spot_img
Home Blog Page 7484

୪ ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା

ଭୁବନେଶ୍ୱର: ଓଡ଼ିଶାରୁ ଖାଲି ପଡ଼ିଥିବା ୪ ରାଜ୍ୟସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁବାସ ସିଂ, ସୁଜିତ୍ କୁମାର, ମୁନ୍ନା ଖାଁ ଓ ମମତା ମହନ୍ତ । ନାମାଙ୍କନ ସହ ପ୍ରାର୍ଥୀମାନେ ସେମାନଙ୍କ ସମ୍ପତ୍ତି ତାଲିକା ମଧ୍ୟ ପ୍ରଦାନ କରିଛନ୍ତି । ନାମାଙ୍କନ କରିଥିବା ୪ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠୁ ଧନୀ ହେଉଛନ୍ତି ସୁଜିତ୍ କୁମାର ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ, ଦ୍ୱିତୀୟ ଧନୀ ହେଉଛନ୍ତି ମୁନ୍ନା ଖାଁ ଯାହାଙ୍କ ପାଖରେ ୩୨ ଲକ୍ଷ ଟଙ୍କା ସମ୍ପତ୍ତି ରହିଛି । ତୃତୀୟରେ ମମତା ମହନ୍ତ । ତାଙ୍କ ପାଖରେ ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଓ ସୁବାସ ସିଂଙ୍କ ପାଖରେ ୨୩ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।

ସୁଜିତ୍ କୁମାର

ପ୍ରାୟ ୧ କୋଟି ୧୦ ଲକ୍ଷ ୯ ହଜାର ୨୩୦ ଟଙ୍କାର ସମ୍ପତ୍ତି ରହିଛି ସୁଜିତଙ୍କ ପାଖରେ । ସ୍ତ୍ରୀଙ୍କ ନାଁରେ ୨୬ ଲକ୍ଷ ୬୯ ହଜାର ୧୮୦ ଟଙ୍କାର ସମ୍ପତ୍ତି ରହିଛି । ଭୁବନେଶ୍ୱରରେ ଧଉଳି ନଗରରେ ପ୍ଲଟ୍ ଅଛି । ସୁଜିତ କୁମାରଙ୍କ ମୋଟ ସ୍ଥାବର ସମ୍ପତ୍ତି ମୂଲ୍ୟ ୭୮ ଲକ୍ଷ ୩୦ ହଜାର । ସ୍ତ୍ରୀଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୭୪ ଲକ୍ଷ ୪୬ ହଜାର ଟଙ୍କା । ମୋଟ ୭୪ ଲକ୍ଷ ୯୪ ହଜାର ୩୮୨ ଟଙ୍କା ଋଣ ରହିଛି । ୭ଟି କମ୍ପାନିରେ ସୁଜିତ୍ ୫୧ ଲକ୍ଷ ୫୩ ହଜାର ନିବେଶ କରିଥିବା ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

ମୁନ୍ନା ଖାଁ

ଅଭିନେତାରୁ ରାଜନେତା ପାଲଟିଥିବା ମୁନ୍ନା ଖାଁଙ୍କ ପାଖରେ ୩୨ ଲକ୍ଷ ୯୫ ହଜାର ୫୭୬ ଟଙ୍କାର ସମ୍ପତ୍ତି ରହିଛି । ତାଙ୍କ ପାଖରେ ଗୋଟିଏ ହୋଣ୍ଡା ସିଟି କାର ରହିଛି । ଡାକ ଘରେ ୨ ଲକ୍ଷ ୩୬ ହଜାର ୮୬୬ ଟଙ୍କା ଜମା ଅଛି । ୨୨ ଲକ୍ଷ ୫୦ ହଜାର ଟଙ୍କାର ଏଲଆଇସି, ୨୪ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଅଛି । ୧୪ ଲକ୍ଷ ଟଙ୍କା ଋଣ ନେଇଛନ୍ତି । ୧ କୋଟି ୬୦ ଲକ୍ଷ ୩୯୦ ଟଙ୍କାର ଅସ୍ଥାବର ଜମି ରହିଥିବା ମୁନ୍ନା ଖାଁ ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

ମମତା ମହନ୍ତ

ମୟୂରଭଞ୍ଜର ଆଦିବାସୀ ଝିଅ ତଥା ନାରୀ ସଶକ୍ତିକରଣ ପାଇଁ ପରିଚିତ ଥିବା ମମତା ମହନ୍ତଙ୍କ ପାଖରେ ମୋଟ ୨୫ ଲକ୍ଷ ୩ ହଜାର ୯୪୪ ଟଙ୍କାର ସମ୍ପତ୍ତି ରହିଛି । ନିଜ ପାଖରେ ୮ ଲକ୍ଷ ୨୨ ହଜାର ୭ ଟଙ୍କା ଥିବା ବେଳେ ସ୍ୱାମୀଙ୍କ ପାଖରେ ୧୬ ଲକ୍ଷ ୮୧ ହଜାର ୯୩୭ ଟଙ୍କା ରହିଛି । ସେହିପରି ତାଙ୍କ ନିକଟରେ ୨୯ ଲକ୍ଷ ୪୫ ହଜାର ୮୪୦ ଟଙ୍କାର ଜମି ରହିଥିବା ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ମମତା ମହନ୍ତ ।

ସୁବାସ ସିଂ

ଶ୍ରମିକ ନେତା ସୁବାସଙ୍କ ପାଖରେ ରହିଛି ୨୩ ଲକ୍ଷ ୩୭ ହଜାର ୧୮୭ ଟଙ୍କାର ସମ୍ପତ୍ତି । ତାଙ୍କ ଘରର ମୂଲ୍ୟ ୭ ଲକ୍ଷ ୨୫ ହଜାର ଟଙ୍କା ହେବ । ତାଙ୍କ ନାଁରେ ୧୧ଟି ଅପରାଧିକ ମାମଲା ରହିଛି । ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି ।

ମୁନ୍ନା ଖାଁ, ସୁଜିତ୍ କୁମାର, ସୁବାସ ସିଂ ଓ ମମତା ମହନ୍ତଙ୍କୁ ରାଜ୍ୟସଭା ଟିକେଟ୍

 

‘ହାତ’ରେ ‘ପଦ୍ମ’ ଧରିଲେ ଜ୍ୟୋତିରାଦିତ୍ୟ, ସୋସିଆଲ ମିଡିଆରେ ପବ୍ଲିକ୍ ନେଉଛି ମଜା

କଂଗ୍ରେସର ହାତ ଛାଡ଼ି ଜ୍ୟୋତିରାଦିତ୍ୟ ପଦ୍ମ ଧରିଛନ୍ତି ଓ ଏହା ସହ ଟ୍ୱିଟରରେ ସକ୍ରିୟ ଥିବା ନେଟିଜନଙ୍କୁ ଥଟ୍ଟା ପରିହାସର ଖୋରାକ ମଧ୍ୟ ଯୋଗାଇଛନ୍ତି । ଟ୍ୱିଟର ପ୍ଲାଟଫର୍ମରେ କଂଗ୍ରେସ, ଏହାର ହାଇକମାଣ୍ଡ ଓ ଅନ୍ୟ ନେତୃତ୍ୱ ଟ୍ରୋଲ ହେଉଛନ୍ତି । ଟ୍ରୋଲରଙ୍କ ନିଶାନାରେ ରାହୁଲଙ୍କ ଠାରୁ ସଚିନ ପୁଣି ସୋନିଆ ସମସ୍ତେ ଅଛନ୍ତି । ମିମ୍ , ୱାନ ଲାଇନର ଜରିଆରେ ସୋସିଆଲ ମିଡିଆ ୟୁଜର୍ସ ସେମାନଙ୍କ କ୍ରଏଟିଭିଟି ଦେଖାଇବାରେ ସଙ୍କୋଚ କରୁନାହାନ୍ତି । ଆସନ୍ତୁ ସେହିଭଳି କିଛି ମଜାଦାର ଟ୍ୱିଟ ଏବଂ ମିମ୍ ଉପରେ ନଜର ପକାଇବା ।

୧.

୨.

୩.

୪.

୫.

୬.

https://twitter.com/tw_himanshu/status/1237622123516121088

୭.

https://twitter.com/sagar_sankhi/status/1237597659415736320

୮.

https://twitter.com/Ramkishorkatar2/status/1237563116080283649

୯.

https://twitter.com/tw_himanshu/status/1237621163561451522

୧୦.

https://twitter.com/cs_avinashjha/status/1237396981330227200

ବଦଳି ଯାଇଛି କଂଗ୍ରେସ, ମୋଦିଙ୍କ ହାତରେ ଦେଶ ସୁରକ୍ଷିତ: ସିନ୍ଧିଆ

ନୂଆଦିଲ୍ଲୀ: ୪୮ ଘଣ୍ଟାର ସସପେନ୍ସ । ମଧ୍ୟପ୍ରଦେଶ ରାଜନୀତିକୁ ଦେଇଛି ନୂଆ ମୋଡ଼ । ମଙ୍ଗଳବାର କଂଗ୍ରେସର ହାତ ଛାଡ଼ିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ପଦ୍ମ ଧରିଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି । ଦଳ ପରିବର୍ତ୍ତନ ସହ ବଦଳି ଯାଇଛି ପରିଭାଷା ।

ବିଜେପିର ପ୍ରାଥମିକ ସଦସ୍ୟ ପଦ ଗ୍ରହଣ ପରେ ସିନ୍ଧିଆ କହିଛନ୍ତି, ‘କଂଗ୍ରେସ ବଦଳି ଯାଇଛି । ଏବେ କଂଗ୍ରେସ ଜରିଆରେ ଆଉ ଜନସେବା କରିବା ସମ୍ଭବ ନୁହେଁ ।’ ଏଥିସହ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ମୋଦିଙ୍କ ହାତରେ ଦେଶର ଭବିଷ୍ୟତ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ବୋଲି କହିଛନ୍ତି ।

ଜୋତିରାଦିତ୍ୟ ମଧ୍ୟପ୍ରଦେଶର କମଲନାଥ ସରକାର ଉପରେ ବି ଜୋରଦାର ଆକ୍ରମଣ କରିଛନ୍ତି । କମଲନାଥ ସରକାରରେ କୃଷକ, ଯୁବକ ଉପେକ୍ଷିତ ହେଉଥିବା ବେଳେ ଭ୍ରଷ୍ଟାଚାର ବଢ଼ିଥିବା ସିନ୍ଧିଆ ଅଭିଯୋଗ କରିଛନ୍ତି । ମୁଁ କଂଗ୍ରେସରେ ୧୮ରୁ ୧୯ ବର୍ଷ ରହି ଶ୍ରଦ୍ଧାର ସହିତ ମଧ୍ୟପ୍ରଦେଶର ସେବା କରିବାକୁ ଚେଷ୍ଟା କରିଛି । କିନ୍ତୁ, ଏବେ ଉପୁଜିଥିବା ପରିସ୍ଥିତିରେ କଂଗ୍ରେସରେ ରହି ଜନସେବା କରିବା ଅସମ୍ଭବ । ପୂର୍ବରୁ ଥିବା କଂଗ୍ରେସ ଦଳ ଏବେର କଂଗ୍ରେସ ଭିତରେ ବହୁ ଫରକ ଅଛି । କଂଗ୍ରେସରେ ନୂଆ ନେତୃତ୍ୱକୁ ଠିକ୍ ମାନ୍ୟତା ମିଳୁନଥିବା ସିନ୍ଧିଆ କହିଛନ୍ତି ।

ବିଜେପିରେ ଯୋଗଦେଲେ ଜ୍ୟୋତିରାଦିତ୍ୟ: କହିଲେ, ସରକାର ଗଠନ ବେଳେ ମୋ ସ୍ୱପ୍ନ ଚୁରମାର ହୋଇଗଲା