spot_img
Home Blog Page 7290

ସୁପ୍ରିମକୋର୍ଟରେ ଫାଶୀରୁ ବଞ୍ଚିବା ପାଇଁ ଶେଷ ପ୍ଲାନ୍‌ ହେଲା ଫେଲ୍‌

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ମୁକେଶର ଆବେଦନ ଖାରଜ ହୋଇଛି । ରାଜକ୍ଷମା ଖାରଜ ବିରୋଧରେ ଚାଲେଞ୍ଜ କରି କୋର୍ଟରେ ଦ୍ଵାରସ୍ଥ ହୋଇଥିଲା ମୁକେଶ । ଫାଶୀକୁ ଆଉ ଦୁଇ ଦିନ ଥିବାବେଳେ ମୁକେଶ ସିଂର ଶେଷ ପ୍ରୟାସ ବି ଫେଲ୍‌ ମାରିଛି ।

ମଙ୍ଗଳବାର ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଜଷ୍ଟିସ୍‌ ଅଶୋକ ଭୂଷଣ, ଏ ଏସ୍‌ ବୋପାନ୍ନା, ଆର ଭାନୁମତିଙ୍କ ଖଣ୍ଡପୀଠରେ ଶୁଣାଣି କରାଯାଇଥିଲା ।

ଶୁଣାଣି ବେଳେ ମୁକେଶର ଓକିଲ ରାଜକ୍ଷମା ଖାରଜର ନ୍ୟାୟିକ ତଦନ୍ତ ପାଇଁ ଯୁକ୍ତି କରିଥିଲେ । ନିର୍ଭୟାକୁ ମୁକେଶ ଦୁଷ୍କର୍ମ କରିନଥିଲେ, କିନ୍ତୁ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ  । ଏଥିପାଇଁ ତାଙ୍କୁ ଫାଶୀ ଦିଆଯାଇପାରିବ ନାହିଁ  ବୋଲି ଓକିଲ କହିଥିଲେ ।

ନିର୍ଧୁମ ଛେଚା ଖାଇଲେ ଚୋର

ବାଲେଶ୍ୱର: ଗାଁ ଲୋକ ମିଶି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ । ବାଲେଶ୍ୱର ଖଇରା ଥାନା ବରପଦାର ଦେଖାଦେଇଛି ଏପରି ଘଟଣା । ଚୋରି କରିବାକୁ ଆସି ଗ୍ରାମବାସୀଙ୍କ ହାତରେ ଧରା ପଡିବା ପରେ ନିର୍ଧୁମ ମାଡ଼ ଖାଇଛନ୍ତି ଦୁଇ ଜଣ ଚୋର । ପ୍ରାୟତଃ ବିଳମ୍ବିତ ରାତିରେ ଗାଁର ତାରିଣୀ ମନ୍ଦିର ଏବଂ କିଛି ଘରେ ପଶି ଚୋରି କରୁଥିଲେ । ଗାଁଲୋକ ଜାଣିପାରି ଚୋରଙ୍କୁ ଘେରିଥିଲେ ଓ ରାଗିଯାଇ ସମସ୍ତେ ମିଶି ବାଡ଼େଇ ଥିଲେ । ଘଟଣାସ୍ଥଳରୁ ୨ଜଣ ଚୋର ଖସିଯାଇଥିବା ବେଳେ ୨ଜଣ ଫେରାର ହୋଇ ଯାଇଥିଲେ । ଖବର ପାଇ ପୋଲିସ ୨ଜଣଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ଥାନାରେ ଅଟକ ରଖିଛି ।

ତପ୍ତପାଣି ବସ୍ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ୭୦ ଜଣିଆ ଟିମ୍

ଗଞ୍ଜାମ: ବଢୁଛି ମୃତ୍ୟୁ ସଂଖ୍ୟା ! ତପ୍ତପାଣି ଘାଟିରେ ବଡ଼ ଧରଣର ବସ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୭ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢୁଥିବା ଜଣାପଡ଼ିଛି । ଏବେ ବି ବସ୍ ତଳେ ଆହୁରି ଯାତ୍ରୀ ଚାପି ହୋଇଥିବା ସୂଚନା ମିଳିଛି ।

ଗୁରୁତର ଆହତଙ୍କୁ ଦିଗପହଣ୍ଡି ଓ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଦିଗପହଣ୍ଡି ସାନଖେମୁଣ୍ଡି ଅଗ୍ନିଶମ ବାହିନୀର ୭ ଟି ଅଗ୍ନିଶମ ଗାଡ଼ି ସହ ୭୦ରୁ ଅଧିକ ଅଫିସର ମୁତୟନ ହୋଇଛନ୍ତି । ବସରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଦିଗପହଣ୍ଡି ମେଡିକାଲକୁ ୧୦ ଟି ୧୦୮ ଗାଡ଼ି ନିୟୋଜିତ କରି ସ୍ଥାନାନ୍ତର କରାଯାଉଛି ।

ରାୟଗଡ଼ାର ଟିକିରି ଠାରୁ ମାରୁତି ନାମକ ଏକ ବସ ବ୍ରହ୍ମପୁର ଯାଉଥିଲା । ରାତି ପ୍ରାୟ ୩ଟାରେ ଏହି ବସ ତପ୍ତପାଣି ଘାଟିର ପାଳୁଖୋଲା ନିକଟରେ  ବସଟି ବ୍ରିଜ୍ ତଳକୁ ଖସିପଡ଼ିଥିଲା ।

ମାଲିକାଣୀଙ୍କୁ କରୋନା ଭାଇରସ୍ ଠାରୁ ରକ୍ଷା କଲା ପୋଷା କୁକୁର

ବିପଦ ଆସିଲେ କୁକୁର ଆଗରୁ ଜାଣି ବାଟ କଢେଇ ଦେଇଥାଏ ତେଣୁ କୁକୁରଙ୍କୁ ବିପଦ କାଳରେ ରକ୍ଷକ ବୋଲି ମଧ୍ୟ ମନାଯାଏ । ଏହାର ଏକ ସଦ୍ୟତମ ଉଦାହରଣ ତାଇୱାନ୍‌ରେ ଦେଖିବାକୁ ମିଳିଛି । ଏଠାରେ ଏକ ପୋଷା କୁକୁର ମାଲିକାଣୀଙ୍କ ପାସପୋର୍ଟ ଚିରି ଦେଇଥିଲା । ମାଲିକାଣୀଙ୍କୁ ଚାଇନାର ବୁହାନ ସହରକୁ ଯାତ୍ରା କରିବାର ଥିଲା । ତେଣୁ ଏହା ଦେଖି ମାଲିକାଣୀ ରାଗି ଯାଇଥିଲେ

ତେବେ କିଛି ଦିନ ପରେ ବୁହାନ ସହରରେ କରୋନା ଭୁତାଣୁ ସଂକ୍ରମଣ ହେଉଥିବା ଖବର ମାଲିକ ଜାଣିବାକୁ ପାଇଥିଲେ । ପରେ ମାଲିକାଣୀ ବିଶ୍ୱାସ କରିଥିଲେ ଯେ, ତାଙ୍କ ପୋଷା କୁକୁର କିମିକୁ ହୁଏତ ବିପଦର ପୂର୍ବାଭାସ ମିଳିଥିଲା ତେଣୁ ସେ ଏପରି କରି ମାଲିକାଣୀଙ୍କ ଜୀବନ ରକ୍ଷା କରିଥିଲା

ଏହା ଗୋଲଡେନ୍‌ ରିଟ୍ରିଭର ପ୍ରଜାତିର ଏକ ମାଈ କୁକୁର । ମାଲିକାଣୀ ତାଙ୍କ ଚିରା ପାସପୋର୍ଟ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଥିଲେ

ଏବେ ସେ ପୁଣି ସୋସିଆଲ୍‌ ମିଡ଼ିଆରେ କୁକୁର ଫଟୋ ଶେୟାର କରି ଲେଖିଛନ୍ତି ଯେ, କିମି ଯୋଗୁ ମୋ ଜୀବନ ବଞ୍ଚିଯାଇଛି

ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଏବେ ଚର୍ଚ୍ଚା ଜାରି ରହିଛି

NRC ଏବଂ CAA ବିରୋଧକରି ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରବ୍ୟାପୀ ବନ୍ଦ ଡାକରା

କଟକ: NRC ଏବଂ CAA ବିରୋଧରେ ଆଜି ବହୁଜନ କ୍ରାନ୍ତି ମୋର୍ଚ୍ଚା ରାଷ୍ଟ୍ରବ୍ୟାପୀ ବନ୍ଦ ଡାକରା ଦେଇଛି ।

ଏ ନେଇ ଆଜି କଟକ ଶାଖା ପକ୍ଷରୁ ସକାଳୁ ଲିଙ୍କ ରୋଡ , ମଧୁପାଟଣା ଛକ,ଶିଖରପୁର, ୧୬ନମ୍ବର ଜାତୀୟ ରାଜପଥ ବାଲିକୁଦା ଠାରେ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି । ମୁଖ୍ୟ ଦାବୀ ଦୋଷପୂର୍ଣ୍ଣ NRC ଓ ସମ୍ବିଧାନ ବିରୋଧୀ CAAକୁ ବନ୍ଦ କରାଯାଉ ବୋଲି ଦାବୀ କରିଛି ଏହି ମୋର୍ଚ୍ଚା ।

୧୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୩୦୦ରୁ ଅଧିକ ଲୋକ ଆକ୍ରାନ୍ତ

ମାରାତ୍ମକ କରୋନା ଭାଇରସ ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଯାଉଥିବା ଜଣାଯାଇଛି । ଏଥିରେ ଚୀନରେ ଏଯାଏଁ ୧୩୨ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୫୩୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୪୦ ଜଣଙ୍କ ନିକଟରେ କୋରନା ଭାଇରସ ଚିହ୍ନିଟ କରାଯାଇଛି । ଗଣମାଧ୍ୟମ ସଂସ୍ଥା ଦ୍ୱାରା ଏହା ରିପୋର୍ଟ କରାଯାଇଛି । ଏହି ଭୟଙ୍କର ସଂକ୍ରମଣ ଏବେ ବିଶ୍ୱର ବିଭିନ୍ନ ସ୍ଥାନକୁ ବ୍ୟାପିସାରିଛି । ତେଣୁ ସମଗ୍ର ବିଶ୍ୱ କରୋନା ଭାଇରାସ ନେଇ ଚିନ୍ତିତ ଅଛନ୍ତି ।

ଚୀନରେ ଭୟଙ୍କର ରୂପ ନେଇଥିବାରୁ ଭାରତ, ଥାଇଲାଣ୍ଡ, ନେପାଳ, ଆମେରିକା, ତାଇୱାନ, ଭିଏତନାମ, ସିଙ୍ଗାପୁରରେ ସତର୍କ ଜାରି କରାଯାଇଛି । ଚୀନରୁ ଯାଉଥିବା ଲୋକଙ୍କୁ କିଛି ଦେଶରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ସେହଭଳି ଭାଇରସକୁ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଚୀନରୁ ଅନ୍ୟ ଦେଶକୁ ସଂଯୋଗ କରୁଥିବା ବିମାନ ପ୍ରତି ମଧ୍ୟ ନଜର ରଖାଯାଇଛି ।

ନିର୍ଭୟାକୁ ମୁକେଶ ଦୁଷ୍କର୍ମ କରିନଥିଲେ, କେବଳ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ: ଓକିଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ମୁକେଶର ଶୁଣାଣି ଶେଷ ହୋଇଛି । ଆଜି ପ୍ରକାଶ ପାଇବ ରାୟ । ରାଜକ୍ଷମା ଖାରଜ ବିରୋଧରେ ଚାଲେଞ୍ଜ କରି ଦ୍ଵାରସ୍ଥ ହୋଇଥିଲା ମୁକେଶ । ଫାଶୀକୁ ଆଉ ଦୁଇ ଦିନ ଥିବାବେଳେ ତାପୂର୍ବରୁ ଆଜି ସର୍ବୋଚ୍ଚ ଅଦାଲତଙ୍କ କଣ ରାୟ ଆସିବ ।ତା ଉପରେ ସମସ୍ତଙ୍କ ନଜର ରହିଛି । ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଜଷ୍ଟିସ ଅଶୋକ ଭୂଷଣ, ଏ ଏସ୍‌ ବୋପାନ୍ନା, ଆର ଭାନୁମତିଙ୍କ ଖଣ୍ଡପୀଠରେ ଶୁଣାଣି କରାଯାଇଥିଲା ।

ଶୁଣାଣି ବେଳେ ମୁକେଶର ଓକିଲ ରାଜକ୍ଷମା ଖାରଜର ନ୍ୟାୟିକ ତଦନ୍ତ ପାଇଁ ଯୁକ୍ତି କରିଥିଲେ । ଏହି ସମୟରେ କୋର୍ଟ ରୁମରେ ଏକ ନାଟକୀୟ ମୋଡ ନେଇଥିଲା ମୁକେଶ ସିଂ ଓକିଲଙ୍କ ଯୁକ୍ତି । ପୁରୁଣା କଥା ଉଠାଇ ସେ ବିଚାରପତିଙ୍କ ନିଷ୍ପତିକୁ ବଦଳାଇବା ପାଇଁ ପ୍ରୟାସ କରିଥିଲେ । ନିର୍ଭୟାକୁ ମୁକେଶ ଦୁଷ୍କର୍ମ କରିନଥିଲେ, କିନ୍ତୁ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ  ।

ଏଥିପାଇଁ ତାଙ୍କୁ ଫାଶୀ ଦିଆଯାଇପାରିବ ନାହିଁ  ବୋଲି ଓକିଲ କହିଛନ୍ତି । ତିହାର ଜେଲରେ ମୁକେଶକୁ ହଇରାଣ କରାଯାଉଛି । ତାକୁ ଯୌନ ନିର୍ଯାତନା ଦିଆଯାଉଛି । ଏକଥା ଜେଲ ପ୍ରଶାସନ ଜାଣିଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ବୋଲି ମୁକେଶର ଓକିଲ କହିଛନ୍ତି ।

ମଉଳା ପଦ୍ମଫୁଲରେ ମହାପ୍ରଭୁଙ୍କ ପଦ୍ମବେଶ !

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁସାରେ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ମିଳିଥାଏ । ବୁଧବାର କିମ୍ବା ଶନିବାର ହୋଇଥାଏ ଏହି ବେଶ । ଭକ୍ତ ମନୋହର ଦାଶର ମନବାଞ୍ଛା ପୁରଣ କରିବା ପାଇଁ ମହାପ୍ରଭୁ ମଉଳା ପଦ୍ମଫୁଲରେ ଏହି ବେଶ ଧାରଣ କରିଥାନ୍ତି ।

 

ସପ୍ତଦଶ ଶତାବ୍ଦୀରୁ ବଡ଼ଛତା ମଠର ସନ୍ଥ ରଘୁବର ଦାସ ଏହି ବେଶ ଆରମ୍ଭ କରିଥିଲେ । ସୋଲ, ଜରି, କନା, କଇଥ ଅଠାରେ ପ୍ରସ୍ତୁତ ପଦ୍ମବେଶକୁ ବଡ଼ଛତା ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ । କୀରୀଟ, ଚୁଳ, ହୃଦପଦକ, କରପଲ୍ଲବ, ଶ୍ରୀମୁଖ ପଦ୍ମରେ ବିଭୂଷିତ ହୋଇ ଝଲସିବେ ମହାପ୍ରଭୁ । ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସରି ରାତ୍ର ଚନ୍ଦନଲାଗି ଓ ବଡ଼ସିଂହାର ବେଶ ସମୟରେ ଏହି ପଦ୍ମବେଶ ଅନୁଷ୍ଠିତ ହେବ । ପରେ ଶ୍ରୀଜିଉଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କ୍ଷୀରି ଓ ଅମାଲୁ ଭୋଗ କରାଯାଇଥାଏ ।

ଗଞ୍ଜାମ: ଗଞ୍ଜାମ ପାଟପୁର ଥାନା ତପ୍ତପାଣି ଘାଟିରେ ଓଲଟିଲା ବସ୍ । ୫ ମୃତ ୩୦ରୁ ଅଧିକ ଆହତ । ବସ୍ ତଳେ ଆଉ କିଛି ଯାତ୍ରୀ ଚାପି ହୋଇଥିବା ସନ୍ଦେହ ।

ଗଞ୍ଜାମ: ଗଞ୍ଜାମ ପାଟପୁର ଥାନା ତପ୍ତପାଣି ଘାଟିରେ ଓଲଟିଲା ବସ୍‌ । ୫ ମୃତ ୩୦ରୁ ଅଧିକ ଆହତ । ବସ୍‌ ତଳେ ଆଉ କିଛି ଯାତ୍ରୀ ଚାପି ହୋଇଥିବା ସନ୍ଦେହ ।

ଜାମାଇକା ଓ ପୂର୍ବି କ୍ୟୁବାରେ ତିବ୍ର ଭୂମିକମ୍ପ

ଜାମାଇକା ଓ ପୂର୍ବି କ୍ୟୁବା ମଧ୍ୟରେ ତିବ୍ର ଭୂମିକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲର ତିବ୍ରତା ୭.୭ ରହିଛି । ଭୂମିକମ୍ପରେ ବର୍ତ୍ତମାନ ପର୍ଯ୍ୟନ୍ତ କୈାଣସି କ୍ଷୟକ୍ଷତି ସୂଚନା ନାହିଁ । ତେବେ ଭୂମିକମ୍ପ ପ୍ରଭାବରେ ତଟୀୟ ଅଂଚଳରେ ସୁନାମି ଆଲର୍ଟ ଜାରି କରାଯାଇଛି । ଭୂମିକମ୍ପର କେନ୍ଦ୍ରବିନ୍ଦୁ ଜାମାଇକାରୁ ଉତ୍ତର ପଶ୍ଚିମ ଅଂଚଳରେ ଥିବା ଜଣାପଡ଼ିଛି । ଏଠାରୁ ପ୍ରାୟ ୧୪୦କିଲୋମିଟର ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଲୋକେ ଭୟରେ ଘର ବାହାରକୁ ପଳାଇ ଆସିଥିଲେ । ଭୁମିକମ୍ପ ପ୍ରଭାବରେ ଜାମାଇକାର କିଛି ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି ।