spot_img
Home Blog Page 7199

‘ବାନାନା କରୋନା’ ପାଇଁ ସଙ୍କଟରେ କଦଳୀ ଚାଷ, ଚିନ୍ତାରେ ଭାରତୀୟ ଚାଷୀ…!

ଭାରତରେ କରୋନା ଭାଇରସ୍‌ ଭଳି ଆଉ ଏକ ରୋଗ ବ୍ୟାପିବାରେ ଲାଗିଛି । ହେଲେ ଏହି ରୋଗ ମନୁଷ୍ୟ ପାଇଁ କ୍ଷତିକାରକ ନୁହେଁ ବୋଲି ଜଣାପଡ଼ିଛି । ଏହି ରୋଗ କେବଳ କଦଳୀକୁ ହୋଇଥାଏ । ଏହାକୁ ବାନାନା କୋଭିଡ୍ ବୋଲି କୁହାଯାଉଛି । ଏହା ଏକ ପ୍ରକାର ଫଙ୍ଗସ୍‌ ଯହା କଦଳୀ ଫସଲକୁ ନଷ୍ଟ କରିଦେଇଥାଏ । ଏହାର ବୈଜ୍ଞାନିକ ନାମ ହେଉଛି ଫ୍ୟୁଜେରିୟମ୍ ୱିଲ୍ଟ TR4 ।

ଭାରତ ହେଉଛି ବିଶ୍ୱର ସର୍ବବୃହତ କଦଳୀ ଉତ୍ପାଦନକାରୀ ଦେଶ । ବାନାନା କୋଭିଡ୍‌ ରୋଗ ପ୍ରଥମେ ତାଇୱାନରେ ଦେଖିବାକୁ ମିଳିଥିଲା ।ଯାହାର ଷ୍ଟ୍ରେନର ନାମ ଟ୍ରପିକାଲ୍ ରେସ୍ 4 (TR4) । ଏହା ପରେ ଏହି ରୋଗ ମଧ୍ୟପୂର୍ବ ଦେଶ ଦେଇ ଆଫ୍ରିକାରେ ପହଞ୍ଚିଥିଲା । ଏହାପରେ ଲାଟିନ୍ ଆମେରିକାରେ ପହଞ୍ଚିଥିଲା ।

NRCB ନିର୍ଦ୍ଦେଶକ ଏସ୍‌ ଉମା କହିଛନ୍ତି ଯେ, ଫ୍ୟୁଜେରିୟମ୍ ବିଲ୍ଟ TR4 କୁ କଦଳୀ ଫସଲର କରୋନା ଜୀବାଣୁ ଭାଇରସ୍‌ ବୋଲି କୁହାଯାଇପାରେ । କାରଣ ଏହି କାରଣରୁ ସମଗ୍ର ବିଶ୍ୱରେ କଦଳୀ ଫସଲ ନଷ୍ଟ ହୋଇଯାଇଛି ।

ଏସ୍‌ ଉମାଙ୍କ କହିବାନୁଯାୟୀ, ଏହି ରୋଗର ପ୍ରଭାବ‌ ଉତ୍ତରପ୍ରଦେଶ ଏବଂ ବିହାରର ଫସଲ ଉପରେ ଅଧିକ ପଡିବା ସମ୍ଭାବନା ରହିଛି । ଏହି ରୋଗକୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରାଯାଉଛି କିନ୍ତୁ ଏଥିରେ କେତେ ଦୂର ସଫଳତା ମିଳିବ ତାହା ଜଣାନାହିଁ ।

ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ TR4କୁ ଦୁନିଆର ସବୁଠାରୁ ଭୟଙ୍କର ଫସଲ ରୋଗ ବୋଲି କହିସାରିଛି । ଏହି ରୋଗକୁ ରୋକିବା ପାଇଁ କୌଣସି ଉପାୟ ନାହିଁ । ଏଥିପାଇଁ କୌଣସି ଔଷଧ ମଧ୍ୟ ପ୍ରସ୍ତୁତ କରାଯାଇପାରି ନାହିଁ । ଏହି ଭୟଙ୍କର ରୋଗକୁ ରୋକିବା ପାଇଁ ଏକମାତ୍ର ଉପାୟ ହେଉଛି ଗଛ ଗୁଡ଼ିକୁ କ୍ୱାରେଣ୍ଟାଇନ୍ କରିବା ।

ଏହି ରୋଗ ହେତୁ ସମଗ୍ର ବିଶ୍ୱରେ ପ୍ରାୟ ୧.୯୬ ଲକ୍ଷ କୋଟି ଟଙ୍କାର କଦଳୀ ଫସଲ ନଷ୍ଟ ହୋଇଯାଇଛି । କାରଣ କଦଳୀ ହେଉଛି ଏକମାତ୍ର ଫଳ ଯାହା ସମଗ୍ର ବିଶ୍ୱରେ ଖିଆଯାଇଥାଏ । ଯଦି କଦଳୀକୁ ଏହି ରୋଗରୁ ରକ୍ଷା କରିବାକୁ ଯୋଜନା କରାଯାଏ ତେବେ ଗଛଗୁଡ଼ିକୁ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ହେବ ।

ପ୍ରତିବର୍ଷ ଭାରତରୁ ପ୍ରାୟ ୨୭୦୦ କୋଟି କିଲୋଗ୍ରାମ କଦଳୀ ଉତ୍ପାଦନ କରାଯାଥାଏ । ଦେଶରେ ପ୍ରାୟ ୧୦୦ ପ୍ରକାରର କଦଳୀ ଚାଷ କରାଯାଉଛି । TR4 ଭଳି ସେହି କଦଳୀକୁ ଅଧିକ ମାତ୍ରାରେ ଆକ୍ରାନ୍ତ କରୁଛି ଯେଉଁ କଦଳୀକୁ ସାଧାରଣତଃ ଅଧିକ ଉତ୍ପାଦନ କରାଯାଇଥାଏ । ଯାହାକୁ ଲୋକମାନେ ଅଧିକ ଖାଆନ୍ତି । ତାହା ହେଲା ହଳଦିଆର ରଙ୍ଗର ଏବଂ ବଙ୍କା କଦଳୀ । ଯାହାକୁ ଗ୍ରାଣ୍ଡ୍ ନାନ୍ କୁହାଯାଏ ।

ଭାରତରେ ପ୍ରତ୍ୟେକ ଘରେ କଦଳୀ ବ୍ୟବାହାର କରାଯାଇଥାଏ । ଏଠାରୁ ଅଧିକ ରପ୍ତାନି ହୁଏ ନାହିଁ | ଇକ୍ୟୁଏଡର୍ ହେଉଛି ବିଶ୍ୱର ସର୍ବ ବୃହତ କଦଳୀ ରପ୍ତାନିକାରୀ ଦେଶ । ଭାରତରେ ଏହି କଦଳୀ ରୋଗ କେଉଁଠୁ ଆସିଲା ତାହା ଏବେ ସୁଦ୍ଧା ବୈଜ୍ଞାନିକମାନେ ଠାବ କରିପାରି ନାହାନ୍ତି ।

ଫ୍ୟୁଜେରିୟମ୍ ୱିଲ୍ଟ TR4 ରୋଗ ନୂଆ ନୁହେଁ । ଏହି ରୋଗ ୧୯୫୦ ମସିହାରେ ଗ୍ରୋସ୍ ମିସେଲ୍‌ କିସମ କଦଳୀକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଥିଲା । ଏହା ପରେ ଏକ ନୂଆ କିସମର କଦଳୀ ଆସିଲା ଯାହାର ନାମ ଗ୍ରାଣ୍ଡ୍ ନାନ୍ । ହେଲେ ଏବେ ଏହି କିସମର କଦଳୀକୁ ମଧ୍ୟ ବାନାନା କୋଭିଡ୍‌ ରୋଗ ଗ୍ରାସ କଲାଣି ।

ସୀମା ବିବାଦ ନେଇ ଭାରତକୁ ଯୁଦ୍ଧର ଧମକ ଦେଲେ ନେପାଳ ପ୍ରତିରକ୍ଷା ମନ୍ତ୍ରୀ

କାଠମାଣ୍ଡୁ: ନେପାଳ ଦେଖଉଛି ନାଲି ଆଖି । ସୀମା ବିବାଦ ନେଇ ଭାରତକୁ ନାଲି ଆଖି ଦେଖାଇଛନ୍ତି ନେପାଳ ପ୍ରତିରକ୍ଷା ମନ୍ତ୍ରୀ ଇଶ୍ୱର ପୋଖରେଲ୍‌ । ସେ କହିଛନ୍ତି, ଆବଶ୍ୟକ ପଡ଼ିଲେ ନେପାଳ ସେନା ଲଢ଼େଇ କରିବ । ଭାରତୀୟ ସେନା ମୁଖ୍ୟ ଏମ୍‌ ଏମ୍‌ ନରଭାଣେ ଦେଇଥିବା ବୟାନର ପ୍ରତିକ୍ରିୟାରେ ଏଭଳି କହିଛନ୍ତି ପୋଖରେଲ୍‌ ।

भारत से तनाव पर नेपाल के रक्षा मंत्री बोले- जरूरत पड़ी तो सेना लड़ेगी

ସୂଚନା ଯୋଗ୍ୟ ଯେ, ଭାରତୀୟ ସେନା ମୁଖ୍ୟ ଏମ୍‌ ଏମ୍‌ ନରଭାଣେ ଗତ ୧୫ ତାରିଖରେ କଳାପାଣି ବିବାଦକୁ ନେଇ ପ୍ରତିକ୍ରିୟା ରଖିଥିଲେ । ନିଜ ବୟାନରେ ଏମ୍‌ ଏମ୍‌ ନରଭାଣେ କହିଥିଲେ ଯେ, ନେପାଳ ଆଉ କାହା ଇସାରାରେ କାଳାପାଣି ନେଇ ବିରୋଧ କରୁଛି । ସେନା ପ୍ରମୁଖ ପରୋକ୍ଷରେ ଚୀନ ଆଡ଼କୁ ଇସାରା କରିଥିଲେ ।

भारत से तनाव पर नेपाल के रक्षा मंत्री बोले- जरूरत पड़ी तो सेना लड़ेगी

ଏହି ବୟାନକୁ ନେଇ ଏବେ ନେପାଳ ପ୍ରଧାନମନ୍ତ୍ରୀ ଏବଂ ରକ୍ଷା ମନ୍ତ୍ରୀ ଇଶ୍ୱର ପୋଖରେଲ ପ୍ରତିକ୍ରିୟା ରଖିଛନ୍ତି । ନେପାଳ ରକ୍ଷା ମନ୍ତ୍ରୀଙ୍କ କହିବା ହେଲା ଯେ,  ଭାରତୀୟ ସେନା ମୁଖ୍ୟଙ୍କ ବୟାନ ଦ୍ୱାରା ଗୋରଖାଙ୍କ ଭାବନାକୁ ଆଘାତ ଦେଇଛି । ଗୋରଖାମାନେ ବହୁ ବର୍ଷ ଧରି ଭାରତ ପାଇଁ ବଳିଦାନ ଦେଇଆସିଛନ୍ତି ।

भारत से तनाव पर नेपाल के रक्षा मंत्री बोले- जरूरत पड़ी तो सेना लड़ेगी

ଦି ରାଇଜିଂ ନେପାଳ ପତ୍ରିକକୁ ନିଜ ପ୍ରତିକ୍ରିୟା ଦେଇ ରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଜେନରାଲ ନରଭାଣେ କୁଟନୈତିକ ବିବାଦରେ ଚୀନ ଆଡ଼କୁ ଇସାରା କରିବା ନିନ୍ଦନୀୟ । ସେନା ପ୍ରମୁଖଙ୍କ ଠାରୁ ଏଭଳି ବୟାନ ଆଶା କରାଯାଉନଥିବା ସେ କହିଛନ୍ତି ।

ସ୍ୱାଧୀନତା ପୂର୍ବରୁ ହିଁ ଭାରତୀୟ ସେନାରେ ଗୋରଖା ଦଳ ସାମିଲ ହୋଇଛନ୍ତି । ଏବଂ ଭାରତ-ନେପାଳ ବିବାଦଠାରୁ ସେମାନଙ୍କ ସବୁବେଳେ ଦୂରରେ ରଖାଯାଇଛି । ଭାରତୀୟ ସେନାରେ ପାଖାପାଖି ୪୦ ବାଟାଲିୟନ ନେପାଳ ସୈନିକ ଅଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେ, ନେପାଳ-ଭାରତ ବିବାଦରେ ନେପାଳ ରକ୍ଷା ମନ୍ତ୍ରୀ ଗୋରଖା ସମ୍ପ୍ରଦାୟକୁ ଏଥିରେ ଯୋଡ଼ିଛନ୍ତି ।

भारत से तनाव पर नेपाल के रक्षा मंत्री बोले- जरूरत पड़ी तो सेना लड़ेगी

୮ ମଇରେ ଦାରଚୁଲା-ଲିପୁଲେଖାରେ ଭାରତ ସଡ଼କ କାମ ଆରମ୍ଭ କରିଥିଲା । ଯାହାକୁ ନେଇ ନେପାଳ ବିରୋଧ ପ୍ରଦର୍ଶନ କରିଛି । ନେପାଳ ଏହି ଅଞ୍ଚଳରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ସେନା ମୁଖ୍ୟ ନରଭାଣେଙ୍କ ପକ୍ଷରୁ ଦିଆଯାଇଥିବା ବୟାନରେ ଲିଙ୍କ୍‌ ରୋଡ ଭାରତୀୟ କ୍ଷେତ୍ରରେ ରହିଛି ଏଣୁ ନେପାଳ ପାଖରେ ବିରୋଧ କରିବା ନେ କୌଣସି କାରଣ ନାହିଁ ।

भारत से तनाव पर नेपाल के रक्षा मंत्री बोले- जरूरत पड़ी तो सेना लड़ेगी

ନେପାଳ ସେନା ଏହି ପ୍ରସଂଗରେ ଚୁପ୍‌ ରହିଛି । ନେପାଳ ସେନା ପ୍ରବକ୍ତା ଜେନରାଲ ବିଜ୍ଞାନ ଦେବ ପାଣ୍ଡେ ନରଭାଣେଙ୍କ ବୟନ ଉପରେ ପ୍ରତକ୍ରିୟା ରଖିନାହାନ୍ତି । ରାଜେନୖତିକ ପ୍ରସଂଗରେ ଫସିବାକୁ ଚାହୁଁନଥିବା ସେ କହିଛନ୍ତି । ସୋମବାର ମଧ୍ୟ ନେପାଳ ସେନା ପ୍ରମୁଖ ପୁରୁଣା ମନୋଭାବ ବଜାୟୀ ରଖିଛି ।

भारत से तनाव पर नेपाल के रक्षा मंत्री बोले- जरूरत पड़ी तो सेना लड़ेगी

ପୋଖରେଲ କହିଛନ୍ତି ଯେ, ତାଙ୍କ ସେନା କଠମାଣ୍ଡୁର ଆବଶ୍ୟକତା ଅନୁସାରେ ଠିକ୍‌ ସମୟ ଆସିଲା ପରେ ନିଜ କାର୍ଯ୍ୟ ନିର୍ବାହ କରିବେ । ଯଦି ଆବଶ୍ୟକ ପଡ଼େ ଆମେ ଲଢ଼ିବୁ । ତେବେ ସେ ରାଜନୈତିକ ବାର୍ତ୍ତା ମଧ୍ୟରେ ନିର୍ଯ୍ୟାସ ବାହାର କରିବାକ ପାଇଁ ଅପିଲ କରିଛନ୍ତି ।

ରାଜ୍ୟରେ ଆଉ ୮୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟ ପାଇଁ ଆଉ ଏକ ଭଲ ଖବର । ପୁଣି ୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୮୪ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୨୪ ଜଣ ରହିଛନ୍ତି । ସେହିଭଳି ଯାଜପୁରର ୧୮ ଜଣ, ବାଲେଶ୍ୱରର ୧୧ ଜଣ, କଟକର ୭ ଜଣ, ଭଦ୍ରକର ୬ ଜଣ, କେନ୍ଦ୍ରପଡ଼ାର ୫ ଜଣ, ଖୋର୍ଦ୍ଧା ଏବଂ ପୁରୀର ୪ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ ଓ ମୟୂରଭଞ୍ଜର ଦୁଇ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ସୁନ୍ଦରଗଡ଼ର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ତେବେ ରାଜ୍ୟରେ ଏବେ ମୋଟ୍‌ ୭୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ମୋଟ ୭ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଅନ୍ୟପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଥିବା ବେଳେ ୭୭୭ଟି ସକ୍ରିୟ କେସ୍‌ ରହିଛି ।

ଆଗାମୀ ମାସକ ପାଇଁ ପ୍ରସ୍ତୁତ ରହିବାକୁ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ରାଜ୍ୟବାସୀ ସାହସର ସହ କରୋନା ଓ ସୁପର ସାଇକ୍ଲୋନର ମୁକାବିଲା କରିଛନ୍ତି । ସାଇକ୍ଳୋନ୍‌ରେ ଜିରୋ କାଜୁଆଲ୍‌ଟିକୁ ସୁନିଶ୍ଚିତ କରାଯାଇଛି । ବିମାନ ଓ ରେଳ ଚଳାଚଳ ଆରମ୍ଭ ହୋଇଥିବାରୁ ଆଗାମୀ ୧୫ ଦିନରୁ ମାସେ ଆମ ପାଇଁ ଚ୍ୟାଲେଞ୍ଜିଂ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

https://www.facebook.com/NandighoshaTV/videos/693256968155061/

କରୋନା ମୁକାବିଲା ନେଇ ଅନୁଷ୍ଠିତ ବୈଠକ ପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଆହୁରୀ କହିଛନ୍ତି ଯେ,  ଗତ ୨ ମାସ ଧରି ଆମେ ଲକ୍‌ଡାଉନ୍‌ରେ ରହିଆସୁଛେ । ଏହି ସମୟରେ କରୋନା ମୁକାବିଲା ଦିଗରେ ଆମେ ସାମାଜିକ, ବୈଜ୍ଞାନିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନେକ ଶିକ୍ଷା ପାଇଛୁ । ଏହି ଶିକ୍ଷା ଆଧାରରେ କରୋନା ମୁକାବିଲା ନେଇ ଷ୍ଟ୍ର।ଟେଜିରେ ପରିବର୍ତ୍ତନର କରାଯିବ । ଏଥିସହିତ  ଅର୍ଥନୀତି ଓ ଜନଜୀବନ ଯେଉଁଭଳି ସ୍ୱାଭାବିକ ହେବ ସେନେଇ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୫ ଦିନ ଧରି ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ହେବ । ତେବେ ସାମାଜିକ ଦୂରତ୍ୱ ସାମାଜିକ ବାସନ୍ଦ ନୁହେଁ । ସଚେତନତା ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।  ଏହା ହେଉଛି ଟାର୍ଗେଟ । କରୋନା ଯୋଦ୍ଧା ଓ ସମ୍ବେଦନଶୀଳ ବ୍ୟକ୍ତିଙ୍କ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯିବ । କରୋନା ପରୀକ୍ଷଣରେ ଓଡ଼ିଶା ଦେଶରେ ଆଗୁଆ ରହିଛି। ICMR ଗାଇଡଲାଇନ୍‌ରେ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ ରହିଛି । ଆବଶ୍ୟକ ସ୍ଥଳରେ କ୍ୱାରେଣ୍ଟାଇନ୍ ଅବଧି ଜିଲ୍ଲାପାଳ ବଢ଼ାଇ ପାରିବେ । ୯୫ ପ୍ରତିଶତ ପଜିଟିଭ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଏହା ଆମ ବଳିଷ୍ଠ ଭିତ୍ତିଭୂମି ଓ ସରପଞ୍ଚଙ୍କ ନେତୃତ୍ୱର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନା ମୁକାବିଲାରେ ପୋଲିସ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କରୋନା ମୁକାବିଲା ଏକ ଲମ୍ବା ଯୁଦ୍ଧ । କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଥିବା ଲୋକଙ୍କୁ ସାର୍ଟିଫିକେଟ୍ କୋର୍ସ ଦିଆଯିବ । ଟ୍ରେନ୍‌ ଓ ବିମାନ ଚଳାଚଳ ପରେ ବଢ଼ିବ ଚ୍ୟାଲେଞ୍ଜ। ମାନବିକତାର ସହ ବୃତ୍ତିଗତ ଢାଞ୍ଚାରେ ମୁକାବିଲା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କରୋନା ଭାଇରସ୍ ତ ଆରମ୍ଭ ମାତ୍ର ! ଆଗକୁ ଅଧିକ ଅଜ୍ଞାତ ଭାଇରସ ଆକ୍ରମଣର ଆଶଙ୍କା

ଉହାନ: ଚିନର ଜଣେ ପ୍ରମ୍ମୁଖ ଭାଇରୋଲଜିଷ୍ଟ ନୂଆ ଭାଇରସମାନଙ୍କ ଆକ୍ରମଣକୁ ନେଇ କହିଛନ୍ତି ଯେ, କରୋନା ଭାଇରସ୍ ଏକ ଛୋଟ ଘଟଣା ଏବଂ ଏହା ସମସ୍ୟାର ଆରମ୍ଭ ମାତ୍ର । ଚିନର ସନ୍ଦିଗ୍ଧ ସଂସ୍ଥା ଉହାନ ଇନଷ୍ଟିଚ୍ୟୁଟ ଅଫଂ ବାୟରୋଲଜିର ନିର୍ଦ୍ଦେଶକ ଶ୍ରୀ ଝେଙ୍ଗଲି ଚିନର ସରକାରୀ ଟେଲିଭିଜନରେ କଥା ହେଉଥିବା ସମୟରେ  ଆଗକୁ ହେବାକୁ ଥିବା ଭାଇରସ ଆକ୍ରମଣକୁ  ନେଇ ଏଭଳି ଚେତାବନୀ ଦେଇଛନ୍ତି ।

ଝେଙ୍ଗଲି ବାଦୁଡ଼ିମାନଙ୍କ ଠାରେ ଥିବା ବେଟ୍ କରୋନା ଭାଇରସ୍ ଉପରେ ରିସର୍ଚ କରିସାରିଛନ୍ତି । ଏଥିପାଇଁ ତାଙ୍କୁ ବେଟ୍ ଓମେନ ବୋଲି ମଧ୍ୟ କୁହାଯାଏ ।

ଝେଙ୍ଗଲି କହିଛନ୍ତି ଯେ, ଭାଇରସକୁ ନେଇ ଯେଉଁ ରିସର୍ଚ କରାଯାଏ, ତାହାକୁ ନେଇ ସରକାର ଏବଂ ବୈଜ୍ଞାନିକମାନେ ସ୍ପଷ୍ଟ ହେବା ଦରକାର । ସେ କହିଛନ୍ତି କି ଏହା ବହୁତ ଦୁଖଦ ହୋଇଥାଏ ଯେତେବେଳେ ବିଜ୍ଞାନକୁ ରାଜନୀତିକରଣ କରାଯାଏ । ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆମେ ଆଗକୁ ଥିବା ସଂକ୍ରମଣରୁ ବଞ୍ଚିବାକୁ ଚାହୁଁଛେ ତେବେ ଆମକୁ ଜୀବମାନଙ୍କଠାରେ ଥିବା ଅଜ୍ଞାତ ଭାଇରସକୁ ନେଇ ପୂର୍ବରୁ ସୂଚନା ସଂଗ୍ରହ କରିବା ସହ ଚେତାବନୀ ଦେବାକୁ ପଡ଼ିବ ।

ଶ୍ରୀ  ଝେଙ୍ଗଲି କହିଛନ୍ତି ଯେ, ଆମେ ଯଦି ଅଜ୍ଞାତ ଭାଇରସ୍ ଉପରେ ଅଧୟନ ନକରିବା ତେବେ ଆଉ ଏକ ସଂକ୍ରମଣ ବ୍ୟାପିଯିବ । କହିରଖୁଛୁ ଯେ ତାଙ୍କର ଏହି ସାକ୍ଷାତକାର ଏମିତି ସମୟରେ ଟିଭିରେ ପ୍ରସାରଣ କରାଯାଇଛି ଯେଉଁ ସମୟରେ ଚିନର ପ୍ରମୁଖ ନେତାମାନଙ୍କର ବାର୍ଷିକ ବୈଠକ ଆରମ୍ଭ ହେବାକୁ ଯାଉଛି ।

ଏହାସହ କରୋନା ଭାଇରସ୍ ପାଇଁ ବିଶ୍ୱର ଅନେକ ଦେଶ ଉହାନରେ ଥିବା ଚିନି ଲାବକୁ ସନ୍ଦେହ କରୁଛନ୍ତି । ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଏହା ମଧ୍ୟ କହିଥିଲେ ଯେ, କୋରନା ଭାଇରସ୍ ଚିନି ଲାବରୁ ବାହାରିଥିବାର ପ୍ରମାଣ ଅଛି । ଯଦିଓ ଚିନ ଏବଂ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲଜି ଏମିତି ଅଭିଯୋଗକୁ ଖାରଜ କରିଛି ।

୭୫ ବର୍ଷ ଧରି ଅନ୍ନଜଳ ଛୁଇଁନଥିଲେ,୯୦ ବର୍ଷରେ ଦୁନିଆକୁ କହିଲେ ଅଲବିଦା

ଅହମ୍ମଦାବାଦ: ମେଡିକାଲ ସାଇନ୍ସ ପାଇଁ ରହସ୍ୟ ରହିଆସିଥିବା ପ୍ରହଲ୍ଲାଦ ଜନିଙ୍କର ମଙ୍ଗଳବାର ଦିନ ଦେହାନ୍ତ ହୋଇଯାଇଛି । ଗୁଜୁରାଟର ଅମ୍ବାଜୀ ଅଂଚଳରେ ରହୁଥିବା ୯୦ ବର୍ଷୀୟ ଜନୀ ବିଗତ ୭୫ ବର୍ଷ ଧରି ଖାଦ୍ୟ ଖାଉନଥିଲେ କି ପାଣି ପିଉନଥିଲେ । ଗତ କିଛି ଦିନ ଧରି ତାଙ୍କୁ କାସ ହେଉଥିଲା । ଏଥିପାଇଁ ତାଙ୍କର କରୋନା ଟେଷ୍ଟ୍ ମଧ୍ୟ ହୋଇଥିଲା । ତେବେ ଟେଷ୍ଟ ନେଗେଟିଭ୍ ଆସିଥିଲା । ମଙ୍ଗଳବାର ସକାଳରେ ଗାନ୍ଧିନଗରର ଚରବଡା ଗ୍ରାମରେ ସେ ଅନ୍ତିମ ନିଶ୍ୱାସ ନେଇଥିଲେ ।
ଜନୀଙ୍କ ମରଶରିରକୁ ଅନ୍ତିମଦର୍ଶନ ପାଇଁ ଅହମ୍ମଦାବାଦର ଅମ୍ବାଜୀ ମନ୍ଦିରରେ ଥିବ ତାଙ୍କ ଆଶ୍ରମରେ ରଖାଯାଇଛି । ଦୁଇ ଦିନ ପରେ ତାଙ୍କୁ ସମାଧୀ ଦିଆଯିବ । ୯୦ ବର୍ଷୀୟ ଜନୀ ୭୫ ବର୍ଷ ଧରି ଖାଦ୍ୟ ଖାଇନଥିଲେ କି ଜଳ ଗ୍ରହଣ କରିନଥିଲେ ।

୨୪ ଘଣ୍ଟା କ୍ୟାମେରା ନିରୀକ୍ଷଣରେ ଥିଲେ ବାବା
୭୫ ବର୍ଷ ଧରି ବିନା ଖାଦ୍ୟା ଓ ବିନା ଜଳରେ ଜଣେ ବ୍ୟକ୍ତି କେମିତି ବଞ୍ଚିପାରିବେ ? ଏହି ପ୍ରଶ୍ନ ଉଠିବା ପରେ ଅହମ୍ମଦାବାଦର ଷ୍ଟର୍ଲିଂ ହସ୍ପିଟାଲର ଚିକିତ୍ସକ,ପ୍ରତିରକ୍ଷା ଅନୁସଂଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ସହଯୋଗରେ ତାଙ୍କ ଉପରେ ଗବେଷଣା କରିଥିଲେ । ତାଙ୍କୁ ୨୪ ଘଣ୍ଟା ଧରି କ୍ୟାମେରା ନିରୀକ୍ଷଣରେ ରଖାଯାଇଥିଲା । ମୋଟ ୧୫ ଦିନ ପର୍ଯ୍ୟନ୍ତ ସେ ଡିଆରଡିଓ ନିରୀକ୍ଷଣରେ ରହିଥିଲେ । କିନ୍ତୁ ଏଥିରୁ କୌଣସି ଫଳାଫଳ ମିଳିନଥିଲା ।

ମହାକାଶଯାତ୍ରା ପାଇଁ ହୋଇଥିଲା ଗବେଷଣା
୧୫ ଦିନ ଭିତରେ ଜନୀ ଖାଦ୍ୟ ଓ ପାଣି ଛୁଇଁନଥିଲେ । ଏହା ମାନବ ଶରିରର ସିଷ୍ଟମ ହିସାବରୁ କୌଣସି ଚମତ୍କାରଠାରୁ କିଛି କମ ନଥିଲା । ଚିକିତ୍ସକଙ୍କ ଆଶା ଥିଲା ଯେ, ବିନା ଖାଦ୍ୟ ଓ ପାଣିରେ ବଂଚିବା ରହସ୍ୟ ଜଣାପଡିଲେ ମହାକାଶଯାତ୍ର,ଦୁର୍ଗମ ଅଂଚଳରେ ସୈନିକଙ୍କ ପାଇଁ ଉପଯୋଗୀ ହୋଇପାରିବ । କିନ୍ତୁ ବିଜ୍ଞାନ ଜନୀ ବାବାଙ୍କ ରହସ୍ୟ ଉପରୁ ପରଦା ହଟାଇ ପାରିନଥିଲା । ଆଉ ଏବେ ଜନୀଙ୍କ ନିଧନ ସହ ଏହି ରହସ୍ୟ ମଧ୍ୟ ସବୁଦିନ ପାଇଁ ରହସ୍ୟ ହୋଇ ରହିଗଲା ।

୨୪ ଘଣ୍ଟା ପରେ ବଦଳିଯିବ ଆମେରିକାର ଇତିହାସ,ଜାଣନ୍ତୁ କେମିତି..

ୱାସିଂଟନ: ୨୪ଘଣ୍ଟା ପରେ ଆମେରିକା ବିଜ୍ଞାନର ଇତିହାସ ବଦଳିଯିବ । ଆମେରିକା ମହାକାଶ ବିଜ୍ଞାନ ଜଗତରେ ଏକ ନୂତନ ପଦକ୍ଷେପ ନେବାକୁ ଯାଉଛି । ଯାହାର ସାକ୍ଷୀ ହେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ୱର ଅନେକ ବୈଜ୍ଞାନିକ । ମହାକାଶକୁ ପୁଣିଥରେ ମାନବ ମିଶନ ପଠାଇବାକୁ ନେଇ ୨୪ ଘଣ୍ଟା ପରେ ହେବାକୁ ଥିବା ଘଟଣା ଆମେରିକା ଇତିହାସରେ ମାଇଲଖୁଣ୍ଟ ପ୍ରମାଣିତ ହୋଇପାରେ  । ଆସନ୍ତୁ ଜାଣିବା ସମସ୍ତ ଘଟଣା ସମ୍ପର୍କରେ  ।

୨୧ ଜୁଲାଇ ୨୦୧୧ ପରେ, ପ୍ରଥମ ଥର ପାଇଁ ଆମେରିକା ମାଟିରୁ କୌଣସି ଏକ ମାନବ ମିଶନ ମହାକାଶକୁ ଯିବ । ତାହା ପୁଣି ଆମେରିକୀୟ ରକେଟ୍ ମାଧ୍ୟମରେ । ଅର୍ଥାତ୍ ୯ ବର୍ଷ ପରେ ଆମେରିକାର ସ୍ପେସ୍ ଏଜେନ୍ସି ନାସା ସେମାନଙ୍କ ମହାକାଶ କେନ୍ଦ୍ରରୁ ସ୍ୱଦେଶୀ ରକେଟରେ ମହାକାଶଚାରୀଙ୍କୁ ପଠାଇବ ଏବଂ ତାହା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ପର୍ଯ୍ୟନ୍ତ ପଠାଇବ । ନାସା ଏହାର ତାରିଖ ମଧ୍ୟ ସ୍ଥିର କରିସାରିଛି ।

ଆସନ୍ତା  ମେ ୨୭, ୨୦୨୦ରେ, ଅପରାହ୍ନ ୪.୩୩ରେ, ନାସା   ଦୁଇ ଜଣ ଆମେରିକୀୟ ମହାକାଶଚାରୀଙ୍କୁ ଆମେରିକୀୟ ରକେଟରେ ବାସାଇ ISSକୁ ପଠାଇବ । ଏହି ମିଶନରେ ସ୍ପେସ୍ ଷ୍ଟେସନକୁ ଯାଉଥିବା ଆମେରିକୀୟ ମହାକାଶଚାରୀ ମାନେ ହେଲେ ରାବର୍ଟ ବେନକେନ୍ ଏବଂ ଡଗଲସ୍ ହର୍ଲି ।

ଏହି ଦୁଇ ମହାକାଶଚାରୀଙ୍କୁ ଆମେରିକାର କମ୍ପାନୀ ସ୍ପେସ୍-ଏକ୍ସର  ସ୍ପେସକ୍ରାପ୍ଟ ବା ମହାକାଶଯାନ ଡ୍ରାଗନ୍ (ସ୍ପେସ୍ ଏକ୍ସ ଡ୍ରାଗନ୍)​​ରୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ପଠାଯିବ । ସ୍ପେସ୍-ଏକ୍ସ ହେଉଛି ଆମେରିକୀୟ ଶିଳ୍ପପତି ଏଲନ୍ ମସ୍କଙ୍କ କମ୍ପାନୀ । ଭବିଷ୍ୟତ ପାଇଁ ଏହା ନାସା ସହ ମିଶି ଅନେକ ସ୍ପେସ୍ ମିଶନରେ କାମ କରୁଛି ।

ସ୍ପେସ୍-ଏକ୍ସ ଡ୍ରାଗନ୍ ମହାକାଶଯାନ ଆମେରିକାର ସବୁଠାରୁ ବିଶ୍ୱସ୍ତ ରକେଟ୍ ଫାଲକନ୍ -୯ ଉପରେ ଲଗାଯିବ । ଏହା ପରେ ଫାଲକନ୍ -୯ ରକେଟକୁ ଫ୍ଲୋରିଡାର ଲଞ୍ଚ କମ୍ପ୍ଲେକ୍ସ ୩୯ଏ ରୁ ଉତକ୍ଷେପଣ କରାଯିବ । ଏହି ମିଶନକୁ ଡେମୋ-୨ ମିଶନ୍ ନାଁ ଦିଆଯାଇଛି । ଡେମୋ- ୧ ମିଶନରେ ଡ୍ରାଗନ୍ ସ୍ପେସକ୍ରାଫ୍ଟରୁ ସଫଳତାର ସହିତ ସ୍ପେସ୍ ଷ୍ଟେସନକୁ ସାମଗ୍ରୀ ପଠାଯାଇଥିଲା ।

ଏହି ମିଶନରେ, ରବର୍ଟ ବେନକେନ୍ ମହାକାଶଯାନର ଡକିଂ ଅର୍ଥାତ୍ ସ୍ପେସ୍ ଷ୍ଟେସନରେ ଯୋଡ଼ି ହୋଇ, ଅନଡାକିଂ ସ୍ପେସ୍ ଅର୍ଥାତ୍ ସ୍ପେସ ଷ୍ଟେସନରୁ ପୃଥକତା ହେବା ଏବଂ ଏହାର ପଥ ନିର୍ଣ୍ଣୟ କରିବେ । ବେନକେନ୍ ପୂର୍ବରୁ ଦୁଇଥର ସ୍ପେସ୍ ଷ୍ଟେସନ୍ ପରିଦର୍ଶନ କରିଛନ୍ତି । ପ୍ରଥମ ଥର ପାଇଁ ସେ ୨୦୦୮ ରେ ଏବଂ  ଶେଷଥର ପାଇଁ  ୨୦୧୦ ରେ ସେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେଶନକୁ ଯାଇଥିଲେ ।

ଏହାସହ, ଡଗଲସ୍ ହର୍ଲି ଡ୍ରାଗନ୍ ମହାକାଶଯାନର କମାଣ୍ଡର ହେବେ । ଉତକ୍ଷେପଣ, ଅବତରଣ ଏବଂ ପୁନରୁଦ୍ଧାର ପାଇଁ ସେ ଦାୟି ରହିବେ । ୨୦୦୯ ଏବଂ ୨୦୧୧ ରେ ଡଗଲସ୍ ସ୍ପେସ୍ ଷ୍ଟେସନକୁ ଯାଇଛନ୍ତି । ସେ ବୃତ୍ତିରେ ଜଣେ ସିଭିଲ୍ ଇଞ୍ଜିନିୟର ଥିଲେ । ପରେ ୨୦୦୦ ରେ, ସେ ନାସା ସହିତ ଜଡିତ ହୋଇଥିଲେ । ଏହାପୂର୍ବରୁ ଆମେରିକାର ମେରାଇନ୍ କର୍ପସରେ ଯୁଦ୍ଧ ବିମାନର ପାଇଲଟ୍ ଥିଲେ ।

ମେ ମାସରେ ଆରମ୍ଭ ହୋଇଥିବା ଏହି ମିଶନ ପରେ, ଏହି ଉଭୟ ମହାକାଶଚାରୀ ସ୍ପେସ୍ ଷ୍ଟେସନରେ ୧୧୦ଦିନ ରହିବେ । ଆପଣଙ୍କୁ କହି ରଖୁଛୁ ଯେ ସ୍ପେସ୍-ଏକ୍ସ ଡ୍ରାଗନ୍ କ୍ୟାପସୁଲ୍ ଥରକେ ୨୧୦ ଦିନ ପର୍ଯ୍ୟନ୍ତ ମାହାକାଶରେ ସମୟ ବିତାଇପାରିବ । ଏହା ପରେ ତାଙ୍କୁ ମରାମତି ପାଇଁ ପୃଥିବୀକୁ ଫେରିବାକୁ ପଡିବ ।

୯ ବର୍ଷ ପରେ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାର ବ୍ୟବସାୟିକ କ୍ରୁ କାର୍ଯ୍ୟକ୍ରମ ଆରମ୍ଭ କରୁଛି। ଏହି ମିଶନର ସଫଳତା ପରେ ଆମେରିକାକୁ ସେମାନଙ୍କ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ପାଇଁ ଋଷ ଏବଂ ୟୁରୋପୀୟ ଦେଶମାନଙ୍କ ନିକଟକୁ ଯିବାକୁ ପଡିବ ନାହିଁ ।

୨୭ ଜୁଲାଇ ୨୦୧୧ ରେ, ନାସା ତାର ସବୁଠୁ ସଫଳତମ ସ୍ପେସ୍ ସଟଲ୍ ପ୍ରୋଗ୍ରାମ ବନ୍ଦ କରିଦେଇଥିଲା । ସେହି ଦିନ ସ୍ପେସ୍ ସଟଲ୍ ଆଟଲାଣ୍ଟିସ୍ ପୃଥିବୀକୁ ଫେରିଥିଲା । ସ୍ପେସ୍ ସଟଲ୍ ପ୍ରୋଗ୍ରାମ୍ ମାଧ୍ୟମରେ ସ୍ପେସ୍ ଷ୍ଟେସନକୁ ୧୩୫ ବିମାନ ଉଡ଼ାଣ କରାଯାଇଥିଲା । ୩୦ ବର୍ଷ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଅଧିକ ମହାକାଶଚାରୀଙ୍କୁ ମହାକାଶକୁ ପଠାଯାଇଥିଲା ।

କଣ ପାଇଁ ରାହୁଲ କହିଲେ ଏବେ ପ୍ରଥମ ଅଧ୍ୟାୟ ଆରମ୍ଭ ବି ହୋଇନାହିଁ ?

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁଣି ଆକ୍ରମଣ କରିଛନ୍ତି । କରୋନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତିକୁ ସେ ସମାଲୋଚନା କରିଛନ୍ତି । କହିଛନ୍ତି ଯେ, ଦୁଇ ମାସ ତଳେ ପ୍ରଧାନମନ୍ତ୍ରୀ କହିଥିଲେ ଆମେ ୨୧ ଦିନରେ କରୋନା ଭାଇରସକୁ ହରାଇ ଦେବକୁ କିନ୍ତୁ ୬୦ ଦିନ ପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତୀବ୍ରଗତିରେ ବୃଦ୍ଧି ପାଉଛି । ଅନ୍ୟ ଦେଶରେ ଲକଡାଉନ ବଢାଯାଉଥିବା ବେଳେ ଆମ ଦେଶରେ ଲକଡାଉନ୍ ହଟିବାକୁ ଯାଉଛି । ଦେଶରେ ଲକଡାଉନ ଲକ୍ଷ୍ୟ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି ।

ଚାରି ପର୍ଯ୍ୟାୟର ଲକଡାଉନରୁ କିଛି ମିଳିଲାନି

ରାହୁଲଙ୍କ ଅନୁସାରେ ୪ ପର୍ଯ୍ୟାୟର ଲକଡାଉନରୁ କିଛି ମଧ୍ୟ ସୁଫଳ ମିଳି ନାହିଁ । ଲକଡାଉନ୍ ଫେଲ ହୋଇଛି,ଏବେ ସରକାରଙ୍କ ପାଖରେ ପ୍ଲାନ୍ ବି କଣ ଅଛି ବୋଲି ସେ ପଚାରିଛନ୍ତି । ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ, ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଫ୍ରଣ୍ଟଫୁଟରେ ଖେଳୁଥିଲେ କିନ୍ତୁ ଏବେ ସେ ବ୍ୟାକଫୁଟରେ ଅଛନ୍ତି ।

ପ୍ୟାକେଜ ଦ୍ୱାରା କିଛି ହେବ ନାହିଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପ୍ୟାକେଜ୍ ଦେଇଛନ୍ତି ତା’ଦ୍ୱାରା ଦେଶକୁ କିଛି ମଧ୍ୟ ଲାଭ ମିଳିବ ନାହିଁ ବୋଲି ରାହୁଲ କହିଛନ୍ତି । ଗରିବଙ୍କୁ ଅଧିକ ଟଙ୍କା ଦିଆଗଲେ ବାହାର ଦେଶକୁ ଖରାପ ସନ୍ଦେଶ ଯିବ ବୋଲି ସରକାରରେ ବସିଥିବା ନୀତିନିର୍ଧାରକ ମାନେ ଭାବୁଛନ୍ତି କିନ୍ତୁ ଏହି ଗରିବ ମାନେ ହିଁ ଦେଶର ଶକ୍ତି ବୋଲି ରାହୁଲ କହିଛନ୍ତି ।

ଶ୍ରମିକଙ୍କ ଆସ୍ଥା ହରାଇଛନ୍ତ ସରକାର

ପ୍ରବାସୀ ଶ୍ରମିକଙ୍କ ପଳାୟନକୁ ନେଇ ରାହୁଲ କହିଛନ୍ତି ଯେ,ସରକାର ଶ୍ରମିକଙ୍କ ଆସ୍ଥା ହରାଇଛନ୍ତି । ସରକାର ଏବେବି ଶ୍ରମିକଙ୍କୁ ସହାୟତା କରିପାରିବେ । ସବୁ ଶ୍ରମିକଙ୍କ ଖାତାକୁ ୭ ହଜାର ୫ଶହ ଟଙ୍କା ଦେଇପାରିବେ ।

ଖୋଲିଲା ତେଲେଙ୍ଗାନା ଗଣହତ୍ୟା ରହସ୍ୟ, ପ୍ରେମିକାର ଝିଅକୁ ପାଇବା ପାଇଁ ୧୦ଜଣଙ୍କୁ ହତ୍ୟା କଲା ପ୍ରେମିକ !

ୱାରଂଗଲ: ପ୍ରେମିକାର ହତ୍ୟାକୁ ଲୁଚାଇବାକୁ ଏବଂ ପ୍ରେମିକାର ଝିଅକୁ ପାଇବାକୁ ପ୍ରେମିକା ସହ ୧୦ଜଣଙ୍କୁ ହତ୍ୟା କଲା ପ୍ରେମିକ । ତେଲେଙ୍ଗାନାର ୱାରଂଗଲରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯାହାର ଘଟଣା କ୍ରମ ଜାଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ । ତେଲେଙ୍ଗାନାର ୱାରଂଗଲ ଜିଲ୍ଲାରେ କିଛି ଦିନ ତଳେ ଗୋଟିଏ କୂଅରୁ ୯ଜଣଙ୍କ ଶବ ବାହାରିଥିଲା । ଏବଂ ଏହି ଘଟଣାରେ ପୋଲିସ ଆଜି ୨୪ବର୍ଷିୟ ଯୁବକ ସଞ୍ଜୟ ଯାଦବଙ୍କୁ ଗିରଫ କରିଛି ।

ପୋଲିସର କହିବା ଅନୁସାରେ ଯାଦବ ତା ପ୍ରେମିକା ରାଫିକାର ହତ୍ୟାକୁ ଲୁଚାଇବାକୁ ୯ଜଣଙ୍କ ହତ୍ୟା କରିଛି  । ୯ଜଣଙ୍କ ଭିତରୁ ୬ଜଣ ଗୋଟିଏ ପରିବାରର । ପୋଲିସ ଅନୁସାରେ ଘଟଣାକ୍ରମ କିଛି ଏଭଳି ଥିଲା ।

ସଞ୍ଜୟ ଯାଦବର ମକସୁଦ ଏବଂ ତା ଭାଉଜ ସହ ପରିଚିତ ଥିଲା । ଧିରେ ଧିରେ ଯାଦବ ଏବଂ ରାଫିକା ଭିତରେ ସମ୍ପର୍କ ବଢିଥିଲା ଏବଂ ଦୁହେଁ ଏକାସାଙ୍ଗରେ ରହୁଥିଲେ । ରାଫିକାଙ୍କର ୩ଟି ସନ୍ତାନ ମଧ୍ୟ ସେମାନଙ୍କ ସହ ରହୁଥିଲେ । ଯାଦବ ରାଫିକାଙ୍କ ୧୫ ବର୍ଷିୟା ଝିଅ ସହ ଖରାବ ବ୍ୟବହାର କରିବାରୁ ରାଫିକା ତା ବିରୋଧରେ ପୋଲିସରେ ଅଭିଯୋଗ କରିବାକୁ ଧମକ ଦେଇଥିଲା । ରାଫିକାର ଏମିତି ଧମକ ପାଇଁ ଯାଦବ ରାଫିକାର ଝିଅକୁ ପାଇବା ପାଇଁ ଯୋଜନା କଲା ।

ସେ ରାଫିକାକୁ ବାହାହେବାକୁ କହି ମିଛରେ ଘରକୁ ନେବାର ବାହାନା କରିଥିଲେ ଏବଂ ରାସ୍ତାରେ ରାଫିକା ଖାଇବାରେ ନିଦ ଔଷଧ ମିଶାଇ ତା ତଣ୍ଟି ଚିପି ତାକୁ ଟ୍ରେନରୁ ଫୋପାଡ଼ି ଦେଇଥିଲା । ଏବଂ ପୁଣି ସେ ବାରଂଗଲକୁ ଫେରି ଆସିଥିଲା । ତାକୁ ଦେଖି ମକସୁଦର ସ୍ତ୍ରୀ ରାଫିକା ବିଷୟରେ ପଚାରିବାକୁ ଲାଗିଥିଲେ  । ଯାଦବ ଏନେଇ କିଛି ଉତ୍ତର ନଦେବାରୁ ସେ ମଧ୍ୟ ପୋଲିସରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ । ଯାହାକୁ ନେଇ ସେ ବିଚଳିତ ହୋଇପଡ଼ିଥିଲା ଏବଂ ସେମାନଙ୍କୁ ମାରିବାକୁ ଯୋଜନା କରିଥିଲା ।

ସେ ମକସୁଦା ଘରକୁ ଯିବାର ପ୍ଲାନ କରିଥିଲା । ସେମାନେ ଏକ ଫ୍ୟାକ୍ଟ୍ରିରେ କାମ କରନ୍ତି ଏବଂ ସେଠାରେ ହିଁ ରୁହନ୍ତି । ଯାଦବ ଯେଉଁଦିନ ମକସୁଦା ପୁଅର ଜନ୍ମଦିନ ଥିଲା ସେହିଦିନ ଆସି ସମସ୍ତଙ୍କ ଖାଇବାରେ ନିଦ ଔଷଧ ମିଶାଇ ଦେଇଥିଲା । ପରେ ସମସ୍ତେ ଶୋଇଥିବା ସମୟରେ ସମସ୍ତଙ୍କୁ ଅଖାରେ ପୁରାଇ ପାଖରେ ଥିବା କୂଅରେ ପକାଇଦେଇଥିଲା । କେବଳ ସେତିକ ନୁହେଁ ସେ ଫ୍ୟାକ୍ଟ୍ରିରେ କାମ କରୁଥିବା ଅନ୍ୟ ଦୁଇଜଣ ମଧ୍ୟ ବଳି ପଡ଼ି ଯାଇଥିଲେ । ହତ୍ୟା ସମୟରେ କାଳେ ସେମାନେ ଦେଖି ଦେବେ ତାଣୁ ସେ ସେମାନଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

କୂଅରୁ ୯ ପ୍ରବାସୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ଆପଣଙ୍କୁ କହି ରଖୁଛ ଯେ ସମସ୍ତେ ପ୍ରବାସୀ ଶ୍ରମିକ ଥିଲେ ଏବଂ ସେମାନେ କାମ କରିବାକୁ ତେଲେଙ୍ଗାନା ଆସିଥିଲେ । ଉକ୍ତ ଘଟଣା ଉପରେ ପୋଲିସ ସବୁ ପ୍ରକାର ପ୍ରମାଣ ପାଇ ସାରିଛି ଏବଂ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବାକୁ ପ୍ରୟାସ କରୁଛି ପୋଲିସ ।

ପବ୍‌ଜି ନିଶାରେ ମଜିଯାଇଥିଲେ ଯୁବକ, ଟ୍ରେନ୍‌ ଟ୍ରାକ୍‌ରେ ଚାଲିଗଲା ଜୀବନ

ନୂଆପଡ଼ା:  ଖେଳ ହେଲା କାଳ । ପ୍ରାଣ ନେଲା ପବ୍‌ଜି । ଖେଳ ନିଶାରେ ଏମିତି ହଜିଯାଇଥିଲେ ଯୁବକ ଯେ, ଜାଣିପାରିଲେନି ସେ କେତେବେଳେ ଟ୍ରେନ୍ ଟ୍ରାକ୍‌ ନିକଟରେ ଆସି ପହଞ୍ଚିଲେ । ଆଉ ଟ୍ରେନ୍‌ ଧକ୍କାରେ ଚାଲିଗଲା ଜୀବନ। ନୂଆପଡା ଜିଲ୍ଲା ସଦର ଥାନା ସିଆଲଲଟି ଗାଁରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତକ ହେଉଛନ୍ତି କ୍ଷୀରମୋହନ ମାଝୀ ଓ ତାଙ୍କ ବୟସ ୨୧ ବର୍ଷ। ଗତକାଲି ସଂଧ୍ୟାରେ କ୍ଷୀରମୋହ କାନରେ ଇୟର ଫୋନ୍‌ ଲଗାଇ ପବଜି ଗେମ୍‌ ଖେଳୁଥିଲେ।

https://www.facebook.com/NandighoshaTV/videos/554428788780649/

ଖେଳୁ ଖେଳୁ ସେ ଗାଁ ଦେଇ ଯାଇଥିବା ଟ୍ରେନ୍‌ ଲାଇନ୍‌ ନିକଟକୁ ଚାଲିଆସିଥିଲେ। ଫଳରେ ରାୟପୁରରୁ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ସ୍ୱତନ୍ତ୍ର ପ୍ରବାସୀ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କ୍ଷେତ୍ରମୋହନଙ୍କ ମୃତ୍ୟୁ ହୋଇଥିଲା। ପରେ ରେଲଓ୍ୱେ ପୋଲିସ କ୍ଷୀରମୋହନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି ।

ଟ୍ରାନ୍ସଫର୍ମର ଉପରେ ଚଢ଼ିଗଲା ପୁଅ, ହେଲେ କରେଣ୍ଟ ନଥିଲା