spot_img
Home Blog Page 7348

ଭଲ ଖବର: ଗୋଆ ପରେ ଏବେ ମଣିପୁର ହେଲା କରୋନା ମୁକ୍ତ

ମଣିପୁର: ବର୍ତ୍ତମାନ ସମଯରେ ଯେଉଁଠାରେ କୋରନା ବିରୋଧରେ ଲଢ଼େଇ ଚାଲିଛି, ଏମିତିରେ ଦୁଇଟି ରାଜ୍ୟରୁ ଆଶ୍ୱସ୍ତିର ଖବର ଆସିଛି । ଗୋଆ ପରେ ଏବେ ମଣିପୁର କରୋନା ସଂକ୍ରମଣରୁ ମୁକ୍ତ ହୋଇଛି । ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ମଣିପୁର କରୋନା ମୁକ୍ତ ହୋଇଯାଇଛି, ସବୁ କରୋନା ଆକ୍ରାନ୍ତ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ରାଜ୍ୟରେ ନୂଆ କରୋନା ଆକ୍ରାନ୍ତ ରିପୋର୍ଟ ଆସିନଥିବା ମୁଖ୍ୟମନ୍ତ୍ରୀ ଏନ.ବିରେନ ସୂଚନା ଦେଇଛନ୍ତି ।

ସଂକ୍ରମଣରୁ ମୁକ୍ତ ହୋଇଥିବା ପ୍ରଥମ ରାଜ୍ୟ ଥିଲା ଗୋଆ-

ଗୋଆରେ କରୋନା ଭାଇରସ ସଂକ୍ରମିତ ସମସ୍ତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ । ରାଜ୍ୟର ସ୍ୱାସ୍ଥମନ୍ତ୍ରୀ ବିଶ୍ୱଜୀତ ରାଣେ ରବିବାର ଏହି ସୂଚନା ଦେଇଛନ୍ତି । ଏହା ସହିତ ଗୋଆ ରାଜ୍ୟ ମଧ୍ୟ କରୋନା ମୁକ୍ତ ହୋଇଥିବା ସେ କହିଛନ୍ତି । ରାଣେ କହିଛନ୍ତି ଯେ, ୭ଟି ମାମଲାରେ ଶେଷ ଆକ୍ରାନ୍ତ ୩ ଅପ୍ରେଲ ଦିନ ସାମ୍ନାକୁ ଆସିଥିଲା । ସମସ୍ତଙ୍କ ଚିକିତ୍ସା କରାଗଲା ଏବଂ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡାକ୍ତରଖାନାରୁ ଛଡ଼ା ଗଲା ।

ସରକାରୀ କର୍ମଚାରୀଙ୍କ ପାଇଁ ଆଜିଠାରୁ ସଂଶୋଧିତ ନିୟମ ଲାଗୁ : ଅଫିସ ଯିବେ ସମସ୍ତ ଗ୍ରୁପ୍‌-ଏ’ ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ଲକ୍‌ଡାଉନ ନିୟମରେ ପରିବର୍ତ୍ତନ ହୋଇଛି । ସରକାରୀ କର୍ମଚାରୀଙ୍କ ପାଇଁ ଆଜିଠାରୁ ସଂଶୋଧିତ ନିୟମ ଲାଗୁ ହେଉଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଗ୍ରୁପ ‘ଏ’ର ସମସ୍ତ ଅଧିକାରୀ ଆଜି କାର୍ଯ୍ୟରେ ଯୋଗଦେବେ । ସ୍ୱାସ୍ଥ୍ୟ, କୃଷି, ସମବାୟ, ଗୃହ, ପୂର୍ତ୍ତ ଓ ଶ୍ରମ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ସବୁ ଅଧିକାରୀ କାର୍ଯ୍ୟରେ ଯୋଗଦେବେ । ସରକାରୀ କର୍ମଚାରୀଙ୍କୁ ଦିଆଯାଇଥିବା ଲକ୍‌ଡାଉନ୍‌ ପାସ୍‌ ବାତିଲ ହୋଇଛି । ବିଭାଗ ପକ୍ଷରୁ ପ୍ରଦତ୍ତ ପରିଚୟପତ୍ର ଦେଖାଇ ସେମାନେ ଅଫିସ ଯାଇପାରିବେ । ତେବେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାର ସହରାଞ୍ଚଳରେ ଥିବା ସରକାରୀ ଅଫିସ କର୍ମଚାରୀଙ୍କ ପାଇଁ କଟକଣା ରହିଛି ।

ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା, ପୁରୀ, କଳାହାଣ୍ଡି, ଭଦ୍ରକ ଓ ଯାଜପୁର ଜିଲ୍ଲାର ସହରାଞ୍ଚଳରେ ଥିବା ବୋର୍ଡ ଅଫ୍‌ ରେଭିନ୍ୟୁ ଓ ସବ୍‌ରେଜିଷ୍ଟ୍ରାର ଅଫଇସ୍‌ର ଗ୍ରୁପ୍‌ ବି, ସି ଓ ଡି କର୍ମଚାରୀ ରୋଷ୍ଟର ଭିତ୍ତିରେ ଅଫିସ ଆସିବେ । ତେବେ ୯ ଜିଲ୍ଲାର ସହରାଞ୍ଚଳ ଛଡ଼ା ଅନ୍ୟ ସମସ୍ତ ଜିଲ୍ଲା ଓ ସହର ବୋର୍ଡ ଅଫ୍‌ ରେଭିନ୍ୟୁ ଓ ସବ୍‌ରେଜିଷ୍ଟ୍ର।ର କାର୍ଯ୍ୟାଳୟର କର୍ମଚାରୀ ନିୟମିତ କାର୍ଯ୍ୟାଳୟକୁ ଆସିବେ। ଆର୍‌ଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ ଏବଂ ଆର୍‌ଆଇ ଅଫିସ୍‌ର ସମସ୍ତ ଅଧିକାରୀ କାର୍ଯ୍ୟରେ ଯୋଗଦେବେ । ଜିଲ୍ଲା ଓ ସବ୍‌ରେଜିଷ୍ଟ୍ର।ର ଅଫିସ୍‌ର ସମସ୍ତ ଷ୍ଟାମ୍ପ ଭେଣ୍ଡର କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅମାନିଆ ପୋଲିସ ବାବୁଙ୍କୁ ମହଙ୍ଗା ପଡିଲା କଟକଣା ଉଲଂଘନ, ନିଲମ୍ବନ ହେଲେ ବଡ଼ଚଣା ଆଇଆଇସି

ଯାଜପୁର: କଟକଣା ଭାଙ୍ଗି ଶ୍ରୀମନ୍ଦିରରେ ବଡ଼ଚଣା ଥାନା ଆଇଆଇସି ପ୍ରବେଶ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଆଇଆଇସି ନିଲମ୍ବିତ ।  ଆଇଆଇସି ଦୀପକ କୁମାର ଜେନାଙ୍କୁ ପୋଲିସ ଡିଜି ଅଭୟ ସସ୍‌ପେଣ୍ଡ କରିଛନ୍ତି । ଲକଡାଉନ୍‌ କଟକଣା ଭାଙ୍ଗି ଗତକାଲି ୩ ମହିଳାଙ୍କ ସହିତ ବଡ଼ଚଣା ଥାନା ଆଇଆଇସି ଦୀପକ ଜେନା ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ।

ଦକ୍ଷିଣଦ୍ଵାରରେ ନିୟୋଜିତ ଜେଟିପି ବାରଣ ସତ୍ତ୍ଵେ ସେ ଶ୍ରୀମନ୍ଦିରରେ ଜୋର ଜବରଦସ୍ତ ପ୍ରବେଶ କରିଥିଲେ । ଶ୍ରୀମନ୍ଦିର ଭିତରେ ସେବାୟତ ଦେଖିବା ପରେ ଖବର ଚର୍ଚ୍ଚାକୁ ଆସିଥିଲା । ଏନେଇ ପୁରୀ ସିଂହଦ୍ଵାର ଥାନାରେ ମାମଲା ରୁଜୁ ହୋଇଥିଲା । ଆଜି ପୋଲିସ ଡିଜି ଅଭୟ ତାଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି ।

କରୋନା ମୁକାବିଲାରେ ଆଗରେ ଓଡ଼ିଶା । ନିର୍ଦ୍ଧାରିତ ସମୟରେ ରାଜ୍ୟର ସବୁ ଜିଲ୍ଲାରେ ଖୋଲିଲା ସ୍ୱତନ୍ତ୍ର କୋଭିଡ୍ ହସପିଟାଲ । ୩୫ ହସପିଟାଲ କାର୍ଯ୍ୟକ୍ଷମ । ୬ ହଜାରରୁ ଅଧିକ ବେଡ୍ ବ୍ୟବସ୍ଥା ।

କରୋନା ମୁକାବିଲାରେ ଆଗରେ ଓଡ଼ିଶା । ନିର୍ଦ୍ଧାରିତ ସମୟରେ ରାଜ୍ୟର ସବୁ ଜିଲ୍ଲାରେ ଖୋଲିଲା ସ୍ୱତନ୍ତ୍ର କୋଭିଡ୍‌ ହସପିଟାଲ । ୩୫ ହସପିଟାଲ କାର୍ଯ୍ୟକ୍ଷମ ।  ୬ ହଜାରରୁ ଅଧିକ ବେଡ୍‌ ବ୍ୟବସ୍ଥା ।

ପୋଲିସ ବାବୁଙ୍କୁ ମହଙ୍ଗା ପଡିଲା କଟକଣା ଉଲ୍ଲଂଘନ । ବଡ଼ଚଣା ଥାନା ଆଇଆଇସି ଦୀପକ ଜେନା ସସପେଣ୍ଡ । ଟ୍ୱିଟ୍ କରି ସୂଚନା ଦେଲେ ପୋଲିସ ଡିଜି ଅଭୟ । କାଲି ୩ ମହିଳାଙ୍କୁ ନେଇ ଯାଇଥିଲେ ଶ୍ରୀମନ୍ଦିର ।

ପୋଲିସ ବାବୁଙ୍କୁ ମହଙ୍ଗା ପଡିଲା କଟକଣା ଉଲ୍ଲଂଘନ । ବଡ଼ଚଣା ଥାନା ଆଇଆଇସି ଦୀପକ ଜେନା ସସପେଣ୍ଡ । ଟ୍ୱିଟ୍‌ କରି ସୂଚନା ଦେଲେ ପୋଲିସ ଡିଜି ଅଭୟ । କାଲି ୩ ମହିଳାଙ୍କୁ ନେଇ ଯାଇଥିଲେ ଶ୍ରୀମନ୍ଦିର ।

କରୋନା ହାରିବ, ଭାରତ ଜିତିବ,ଧିରେ ଧିରେ ଭାଇରସ ମୁକ୍ତ ହେଉଛି ଦେଶ…୮୦ ପ୍ରତିଶତ ଲୋକ ହେଉଛନ୍ତି ସୁସ୍ଥ

କରୋନା କବଳରୁ ମୁକ୍ତ ହେଉଛି ଭାରତ । ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଉଛନ୍ତି ୮୦ ପ୍ରତିଶତ ଲୋକେ । ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ସ୍ଥିତି ସାଂଘାତିକ ହୋଇଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୨ଶହ ଟପିଥିବା ବେଳେ ଦିଲ୍ଲୀରେ ଦୁଇ ହଜାର ଛୁଇଁବ ସଂଖ୍ୟା । ୨୪ ଘଣ୍ଟାରେ ଦେଶରେ ୧୩୮୪ଟି ନୂଆ କେସ୍‌ ସାମ୍ନାକୁ ଆସିଛି । ଅପରପକ୍ଷରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ୨୩୩୧ ଜଣ ସୁସ୍ଥ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଓ ଆରୋଗ୍ୟ ହେଉଥିବା ରୋଗୀଙ୍କ ଅନୁପାତ ୮୦-୨୦ ରହିଛି । ପୂର୍ବାପେକ୍ଷା ଏବେର ସ୍ଥିତି ବହୁତ ଭଲ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟ କହିଛି ।

ଏପଟେ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଦେଶରେ ଆଜିଠୁ କିଛି ସ୍ଥାନରେ ଲକ୍‌ଡାଉନ କଟକଣା କୋହଳ କରାଯିବ । କିନ୍ତୁ ହଟ୍‌ସ୍ପଟ୍‌ ଏରିଆରେ କଟକଣା ଜାରି ରହିବ । କୃଷି ଓ ଶ୍ରମ କ୍ଷେତ୍ରରେ କଟକଣା କୋହଳ କରାଯିବ। ସାମାଜିକ ଦୂରତା ରଖି କୃଷକ ଓ ଶ୍ରମିକ କାମ କରିବେ । ଚାଷ ପାଇଁ ଆବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଗ୍ରାମାଞ୍ଚଳରେ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି ଓ ସାମଗ୍ରୀ ରପ୍ତାନୀ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି । ମନ୍‌ରେଗା ଯୋଜନା ମାଧ୍ୟମରେ ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁ ଅଞ୍ଚଳରେ କଟକଣା ହଟାଯାଉଛି, ସେଠାକାର ସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପୁଣି ସ୍ପଟଲାଇଟରେ ଉତ୍ତର ଓଡ଼ିଶା: ଭଦ୍ରକରୁ ୫, ବାଲେଶ୍ୱରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ବାଲେଶ୍ୱର: ୭ ଆକ୍ରାନ୍ତଙ୍କ ଜିଲ୍ଲା ପ୍ରକାଶ କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ । ସେମଧ୍ୟରେ ଭଦ୍ରକରୁ ୫ ଜଣ ପଜିଟିଭ ଥିବା ବେଳେ, ବାଲେଶ୍ୱରରୁ ୨ ଜଣ ଆକ୍ରାନ୍ତ ଅଛନ୍ତି । ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ, କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହି ସଂଖ୍ୟା ସହ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୬୮ କୁ ବୃଦ୍ଧି ।

ସେପଟେ ଭଦ୍ରକରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବାସୁଦେବପୁର ଓ ଭଣ୍ଡାରୀପୋଖରୀ ଅଞ୍ଚଳର ବିଭିନ୍ନ ଅଞ୍ଚଳ ସିଲ୍‌ କରିଛି ପ୍ରଶାସନ । ୫ ଚିହ୍ନଟଙ୍କ ମଧ୍ୟରେ ବାସୁଦେବପୁର ୩ ଜଣ ଥିବା ବେଳ, ଭଣ୍ଡାରୀପୋଖରୀ ଅଞ୍ଚଳର ୨ ଆକ୍ରାନ୍ତ ଚିହ୍ନଟ ହୋଇଛି । ସିଲ ଅଞ୍ଚଳ ଗୁଡିକ ହେଲା ଲକ୍ଷ୍ମୀଦାସପୁର ପଞ୍ଚାୟତର ମାଟିପକା, ପଦ୍ମପୁର ପଞ୍ଚାୟତର ମେଳକସାହି, ଖରିଦା ବିନାୟକପୁର ପଞ୍ଚାୟତର ବିନାୟକପୁର । ଅନ୍ୟପଟେ ଭଣ୍ଡାରିପୋଖରୀର ରହଣିଆକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ଜିଲ୍ଲାପ୍ରଶାସନ ।

ସେପଟେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୬୮କୁ ବୃଦ୍ଧି । ତେବେ ରାଜ୍ୟରେ ଏବେ ୪୩ ଟି ଆକ୍ଟିଭ କେସ ରହିଛି । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି ସୁଦ୍ଧା ମୋଟ ୧୦ ହଜାର ୬୪୧ ଟି ନମୁନା ପରୀକ୍ଷା ହୋଇଛି । ସେ ମଧ୍ୟରୁ ୧୦ ହଜାର ୫ଶହ ୭୩ ଟି ନମୁନା ନେଗେଟିଭ ଆସିଛି ।

ଦିନକ ବ୍ୟବଧାନ ପରେ ପୁଣି ବଢିଲା କରୋନା ଗ୍ରାଫ୍‌…ଏକାଥରକେ ଆଉ ୭ କରୋନା ପଜିଟିଭ ଚିହ୍ନଟ…ରାଜ୍ୟରେ ୬୮ରେ ପହଞ୍ଚିଲା ପଜିଟିଭଙ୍କ ସଂଖ୍ୟା…ଏବେ ୪୩ ଆକ୍ଟିଭ କେସ୍‌…

ଦିନକ ବ୍ୟବଧାନ ପରେ ପୁଣି ବଢିଲା କରୋନା ଗ୍ରାଫ୍‌…ଏକାଥରକେ ଆଉ ୭ କରୋନା ପଜିଟିଭ ଚିହ୍ନଟ…ରାଜ୍ୟରେ ୬୮ରେ ପହଞ୍ଚିଲା ପଜିଟିଭଙ୍କ ସଂଖ୍ୟା…ଏବେ ୪୩ ଆକ୍ଟିଭ କେସ୍‌…

ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ…ଏବେ ରାଜ୍ୟର ମୋଟ ପଜିଟିଭ ସଂଖ୍ୟା ୬୧ରୁ ୬୮କୁ ବୃଦ୍ଧି ହୋଇଛି…

ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ…ଏବେ ରାଜ୍ୟର ମୋଟ ପଜିଟିଭ ସଂଖ୍ୟା ୬୧ରୁ ୬୮କୁ ବୃଦ୍ଧି ହୋଇଛି

କରୋନା ହାରିବ, ଭାରତ ଜିତିବ….ଧିରେ ଧିରେ ଭାଇରସ ମୁକ୍ତ ହେଉଛି ଦେଶ….୮୦ ପ୍ରତିଶତ ଲୋକ ହେଉଛନ୍ତି ସୁସ୍ଥ…ଏପଟେ ଆଜିଠୁ ଦେଶରେ ଲକ୍‌ଡାଉନ କଟକଣାରେ କୋହଳ….ସାମାଜିକ ଦୁରତା ରଖି କାମ କରିବେ କୃଷକ ଓ ଶ୍ରମିକ

କରୋନା ହାରିବ, ଭାରତ ଜିତିବ….ଧିରେ ଧିରେ ଭାଇରସ ମୁକ୍ତ ହେଉଛି ଦେଶ…. ୮୦ ପ୍ରତିଶତ ଲୋକ ହେଉଛନ୍ତି ସୁସ୍ଥ…ଏପଟେ ଆଜିଠୁ ଦେଶରେ ଲକ୍‌ଡାଉନ କଟକଣାରେ କୋହଳ….ସାମାଜିକ ଦୁରତା ରଖି କାମ କରିବେ କୃଷକ ଓ ଶ୍ରମିକ