ରାଜ୍ୟରେ କମିଛି ମାଓ ହିଂସା, ତ୍ୱରିତ ନ୍ୟାୟ ପାଇଁ ପ୍ରତିଷ୍ଠା ହୋଇଛି ୧୪ଟି ନୂଆ କୋର୍ଟ

1 min read

ଭୁବନେଶ୍ୱର: ରାଜ୍ୟରେ ମାଓ ହିଂସା ହ୍ର।ସ ପାଇଛି। ଲୋକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ପ୍ରତିଷ୍ଠା ହୋଇଛି ୧୪ଟି ନୂଆ କୋର୍ଟ। ବିଧାନସଭାରେ ଆଜି ଉପସ୍ଥାପିତ ଷ୍ଟାଣ୍ଡିଂ କମିଟି ରିପୋର୍ଟରୁ ଏମିତି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଏସବୁ ଭିତରେ ମୋ ସରକାରର କାମକୁ ଖୁବ୍‌ ପ୍ରଂଶସା ମିଳିଛି ।

ରାଜ୍ୟରେ କମିଛି ମାଓବାଦୀ କାର୍ଯ୍ୟକଳାପ। ତ୍ୱରିତ ନ୍ୟାୟ ପାଇଁ ପ୍ରତିଷ୍ଠା ହୋଇଛି ୧୪ଟି ନୂଆ କୋର୍ଟ। ୧୧ଟି ଜେଏମଏଫସି, ଦୁଇଟି ଏଡିଜେ ଓ ଗୋଟିଏ ସିନିଅର ସିଭିଲ ଜଜ୍‌ କୋର୍ଟ କାର୍ଯ୍ୟକ୍ଷମ କରାଯାଇଛି। ୨୦୧୯ରେ ତିନୋଟି ଲ୍ୟାଣ୍ଡ ଆକ୍ୱିଜେସନ ରିହାବିଲିଟେସନ୍‌ ଆଣ୍ଡ ରିସେଟେଲମେଣ୍ଟ ଅଥରିଟିକୁ କଟକ, ସମ୍ବଲପୁର ଓ ବ୍ରହ୍ମପୁରଠାରେ ସ୍ଥାପନ କରାଯାଇଛି। ସ୍ପେସିଫିକ ରିଲିଫ୍‌ ଆକ୍ଟ ଆଧାରରେ ୭୬ଟି ସିନିଅର ସିଭିଲ ଜଜ୍‌ କୋର୍ଟକୁ ସ୍ୱତନ୍ତ୍ର କୋର୍ଟର ମାନ୍ୟତା ଦେଇଛନ୍ତି ସରକାର । ରିପୋର୍ଟ କହୁଛି,ରାଜ୍ୟରେ ଦଙ୍ଗା ମଧ୍ୟ କମିଛି। ନୂଆରେ ଆରମ୍ଭ ହୋଇଥିବା ଅଭିଯାନ-ମୋ ସରକାରକୁ ମଧ୍ୟ ଖୁବ୍‌ ପ୍ରଶଂସା ମିଳିଛି ।

ସେହିପରି ମାଓ ହିଂସା ପୂର୍ବାପେକ୍ଷା ଅନେକ କମିଛି। ତଥାପି କିଛି ମାଓପ୍ରବଣ ଜିଲ୍ଲାରେ ଏବେ ବି ମାଓବାଦୀଙ୍କ ଗତିବିଧି ଜାରି ରହିଛି। ୨୦୧୯ରେ ୪୪ଟି ମାଓବାଦୀ କାର୍ଯ୍ୟକଳାପ ରିପୋର୍ଟ ହୋଇଥିଲା। ୧୨ଟି ଘଟଣାରେ ପୋଲିସ ଓ ମାଓବାଦୀଙ୍କ ଭିତରେ ଗୁଳି ବିନିମୟ ହୋଇଛି । ୮ ଜଣ ମାଓବାଦୀ ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି । ୫୦ ଗିରଫ ଓ ୧୩ ଜଣ ଆତ୍ମସମର୍ପଣ କରିଛନ୍ତି ।

ଆଣ୍ଟି ନକ୍ସଲ୍‌ ଅପରେସନ ସମୟରେ ୨୧ଟି ବନ୍ଧୁକ, ୩୦ ଅତ୍ୟାଧୁନିକ ବିସ୍ଫୋରକ ଓ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ହେଲେ ତଥ୍ୟ କହୁଛି,ରାଜ୍ୟରେ ଅପରାଧ ହାର ବଢିଛି। ଦୁଷ୍କର୍ମ ମାମଲାରେ ମଧ୍ୟ ଦେଶ ଭଳି ରାଜ୍ୟର ସ୍ଥିତି। ୨୦୧୮ରେ ୧୦, ୭୪୦୮ ଅପରାଧିକ ମାମାଲ ଦାୟର ହୋଇଥିଲା। ୨୦୧୯ରେ ଏହା ବଢି ୧୨,୧୫୨୫କୁ ବୃଦ୍ଧି ପାଇଛି ।

Leave a Reply