spot_img
Home Blog Page 7350

କରୋନାର ସର୍ବାଧିକ ପ୍ରଭାବିତ ୨୦ଟି ଦେଶରୁ ଭାରତରେ ସର୍ବନିମ୍ନ ମାମଲା, ତଥାପି କାହିଁକି ହେଲା ଲକଡାଉନ ଜାଣନ୍ତୁ …

ଭାରତରେ କରୋନାର ପ୍ରଥମ କରୋନା ମାମଲା ୩୦ ଜାନୁଆରୀରେ ଆସିଥିଲା ​​ । ମାର୍ଚ୍ଚ ୪ରେ କରେନା ରୋଗୀ ସଂଖ୍ୟା ୭ ରୁ ୨୯କୁ ବୃଦ୍ଧି ପାଇଲା । ତାପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଥିଲେ । ଦିଲ୍ଲୀ ପ୍ରଥମେ ସ୍କୁଲ କଲେଜଗୁଡ଼ିକୁ ବନ୍ଦ କରିଥିଲା । ମାର୍ଚ୍ଚ ୧୦ ରେ ଯେତେବେଳେ ମାମଲା ଦ୍ୱିଗୁଣିତ ହେଲା । ୨୯ ମାମଲାରୁ ୬୦ କୁ ବୃଦ୍ଦି ପାଇଲା ତାପରେ, ବିଭିନ୍ନ ରାଜ୍ୟ ସରକାର ମଧ୍ୟ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ମାର୍ଚ୍ଚ ୧୫ ରେ, ରୋଗୀଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିବା ବେଳକୁ ଦେଶର ସମସ୍ତ ଧାର୍ମିକ ସ୍ଥାନ ଗୁଡ଼ିକୁ ଲକ୍‌ଡାଉନ କରାଯାଇଥିଲା । ତାପରେ ମାର୍ଚ୍ଚ ୨୨ରେ, ସମଗ୍ର ଦେଶରେ ଏକ ସାଧାରଣ କର୍ଫ୍ୟୁ ଲାଗୁ କରାଯାଇଥିଲା । ଯାହାପରେ ଦେଶର ବିଭିନ୍ନ ସହରରେ ତାଲଶ ପକାଇବାକୁ ଘୋଷଣା କରାଯାଇଥିଲା ।

କରୋନାର ସର୍ବାଧିକ ପ୍ରଭାବ ଥିବା ୨୦ ଟି ଦେଶ ମଧ୍ୟରୁ ଭାରତରେ କେବଳ ୫୦୦ ଟି ମାମଲା ଆସିବା ପରେ ଲକଡାଉନ କରାଯାଇଥିଲା । ଭାରତ ହେଉଛି ଏକମାତ୍ର ଦେଶ ଯାହାର ଜନସଂଖ୍ୟା ୧୩୫ କୋଟିରୁ ଅଧିକ ଥିବା ବେଳେ ମାତ୍ର ୫୦୦ ମାମଲା ଆସିବା ପରେ ସମ୍ପୁର୍ଣ୍ଣ ଲକଡାଉନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ଥିଲା।

ଭାରତ ବ୍ୟତୀତ ଅଷ୍ଟ୍ରିଆ, ସ୍ୱିଜରଲ୍ୟାଣ୍ଡ ଏବଂ ପର୍ତ୍ତୁଗାଲରେ୧୦୦୦ ମାମଲା ଆସିବା ପରେ ଲକଡାଉନ୍ ଲାଗୁ କରାଯାଇଥିଲା । ତେବେ ଏହି ଦେଶର ଜନସଂଖ୍ୟା ଭାରତର ତୁଳନାରେ ୧୦% ନୁହେଁ । ଠିକ୍ ସମୟରେ ତାଲା ପକାଇବା ପରେ ଏହି ଚାରିଟି ଦେଶରେ ଏବେ ସ୍ଥିତି ବିଗିଡ଼ିନାହିଁ । ଆଉ ଯେଉଁ ଦେଶରେ ଲକଡାଉନ୍ ବିଳମ୍ବ ହୋଇଛି କିମ୍ବା ଯେଉଁଠାରେ ଲକଡାଉନ୍ ଲାଗୁ କରାଯାଇ ନାହିଁ, ସେଠାରେ ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି ।

ସର୍ବାଧିକ ପ୍ରଭାବିତ ୨୦ ଦେଶ ମଧ୍ୟରେ ଆମେରିକା ସମେତ ୬ ଟି ଦେଶ ଏପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ଲକଡାଉନ କରାଯାଇନାହିଁ । ଆମେରିକାରେ ସଂକ୍ରମିତ ମୋଟ ସଂଖ୍ୟା ୭ ଲକ୍ଷରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ୩୫ ହଜାରରେ ପହଞ୍ଚିଛି । ସେପଟେ ୟୁରୋର ୫ଟା ଦେଶରେ ୫-୫ ହଜାର ମାମଲା ଆସିବା ପରେ ଲକଡାଉନ କରାଯାଇଥିଲା । ଯେଉଁଠାରେ ଏବେ ସଂକ୍ରମଣ ସଂଖ୍ୟା ଲକ୍ଷ ଅତିକ୍ରମ କରିଛି । କିନ୍ତୁ ୧୦ ସବୁଠାରୁ ଅଧିକ ପ୍ରଭାବିତ ଦେଶ ମଧ୍ୟରେ ୩ ଦେଶରେ ଲକଡାଉନ ଏବେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ କରାଯାଇନାହିଁ । ସେହି ଦେଶ ଗୁଡ଼ିକ ହେଉଛି ଆମେରିକା, ଚୀନ, ତୁର୍କୀ । ଏହି ସବୁ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ହୋଇନାହିଁ ।

ଲକଡାଉନ୍ ନିୟମରେ କାଲିଠୁ କିଛିଟା କୋହଳ, ୨ ସହର ବାଦ୍

ଭୁବନେଶ୍ୱର: କାଲିଠୁ ଲକଡାଉନ୍ ନିୟମରେ କିଛିଟା କୋହଳ ହେବ । ରାଜ୍ୟରେ ଆରମ୍ଭ ହେବ ଚାଷ କାର୍ଯ୍ୟ । ଖୋଲିବ ଚାଷ, ପଶୁପାଳନ ସହ ଜଡ଼ିତ କାରଖାନା । କୃଷି କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଥିବା ଯନ୍ତ୍ରପାତି ସହ ପରିବହନ କାର୍ଯ୍ୟକୁ ସରକାର ଅନୁମତି ଦେଇଛନ୍ତି । ତେବେ, ଏହି କୋହଳ ନିୟମ ରାଜ୍ୟର ୨ଟି ସହରରେ ଲାଗୁ ହେବନାହିଁ । ପୂର୍ବପରି ଲକଡାଉନ୍ ନିୟମ ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ବଳବତ୍ତର ରହିବ । ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଉଭୟ ସହରର ଲୋକ ପୂର୍ବଭଳି ଲକଡାଉନରେ ରହିବେ । ଏଥିରେ କୌଣସି ପରିବର୍ତ୍ତନ ଅଣାଯାଇନାହିଁ । ଲୋକଙ୍କୁ ପୂର୍ବଭଳି ଲକଡାଉନ୍ ନିୟମ ମାନି ଘରେ ରହିବାକୁ ପଡ଼ିବ । ଘରେ ରହିଲେ ହିଁ ସୁରକ୍ଷିତ ରହିବେ ବୋଲି କୁହଯାଇଛି । ୨ ସହରରେ ଚାଷ କାର୍ଯ୍ୟ ହେଉ ନଥିବାରୁ ଲକଡାଉନ୍ ନିୟମରେ କୌଣସି କୋହଳ ଅଣାଯାଇନାହିଁ ।

ଏପ୍ରିଲ୍ ୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍, ଏହି ସବୁ ପ୍ରତିବନ୍ଧକ ଉଠାଇଲେ ସରକାର

ଟ୍ରେନ୍ ଏବଂ ବିମାନ ଚଳାଚଳ ନେଇ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ମନ୍ତ୍ରୀ ସ୍ତରୀୟ କମିଟି

ନୂଆଦିଲ୍ଲୀ: ଲକ୍‌ଡାଉନ ପରେ ଆରମ୍ଭ ହେବକି ବିମାନ ସେବା ? ଟ୍ରାକରେ ପୁଣି କେବେ ଦୌଡ଼ିବ ରେଳ ଗାଡ଼ି ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କରୋନା ସଂକ୍ରମଣର ବର୍ତ୍ତମାନର ସ୍ଥିତି ଓ ଆଗାମି ରଣନୀତି ନେଇ ଗ୍ରୁପ୍ ଅଫ୍ ମିନିଷ୍ଟର୍ସ (GoM) ବୈଠକରେ ଆଲୋଚନା ହୋଇଛି । ବିଗୁଡ଼ୁଥିବା ସ୍ଥିତିକୁ ଦେଖି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ସରିବା ପରେ ଟ୍ରେନ୍‌ ଓ ବିମାନ ସେବା ଆରମ୍ଭ ଉପରେ ଅସହମତି ପ୍ରକାଶ କରିଛନ୍ତି ଅଧିକାଂଶ ମନ୍ତ୍ରୀ ।  ଶନିବାର ଦିନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଧ୍ୟ କହିଛନ୍ତି ଯେ ଘରୋଇ ବିମାନ କମ୍ପାନୀଗୁଡିକ ବିମାନ ଟିକେଟ ବିକ୍ରୟ କରିବା ଉଚିତ ନୁହେଁ । କିନ୍ତୁ ଲକ୍‌ଡାଉନ ମେ ୩ରେ ଖୋଲିବା ଆଶାରେ କିଛି ବିମାନ କମ୍ପାନୀ ଟିକେଟ ବିକ୍ରି କରିବା ଆରମ୍ଭ କରିଛନ୍ତି ।

ରେଳ, ବିମାନ ଯାତ୍ରା ମେ ୩ରୁ ଆରମ୍ଭ ହେବାର ସମ୍ଭାବନା ନାହିଁ

ଶନିବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ କୋଭିଡ -19 ପାଇଁ GoMର ପଞ୍ଚମ ବୈଠକ ବସିଥିଲା । ଏହି ବିଷୟ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଯାଇଛି । ସୂଚନାନୁସାରେ ବୈଠକରେ ମେ ପରେ ରେଳ ଓ ବିମାନ ସେବା ଆରମ୍ଭ ହେବ ନାହିଁ ବୋଲି କୁହାଯାଇଛି । ମନ୍ତ୍ରୀ ଦଳର ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରେ ଦେଶରେ କରୋନା ସ୍ଥିତିର ଆକଳନ ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

ଟ୍ରେନରେ ସାମାଜିକ ଦୂରତା ସମ୍ଭବ ନୁହେଁ

ରିପୋର୍ଟ ଅନୁଯାୟୀ, ଏଭଳି ପରିସ୍ଥିତିରେ ଯାତ୍ରୀବାହୀ ଟ୍ରେନ୍ ଆରମ୍ଭ କରିବା ସପକ୍ଷରେ ସମସ୍ତ ମନ୍ତ୍ରୀ ମାନେ ମନା କରିଛନ୍ତି । ମନ୍ତ୍ରୀମାନଙ୍କ କହିବା ଅନୁଯାୟୀ ଟ୍ରେନରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବା ସମ୍ଭବ ନୁହେଁ । ଏୟାର ଇଣ୍ଡିଆ ଏବଂ ବେସରକାରୀ ଏୟାରଲାଇନ୍ସକୁ ମେ ୩ ପରେ ମଧ୍ୟ ବୁକ୍ ନକରିବାକୁ କୁହାଯାଇଛି ।ତେବେ ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏପର୍ଯ୍ୟନ୍ତ ଘରୋଇ କିମ୍ବା ଆନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଅର୍ଥାତ୍ ବର୍ତ୍ତମାନ ସମୟରେ ଭାରତରେ କୌଣସି ବିମାନ ଚଳାଚଳ ଆରମ୍ଭ ହେବ ନାହିଁ । ସେପଟେ କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଘରୋଇ କିମ୍ବା ଆନ୍ତର୍ଜାତୀୟ କାର୍ଯ୍ୟ ଖୋଲିବା ପାଇଁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ମାର୍ଚ୍ଚ ୨୫ ରୁ ଟ୍ରେନ୍ ଏବଂ ବିମାନ ବନ୍ଦ ରହିଛି

ମାର୍ଚ୍ଚ ୨୫ ଠାରୁ ଦେଶରେ ଲକଡାଉନ୍ ଲାଗୁ କରାଯାଇଛି ଏବଂ ଏହି ଦିନଠାରୁ ଟ୍ରେନ୍, ବିମାନ, ବସ୍ ବନ୍ଦ ରହିଛି । ପ୍ରଥମ ଲକଡାଉନ୍ ୧୪ ଏପ୍ରିଲ୍ ପର୍ଯ୍ୟନ୍ତ ଥିଲା, କିନ୍ତୁ କରୋନା ରୋଗୀଙ୍କ ଦିନକୁ ଦିନ ବୃଦ୍ଧି ପାଇବା ପରେ ଏହାକୁ ୩ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

କରୋନା ଭାଇରସରରେ ପୋଲିସ ଅଧିକାରୀଙ୍କ ମୃତ୍ୟୁ, ଶୋକାକୁଳ ପୋଲିସ ବିଭାଗ

ଇନ୍ଦୋର: ମହାମାରୀ କରୋନା ହେତୁ ୪୧ ବର୍ଷିୟ ପୋଲିସ ଇନ୍ସପେକ୍ଟର ଦେବେଶ ଚନ୍ଦ୍ରବଂଶୀଙ୍କର ଶନିବାର ରାତିରେ ଇନ୍ଦୋରରେ ମୃତ୍ୟୁ ହୋଇଛି । ଅଧିକାରୀଙ୍କ କହିବାନୁସାରେ, ରାଜ୍ୟରେ କୋଭିଡ-୧୯ ରୁ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହେବା ଏହା ପ୍ରଥମ ଘଟଣା । ପୋଲିସ ଅଧୀକ୍ଷକ ମହେଶଚନ୍ଦ୍ର ଜୈନ ରବିବାର କହିଛନ୍ତି ଯେ ସହରର ଜୁନି ଇନ୍ଦୋର ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ୪୧ ବର୍ଷୀୟ ଇନ୍ସପେକ୍ଟର କୋଭିଡ -19 ସଂକ୍ରମିତ ହେବା ପୂର୍ବରୁ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜୈନ କହିଛନ୍ତି, ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ପୋଲିସ ଇନ୍ସପେକ୍ଟର ସୁସ୍ଥ ହୋଇପାରିଲେ ନାହିଁ । ତାଙ୍କ ପତ୍ନୀ ଏବଂ ଦୁଇ ଝିଅ ଅଛନ୍ତି।

COVID-19 ରେ ଇନ୍ସପେକ୍ଟରଙ୍କ ମୃତ୍ୟୁ ପରେ ପୋଲିସ ବିଭାଗରେ ଶୋକର ଲହରୀ ଖେଳିଯାଇଛି । ଅନେକ ଲୋକ ସୋସିଆଲ ମିଡିଆରେ ସେମାନଙ୍କୁ COVID-19 ‘ଯୋଦ୍ଧା’ ବୋଲି କହି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି | ଏହି ସମୟରେ ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ପ୍ରବୀଣ ଜାଦିଆ କହିଛନ୍ତି ଯେ ଜିଲ୍ଲାର କରୋନା ଜୀବାଣୁ କାରଣର ଅନ୍ୟ ଏକ ମାମଲାରେ ଶୁକ୍ରବାର ଦିନ ଏକ ଘରୋଇ ଡାକ୍ତରଖାନାରେ ୭୦ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି। ଦୁହିଁଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୪୯ କୁ ବୃଦ୍ଧି ପାଇଛି ।

ସଲମାନ ଖାନଙ୍କ ୟୁଟ୍ୟୁବ ଚ୍ୟାନାଲରେ ରିଲିଜ ହେବ ପ୍ରଥମ ଗୀତ “ପ୍ୟାର କରୋନା”

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ ସଲମାନ ଖାନ, କରୋନା ଭୂତାଣୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । କେବଳ ଭାଇଜାନ ନୁହଁନ୍ତି ବଲିଉଡ଼ର ଅନେକ ସେଲିବ୍ରିଟିମାନେ ଲୋକଙ୍କୁ ସଚେତନ କରିବାକୁ ଗୋଟେ ପରେ ଗୋଟେ ଭିଡ଼ିଓ ସେୟାର କରୁଛନ୍ତି । ଏହା ପୂର୍ବରୁ ସଲମାନଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯେଉଁଥିରେ ସୋସିଆଲ ମିଡିଆ ମାଧ୍ୟମରେ ସେ ଜନସାଧାରଣକୁ ଘରେ ରହିବା ପାଇଁ ନିବେଦନ କରିଛନ୍ତି। ଏଥି ସହିତ ସେ ଲକଡାଉନ୍ ନିୟମ ଉଲଂଘନ କରୁଥିବା ଲୋକଙ୍କ ଉପରେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ।

ସଲମାନ ଖାନ୍ ତାଙ୍କ ପ୍ରଶଂସକମାନଙ୍କୁ ସାମାଜିକ ଦୂରତା ପାଇଁ କହିଛନ୍ତି । ଏହାସହ ସେ ନିଜେ ତାଙ୍କ ପରିବାର ସହ ଆଇସୋଲେସନରେ ମଧ୍ୟ ରହିଛନ୍ତି । ଏବେ ସଲମାନ ଏହି ସଂକ୍ରମଣ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏକ ନୂଆ ଉପାୟ ଅବଲମ୍ବନ କରିଛନ୍ତି। ସଲମାନ ଏଥିପାଇଁ ଏକ ନୂଆ ଗୀତ ଆଣିଛନ୍ତି। ଏହି ଗୀତ ଆସନ୍ତା କାଲି ରିଲିଜ ହେବ । ଏହି ଗୀତ ବିଷୟରେ ସଲମାନ ନିଜ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଦେଇଛନ୍ତି। ସଲମାନ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏକ ପ୍ରୋମୋ ଭିଡିଓ ସେୟାର କରିଛନ୍ତି । ଆସନ୍ତାକାଲି ତଥା ଏପ୍ରିଲ ମାସ ୨୦ ତାରିଖରେ ଏହି ଗୀତଟି ରିଲିଜ ହେବାକୁ ଯାଉଛି।

ବୁଲିବାକୁ ଆସିଥିଲେ ଟଙ୍କା ସରିଗଲା, ଗୁମ୍ଫାରେ ଫସିଛନ୍ତି ବିଦେଶୀ

ଡେରାଡୁନ୍: ଲକଡାଉନରେ ଲକ୍ ହୋଇ ରହିଛନ୍ତି ବିଦେଶୀ, ତା’ପୁଣି ଗୁମ୍ଫା ଭିତରେ । କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ ଦେଶରେ ଲକଡାଉନ୍ ଲାଗି ରହିଥିବା ବେଳେ ଉତ୍ତରାଖଣ୍ଡରୁ ଆସିଛି ଏକ ଅଭାବନୀୟ ଖବର । ଋଷିକେଶ ସହରର ଗଙ୍ଗା ଲକ୍ଷ୍ମଣ ଝୁଲା ଅଞ୍ଚଳର ଏକ ଗୁମ୍ଫାରୁ ୬ ଜଣ ବିଦେଶୀଙ୍କୁ ଉଦ୍ଧାର କରାଯାଇଛି । ଯେଉଁମାନେ ମାର୍ଚ୍ଚ ୨୫ ତାରିଖରୁ ଗୁମ୍ଫାରେ ଥିଲେ ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସ୍ଥାନୀୟ ପୋଲିସ ୬ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିଛି । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡ଼ିଛି । ୨ ଜଣ ୟୁକ୍ରେନର ବାସିନ୍ଦା ହୋଇଥିବା ବେଳେ ଜଣେ ତୁର୍କୀର । ଆମେରିକା, ଫ୍ରାନ୍ସ ଓ ନେପାଳର ଅନ୍ୟ ୩ ଜଣ ।

ପୋଲିସ ସୂଚନା ଅନୁଯାୟୀ, ସେମାନେ ପ୍ରାୟ ୨ ମାସ ତଳୁ ଋଷିକେଶ ଆସିଥିଲେ । ମୁନି କି ରେତି ଅଞ୍ଚଳର ଏକ ହୋଟେଲରେ ରହୁଥିଲେ । ସେମାନଙ୍କ ପାଖରେ ଥିବା ଟଙ୍କା ସରିଯିବାରୁ ହୋଟେଲ୍ ବିଲ୍ ଦେବାକୁ ସକ୍ଷମ ହୋଇନଥିଲେ । ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ପୂର୍ବରୁ ସେମାନେ ଗୁମ୍ଫାକୁ ଚାଲିଆସି କାଠରେ ରୋଷେଇ କରିବା ସହ ନିକଟରେ ବହୁଥିବା ଗଙ୍ଗା ନଦୀରୁ ଜଳ ଆଣୁଥିଲେ ।

ସମସ୍ତଙ୍କୁ ଉଦ୍ଧାର କରାଯାଇ ଏବେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ କରୋନାର କୌଣସି ଲକ୍ଷଣ ଦେଖାଦେଇ ନଥିବା ଜଣାପଡ଼ିଛି । ଉତ୍ତରାଖଣ୍ଡ ପୋଲିସ ଅନୁୟାୟୀ ଏବେ ଋଷିକେଶରେ ୬୦୦ରୁ ୭୦୦ ବିଦେଶୀ ପର୍ଯ୍ୟଟକ ଫସି ରହିଛନ୍ତି । ସମ୍ପୃକ୍ତ ଦୂତାବାସ ପକ୍ଷରୁ ଦେଶକୁ ଫେରିବା ବ୍ୟବସ୍ଥା ହେଲେ ସେମାନଙ୍କୁ ପଠାଇ ଦିଆଯିବ । ଏବେ ଯାଏଁ ଉତ୍ତରାଖଣ୍ଡରେ ୪୨ ଜଣଙ୍କ ଠାରେ କରୋନା ଚିହ୍ନଟ କରାଯାଇଛି ।

ଲକଡାଉନରେ ବନ୍ଦ ରେଷ୍ଟୁରାଣ୍ଟ ଭିତରେ ୪ ଦିନ ରହିଲେ ବ୍ୟକ୍ତି, ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ଖାଇବା ସହ ପିଇଲେ ମଦ

ଯୁକ୍ତରାଷ୍ଟ୍ର ଆମେରିକା: କରୋନା ଭାଇରସ କାରଣରୁ ଦୁନିଆର ଅନେକ ଲୋକ ନିଜ ଘରେ ଲକଡାଉନରେ ରହୁଛନ୍ତି । ଅନ୍ୟପଟେ ଜଣେ ବ୍ୟକ୍ତି ବନ୍ଦ ରେଷ୍ଟୁରାଣ୍ଟରେ ଭିତରେ ପ୍ରବେଶ କରି ସେଠାରେ ୪ ଦିନ ପର୍ଯ୍ୟନ୍ତ ଖାଇ ପିଇ ଶୋଇଥିଲେ। ଏହି ୪୨ ବର୍ଷୀୟ ବ୍ୟକ୍ତି ରେଷ୍ଟୁରାଣ୍ଟ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ଖାଇଥି ଖାଇବା ସହିତ ଏବଂ ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି ।

ଏହି ମାମଲା ଆମେରିକାର କନେକ୍ଟିକଟ୍ ରାଜ୍ୟର ନ୍ୟୁ ହେଭେନ ସହରର । ୪୨ ବର୍ଷିୟ ଲୁଇସ୍ ଅରିଟିଜ୍ ଙ୍କୁ ଅନେକ ଅପରାଧିକ ମାମଲାରେ ପୋଲିସ୍ ଗିରଫ କରି ତାଙ୍କୁ ଜେଲ୍ ପଠାଇଛନ୍ତି।

ଏହି ବ୍ୟକ୍ତି ଜଣଙ୍କ ଅର୍ଟିଜ୍ ‘ସୋଲ୍ ଡି କ୍ୟୁବା ନାମକ’ ଏକ ରେଷ୍ଟୁରାଣ୍ଟରେ ପ୍ରବେଶ କରିଥିଲେ ଯାହା କରୋନା ଭାଇରସ କାରଣରୁ ବନ୍ଦ ହୋଇଯାଇଥିଲା । ମଙ୍ଗଳବାର ଦିନ ମ୍ୟାନେଜର ରେଷ୍ଟୁରାଣ୍ଟରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ପ୍ରବେଶ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ କହିଛି ଯେ ଅର୍ଟିଜ ପାଖରୁ ଏକ ରମ୍ ବୋତଲ ମଧ୍ୟ ଉଦ୍ଧାର କରାଯାଇଛି। ରେଷ୍ଟୁରାଣ୍ଟ ମ୍ୟାନେଜମେଣ୍ଟ କହିଛି ଯେ ଅର୍ଟିଜ ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ଖାଇବା ସହ ୭୦ ବୋତନ ମଦ ପିଇଥିଲେ ।

ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ୧୧ ଏପ୍ରିଲରେ ଏକ ଝରକା ଦେଇ ବନ୍ଦ ରେଷ୍ଟୁରାଣ୍ଟ ଭିତରକୁ ଯାଇଥିଲେ । ରେଷ୍ଟୁରଣ୍ଟ ଭିତରୁ ବାହାରିବା ବେଳେ ମଧ୍ୟ ସେ ଖାଇବା ଓ ମଦ ନେଇ ବାହାରକୁ ଆସିଥିଲେ ।

ଅନ୍ୟ ଦେଶମାନଙ୍କ ପରି ଆମେରିକାରେ ମଧ୍ୟ ଲକଡାଉନ୍ କରାଯାଇଛି । ଅଫିସ୍ ବନ୍ଦ ରହିଥିବାବେଳେ ଲୋକଙ୍କୁ ନିଜ ଘରେ ରହିବାକୁ କୁହାଯାଉଛି। ଆମେରିକାରେ କରୋନା ଜୀବାଣୁ ଯୋଗୁଁ ବହୁ ସଂଖ୍ୟକ ଲୋକ ମଧ୍ୟ ବେକାର ହୋଇ ଯାଇଛନ୍ତି। ମାସକର ଖର୍ଚ୍ଚ ଚଳାଇବାରେ ମଧ୍ୟ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସହରରେ ଲକଡାଉନ କରିବା ବିରୋଧରେ ମଧ୍ୟ ପ୍ରଦର୍ଶନ କରାଯାଇଛି।

ସୋସିଆଲ ମିଡିଆରେ ଏହି ଅଭିନେତ୍ରୀଙ୍କ ପିଲାଦିନର ଫଟୋ ହେଲା ଭାଇରାଲ

ମୁମ୍ବାଇ: ବଲିଉଡର ଆଗଧାଢୀ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପିଲାବେଳର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଦୀପିକା ବଲିଉଡର ଜଣେ ଏମିତି ଅଭିନେତ୍ରୀ ଯିଏ ନିଜ ଅଭିନୟ ଦ୍ୱାରା ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ବଲିଉଡର ଅଧିକ ଆୟ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦୀପିକା । ଦୀପିକା ଏବେ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରହୁଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୪୭ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି  । ଟ୍ୱିଟରରେ ମଧ୍ୟ ୨୭ ମିଲିୟନରୁ ଅଧିକ ଲୋକେ ତାଙ୍କୁ ଫଲୋ କରନ୍ତି । ଏହା ବ୍ୟତୀତ ତାଙ୍କର ଅନେକ ଫ୍ୟାନ ପେଜ୍ ମଧ୍ୟ କ୍ରିଏଟ୍ କରାଯାଇଛି । ଏବେ ଲକଡାଉନ୍ ଭିତରେ ଦୀପିକା ନିଜ ସମୟ କେମିତି କାଟୁଛନ୍ତି ତାହା ସେୟାର କରନ୍ତି । ହେଲେ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ଏକ ପିଲାବେଳର ଫଟୋ ଭାଇରାଲ୍ ହେବାରେ ଲାଗିଛି ।

ଦୀପିକାଙ୍କର ଏହି ଫଟୋ ଫ୍ୟାନ୍ସମାନଙ୍କୁ ଖୁବ ପସନ୍ଦ ଆସିଛି । ଏହି ଫଟୋ ଦୀପିକାଙ୍କ ଫ୍ୟାନ ପେଜ୍ ରେ ସେୟାର କରାଯାଇଛି । ପିଲାଦିନର ଏହି ଫଟୋରେ ଦୀପିକା ବହୁତ ସୁନ୍ଦର ଦେଖାଯାଉଛନ୍ତି । ଦୀପିକା ନିଜ ପିତାମାତାଙ୍କୁ ଲକଡାଉନ୍ ରେ ବହୁତ ମିସ୍ କରୁଛନ୍ତି । ଦୀପିକା ପାଦୁକୋନଙ୍କ କହିବା ଅନୁସାରେ ଲକଡାଉନ୍ ସରିବା ମାତ୍ରେ ସେ ପ୍ରଥମେ ବାଙ୍ଗଲୋର ଯାଇ ପିତାମାତାଙ୍କୁ ଭେଟିବେ । ଏବଂ ଏହା ପରେ ସେ ଶକୁନ ବତ୍ରାଙ୍କ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଶେଷ ଥର ପାଇଁ ଛପାପ ଫିଲ୍ମରେ ଦୀପିକା ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ବ୍ୟତୀତ ସେ ରଣଭୀର ସିଂହଙ୍କ ସହ ଫିଲ୍ମ ୮୩ ରେ କାମ କରିଛନ୍ତି। ରଣଭୀର ସିଂହ ଏହି ଚଳଚ୍ଚିତ୍ରରେ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ।

 

 

 

 

ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ପାଇଁ ଇଷ୍ଟକୋଷ୍ଟ ରେଲୱେର ପଦକ୍ଷେପ

ଭୁବନେଶ୍ୱର: ତାଲାବନ୍ଦ ଭିତରେ ଘରେ ବନ୍ଦୀ ହୋଇ ରହିଛି ଜୀବନ । ଗଡ଼ୁନି ବସ୍ କି ଟ୍ରେନ୍ । ଜରୁରୀ କାମ ନଥିଲେ ଘରୁ ବାହାରିବା ମନା । ବିଶ୍ୱ ପାଇଁ କରୋନା ନେଇ ଆସିଥିବା ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ସେବା ଯୋଗାଇ ଚାଲିଛି ଇଷ୍ଟକୋଷ୍ଟ ରେଲୱେ । ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ଜାରି ରହିଛି । ସରକାରୀ ସ୍ତରରେ ଜରୁରୀ ସାମଗ୍ରୀ ପରିବହନ କରୁଥିବା ଇଷ୍ଟକୋଷ୍ଟ ରେଲୱେ ଜନସାଧାରଣଙ୍କ ଜିନିଷ ମଧ୍ୟ ଆପଣଙ୍କ ପାଖେ ପହଞ୍ଚାଇବ ।

ଆପଣ ଚାହିଁଲେ ଦୂରରେ ଥିବା ସମ୍ପର୍କୀୟଙ୍କ ନିକଟକୁ କୌଣସି ଅତ୍ୟାବଶ୍ୟକୀୟ ସାମଗ୍ରୀ ଇଷ୍ଟକୋଷ୍ଟ ରେଲୱେ ମାଧ୍ୟମରେ ପଠାଇ ପାରିବେ । ଏଥିପାଇଁ ଇଷ୍ଟକୋଷ୍ଟ ରେଲୱେ ପାର୍ସଲ ଏକ୍ସପ୍ରେସ୍ ଟ୍ରେନ୍ ସେବା ଜାରି ରଖିଥିବା ସୂଚନା ଦେଇଛି । ଏଥିପାଇଁ ରେଲୱେ ପକ୍ଷରୁ ଏକ ନମ୍ବର ମଧ୍ୟ ଜାରି କରାଯାଇଛି । ୮୪୫୫୮୮୫୯୯୯ ନମ୍ବରରେ କଲ୍ କରି ଯେ କେହିବି ଅତ୍ୟାବଶ୍ୟକୀୟ ସାମଗ୍ରୀ ପଠାଇବା ସହ ସୂଚନା ପାଇପାରିବେ ବୋଲି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ କୁହାଯାଇଛି ।

କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍

ଗୃହ ମନ୍ତ୍ରାଳୟର ଆଦେଶ, ଲକଡାଉନରେ ଜରୁରୀ ସାମଗ୍ରୀ ବ୍ୟତୀତ ଆଉକିଛି ଅନଲାଇନ ବିକ୍ରି କରିପାରିବେନି କମ୍ପାନୀ

ନୂଆଦିଲ୍ଲୀ: କରୋନାଭାଇରସ୍ ସଙ୍କଟ ମଧ୍ୟରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ହ୍ରାସ କରିବାକୁ ଏପ୍ରିଲ୍ ୨୦ (ସୋମବାର) ରୁ ଭାରତ ସରକାର କିଛି ସେବା ଏବଂ କାର୍ଯ୍ୟକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସେବା ଏବଂ କାର୍ଯ୍ୟକଳାପଗୁଡିକ ଅଣ କୋଭିଡ୍ -୧୯ କ୍ଷେତ୍ର କିମ୍ବା କରୋନା ଦ୍ୱାରା କମ୍ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ । ସରକାର ଏହି ସେବା ଏବଂ କାର୍ଯ୍ୟକଳାପ ସହ ଜଡିତ ଏକ ନୂତନ ତାଲିକା ପ୍ରକାଶ କରିଛନ୍ତି। ଅନ୍ୟପଟେ କରୋନା ସଂକ୍ରମିତ ଅଞ୍ଚଳରେ ଏଭଳି କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। ଗୃହ ମନ୍ତ୍ରଣାଳୟ ରବିବାର ଦିନ ନିର୍ଦ୍ଦେଶାବଳୀ ପରିବର୍ତ୍ତନ କରି ଏହା ସ୍ପଷ୍ଟ କରିଛନ୍ତି ଯେ ଲକଡାଉନ୍ ସମୟରେ ଇ-କମର୍ସ କମ୍ପାନୀଗୁଡିକ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ସାମଗ୍ରୀ ଯୋଗାଇ ପାରିବେ ନାହିଁ ।

ଆୟୁଷ, କୃଷି ଏବଂ ଉଦ୍ୟାନ କୃଷି କାର୍ଯ୍ୟକଳାପ, ମତ୍ସ୍ୟଚାଷ (ସାମୁଦ୍ରିକ ତଥା ଆଭ୍ୟନ୍ତରୀଣ), ବୃକ୍ଷରୋପଣ କାର୍ଯ୍ୟ (ଚା, କଫି ଏବଂ ରବର ସର୍ବାଧିକ ୫୦ ପ୍ରତିଶତ ଶ୍ରମ) ଏବଂ ପଶୁପାଳନ ସମେତ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ସରକାରଙ୍କ ଛାଡ ତାଲିକାରେ ଅନ୍ତର୍ଭୁକ୍ତ। ଏହା ସହିତ ଚା, କଫି ଏବଂ ରବର ବୃକ୍ଷରେ ସର୍ବାଧିକ ୫୦ ପ୍ରତିଶତ ଶ୍ରମିକଙ୍କ ସହିତ କାର୍ଯ୍ୟ କରାଯାଇପାରିବ ବୋଲି ଗୃହ ମନ୍ତ୍ରାଳୟ ସୂଚନା ଦେଇଛି ।

ମନରେଗା ଅଧୀନରେ କାମ ଅନୁମତି ଦିଆଯିବ, କିନ୍ତୁ ସାମାଜିକ ଦୂରତା ନିୟମ ମାନିବାକୁ ପଡିବ ଏବଂ ମାସ୍କ ପିନ୍ଧିବାକୁ ପଡିବ । ବିଦ୍ୟୁତ୍, ଜଳ ଏବଂ ଗ୍ୟାସ୍ ପରି ଜନସାଧାରଣ ଉପଯୋଗୀ ସାମଗ୍ରୀ କାର୍ଯ୍ୟ ଜାରି ରଖିବ । ରାଜ୍ୟ ଏବଂ ରାଜ୍ୟ ମଧ୍ୟରେ ମାଲ ପରିବହନ ଅନୁମତି ଦିଆଯିବ । ନିର୍ମାଣ କ୍ଷେତ୍ରର କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯିବ । ଏପ୍ରିଲ ୨୦ରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ମଧ୍ୟ ଖୋଲିବ ବୋଲି ସୂଚନା ଦେଇଛନ୍ତି ଗୃହ ମନ୍ତ୍ରାଳୟ ।