spot_img
Home Blog Page 7349

ଦିନକ ବ୍ୟବଧାନ ପରେ ପୁଣି ବଢିଲା କରୋନା ଗ୍ରାଫ୍‌….ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ଆଜି ରାଜ୍ୟରେ ଆଉ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟର ମୋଟ ପଜିଟିଭ ସଂଖ୍ୟା ୬୧ରୁ ୬୮କୁ ବୃଦ୍ଧି ହୋଇଛି । ତେବେ ରାଜ୍ୟରେ ଏବେ ୪୩ଟି ଆକ୍ଟିଭ କେସ ରହିଛି । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି ମୋଟ୍ ୧୦ ହଜାର ୬୪୧ ଟି ନମୁନା ପରୀକ୍ଷା ହୋଇଛି । ସେଥି ମଧ୍ୟରୁ ୧୦ ହଜାର ୫ଶହ ୭୩ଟି ନମୁନା ନେଗେଟିଭ ଆସିଛି ।

ତେବେ, ସଂକ୍ରମିତଙ୍କ ବିଷୟରେ ସ୍ୱାସ୍ଥ୍ୟ ବିଭାଗ ଏଯାଏଁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିନାହିଁ ।  ଗତ ୨ ଦିନ ତଳେ ବାଲେଶ୍ୱର ଜିଲ୍ଲାରୁ ମଧ୍ୟ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୫୮ ବର୍ଷ ବୋଲି ଜଣାପଡିଥିଲା । ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣକୁ ରୋକିବା ପାଇଁ ବାଲେଶ୍ୱରରେ ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଆଜି ସକାଳେ ରାଜ୍ୟରେ ପୁଣି ଆଉ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଶତ୍ରୁ ଷଡଯନ୍ତ୍ରର ଶିକାର ହେବେ… ରାଜନୀତିରେ ଅସଫଳ ହେବେ

ଏପ୍ରିଲ ୨୦ ତାରିଖ ୨୦୨୦ ମସିହା, ସୋମବାର, ମେଷ ୮ଦିନ,

ଶକାଦ ୧୯୪୨, ୧୪୨୭ ସାଲ୍‌ , ବିକ୍ରମ ସମ୍ବତ୍‌ ୨୦୭୭,

ବୈଶାଖ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି

ଉତ୍ତରା ଭାଦ୍ରପଦନକ୍ଷତ୍ର , ମୀନରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଯୋଗିନୀ ଦକ୍ଷିଣ ଦିଗରେ ରହୁଥିବାରୁ ଦକ୍ଷିଣ ଦିଗକୁ ଯାଆନ୍ତୁ ନାହିଁ

ଘାତ ଚନ୍ଦ୍ର- ଧନୁରାଶି ପୁରୁଷ ଓ ତୁଳାରାଶି ମହିଳାଙ୍କର

ମିଥୁନ ରାଶିର ଘାତବାର

ଶୁଭ ସମୟ- ଦିନ ୧୦ଟା ୩୦ମିନିଟ୍‌ରୁ ଦିନ ୧ଟା ୧ ମିନିଟ୍‌

ଅଶୁଭ ସମୟ- ସକାଳ ୭ଟା ରୁ ୮ଟା ୩୦ ମିନିଟ୍‌ ମଧ୍ୟରେ

ମେଷ ରାଶି

ଅଶ୍ବିନୀ ନକ୍ଷତ୍ର- ଧନହାନି, ମାନହାନି, ଦେହକଷ୍ଟ ଦେଖାଦେଇପାରେ

ଦ୍ବିଜା ନକ୍ଷତ୍ର- ଦୂରଯାତ୍ରା କରିପାରନ୍ତି, ଅର୍ଥ କିଛି ମିଳିପାରେ

କୃତ୍ତିକା ନକ୍ଷତ୍ର- ଦୁର୍ଘଟଣା ଘଟିପାରେ, ବ୍ୟାପାରରେ କ୍ଷତି ସହିବେ

ପ୍ରତିକାର- ଭୁବନେଶ୍ୱରୀଙ୍କୁ ଧଳା ଫୁଲରେ ପୂଜା କରନ୍ତୁ

ବୃଷ ରାଶି 

କୃତ୍ତିକା ନକ୍ଷତ୍ର- ରୋଜଗାର ହରାଇବେ, ଆର୍ଥିକ ସଙ୍କଟ ଦେଇ ସମୟ ଚାଲିବ

ରୋହିଣୀ  ନକ୍ଷତ୍ର- ବାହାରକୁ ଯିବାର ସୁଯୋଗ ପାଇବେ, ଆର୍ଥିକ ଲାଭ ହୋଇପାରେ

ମୃଗଶିରା ନକ୍ଷତ୍ର- ଦୁଃସମ୍ବାଦ ପାଇବ, ମାଙ୍ଗଳିକ କାମ ଅଟକି ଯିବ

ମା’ ଦୁର୍ଗାଙ୍କୁ ଲାଲ ମନ୍ଦାର ଫୁଲରେ ପୂଜା କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- ଚାକିରୀ ଚାଲିଯାଇପାରେ,  ମାନ ସମ୍ମାନ ହରାଇବେ

ଆର୍ଦ୍ରା ନକ୍ଷତ୍ର- କର୍ମ ନିଯ଼ୁକ୍ତିର ସମ୍ଭାବନା ଅଛି, ରୋଜଗାର ଯୋଜନା ସଫଳ ହେବ

ପୁନର୍ବସୁ ନକ୍ଷତ୍ର- କୋର୍ଟ କଚେରୀ ଜନିତ ସମସ୍ୟା ବଢିବ, ଶତ୍ରୁ ଷଡଯନ୍ତ୍ରର ଶିକାର ହେବେ

ମା’ ତ୍ରୀପୁରା ସୁନ୍ଦରୀଙ୍କୁ ସିନ୍ଦୁର ପ୍ରଦାନ କରନ୍ତୁ

କର୍କଟ ରାଶି

ପୁର୍ନବସୁ- ଚାକିରୀରେ ସ୍ଥାନାନ୍ତର ଅଛି, ବିବାହ ଆଦି  ମାଙ୍ଗଳିକ କାମରେ ବିଶୃଙ୍ଖଳା ଦେଖାଦେବ

ପୁଷ୍ୟା ନକ୍ଷତ୍ର- ବ୍ୟାପାର ବାଣିଜ୍ୟ ଯୋଜନା ଆଗେଇବ, ପିତାଙ୍କଠାରୁ ଆଶୀର୍ବାଦ ପାଇବେ

ଅଶ୍ଲେଷା ନକ୍ଷତ୍ର- ଚାକିରୀରେ ବାଧାଦେଖାଦେବ, ରାଜନୀତିରେ ଅସଫଳ ହେବେ

ମା’ ଭୁବନେଶ୍ୱରୀଙ୍କୁ ଚୁଡି ଓ ସିନ୍ଦୁର ଅର୍ପଣ କରନ୍ତୁ

ସିଂହ ରାଶି

ମଘାନକ୍ଷତ୍ର- ଦୁର୍ଘଟଣା, ରୋଗଯନ୍ତ୍ରଣା, ମାନସିକ ଅଶାନ୍ତି ଘଟିପାରେ

ପୂର୍ବା ଫାଲଗୁନୀ ନକ୍ଷତ୍ର- ସଂଘର୍ଷରେ ବିଜୟୀ ହେବେ, ଅର୍ଥ ଲାଭ ହୋଇପାରେ

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଔଷଧ ଖର୍ଚ୍ଚ ବଢିବ, ମାନ ସମ୍ମାନ ହାନି ଘଟିପାରେ

ମା’ ସରସ୍ୱତୀଙ୍କୁ ଧଳାଫୁଲ କିଛି ଅର୍ପଣ କରି ପୂଜା କରନ୍ତୁ

କନ୍ୟା ରାଶି

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଝଗଡା ଲାଗିପାରେ,ସଂପର୍କ ଅତି ଖରାପ ଦିଗକୁ ଯାଇପାରେ

ହସ୍ତା ନକ୍ଷତ୍ର- ବିବାହ  କିମ୍ବା ଅନ୍ୟ ମାଙ୍ଗଳିକ କାମରେ ଅଗ୍ରଗତି ହେବ, ଅର୍ଥ ପ୍ରାପ୍ତ ହେବ

ଚିତ୍ରା ନକ୍ଷତ୍ର- ବାଣିଜ୍ୟ ଯୋଜନାରେ ବିଫଳ ହେବେ, ସମ୍ମାନ ହାନି ଘଟିବ

ମା’ ଦୁର୍ଗାଙ୍କୁ ମନ୍ଦାର ଫୁଲରେ ପୂଜା କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର- ରୋଗ,ଋଣ, ଶତ୍ରୁ ସମସ୍ୟା ବଢିଯାଇପାରେ

ସ୍ବାତୀ ନକ୍ଷତ୍ର- ଦେହ ଭଲ ରହିବ ନାହିଁ, ବାହାରକୁ ଯାତ୍ରା ହୋଇନପାରେ

ବିଶାଖା ନକ୍ଷତ୍ର- ବ୍ୟାପାରରେ ବହୁକ୍ଷତି ସହିବେ, କାମରେ ବାଧା ଉପୁଜିବ, ଚାକିରୀ ଚାଲିଯାଇପାରେ

ମା’ ଲକ୍ଷ୍ମୀଙ୍କୁ ପୂଜା ପରେ ଝୁଣା ଧୁପ ଦିଅନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- ବ୍ୟାପାର ଯୋଜନା ଫେଲ ମାରିବ, ଶତ୍ରୁମାନେ ସମସ୍ୟା ସୃଷ୍ଟି କରିବେ, ସନ୍ତାନ କଷ୍ଟ ଲାଗିରହିବ

ଅନୁରାଧା ନକ୍ଷତ୍ର- ସୁସମ୍ବାଦ ପାଇବେ, ମାଙ୍ଗଳିକ କାମରେ ଯୋଗ ଦେବେ

ଜ୍ୟୋଷ୍ଠା ନକ୍ଷତ୍ର- ଚାକିରୀ ଚାଲିଯାଇପାରେ, ପିଲାମାନଙ୍କ ଯୋଗୁଁ କଷ୍ଟ ଅନୁଭବ କରିପାରନ୍ତି

ତାରାଦେବୀଙ୍କୁ ଲାଲ ଫୁଲରେ ପୂଜା କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର-ଯାନବାହାନ ସମସ୍ୟା ଉପୁଜିବ, ବନ୍ଧୁ ସାହାଯ୍ୟ କରିବେ ନାହିଁ ,କାମ ଅଧୁରା ରହିପାରେ

ପୂର୍ବାଷାଢା ନକ୍ଷତ୍ର- ଘର ତିଆରି ଯୋଜନା କରିବେ, ଅର୍ଥ ପ୍ରାପ୍ତ ହେବ, ମନସ୍କାମନା ପୂରଣ ହେବ

ଉତ୍ତରାଷାଢା ନକ୍ଷତ୍ର- ଔଷଧ ଖର୍ଚ୍ଚ ବଢିବ, ଋଣକୁ ନେଇ ମନ ବିଚଳିତ ରହିବ

ତାରାଦେବୀଙ୍କୁ ହଳଦିଆ ମନ୍ଦାର ଫୁଲରେ ପୂଜା କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର- ଭାଇ ଭଉଣୀଙ୍କ ମଧ୍ୟରେ ବିବାଦ ଦେଖାଦେବ

ଶ୍ରବଣା ନକ୍ଷତ୍ର- ଅର୍ଥ ମିଳିବ, ଚାକିରୀରେ ସଫଳ ହେବେ, ମାଙ୍ଗଳିକ କାମ ଆଗେଇପାରେ

ଧନିଷ୍ଠା ନକ୍ଷତ୍ର- ଦୁଃସମ୍ବାଦ ପାଇବେ, ବ୍ୟାପାର ଅଟକିପାରେ,

ମା’ ଦକ୍ଷୀଣକାଳୀଙ୍କୁ ପଦ୍ମରେ ପୂଜା କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଧନ ମିଳିବ ନାହିଁ, ପରିବାରରେ ଅଶାନ୍ତି, ଶୁଭକାମ ନହୋଇପାରେ

ଶତଭିଷା- କିଛି ଅର୍ଥ ଧାର୍‌ ସୂତ୍ରରେ ପାଇବେ, ରହିଥିବା ଇଚ୍ଛା ପୂରଣ ହୋଇପାରେ

ପୂର୍ବାଭାଦ୍ରପଦ- ଋଣ ସମସ୍ୟା ବଢି ଚାଲିବ, ଧନ ପ୍ରାପ୍ତରେ ବାଧା ସୃଷ୍ଟି ହୋଇପାରେ

ମା’ଦକ୍ଷିଣକାଳୀଙ୍କୁ ୩ଟି ଗୋଲାପ ଫୁଲ ଅର୍ପଣ କରି ପୂଜା କରନ୍ତୁ

ମୀନ ରାଶି

ପୂର୍ବାଭାଦପଦ୍ର ନକ୍ଷତ୍ର-ଦେହ ଭଲ ରହିବ ନାହିଁ, ଧନ ଯୋଗୁଁ ସମ୍ମାନ ହାନି ଘଟିପାରେ

ଉତ୍ତରାଭାଦ୍ର ନକ୍ଷତ୍ର- ଘରେ ମାଙ୍ଗଳିକ କାମ ଅନୁଷ୍ଠିତ ହେବ, ଅର୍ଥ ସମସ୍ୟା ଦୂର ହେବ

ରେବତୀ ନକ୍ଷତ୍ର- ବନ୍ଧୁ ବିବାଦ ଘଟିପାରେ, ଶତ୍ରୁ ସମସ୍ୟା ଦେଖାଦେଇପାରେ, ଋଣଭାର ବହୁ ମାତ୍ରାରେ ବଢିପାରେ

ତାରାଦେବୀଙ୍କୁ ହଳଦିଆ ବସ୍ତ୍ର ପିନ୍ଧି ପୂଜା କରନ୍ତୁ

ଜ୍ୟୋତିର୍ବିଦ୍‌ ବିପିନ୍‌ କୁମାର ରାଉତରାୟ

ଯୋଗାଯୋଗ- 9937343533

 

 

 

ଲକ୍‌ଡାଉନ୍‌ କଟକଣାକୁ ଫୁ’: ୩ ମହିଳାଙ୍କୁ ନେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ପୋଲିସ ବାବୁ!

ପୁରୀ: ପୋଲିସ ବାବୁ ଭାଙ୍ଗିଲେ ଲକ୍‌ଡାଉନ୍‌  କଟକଣା । ୩ ମହିଳାଙ୍କୁ ନେଇ ଶ୍ରୀମନ୍ଦିରରେ ପ୍ରବେଶ କଲେ ଜଣେ ଇନ୍ସପେକ୍ଟର । ଦକ୍ଷିଣଦ୍ଵାରରେ ନିୟୋଜିତ ଥିବା ଜେଟିପିଙ୍କ ବାରଣ ସତ୍ତ୍ୱେ  ଶ୍ରୀମନ୍ଦିରରେ ଜୋର ଜବରଦସ୍ତ ପ୍ରବେଶ କରିଥିବା ଅଭିଯୋଗ । ଶ୍ରୀମନ୍ଦିର ଭିତରେ ସେବାୟତ ଦେଖିବା ପରେ ଖବର ଚର୍ଚ୍ଚାକୁ ଆସିଛି । ଅଫିସର ଜଣକ ଯାଜପୁର ବଡଚଣା ଆଇଆଇସି ଦୀପକ କୁମାର ଜେନା ବୋଲି ଜଣାପଡିଛି । ମନ୍ଦିର ଦ୍ଵାର ନିକଟରେ ଠିଆ ହୋଇଥିବା ‘ଓଆର ୫ ଏଫ୍‌ ୦୫୦୦’ ନମ୍ବର ଥିବା ନାଲିବତି ଲଗାଯାଇଥିବା ଏକ ସ୍କର୍ପିଓ ଗାଡ଼ିରେ ପୋଲିସ ବାବୁ ଜଣକ ଆସିଥିବା ସୂଚନା ଦେଇଛନ୍ତି ପ୍ରତକ୍ଷଦର୍ଶୀ । ଏନେଇ ସିଂହଦ୍ଵାର ଥାନା ଅଧିକାରୀଙ୍କୁ ଖବର ଦେବାପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

https://www.facebook.com/nandighoshatv/videos/592807154777320/

ଲକ୍‌ଡାଉନ୍‌ କଟକଣା ଲାଗୁ ହେବା ପରେ କେବଳ ସେବା ଥିବା ସେବାୟତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ରହିଥିଲା । ଏଥିସହିତ ସାଧାରଣ ଦର୍ଶନକୁ ବାରଣ କରାଯାଇଛି । ତେବେ ଏଭଳି କଟକଣା ସତ୍ତ୍ୱେ ଶ୍ରୀମନ୍ଦିର ଭିତରରକୁ ଜଣେ ପୋଲିସ ଅଧିକାରୀ ୩ ମହିଳା ଅଧିକାରୀ ପ୍ରବେଶ କରିଥିବା ଅଭିଯୋଗ ହୋଇଛି ।

ସଂକଟରେ ଜୀବନ ଜୀବିକା: ଦୁର୍ଦ୍ଦିନରେ ବାଉଁଶ ବ୍ୟବସାୟୀ

ଆସିକା:  କଲବଲ କରୁଛି କରୋନା କହର । ବ୍ୟବସାୟ ଓ ବ୍ୟବସାୟୀଙ୍କ ଅଣ୍ଟା ଭାଙ୍ଗି ଦେଇଛି ଲକ୍‌ଡାଉନ୍‌ । ସଙ୍କଟରେ ଜୀବନ ଜୀବିକା । ମୁଠାଏ ଖାଇବା ପାଇଁ ଏମାନଙ୍କୁ ହନ୍ତସନ୍ତ ହେବାକୁ ପଡୁଛି । ନା ବାଉଁଶ ତିଆରି ଉତ୍ପାଦ ବିକ୍ରି ହୋଇ ପାରୁଛି ନା କାରିଗରଙ୍କୁ ମିଳୁଛି ସହାୟତା । ଦୁର୍ଦ୍ଦିନରେ ଗଞ୍ଜାମ ଜିଲ୍ଲା ବାଉଁଶ ବ୍ୟବସାୟୀ ।

ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡୁଛି । ତାଲା ବନ୍ଦ ସହ ଜୀବନ ଜୀବିକାରେ ବ୍ରେକ ଲାଗିଛି । ବାଉଁଶରେ ଭଳିକି ଭଳି ସାମଗ୍ରୀ ତିଆରି ହେଉଛି । କିନ୍ତୁ ବିକ୍ରି ହୋଇ ପାରୁନି ।  ଲକ୍‌ଡାଉନ୍‌ ମାଡ଼ ଗଞ୍ଜାମ ଜିଲ୍ଲା ବେତାର ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଟୋକେଇ, କୁଲା, ତାଟ ଭଳି ବାଉଁଶ ତିଆରି ଉତ୍ପାଦ  ବିକ୍ରି ଅପେକ୍ଷାରେ ପଡି ରହିଛି । ତାଲାବନ୍ଦ ସହ ବ୍ୟବସାୟ ସଂପୂର୍ଣ୍ଣ ଠପ୍‌ ହୋଇ ଯାଇଛି । ୫୯ ନମ୍ବର ଜାତୀୟ ରାଜପଥର ଶ୍ୟାମୃଳାଇ ଛକରେ ବେତାର କାରିଗର ବ୍ୟବସାୟ କରିଆସୁଛନ୍ତି । ତାଲା ବନ୍ଦ ଯ଼ୋଗୁଁ ଯାନ ବାହାନ ଚଳାଚଳ ବନ୍ଦ ହୋଇ ଯାଇଛି ।  ପରିବାର ଚଳାଇବା ବାଉଁଶ କାରିଗରଙ୍କ ପକ୍ଷେ ଅସମ୍ଭବ ହୋଇ ପଡିଛି । ପେଟର ଭୋକ କିନ୍ତୁ ବୁଝୁନି ଲକ୍‌ଡାଉନ୍‌ ତାଉ । ସରକାରୀ ସହାୟତାକୁ ଅନାଇ ବସିଛି ବ୍ୟବସାୟୀ । ବାଉଁଶ କାମ ଦେଖାଇଛି ବଞ୍ଚିବାର ରାହା । ହେଲେ ଲକ୍‌ଡାଉନ୍‌ ଯୋଗୁଁ ଘରେ ହାତ ବାନ୍ଧି ବସିଛନ୍ତି କାରିଗର ।

କରୋନା: ସୁରକ୍ଷିତ ନୁହେଁ ମଣିଷ ବିଶୋଧନ, ସତର୍କ କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କ୍ରେଜ୍ ସାଜିଛି ଭାଇରସ୍ ନିରାକରଣ ପାଇଁ କେମିକାଲ ସ୍ପ୍ରେ । ସହରର ମୁଖ୍ୟ ଛକରୁ, ଗଳି କନ୍ଦି ସବୁଠି ସ୍ପ୍ରେ ମାନିଆ । କରୋନା ସଂକ୍ରମଣ ଏଡ଼ାଇବାକୁ ସମସ୍ତେ ଏହାକୁ ପସନ୍ଦ କରୁଛନ୍ତି । କେବେ ଭାବିଛନ୍ତି ଏହା କେତେ ସୁରକ୍ଷିତ ? ଭୂତାଣୁ ନିରାକରଣ ପାଇଁ କରାଯାଉଥିବା ଏହି ସ୍ପ୍ରେ ଯୋଗୁଁ ଶାରିରୀକ ଓ ମାନସିକ ସ୍ତରରେ କ୍ଷତିଗ୍ରସ୍ତ ହୋଇପାରନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏନେଇ ଆଡଭାଇଜରୀ ଜାରି କରିଛି ।

ବ୍ୟକ୍ତିଗତ ଓ ସାମୁହିକ ଭାବେ କୌଣସି ଭୂତାଣୁ ନିରାକରଣ କେମିକାଲ ସ୍ପ୍ରେ ମଣିଷ ପାଇଁ ସୁରକ୍ଷିତ ନୁହେଁ । ବରଂ ଏହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇବ । କେମିକାଲ ସ୍ପ୍ରେ ଦ୍ୱାରା ଶାରିରୀକ ଓ ମାନସିକ ସ୍ତରରେ ଆପଣ କ୍ଷତିରେ ପଡ଼ିପାରନ୍ତି ।

ଆକ୍ରାନ୍ତଙ୍କ ସହ ମିଶିଥିଲେ ବିଶୋଧନ ଜରୁରୀ ?

ଜଣେ ବ୍ୟକ୍ତି କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଶରୀର ବିଶୋଧନ ଆବଶ୍ୟକ ନାହିଁ । କାରଣ କେମିକାଲ ସ୍ପ୍ରେ ଆପଣଙ୍କ ଶରୀରର ବାହ୍ୟ ଭାଗରେ କରାଯାଇଥାଏ । ଯାହାକି ଭୂତାଣୁକୁ ମାରି ନଥାଏ । କାରଣ ଭୂତାଣୁ ଶରୀର ଭିତରକୁ ପ୍ରବେଶ କରେ । ଏପରିକି ଶରୀର ବିଶୋଧନ ଦ୍ୱାରା ଭୂତାଣୁ ମରିବାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ।

ଆଖି ଉପରେ ପ୍ରଭାବ

କ୍ଲୋରିନ୍ ଯୁକ୍ତ ସ୍ପ୍ରେ ଆପଣଙ୍କ ଆଖି ଉପରେ ପ୍ରଭାବ ପକାଇବ । ଆଖି ପୋଡ଼ାଜଳା ହେବା ସହିତ ତ୍ୱଚା ସମସ୍ୟା ଦେଖାଦେବ । ଏପରିକି ପାକସ୍ଥଳୀ ଉପରେ ଏହାର ପ୍ରଭାବ ପଡ଼ିପାରେ । ଫଳରେ ବାନ୍ତି, ଅଜୀର୍ଣ୍ଣ ଆଦି ଦେଖାଦେବ । ନାକ, ଗଳା ଆଦି ସଂକ୍ରମିତ ହେବା ସମ୍ଭାବନା ରହିଛି ।

ସ୍ପ୍ରେରେ କଣ ମିଶେ ?

ବିଭିନ୍ନ ସ୍ଥାନରେ କରାଯାଉଥିବା ସ୍ପ୍ରେରେ ସୋଡିୟମ୍ ହାଇପୋକ୍ଲୋରାଇଟ୍ ଭଳି କେମିକାଲ୍ ମିଶ୍ରଣ କରାଯାଇଥାଏ । ଏହା ମୁଖ୍ୟତଃ ବାରମ୍ବାର ଛୁଇଁଥିବା ସ୍ଥାନ, ଦ୍ରବ୍ୟକୁ ଜୀବାଣୁ ଓ ଭୂତାଣୁ ମୁକ୍ତ କରିବାକୁ ବ୍ୟବହାର କରାଯାଏ । ଗ୍ଲୋଭସକୁ ଭୂତାଣୁ ମୁକ୍ତ କରିବାକୁ ଏହାର ବ୍ୟବହାର ହୁଏ ।

ସତର୍କ କଲା ପରେ ମଧ୍ୟ ସୁଧୁରିନଥିଲା ଚାଇନା, ବ୍ୟାପିଗଲା କରୋନା ଭାଇରସ୍‌ !

ଚାଇନା ଏବଂ ତାପରେ ସାରା ବିଶ୍ୱରେ ବ୍ୟାପିଥିଲା କରୋନା ଭାଇରସ୍ । ଏବେ ପୁରା ବିଶ୍ୱରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ମାରାତ୍ମକ କରୋନା ଭାଇରସ୍‌ ପ୍ରଥମେ ଚୀନରୁ ଆସିଥିଲା  । ଯାହାଫଳରେ ବ୍ରିଟେନ, ଋଷ ଏବଂ ଆମେରିକା ସମେତ ବିଶ୍ୱର ଅନେକ ଦେଶ ଚୀନ୍ ଉପରେ କରୋନା ବିସ୍ତାର କରିଥିବା ଅଭିଯୋଗ କରିଛନ୍ତି । ଏସବୁ ମଧ୍ୟରେ ଆମେରିକାର ଫକ୍ସ ନ୍ୟୁଜ୍ କିଛି ଏଭଳି ଦାବି କରିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।  ଦାବି ହେଉଛି ଏଇଆକି ଚାଇନାର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ କାର୍ଯ୍ୟ କରୁଥିବା ଜଣେ ଇଣ୍ଟର୍ଣ୍ଣଙ୍କ ଭୁଲ କାରଣରୁ କରୋନା ଭାଇରସ୍‌ ଲିକ୍ ହୋଇଛି । ଚ୍ୟାନେଲର ଏହି ଦାବି ପରେ ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସମଗ୍ର ଘଟଣାର ତଦନ୍ତ କରାଯାଉ ।

ଚ୍ୟାନେଲର ରିପୋର୍ଟରେ ଏହା ମଧ୍ୟ କୁହାଯାଇଛିକି, ଯାହା ସମସ୍ତଙ୍କୁ ଲାଗୁଛି ଏହି ଭାଇରସ୍‌ ପ୍ରାକୃତ କିନ୍ତୁ ତାହା ଭାବିବା ଭୁଲ । ଏହି ଭାଇରସ ଉହାନର ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ହିଁ ଆସିଛି । ରିସର୍ଚ୍ଚ ସମୟରେ ସୁରକ୍ଷା ନିୟମ ପାଳନ ନକରିବାରୁ କରୋନା ଭାଇରସ୍‌ ଲିକ୍ ହୋଇଥିଲା । ଯାହାଫଳରେ କାମକରୁଥିବା ଇଣ୍ଟର୍ଣ୍ଣ ନିଜେ ଏଥିରେ ସଂକ୍ରମିତ ହୋଇଥିଲେ । ଏହା ପରେ, ତାଙ୍କ ପ୍ରେମିକା ତାଙ୍କ ସଂସ୍ପର୍ଶରେ ଆସିବା ପରେ ସଂକ୍ରମିତ ହୋଇଥିଲେ । ପରେ ଏହି ଭାଇରସ୍‌ ଦ୍ରୁତ ଗତିରେ ଲୋକଙ୍କ ଦ୍ୱାରା ଉହାନର ମାଂସ ମାର୍ଟେରେ ପହଞ୍ଚିଥିଲା ।

ଚ୍ୟାନେଲ ଦ୍ୱାରା ଏହା ମଧ୍ୟ ଦାବି କରାଯାଉଛି କି ଯେଉଁ ମାଂସ ବଜାରରେ କେବେବି ବାଦୁଡ଼ି ବିକ୍ରି କରାଯାଇ ନାହିଁ ସେଠାରୁ ବାଦୁଡ଼ି ମାନଙ୍କ ଦ୍ୱାରା କରୋନା ଆସିଛି ବୋଲି କୁହାଯାଉଛି ।  ଚ୍ୟାନେଲ ଅନୁଯାୟୀ ଚାଇନା ଏହି ଭାଇରସ୍‌ ଲ୍ୟାବରୁ ଆସିଛି ବୋଲି ଲୁଚାଇ ରଖିଛି ଏବଂ ଜାଣିଶୁଣି ମାଂସ ବଜାରକୁ ଦାୟୀ କରୁଛି । ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ହେଉଛି ବିଶ୍ୱର ପ୍ରଥମ ପି-୪ ସ୍ତରୀୟ ଲ୍ୟାବ୍ । ଏହି ଲ୍ୟାବରେ ସମଗ୍ର ବିଶ୍ୱରେ ବିପଜ୍ଜନକ ଭାଇରସର ପରୀକ୍ଷା କରାଯାଏ ।

ଦୁଇ ବର୍ଷ ପୂର୍ବେ ଆମେରିକାର ଦୂତାବାସ ସୂଚନା ଦେଇଥିଲା

ୱାଶିଂଟନ୍ ପୋଷ୍ଟ ଅନୁଯାୟୀ, ଆମେରିକାର ଦୂତାବାସ ଚୀନ୍ କର୍ତ୍ତୃପକ୍ଷଙ୍କୁ ଉହାନର ବାୟୋଲୋଜି ଲ୍ୟାବରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାର ଅଭାବ ସମ୍ପର୍କରେ ସୂଚନା ଦେଇଥିଲା । ଦୁଇ ବର୍ଷ ପୂର୍ବେ ଏହାର ବିପଦକୁ ଅନୁଭବ କରି ସେ କଠୋର ପଦକ୍ଷେପ ନେବାକୁ କହିଥିଲେ । ଏପରିକି ଲ୍ୟାବରେ ପର୍ଯ୍ୟାପ୍ତ ସଂଖ୍ୟକ ତାଲିମପ୍ରାପ୍ତ ଟେକ୍ନିସିଆନ ନ ଥିବାରୁ ଗୃହ ବିଭାଗ ଚେତାବନୀ ଦେଇଥିଲା । ଏହା ସତ୍ତ୍ୱେ ମଧ୍ୟ ଚୀନ୍ ସରକାର ଏଥିପ୍ରତି ଧ୍ୟାନ ଦେଇନଥିଲେ ।

ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ମହମ୍ମଦ ରାଫିକ୍

ଭୁବନେଶ୍ୱର: ବଦଳିବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ମେଘାଳୟ ହାଇକୋର୍ଟରେ ବିଚାରପତି ଥିବା ମହମ୍ମଦ ରାଫିକଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିବ । ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମ୍ ଏହି ସୁପାରିସ୍ କରିଛି ।

ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୁ ପଣ୍ଡା କାର୍ଯ୍ୟ କରୁଛନ୍ତି । ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଅବସର ନେବା ପରେ ତାଙ୍କ ସ୍ଥାନରେ ସଞ୍ଜୁ ପଣ୍ଡାଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ତାଙ୍କ ସ୍ଥାନରେ ମହମ୍ମଦ ରାଫିକ ମୁଖ୍ୟ ବିଚାରପତି ଦାୟିତ୍ୱ ନେବେ ।

ସେହିପରି କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି, ଆହ୍ଲାବାଦ ହାଇକୋର୍ଟ ବିଚାରପତି ବିଶ୍ୱନାଥଙ୍କୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିସ୍ କରାଯାଇଛି ।

ବିପଦରେ ହେଲେ ସାହା, ଲକ୍ଷାଧିକ ଟଙ୍କାର ଭଡ଼ା ଛାଡ଼ିଲେ ଘର ମାଲିକ

ଜୟପୁର: ସାରା ଦେଶରେ ଲକ୍‌ଡାଉନ୍‌ । କରୋନା ପାଇଁ ସାରା ଦେଶ ଭୟରେ ଥରହର ହେଉଛି । ଦୋକାନ ବଜାର ବନ୍ଦ, ବ୍ୟବସାୟ ଠପ୍‌ । ଏହି ସମୟରେ ଘର ଭଡା, ଦୋକାନ ଭଡା ଦେବା ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ନିବେଦନ ଭଡାଟିଆଙ୍କ ପାଇଁ ଆଶାର ଆଲୋକ ସାଜିଥିଲା । ନବୀନଙ୍କ ନିବେଦନକୁ ରକ୍ଷା କରି ଅନେକ ଲୋକ ଘର ଭଡା ଓ ଦୋକାନ ଭଡା ଛାଡ କରିଛନ୍ତି । ଏହି ତାଲିକାରେ ଯୋଡି ହୋଇଛନ୍ତି କୋରାପୁଟ ବୋରିଗୁମ୍ମାର ଜଣେ ବ୍ୟକ୍ତି । ୩୮ଟି ଷ୍ଟଲରୁ ଲକ୍ଷାଧିକ ଟଙ୍କା ଭଡା ଛାଡ କରିଛନ୍ତି । ଶ୍ରୀନିବାସ ରାଓଙ୍କର ଏଭଳି ମାନବିକତାକୁ ପ୍ରଶଂସା କରିଛନ୍ତି ଭଡାଟିଆ ଓ ସ୍ଥାନୀୟ ଲୋକେ ।

ଭଡାଟିଆଙ୍କ ଏହି ଦୁର୍ଦ୍ଦିନ ସମୟରେ ମାନବିକତାର ପରିଚୟ ଦେଖାଇଛନ୍ତି ଶ୍ରୀନିବାସ । ମିନାକ୍ଷୀ କମ୍ପ୍ଲେକ୍ସର ୩୮ଟି ଷ୍ଟଲରୁ ଭଡ଼ା ଛାଡ଼ କରିବା ପରେ ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଲକଡାଉନ ସମୟରେ ମାନବିକତା ଦେଖାଇଥିବାରୁ ଶ୍ରୀନିବାସଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଲକଡାଉନ ସମୟରେ ମାନବିକତା ଦେଖାଇଲେ ଦୋକାନ ମାଲିକ । ଲକଡାଉନ ସମୟରେ ଭଡାଟିଆ ବ୍ୟବସାୟୀଙ୍କୁ ସମ୍ପୂର୍ଣ୍ଣ ଭଡା ଛାଡ଼ କରିଛନ୍ତି କୋରାପୁଟ ବୋରିଗୁମ୍ମାର ପି ଶ୍ରୀନିବାସ ରାଓ ।

କରୋନା ଲଢ଼େଇରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟ ବାହାରୁ ଆସିଲେ ପଞ୍ଚାୟତରେ ପଞ୍ଜିକରଣ ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ତେଣୁ ସଭିଏଁ ସଚେତନ ହେବା ନିହାତି ଆବଶ୍ୟକ । କରୋନାକୁ ନିୟନ୍ତ୍ରଣ କରିବା ପାଇଁ ବାଧ୍ୟତାମୂଳକ ପଞ୍ଜୀକରଣର ବହୁ ଭୂମିକା ରହିଛି । ଅନ୍ୟ ରାଜ୍ୟରେ ଫସିଥିବା ଓଡିଆଙ୍କ ଯତ୍ନ ନିଆଯାଉଛି । ଆମ ଲୋକ କିପରି ସୁବିଧାରେ ଫେରିବେ ସେ ନେଇ ବ୍ୟବସ୍ଥା ହେଉଛି । ଏଥିପାଇଁ ବୈଷୟିକ କୌଶଳର ସହାୟତା ନିଆଯିବ, ମାନବିକତା ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ବାହାରୁ ଲୋକେ ଓଡ଼ିଶା ଫେରିଲେ ପଞ୍ଜିକରଣ କରିବା ବାଧ୍ୟତାମୂଳକ ହେବ । ନିଜ ନିଜ ପଞ୍ଚାୟତରେ ଏମାନେ ପଞ୍ଜିକରଣ କରିବେ । ଏହା ପରେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ । କ୍ବାରେଣ୍ଟାଇନ ସମୟ ସରିବା ପରେ ୨ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।

https://www.facebook.com/nandighoshatv/videos/258302231968179

ବର୍ତ୍ତମାନ ସମୟରେ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ମିଳିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଆପଣଙ୍କ ସହଯୋଗ ପାଇଁ କରୋନା ନିୟନ୍ତ୍ରଣ ସଫଳ ହୋଇଛି ବୋଲି ରାଜ୍ୟବାସୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: କରୋନା ବିରୋଧରେ ଲଢ଼େଇ ପାଇଁ ଆମକୁ ସାବଧାନ ରହିବାକୁ ପଡ଼ିବ । ଅନ୍ୟ ରାଜ୍ୟରୁ ଗାଁକୁ ଫେରିଥିବା ଲୋକଙ୍କ ପଞ୍ଜିକରଣ ବାଧ୍ୟତାମୂଳକ । ପଞ୍ଚାୟତରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବ । ତାପରେ ୨ ହଜାର ଟଙ୍କା ଦିଆଯିବ ।

ଭୁବନେଶ୍ୱର: କରୋନା ବିରୋଧରେ ଲଢ଼େଇ ପାଇଁ ଆମକୁ ସାବଧାନ ରହିବାକୁ ପଡ଼ିବ । ଅନ୍ୟ ରାଜ୍ୟରୁ ଗାଁକୁ ଫେରିଥିବା ଲୋକଙ୍କ ପଞ୍ଜିକରଣ ବାଧ୍ୟତାମୂଳକ । ପଞ୍ଚାୟତରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବ । ତାପରେ ୨ ହଜାର ଟଙ୍କା ଦିଆଯିବ ।