ସଂକଟରେ ଜୀବନ ଜୀବିକା: ଦୁର୍ଦ୍ଦିନରେ ବାଉଁଶ ବ୍ୟବସାୟୀ

ଆସିକା:  କଲବଲ କରୁଛି କରୋନା କହର । ବ୍ୟବସାୟ ଓ ବ୍ୟବସାୟୀଙ୍କ ଅଣ୍ଟା ଭାଙ୍ଗି ଦେଇଛି ଲକ୍‌ଡାଉନ୍‌ । ସଙ୍କଟରେ ଜୀବନ ଜୀବିକା । ମୁଠାଏ ଖାଇବା ପାଇଁ ଏମାନଙ୍କୁ ହନ୍ତସନ୍ତ ହେବାକୁ ପଡୁଛି । ନା ବାଉଁଶ ତିଆରି ଉତ୍ପାଦ ବିକ୍ରି ହୋଇ ପାରୁଛି ନା କାରିଗରଙ୍କୁ ମିଳୁଛି ସହାୟତା । ଦୁର୍ଦ୍ଦିନରେ ଗଞ୍ଜାମ ଜିଲ୍ଲା ବାଉଁଶ ବ୍ୟବସାୟୀ ।

ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡୁଛି । ତାଲା ବନ୍ଦ ସହ ଜୀବନ ଜୀବିକାରେ ବ୍ରେକ ଲାଗିଛି । ବାଉଁଶରେ ଭଳିକି ଭଳି ସାମଗ୍ରୀ ତିଆରି ହେଉଛି । କିନ୍ତୁ ବିକ୍ରି ହୋଇ ପାରୁନି ।  ଲକ୍‌ଡାଉନ୍‌ ମାଡ଼ ଗଞ୍ଜାମ ଜିଲ୍ଲା ବେତାର ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଟୋକେଇ, କୁଲା, ତାଟ ଭଳି ବାଉଁଶ ତିଆରି ଉତ୍ପାଦ  ବିକ୍ରି ଅପେକ୍ଷାରେ ପଡି ରହିଛି । ତାଲାବନ୍ଦ ସହ ବ୍ୟବସାୟ ସଂପୂର୍ଣ୍ଣ ଠପ୍‌ ହୋଇ ଯାଇଛି । ୫୯ ନମ୍ବର ଜାତୀୟ ରାଜପଥର ଶ୍ୟାମୃଳାଇ ଛକରେ ବେତାର କାରିଗର ବ୍ୟବସାୟ କରିଆସୁଛନ୍ତି । ତାଲା ବନ୍ଦ ଯ଼ୋଗୁଁ ଯାନ ବାହାନ ଚଳାଚଳ ବନ୍ଦ ହୋଇ ଯାଇଛି ।  ପରିବାର ଚଳାଇବା ବାଉଁଶ କାରିଗରଙ୍କ ପକ୍ଷେ ଅସମ୍ଭବ ହୋଇ ପଡିଛି । ପେଟର ଭୋକ କିନ୍ତୁ ବୁଝୁନି ଲକ୍‌ଡାଉନ୍‌ ତାଉ । ସରକାରୀ ସହାୟତାକୁ ଅନାଇ ବସିଛି ବ୍ୟବସାୟୀ । ବାଉଁଶ କାମ ଦେଖାଇଛି ବଞ୍ଚିବାର ରାହା । ହେଲେ ଲକ୍‌ଡାଉନ୍‌ ଯୋଗୁଁ ଘରେ ହାତ ବାନ୍ଧି ବସିଛନ୍ତି କାରିଗର ।

Leave a Reply