ଜନସ୍ୱାର୍ଥ ଦୃଷ୍ଟିରୁ ପଞ୍ଚମ କରୋନା ସଂକ୍ରମିତଙ୍କ ପରିଚୟ ପ୍ରକାଶ କଲା ପ୍ରଶାସନ

1 min read

ଭୁବନେଶ୍ୱର: ବିଏମସି ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟକୁ ବୃହତ୍ ଜନସ୍ୱାର୍ଥ ଦୃଷ୍ଟିରୁ ସାର୍ବଜନୀନ କରିଛି । ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ପ୍ରଦୀପ୍ତ କୁମାର ଦଳବେହେରା । ସେ ପ୍ଲଟ ନଂ-୩୭, ୟୁନିଟ୍-୦୭, ୱାର୍ଡ ନଂ- ୪୬, ସୂର୍ଯ୍ୟନଗର, ଭୁବନେଶ୍ୱରରେ ରହୁଛନ୍ତି । ତାଙ୍କ ସହ ମାର୍ଚ୍ଚ ୧ ପରେ ସମ୍ପର୍କରେ ଆସିଥିବା ଲୋକଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ କଥା କାହିଁକି ମନେ ପକାଇଲେ ବାଗଚୀ ?

ସେମାନଙ୍କୁ ସଂଘରୋଧରେ ରହିବା ସହ କରୋନା ଲକ୍ଷଣ ଦେଖାଗଲେ ୧୦୪ ହେଲ୍ପ ଲାଇନରେ କଲ୍ କରିବାକୁ କୁହାଯାଇଛି । ଏଥିସହ ପ୍ରଦୀପ୍ତଙ୍କ ପରିବାର ସହିତ ସାମାଜିକ ଭେଦଭାବ କରାଯିବ ନାହିଁ । ସେମିତି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

ଏଥିସହ ସତର୍କତା ମୂଳକ ପଦକ୍ଷେପ ଭାବେ ପ୍ରଶାସନ ଉକ୍ତ ଅଞ୍ଚଳକୁ ସିଲ୍ କରିଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସୂର୍ଯ୍ୟ ନଗର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ସେଠାର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ କରାଯାଇଛି । ବ୍ୟାରିକେଡ୍ ତିଆରି କରାଯାଇଛି । ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଗଙ୍ଗନଗର ଛକ, ଗଙ୍ଗନଗର ଛକରୁ ଶିରିପୁର ଛକ, ଶିରିପୁର ଛକରୁ ଗୋପବନ୍ଧୁ ଛକ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି ।

ଉକ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଭୟଭୀତ ନହେବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ଉକ୍ତ ଅଞ୍ଚଳରେ ଘରକୁ ଘର ବୁଲି ଚିକିତ୍ସା କରିବେ । ଯଦି କାହାଠାରେ ଲକ୍ଷଣ ଦେଖାଦିଏ ସେମାନଙ୍କ ଚିକିତ୍ସା କରାଯିବ । ପଞ୍ଚମ ଆକ୍ରାନ୍ତ ଜଣଙ୍କ ନମୁନା ପଜିଟିଭ୍ ଆସିବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କର ଚିକିତ୍ସା ଚାଲିଛି ।

ତେବେ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଞ୍ଚମ ଆକ୍ରାନ୍ତ ଜଣଙ୍କ ନିକଟରେ ବିଦେଶ କିମ୍ବା ରାଜ୍ୟ ବାହାରକୁ ଯାଇନଥିଲେ । ତଥାପି ସେ କରୋନାରେ ସଂକ୍ରମିତ ହୋଇଛନ୍ତି । ତେଣୁ, ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ଲକଡାଉନକୁ ମାନି ଲୋକେ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ କଥା କାହିଁକି ମନେ ପକାଇଲେ ବାଗଚୀ ?

Leave a Reply