ଓଡ଼ିଶାକୁ ନାହିଁ କରୋନା ଭୟ, ପ୍ରଭାବିତ ଦେଶକୁ ଯାତ୍ରାରେ ବ୍ୟାନ୍ ଲଗାଇଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ନାହିଁ କରୋନା ଭୟ । ଏ ଯାବତ ମିଳିଥିବା ସନ୍ଦିଗ୍ଧ ୧୬ଟି ନମୁନାରୁ ୧୪ଟି ରିପୋର୍ଟ ନେଗେଟିଭ ଆସିଛି । ଅନ୍ୟ ଦୁଇଟି ପରୀକ୍ଷା ରିପୋର୍ଟ ଆସିନାହିଁ । କିନ୍ତୁ କରୋନା ଆକ୍ରାନ୍ତ ଦେଶକୁ ଯାତ୍ରା ନକରିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ସଚିବ । ଚାଇନା , ହଙ୍ଗକଙ୍ଗ , ଦକ୍ଷୀଣ କୋରିଆ , ଜାପାନ, ଇଟାଲି, ସିଙ୍ଗାପୁର, ଇରାନ , ମାଲେସିଆ, ଫ୍ରାନ୍ସ, ସ୍ପେନ, ଆମେରିକା ,ୟୁକେ ଓ ଜର୍ମାନୀ ଯାତ୍ରା ନକରିବାକୁ କହିଲେ ବିଭାଗ ।

କରୋନା ସଂକ୍ରମଣ ଦେଶରୁ ଆସୁଥିବା ବ୍ୟକ୍ତି ୧୪ ଦିନ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବା ସହ ଆଇସୋଲେଟେଡ ହୋଇରୁହନ୍ତୁ ବୋଲି ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ସଚିବ ।

ଅନ୍ୟପଟେ କରୋନା ଭାଇରସ ୧୧୦ ଦେଶକୁ ବ୍ୟାପିଛି । ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଅଛନ୍ତି ଏବଂ ଭାରତରେ ୬୦ ଲୋକ ଆକ୍ରାନ୍ତ ଅଛନ୍ତି । ଚାଇନା ପରେ ସବୁଠୁ ବେଶି ପ୍ରଭାବିତ ଦେଶ ହେଉଛି ଇଟାଲୀ । ଏଥିପାଇଁ କରୋନା ଆକ୍ରାନ୍ତ ଦେଶକୁ ନଯିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଭାରତରେ ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା କର୍ଣ୍ଣାଟକ, କେରଳରେ ଚିହ୍ନଟ ହୋଇଛନ୍ତି କରୋନା ଭାଇରସ ସଂକ୍ରମିତ ରୋଗୀ ।

ସାନିଟାଇଜର ଓ ମାସ୍କର କଳାବଜାରୀ ରୋକିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଡ୍ରଗ କଣ୍ଟ୍ରୋଲଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply