ମୁଖ୍ୟମନ୍ତ୍ରୀଙ୍କ ଅପିଲ୍, ଛାଡ଼ କର ୩ ମାସର ଘରଭଡ଼ା

ଭୁବନେଶ୍ୱର: ସମଗ୍ର ବିଶ୍ୱ ସଙ୍କଟ ଦେଇ ଗତି କରୁଛି । ମହାବିପଦ ସାଜିଛି ମହାମାରୀ କରୋନା । ଦେଶବ୍ୟାପୀ ଲକଡାଉନ୍ ପରିସ୍ଥିତି । ସମସ୍ତେ ସଂଘର୍ଷ କରୁଛନ୍ତି । ଏହି ବିପଦ ସମୟରେ ସମସ୍ତଙ୍କୁ ମାନବିକତାର ପରିଚୟ ଦେଇ ନୂତନ ଉଦାହରଣ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଜଣେ ଅନ୍ୟ ଜଣଙ୍କୁ ସହାୟତାର ହାତ ବଢ଼ାଇ ଏହି କଠିନ ପରିସ୍ଥିତିର ମୁକାବିଲା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ସମସ୍ତ ଘର ମାଲିକଙ୍କୁ ଅପିଲ୍ କରି କହିଛନ୍ତି ଯେ, ବିପଦ ସମୟରେ ଭଡ଼ାରେ ରହୁଥିବା ଲୋକଙ୍କୁ ଘରଭଡ଼ା ଛାଡ଼ କିମ୍ବା ବିଳମ୍ବ କରନ୍ତୁ । ଏଭଳି ୩ ମାସ ପର୍ଯ୍ୟନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଘର ଭଡ଼ା ଦେଇ ନପାରିଲେ କାହାରିକୁ ଘର ଛାଡ଼ିବାକୁ ବାଧ୍ୟ ନକରି ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

କରୋନା ବିରୋଧରେ ନବୀନଙ୍କ ପଦକ୍ଷେପକୁ ଜାତୀୟ ଗଣମାଧ୍ୟମର ପ୍ରଶଂସା

Leave a Reply