୩ ହସ୍ପିଟାଲ ବୁଲିଛନ୍ତି ପଞ୍ଚମ କରୋନା ସଂକ୍ରମିତ

1 min read

ଭୁବନେଶ୍ୱର: ବିଏମସି ପଞ୍ଚମ କରୋନା ସଂକ୍ରମିତଙ୍କ ପରିଚୟ ଜନସ୍ୱାର୍ଥ ଦୃଷ୍ଟିରୁ ସାର୍ବଜନୀନ କରିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଟ୍ରାଭେଲ ତଥ୍ୟ ପ୍ରକାଶ କରିଛି । ସୂର୍ଯ୍ୟନଗର ବାସିନ୍ଦା ୬୦ ବର୍ଷୀୟ ପ୍ରଦୀପ୍ତ ଦଳବେହେରା ମାର୍ଚ୍ଚ ୫ ତାରିଖରେ ସ୍ଥାନୀୟ ମହାଶକ୍ତି ହସ୍ପିଟାଲକୁ ଯାଇଥିଲେ । ସେତେବେଳେ ତାଙ୍କୁ ଭୀଷଣ ସର୍ଦ୍ଦି ହୋଇଥିଲା । ପୁଣିଥରେ ମାର୍ଚ୍ଚ ୧୨ ତାରିଖରେ କାଶ ହେବାରୁ ମହାଶକ୍ତି ହସ୍ପିଟାଲ ଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ପରେ ମାର୍ଚ୍ଚ ୨୭ରେ ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ । ସେଦିନ ଅପରାହ୍ଣରେ ସମ୍ ହସ୍ପିଟାଲର ଓପିଡିରେ ଦେଖାଇଥିଲେ । ୨୮ ତାରିଖରେ ସମ୍ ହସ୍ପିଟାଲ ଓପିଡିରେ ପରାମର୍ଶ କରି ଘରକୁ ଫେରି ଯାଇଥିଲେ । ପୁଣି ୩୧ ତାରିଖରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହୋଇଥିଲା । ଏମ୍ସରେ ଭର୍ତ୍ତି ହେବା ସହ ନମୁନା ସଂଗ୍ରହ ହୋଇଥିଲା । ଏପ୍ରିଲ ୧ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଯଦି ଆପଣ ଏହି ସବୁ ସ୍ଥାନକୁ ଯାଇଛନ୍ତି ତେବେ, ସତର୍କତା ଅବଲମ୍ବନ କରନ୍ତୁ ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

ଏହି ଘଟଣା ପରେ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି । ସୂର୍ଯ୍ୟନଗର ଅଞ୍ଚଳକୁ ବିଏମସି ପକ୍ଷରୁ ସିଲ୍ କରାଯିବା ସହ ସାନିଟାଇଜ୍ କରାଯାଇଛି । ଉକ୍ତ ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆବଶ୍ୟକୀୟ ସାମଗ୍ରୀକୁ ମୋବାଇଲ୍ ଭ୍ୟାନ ମାଧ୍ୟମରେ ପ୍ରଶାସନ ଦୁଆରମୁହଁରେ ପହଞ୍ଚାଇବ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ କେହି ଯାଇ ପାରିବେନାହିଁ କି କେହି ବି ବାହାରକୁ ଆସିପାରିବେ ନାହିଁ ।

https://www.facebook.com/nandighoshatv/videos/1034922383560565

Leave a Reply