍ଥାନ ଥିଲା ତୃତୀୟ । ମାତ୍ର ୨୬ ବର୍ଷ ବୟସରେ ମାଧବ ରାଓ ସଂସଦରେ ପହଞ୍ଚି ପାରିଥିଲେ । ଜନସଂଘରୁ ସେ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ, ଜନସଂଘ ସହ ତାଙ୍କର ସମ୍ପର୍କ ଅଧିକ ଲମ୍ବା ଚାଲିନଥିଲା । ୧୯୭୭ ଜରୁରୀ କାଳୀନ ପରିସ୍ଥିତି ପରେ ମାଧବ ରାଓ ମା’ ବିଜୟରାଜେ ଓ ଜନସଂଘ ସହ ସମ୍ପର୍କ ଛିନ୍ନ କରିଥିଲେ । ୧୯୮୦ ମସିହାରେ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । କେନ୍ଦ୍ର ମନ୍ତ୍ରୀ ରହିଥିବା ମାଧବ ରାଓଙ୍କର ୨୦୦୧ ମସିହାରେ ଏକ ବିମାନ ଦୁର୍ଘଟଣାରେ ନିଧନ ହୋଇଥିଲା । ରାଜନୈତିକ ଘଟଣାକ୍ରମରେ ଏବେ ଜ୍ୟୋତିରାଦିତ୍ୟ ସେହି ଦଳରେ ଯୋଗ ଦେଇଛନ୍ତି ଯାହା ସହ ଦିନେ ତାଙ୍କ ପିତା ସମ୍ପର୍କ ଛିନ୍ନ କରିଥିଲେ ।

ବସୁନ୍ଧରା ରାଜେ

ବିଜୟରାଜେ ସିନ୍ଧେଙ୍କ ଝିଅ ହେଉଛନ୍ତି ବସୁନ୍ଧରା ରାଜେ । ୧୯୮୪ ମସିହାରେ ବସୁନ୍ଧରା ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ସାମିଲ ହୋଇଥିଲେ । ସେ ଅନେକ ଥର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି ।

ଯଶୋଧରା ରାଜେ ସିନ୍ଧିଆ

ବସୁନ୍ଧରା ରାଜେଙ୍କ ଭଉଣୀ ଯଶୋଧରା ରାଜେ ୧୯୭୭ରେ ଆମେରିକା ଚାଲି ଯାଇଥିଲେ । ତାଙ୍କର ତିନୋଟି ପିଲା ଅଛନ୍ତି କିନ୍ତୁ କାହାରି ମଧ୍ୟ ରାଜନୀତିରେ ରୁଚି ନାହିଁ । ୧୯୯୪ ମସିହାରେ ଭାରତ ଫେରିବା ପରେ ସେ ମା’ଙ୍କ ଇଛା ଅନୁସାରେ ବିଜେପିରେ ସାମିଲ ହୋଇଥିଲେ । ୧୯୯୮ରେ ସେ ବିଜେପି ଟିକେଟରେ ନିର୍ବାଚନ ଲଢିଥିଲେ । ୫ ଥର ବିଧାୟକ ରହିଥିବା ଯଶୋଧରା ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ଥିଲେ ।

ଜ୍ୟୋତିରାଦିତ୍ୟ ସିନ୍ଧିଆ

୩୧ ବର୍ଷ ବୟସରେ ପ୍ରଥମଥର ପାଇଁ ସାଂସଦ ଭାବେ ବିଜୟୀ ହୋଇଥିଲେ । ବାପାଙ୍କ ମୃତ୍ୟୁ ପରେ ଗୁନା ଆସନରୁ ୨୦୦୧ରେ ଉପନିର୍ବାଚନ ଜିତି ଲୋକସଭା ଯାଇଥିଲେ । ପୁଣିଥରେ ୨୦୦୪ରେ ଉକ୍ତ ଆସନରୁ ଜିତିଥିଲେ ସିନ୍ଧିଆ । ୧୭ ବର୍ଷ ଧରି କଂଗ୍ରେସରେ ରହି ସାଂସଦ ହେବା ପରେ ସେ ମାର୍ଚ୍ଚ ୧୦ରେ ଦଳ ଛାଡ଼ି ମାର୍ଚ୍ଚ ୧୧ରେ ବିଜେପିରେ ଯୋଗ ଦେଇଛନ୍ତି ।

ଦୁଷ୍ୟନ୍ତ ସିଂ

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁଅ ହେଉଛନ୍ତି ଦୁଷ୍ୟନ୍ତ ସିଂ । ଦୁଷ୍ୟନ୍ତ ବିଜେପିରେ ସାମିଲ ଅଛନ୍ତି । ସେ ଏବେ ରାଜସ୍ଥାନର ଝାଲବାଡ଼ ସିଟରୁ ସାଂସଦ ଅଛନ୍ତି ।

ପଦ୍ମା ରାଜେ ସିନ୍ଧିଆ

ପଦ୍ମା ରାଓ ସିନ୍ଧିଆ ଜିବାଜୀ ରାଓ ଓ ବିଜୟରାଜେ ସିନ୍ଧିଆଙ୍କ ପ୍ରଥମ ସନ୍ତାନ ଥିଲେ । ପଦ୍ମାଙ୍କ ପିତା ଜିବାଜୀ ରାଓଙ୍କ ନିଧନର ତିନି ବର୍ଷ ପରେ ହୋଇଥିଲା । ୧୯୬୧ରେ ଜିବାଜୀ ଓ ୧୯୬୪ରେ ପଦ୍ମାଙ୍କ ନିଧନ ହୋଇଥିଲା ।

ଉଷା ରାଜେ ସିନ୍ଧିଆ

ଜିବାଜୀ ରାଓ ଏବଂ ବିଜୟାରାଜେଙ୍କ ଦ୍ୱିତୀୟ ଝିଅ ଉଷା ରାଜେ ରାଜନୀତିରୁ ଦୂରରେ ଅଛନ୍ତି । ସେ ନେପାଳର ସମଶେର ବାହାଦୁର ରାଣାଙ୍କୁ ବିବାହ କରିଛନ୍ତି ।

ବାହାଘର ଭୋଜିରେ ଚା’ ପିଇ ୧୧ ଅସୁସ୍ଥ

ବାଲେଶ୍ୱର: ଚା’ ପିଇ ୧୧ ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ରଣସିଂହ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଗାଁର ଏକ ବାହାଘର ଭୋଜି ପାଇଁ ଗାଁ ଲୋକଙ୍କୁ ସକାଳୁ ଚା’ ପିଇବାକୁ ଦିଆଯାଇଥିଲା । ତେବେ ଚା ପିଇବା ପରେ ହଠାତ ୧୧ଜଣ ଅସୁସ୍ଥ ହୋଇପଡ଼ିଥିଲେ।

ସେମାନଙ୍କୁ ପ୍ରଥମେ ଶ୍ରଦ୍ଧାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ, ସେମାନଙ୍କୁ ଭୋଗରାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଅସାବଧାନତା ଯୋଗୁଁ ଚା’ରେ ପତି ବଦଳରେ କୀଟନାଶକ ମିଶିଥିବାକୁ ଏଭଳି ଅଘଟଣ ହୋଇଥିବା ଜଣାପଡିଛି ।

ପ୍ରସାଶନକୁ ଚେତାଇବାକୁ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ, ରାସ୍ତାରେ ଦୁର୍ଘଟଣାର ନାଟକ

ନବରଙ୍ଗପୁର: ରାଇଘରରୁ କୁନ୍ଦେଇ ଯିବା ରାସ୍ତାରେ ଦୁର୍ଘଟଣା । ରାସ୍ତା କଡ଼ରେ ପ୍ରାୟ ୮ରୁ ୧୦ ଛାତ୍ରଛାତ୍ରୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ଛଟପଟ ହେଉଛନ୍ତି । ଏହି ଦୃଶ୍ୟ ଦେଖି ହଠାତ୍ ଅଟକି ଯାଇଥିଲେ ସମସ୍ତ ପଥଚାରୀ । କ’ଣ ହେଇଛି କେମିତି ହୋଇଛି ଦୁର୍ଘଟଣା ବୁଝିବାକୁ ଜମିଥିଲା ଭିଡ଼ । କିନ୍ତୁ କିଛି ସମୟରେ ସବୁ ସ୍ପଷ୍ଟ ହୋଇ ଯାଇଥିଲା । ଆଦର୍ଶ ବିଦ୍ୟାଳୟର ୮ରୁ ୧୦ ଜଣ ଛାତ୍ରଛାତ୍ରୀ ଖରାପ ରାସ୍ତାକୁ ମରାମତି କରିବାକୁ ଏହି ଅଭିନବ ପ୍ରୟାସ କରିଥିଲେ ।

ଆଦର୍ଶ ବିଦ୍ୟାଳୟ କିଛି ଛାତ୍ରଛାତ୍ରୀଙ୍କ ଦ୍ୱାରା କାଳ୍ପନିକ ନାଟକ, ପ୍ରଶାସନକୁ ସଚେତନ କରାଇବା ସହ ଖରାପ ରାସ୍ତାକୁ ମରାମତି କରିବାକୁ ଏହି ଅଭିନବ ଉପାୟରେ ପ୍ରତିବାଦ କରିଥିଲେ l ନିଜ ଯାତାୟତ କରୁଥିବା ରାସ୍ତା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ଯୋଗୁଁ ଆଜି ଅଭିନୟ ଜରିଆରେ ସରକାର ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି l ଆଜିର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି l ଛାତ୍ରଛାତ୍ରୀ ନିଜେ ଅସୁରକ୍ଷିତ ହୋଇ ଯାତାୟତ କରୁଥିବା ବେଳେ ପ୍ରଶାସନ ସ୍ଥାନୀୟ ଲୋକ ପ୍ରତିନିଧି ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । ଏହାସହ ବିଦ୍ୟାଳୟ ସମୟରେ ୯ରୁ ୧୦ ଏବଂ ୩ରୁ ୪ ଟା ସମୟ ପର୍ଯ୍ୟନ୍ତ ଯଦି ଭାରିଯାନ ଯିବା ଆସିବା ବନ୍ଦ କରିଦିଅନ୍ତି ତେବେ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରିବେ ବୋଲି ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ । ଉମରକୋଟ ଠାରୁ ଖିଲଲି ଯାଏଁ ରାସ୍ତା ଏବେ ସମ୍ପୂର୍ଣ୍ଣ ଶୋଚନୀୟ, ପ୍ରତିଦିନ ଏହି ରାସ୍ତାରେ ୧୫ହଜାରରୁ ଊର୍ଦ୍ଧ୍ୱ ଗାଡ଼ି ଯାତାୟତ କରିଥାଏ ।