ସତର୍କ କଲା ପରେ ମଧ୍ୟ ସୁଧୁରିନଥିଲା ଚାଇନା, ବ୍ୟାପିଗଲା କରୋନା ଭାଇରସ୍‌ !

1 min read

ଚାଇନା ଏବଂ ତାପରେ ସାରା ବିଶ୍ୱରେ ବ୍ୟାପିଥିଲା କରୋନା ଭାଇରସ୍ । ଏବେ ପୁରା ବିଶ୍ୱରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ମାରାତ୍ମକ କରୋନା ଭାଇରସ୍‌ ପ୍ରଥମେ ଚୀନରୁ ଆସିଥିଲା  । ଯାହାଫଳରେ ବ୍ରିଟେନ, ଋଷ ଏବଂ ଆମେରିକା ସମେତ ବିଶ୍ୱର ଅନେକ ଦେଶ ଚୀନ୍ ଉପରେ କରୋନା ବିସ୍ତାର କରିଥିବା ଅଭିଯୋଗ କରିଛନ୍ତି । ଏସବୁ ମଧ୍ୟରେ ଆମେରିକାର ଫକ୍ସ ନ୍ୟୁଜ୍ କିଛି ଏଭଳି ଦାବି କରିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।  ଦାବି ହେଉଛି ଏଇଆକି ଚାଇନାର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ କାର୍ଯ୍ୟ କରୁଥିବା ଜଣେ ଇଣ୍ଟର୍ଣ୍ଣଙ୍କ ଭୁଲ କାରଣରୁ କରୋନା ଭାଇରସ୍‌ ଲିକ୍ ହୋଇଛି । ଚ୍ୟାନେଲର ଏହି ଦାବି ପରେ ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସମଗ୍ର ଘଟଣାର ତଦନ୍ତ କରାଯାଉ ।

ଚ୍ୟାନେଲର ରିପୋର୍ଟରେ ଏହା ମଧ୍ୟ କୁହାଯାଇଛିକି, ଯାହା ସମସ୍ତଙ୍କୁ ଲାଗୁଛି ଏହି ଭାଇରସ୍‌ ପ୍ରାକୃତ କିନ୍ତୁ ତାହା ଭାବିବା ଭୁଲ । ଏହି ଭାଇରସ ଉହାନର ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ହିଁ ଆସିଛି । ରିସର୍ଚ୍ଚ ସମୟରେ ସୁରକ୍ଷା ନିୟମ ପାଳନ ନକରିବାରୁ କରୋନା ଭାଇରସ୍‌ ଲିକ୍ ହୋଇଥିଲା । ଯାହାଫଳରେ କାମକରୁଥିବା ଇଣ୍ଟର୍ଣ୍ଣ ନିଜେ ଏଥିରେ ସଂକ୍ରମିତ ହୋଇଥିଲେ । ଏହା ପରେ, ତାଙ୍କ ପ୍ରେମିକା ତାଙ୍କ ସଂସ୍ପର୍ଶରେ ଆସିବା ପରେ ସଂକ୍ରମିତ ହୋଇଥିଲେ । ପରେ ଏହି ଭାଇରସ୍‌ ଦ୍ରୁତ ଗତିରେ ଲୋକଙ୍କ ଦ୍ୱାରା ଉହାନର ମାଂସ ମାର୍ଟେରେ ପହଞ୍ଚିଥିଲା ।

ଚ୍ୟାନେଲ ଦ୍ୱାରା ଏହା ମଧ୍ୟ ଦାବି କରାଯାଉଛି କି ଯେଉଁ ମାଂସ ବଜାରରେ କେବେବି ବାଦୁଡ଼ି ବିକ୍ରି କରାଯାଇ ନାହିଁ ସେଠାରୁ ବାଦୁଡ଼ି ମାନଙ୍କ ଦ୍ୱାରା କରୋନା ଆସିଛି ବୋଲି କୁହାଯାଉଛି ।  ଚ୍ୟାନେଲ ଅନୁଯାୟୀ ଚାଇନା ଏହି ଭାଇରସ୍‌ ଲ୍ୟାବରୁ ଆସିଛି ବୋଲି ଲୁଚାଇ ରଖିଛି ଏବଂ ଜାଣିଶୁଣି ମାଂସ ବଜାରକୁ ଦାୟୀ କରୁଛି । ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ହେଉଛି ବିଶ୍ୱର ପ୍ରଥମ ପି-୪ ସ୍ତରୀୟ ଲ୍ୟାବ୍ । ଏହି ଲ୍ୟାବରେ ସମଗ୍ର ବିଶ୍ୱରେ ବିପଜ୍ଜନକ ଭାଇରସର ପରୀକ୍ଷା କରାଯାଏ ।

ଦୁଇ ବର୍ଷ ପୂର୍ବେ ଆମେରିକାର ଦୂତାବାସ ସୂଚନା ଦେଇଥିଲା

ୱାଶିଂଟନ୍ ପୋଷ୍ଟ ଅନୁଯାୟୀ, ଆମେରିକାର ଦୂତାବାସ ଚୀନ୍ କର୍ତ୍ତୃପକ୍ଷଙ୍କୁ ଉହାନର ବାୟୋଲୋଜି ଲ୍ୟାବରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାର ଅଭାବ ସମ୍ପର୍କରେ ସୂଚନା ଦେଇଥିଲା । ଦୁଇ ବର୍ଷ ପୂର୍ବେ ଏହାର ବିପଦକୁ ଅନୁଭବ କରି ସେ କଠୋର ପଦକ୍ଷେପ ନେବାକୁ କହିଥିଲେ । ଏପରିକି ଲ୍ୟାବରେ ପର୍ଯ୍ୟାପ୍ତ ସଂଖ୍ୟକ ତାଲିମପ୍ରାପ୍ତ ଟେକ୍ନିସିଆନ ନ ଥିବାରୁ ଗୃହ ବିଭାଗ ଚେତାବନୀ ଦେଇଥିଲା । ଏହା ସତ୍ତ୍ୱେ ମଧ୍ୟ ଚୀନ୍ ସରକାର ଏଥିପ୍ରତି ଧ୍ୟାନ ଦେଇନଥିଲେ ।

Leave a Reply