ଆପଣ କୌଣସି କରୋନା ସଂକ୍ରମିତଙ୍କ ସମ୍ପର୍କରେ ଆସିଛନ୍ତି କି ? ଆରୋଗ୍ୟ ସେତୁ ଆପ୍ ଦେବ ସୂଚନା

1 min read

ଭାରତ ସରକାର ଆଧିକାରିକ ଭାବେ ଆଣ୍ଡ୍ରଏଡ୍ ଓ iOS ୟୁଜର୍ସଙ୍କ ପାଇଁ COVID-19 ଟ୍ରାକିଂ ଆପ୍ ଆରୋଗ୍ୟ ସେତୁ ଲଂଚ କରିଛନ୍ତି । ନ୍ୟାସନାଲ ଇନଫର୍ମଟିକ୍ସ ସେଣ୍ଟର(NIC) ଏହି ଆପ୍ ଡେଭଲପ କରିଛି ।

ଏହି ଆପ୍ COVID-19 ସମ୍ବନ୍ଧିତ ସବୁ ସଠିକ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଆପ୍ ତିଆରି କରାଯାଇଛି । ଦେଶ ବ୍ୟାପି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗତ କେଇ ଦିନ ମଧ୍ୟରେ ଅନେକ ଆପ୍ ଜାରି କରାଯାଇଛି । ଯେମିତି ଲୋକଙ୍କୁ କରୋନା ବାବଦରେ ସଚେତନ କରାଯିବ ।

ଆରୋଗ୍ୟ ସେତୁ ଆପ୍,ପ୍ରକୃତରେ ଲୋକଙ୍କୁ ଏହା ଜାଣିବାରେ ସାହାଯ୍ୟ କରେ ଯେ, ସେମାନେ ଭାଇରସ ସଂକ୍ରମଣ ରିସ୍କ ଭିତରେ ଆସୁଛନ୍ତି କି ନାହିଁ  । ଏଥିପାଇଁ ୟୁଜର୍ସ ଏହା ଚେକ୍ କରିପାରିବେ ଯେ,ସେମାନେ ଭୁଲରେ ମଧ୍ୟ କଣ କୌଣସି COVID-19 ସଂକ୍ରମିତଙ୍କ ସଂପର୍କରେ ଆସିଥିଲେ କି ନାହିଁ ।

The next web ପ୍ରଥମମେ ଏହି ଆପକୁ ସ୍ପଟ୍ କରିଥିଲା । ଆପ୍ଲିକେସନ ଅନୁସାରେ ଆରୋଗ୍ୟ ସେତୁ ଆପ୍ ଫଙ୍କସନ୍ କରିବା ପାଇଁ ସଂକ୍ରମିତ ଲୋକଙ୍କ ସରକାରୀ ଡାଟାବେସ୍ ବ୍ୟବହାର କରୁଛି । ତେବେ ଏହାକୁ ନେଇ ସରକାରଙ୍କ ତରଫରୁ କିଛି ମଧ୍ୟ କୁହାଯାଇ ନାହିଁ ।

ଗ୍ୟାଜେଟ୍ ୩୬୦ ଅନୁସାରେ COVID-19 ଆପ୍ ଏବେ ହିନ୍ଦି ଓ ଇଂଲିସ ସହିତ ଅନ୍ୟ ୧୧ ଭାରତୀୟ ଭାଷାରେ ଉପଲବ୍ଧ ଅଛି । ଏହାକୁ ଚଳାଇବା ପାଇଁ ବ୍ଲୁଟୁଥ୍ ଓ ଲୋକେସନ୍ ଆକ୍ସେସେସ୍ ଆବଶ୍ୟକ ହୋଇଥାଏ । ଆରୋଗ୍ୟ ସେତୁ ଆପ୍ ବ୍ୟବହାର ପାଇଁ ୟୁଜର୍ସଙ୍କୁ ପ୍ରଥମେ  ନିଜ ମୋବାଇଲ ନମ୍ବରକୁ ପଂଜିକୃତ କରିବାକୁ ପଡିଥାଏ । ପ୍ରଥମ ସେଟ୍ ଅପ୍ ପୁରା କରିବା ପରେ ଆପ୍ ୟୁଜର୍ସଙ୍କୁ କିଛି ତଥ୍ୟ ମାଗିଥାଏ । ଯାହାକୁ ଦେବା ଇଛାଧୀନ ହୋଇଥାଏ ।

ଏହି ଆପ୍ ୟୁଜର୍ସଙ୍କୁ ସେମାନେ ସେଫ୍ ଲୋକେସନରେ ଅଛନ୍ତି କି ନାହିଁ ତାହା କହିଥାଏ । ଆପ୍ ୟୁଜର୍ସ ମିନିଷ୍ଚ୍ରି ଅଫ୍ ହେଲ୍ଥ ଦ୍ୱାରା କରାଯାଇଥିବା ଟ୍ୱିଟକୁ ମଧ୍ୟ ଦେଖିପାରିବେ । ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ ଭର୍ସନରେ ସମାନ ଫିଚର୍ସ ରହିଛି ।

Leave a Reply