୩ ଦିନରେ ଡାକ୍ତର, ଯାଞ୍ଚ ଟିମ୍ ଓ ପୋଲିସ୍ ଉପରେ ୮ ଆକ୍ରମଣ… କରୋନା ଭାଇରସ୍‌ଠାରୁ ବି ବିପଜ୍ଜନକ ଚିନ୍ତାଧାରା

ପୂରା ବିଶ୍ୱ ଏବେ କରୋନା ରାକ୍ଷସ ସହ ଅହ ରହ ଲଡ଼ୁଛି । ତାର କରାଳ ରୂପରୁ ମୁକୁଳିବା ପାଇଁ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଚାଲିଛି ଯୁଦ୍ଧ । ଜଣଙ୍କଠୁ ଆଉ ଜଣକୁ ଏହି ଭାଇରସ ବ୍ୟାପିବାରେ ଲାଗିଛି । ଯାହାର ସଂକ୍ରମଣକୁ ରୋକିବା ପାଇଁ ଏକ ମାତ୍ର ରାସ୍ତା ହେଉଛି ସାମାଜିକ ଦୂରତା  । ଏବଂ ଏହି ଦୂରତା ପାଇଁ ପୂରା ଦେଶରେ ଲକ୍‌ଡାଉନ କରାଯାଇଛି । ଜରୁରୀକାଳୀନ କାର୍ଯ୍ୟ ନଥିଲେ କେହି ବାହାରକୁ ବାହାରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶ ରହିଛି ।

ତେବେ ଏହି ଭଳି ବିପଦପୂର୍ଣ ସମୟରେ ଆମ ପାଇଁ ଆମ ଦେଶର ପୋଲିସ, ଡାକ୍ତର, ସୁଇପର ଏବଂ ସମସ୍ତ କର୍ମଚାରୀ କ୍ରମାଗତ ଭାବରେ କରୋନା ବିରୋଧରେ ଲଢ଼ୁଛନ୍ତି  । ସେମାନେ  କରୋନା ସହ ସଂଘର୍ଷ କରୁଛନ୍ତି କେବଳ ଆମକୁ ବଞ୍ଚାଇବା ପାଇଁ । ମଣିଷ ସମାଜ ଯେମିତି ଏହି କରୋନା ଭାଇରସ୍‌ ପାଇଁ ଲୋପ ନହୋଇ ଯାଏ ସେଥିପାଇଁ ଡାକ୍ତର ମାନେ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ କିଛି ଖଳ ପ୍ରକୃତିର ଲୋକ ସେବାକାରୀଙ୍କ ଉପରେ କରୁଛନ୍ତି ଆକ୍ରମଣ ।

ନୂଆଦିଲ୍ଲୀ:

ବୁଧବାର ସକାଳେ ୨୦୦୦ ରୁ ଅଧିକ ମୁସଲିମଙ୍କୁ ନିଜାମୁଦ୍ଦିନରେ ଥିବା ତବଲିଗ୍‌ ଜମାତ ମାରକଜ୍ କୋଠାକୁ ବାହର କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୧୬୭ ଜଣଙ୍କୁ କ୍ୱାରାଣ୍ଟିନ୍ କେନ୍ଦ୍ରକୁ ନିଆଯାଇଥିଲା । ତେବେ ତବଲିଗଙ୍କ ମଧ୍ୟରୁ କିଛି ପୋଲିସ ଓ ଡାକ୍ତରଙ୍କ ଉପରକୁ ଜାଣିଶୁଣି ଛେପ ପକାଇଥିଲେ । ପୋଲିସ ଏବଂ ଡାକ୍ତରମାନଙ୍କୁ  ଖରାପ ଭାଷାରେ ଗାଳି କରିଥିଲେ

ଇନ୍ଦୋର:

ଇନ୍ଦୋରରେ ମଧ୍ୟ ସମାନ ସ୍ଥିତି ।  କରୋନା ସଂକ୍ରମିତଙ୍କୁ ଯାଞ୍ଚ ପାଇଁ ଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଦଳ ଉପରକୁ ଏଠାରେ ପଥର ଫିଙ୍ଗା ଯାଇଥିଲା । ସିଲାଭାଟପୁରାରେ ଜଣେ କରୋନା ପଜିଟିଭ ରୋଗୀଙ୍କ ମୃତ୍ୟୁ ପରେ ଏହି ଟିମ୍ ସନ୍ଦିଗ୍ଧମାନଙ୍କ ଅନୁସନ୍ଧାନରେ  ଆସିଥିଲେ । ଗୋଟିଏ ପରିବାରକୁ  କ୍ୱାରାଣ୍ଟିନ୍ ନାମରେ ହଇରାଣ କରୁଥିବା ଅଭିଯୋଗରେ  ଟିମ୍ ଉପରେ ପୋଲିସ ଉପସ୍ଥିତିରେ ଆକ୍ରମଣ ହୋଇଥିଲା ।

ମୁଜାଫରପୁର:  

ମୁଜାଫରପୁରରେ ୧୧ ବର୍ଷର ଝିଅର ସନ୍ଦେହଜନକ ମୃତ୍ୟୁ ପରେ ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଲୋକଙ୍କ ଅନୁସନ୍ଧାନ କରିବାକୁ ଯାଇଥିଲେ । କିନ୍ତୁ,  କିଛି ବ୍ୟକ୍ତି ପୋଲିସ ଉପରେ ଆକ୍ରମଣ କରିଥିଲେ । ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରି ସେମାନଙ୍କୁ ଲହୁଲୁହାଣ କରିଥିଲେ । ଏହି ଘଟଣା ବୁଧବାର ଦିନ ହୋଇଛି।

ସାହାରନପୁର:

ଗତ ମଙ୍ଗଳବାର ସନ୍ଧ୍ୟାରେ ସାହାରନପୁରର ଜମାଲପୁର ଗ୍ରାମରେ ମସଜିଦ ବାହାରେ ଏକାଠି ହୋଇଥିବା ଲୋକଙ୍କୁ ପୋଲିସ ଏକତ୍ର କରିଥିଲା। ଯେତେବେଳେ ସାମାଜିକ ଦୂରତା ବିଷୟରେ ପଚରାଗଲା ସେତେବେଳେ ଲୋକେ ପୋଲିସ୍‌କୁ ମାଡ଼ ମାରିବା ଆରମ୍ଭ କରିଦେଲେ । ଏଥିରେ ଦୁଇ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । କିଛି ଲୋକଙ୍କୁ ଅଟକ ରଖାଯାଇଛି ଏବଂ ପୋଲିସ ୨୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ରାୟପୁର:

ମ୍ୟୁନିସିପାଲିଟି କର୍ମଚାରୀମାନେ ଲକ୍‌ଡାଉନ୍‌ ସମୟରେ ପରିମଳ ବ୍ୟବସ୍ଥା କରୁଥିଲେ । ତଥାପି, ଏଠାରେ କିଛି ଲୋକ ଏହି ଶ୍ରମିକମାନଙ୍କ ସହିତ ଅସଦାଚରଣ କରିଥିଲେ । କର୍ମଚାରୀ ମାନଙ୍କ ମାରପିଟ କରିଥିଲେ ।

ବେଙ୍ଗାଲୁରୁ:

ବାଙ୍ଗାଲୋରରେ ଲୋକମାନେ ଜଣେ ଆଶା କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଯିଏ କରୋନାଭାଇରସ୍ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବାକୁ ଯାଇଥିଲେ । କାର୍ଯ୍ୟକର୍ତ୍ତା କୃଷ୍ଣଭେନୀ ଅଭିଯୋଗ କରିଛନ୍ତି ଯେ ଲୋକଙ୍କୁ ଏକ ମସଜିଦରୁ ଏମାନଙ୍କ ଉପରେ ଆକ୍ରମଣ କରିବା ପାଇଁ କୁହାଯାଇଥିଲା ।

ରାଞ୍ଚି :

ମାଲେସିଆର ଜଣେ ମହିଳା ରାଞ୍ଚିର ହିନ୍ଦପେଡି ଅଞ୍ଚଳରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା । ସେହି ଘର ଚାରିପାଖରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟ କର୍ମୀଙ୍କ ଏକ ଟିମ୍ ଗଠନ କରିଥିଲା । ଗୁରୁବାର ଦିନ ଲୋକଙ୍କ ଅନୁସନ୍ଧାନ ପାଇଁ ଏହି ଟିମ୍ ପହଞ୍ଚିବା ପରେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ । ଏହି ଲୋକମାନେ ପ୍ରଶାସନକୁ ହିନ୍ଦପେଡି ଅଞ୍ଚଳକୁ ଅସମ୍ମାନ କରୁଥିବା ଅଭିଯୋଗ କରିଥିଲେ ।

ଜୟପୁର :

ମଙ୍ଗଳବାର ଦିନ କିଛି ଲୋକ ରାମଗଞ୍ଜ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ପୋଲିସ କର୍ମଚାରୀଙ୍କ ଉପରକୁ ପଥର ଫିଙ୍ଗିଥିଲେ । ଏହି ଆକ୍ରମଣରେ ଦୁଇ ଜଣ ପୋଲିସ ଆହତ ହୋଇଛନ୍ତି । ଗୁରୁବାର ଏହି ମାମଲାରେ ଏକ ମାମଲା ରୁଜୁ ହୋଇଥିଲା ।

Leave a Reply