ଲକ୍‌ଡାଉନ୍‌ କଟକଣାକୁ ଫୁ’: ୩ ମହିଳାଙ୍କୁ ନେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ପୋଲିସ ବାବୁ!

1 min read

ପୁରୀ: ପୋଲିସ ବାବୁ ଭାଙ୍ଗିଲେ ଲକ୍‌ଡାଉନ୍‌  କଟକଣା । ୩ ମହିଳାଙ୍କୁ ନେଇ ଶ୍ରୀମନ୍ଦିରରେ ପ୍ରବେଶ କଲେ ଜଣେ ଇନ୍ସପେକ୍ଟର । ଦକ୍ଷିଣଦ୍ଵାରରେ ନିୟୋଜିତ ଥିବା ଜେଟିପିଙ୍କ ବାରଣ ସତ୍ତ୍ୱେ  ଶ୍ରୀମନ୍ଦିରରେ ଜୋର ଜବରଦସ୍ତ ପ୍ରବେଶ କରିଥିବା ଅଭିଯୋଗ । ଶ୍ରୀମନ୍ଦିର ଭିତରେ ସେବାୟତ ଦେଖିବା ପରେ ଖବର ଚର୍ଚ୍ଚାକୁ ଆସିଛି । ଅଫିସର ଜଣକ ଯାଜପୁର ବଡଚଣା ଆଇଆଇସି ଦୀପକ କୁମାର ଜେନା ବୋଲି ଜଣାପଡିଛି । ମନ୍ଦିର ଦ୍ଵାର ନିକଟରେ ଠିଆ ହୋଇଥିବା ‘ଓଆର ୫ ଏଫ୍‌ ୦୫୦୦’ ନମ୍ବର ଥିବା ନାଲିବତି ଲଗାଯାଇଥିବା ଏକ ସ୍କର୍ପିଓ ଗାଡ଼ିରେ ପୋଲିସ ବାବୁ ଜଣକ ଆସିଥିବା ସୂଚନା ଦେଇଛନ୍ତି ପ୍ରତକ୍ଷଦର୍ଶୀ । ଏନେଇ ସିଂହଦ୍ଵାର ଥାନା ଅଧିକାରୀଙ୍କୁ ଖବର ଦେବାପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

https://www.facebook.com/nandighoshatv/videos/592807154777320/

ଲକ୍‌ଡାଉନ୍‌ କଟକଣା ଲାଗୁ ହେବା ପରେ କେବଳ ସେବା ଥିବା ସେବାୟତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ରହିଥିଲା । ଏଥିସହିତ ସାଧାରଣ ଦର୍ଶନକୁ ବାରଣ କରାଯାଇଛି । ତେବେ ଏଭଳି କଟକଣା ସତ୍ତ୍ୱେ ଶ୍ରୀମନ୍ଦିର ଭିତରରକୁ ଜଣେ ପୋଲିସ ଅଧିକାରୀ ୩ ମହିଳା ଅଧିକାରୀ ପ୍ରବେଶ କରିଥିବା ଅଭିଯୋଗ ହୋଇଛି ।

Leave a Reply