ବିପଦରେ ହେଲେ ସାହା, ଲକ୍ଷାଧିକ ଟଙ୍କାର ଭଡ଼ା ଛାଡ଼ିଲେ ଘର ମାଲିକ

ଜୟପୁର: ସାରା ଦେଶରେ ଲକ୍‌ଡାଉନ୍‌ । କରୋନା ପାଇଁ ସାରା ଦେଶ ଭୟରେ ଥରହର ହେଉଛି । ଦୋକାନ ବଜାର ବନ୍ଦ, ବ୍ୟବସାୟ ଠପ୍‌ । ଏହି ସମୟରେ ଘର ଭଡା, ଦୋକାନ ଭଡା ଦେବା ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ନିବେଦନ ଭଡାଟିଆଙ୍କ ପାଇଁ ଆଶାର ଆଲୋକ ସାଜିଥିଲା । ନବୀନଙ୍କ ନିବେଦନକୁ ରକ୍ଷା କରି ଅନେକ ଲୋକ ଘର ଭଡା ଓ ଦୋକାନ ଭଡା ଛାଡ କରିଛନ୍ତି । ଏହି ତାଲିକାରେ ଯୋଡି ହୋଇଛନ୍ତି କୋରାପୁଟ ବୋରିଗୁମ୍ମାର ଜଣେ ବ୍ୟକ୍ତି । ୩୮ଟି ଷ୍ଟଲରୁ ଲକ୍ଷାଧିକ ଟଙ୍କା ଭଡା ଛାଡ କରିଛନ୍ତି । ଶ୍ରୀନିବାସ ରାଓଙ୍କର ଏଭଳି ମାନବିକତାକୁ ପ୍ରଶଂସା କରିଛନ୍ତି ଭଡାଟିଆ ଓ ସ୍ଥାନୀୟ ଲୋକେ ।

ଭଡାଟିଆଙ୍କ ଏହି ଦୁର୍ଦ୍ଦିନ ସମୟରେ ମାନବିକତାର ପରିଚୟ ଦେଖାଇଛନ୍ତି ଶ୍ରୀନିବାସ । ମିନାକ୍ଷୀ କମ୍ପ୍ଲେକ୍ସର ୩୮ଟି ଷ୍ଟଲରୁ ଭଡ଼ା ଛାଡ଼ କରିବା ପରେ ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଲକଡାଉନ ସମୟରେ ମାନବିକତା ଦେଖାଇଥିବାରୁ ଶ୍ରୀନିବାସଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଲକଡାଉନ ସମୟରେ ମାନବିକତା ଦେଖାଇଲେ ଦୋକାନ ମାଲିକ । ଲକଡାଉନ ସମୟରେ ଭଡାଟିଆ ବ୍ୟବସାୟୀଙ୍କୁ ସମ୍ପୂର୍ଣ୍ଣ ଭଡା ଛାଡ଼ କରିଛନ୍ତି କୋରାପୁଟ ବୋରିଗୁମ୍ମାର ପି ଶ୍ରୀନିବାସ ରାଓ ।

Leave a Reply