ବୈବାହିକ ଜୀବନକୁ ନେଇ ଖୁସି ନଥିଲେ ଆଦିତ୍ୟ: ପପୁ

1 min read

ଭୁବନେଶ୍ୱର: ସୁଇସାଇଡ୍ ନୋଟର ଟଙ୍କା ଫ୍ୟାକ୍ଟର । ଆଦିତ୍ୟ, ପପୁ ଆଉ ମନି । ଆଦିତ୍ୟଙ୍କୁ ଟଙ୍କା ନେଇ ହତ୍ୟା କରାଯାଇଥିବା ନେଇ ବିଦ୍ୟାଶ୍ରୀଙ୍କ ସନ୍ଦେହ ପରେ ପ୍ରତିକ୍ରିୟା ରଖିଛନ୍ତି ପପୁ । ପପୁ ହେଉଛନ୍ତି ସେହି ବ୍ୟକ୍ତି ଯିଏ କି ଆଶ୍ରମ ଫଣ୍ଡରୁ ୭୦ ହଜାର ଟଙ୍କା ନେଇଥିଲେ । ଯାହାକୁ ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି ଆଦିତ୍ୟ ଦାଶ ।

ସଙ୍ଗଠନ ଟଙ୍କା ପାଇଁ ଗଲା କି ଆଦିତ୍ୟଙ୍କ ଜୀବନ ? କଣ କହୁଛନ୍ତି ସଦସ୍ୟ…

ପପୁ କହିଛନ୍ତି- ଟଙ୍କା ପାଇଁ ଯାଇନି ଆଦିତ୍ୟଙ୍କ ଜୀବନ । ପଇସା ପାଇଁ ଆଦିତ୍ୟ କେବେ ଏମିତି କାମ କରିବ ନାହିଁ । ମୁଁ ପଇସା ନେଇଛି, ସେଥିପାଇଁ ଏମିତି ହୋଇନି । ମୁଁ ବୋଲି ନୁହେଁ ଆଦିତ୍ୟ ସମସ୍ତଙ୍କ ପଇସା ପତ୍ରରେ ସାହାଯ୍ୟ କରନ୍ତି । ମୋ ପାଇଁ ଜମି କିଣି ପାରିନଥିବା କଥା ମିଛ । ଆଦିତ୍ୟ ମୋତେ ପଇସା ଦେଇଥିବା ବେଳେ ବିଦ୍ୟାଶ୍ରୀ ଆସି ଟଙ୍କା ମାଗିଥିଲେ ବୋଲି ପପୁ କହିଛନ୍ତି । ବରଂ ଟଙ୍କା କଥା ଉଠାଇ ମୃତ୍ୟୁ କେସକୁ ଅନ୍ୟ ମୋଡ଼ ଦିଆଯାଉଛି ।

ମୃତ୍ୟୁର କାରଣ ଟଙ୍କା ନୁହେଁ । ବରଂ ବିଦ୍ୟାଶ୍ରୀ ଟଙ୍କା କଥା ଉଠାଇ ଘଟଣାକୁ ଅନ୍ୟ ମୋଡ଼ ଦେଉଛନ୍ତି । ଆଦିତ୍ୟ ବାହାଘର ପରେ ସିଙ୍ଗଲ ଲାଇଫ୍ ଭାରି ଭଲ । ବାହାଘର ପରେ ଅଡ଼ୁଆ ସୃଷ୍ଟି ହେଉଛି ବୋଲି କହିଥିଲେ । ତେବେ, ବିଦ୍ୟାଶ୍ରୀଙ୍କ ସହ ତାଙ୍କ ସମ୍ପର୍କ ୪ରୁ ୫ ମାସର । ଏବେ ମାସେ ତଳେ ସେ ବାହା ହୋଇଥିଲେ ବୋଲି ପପୁ କହିଛନ୍ତି ।

ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ପପୁ ଓ ବିଦ୍ୟାଶ୍ରୀ ମୁହାଁମୁହିଁ

ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟ

ତେବେ, ଡାଏରୀର ହାତଲେଖା ଆଦିତ୍ୟଙ୍କର ବୋଲି ପପୁ କହୁଛନ୍ତି । ଯେତେବେଳେ କି ସଙ୍ଗଠନର ସଦସ୍ୟ ମନୋଜ ଆଦିତ୍ୟଙ୍କ ହାତଲେଖାକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି । ମୁଁ ନେଇଥିବା ୭୦ ହଜାର ଟଙ୍କା ସୁଝିପାରିବି । ଆଗରୁ ମୋର ଚାକିରି ନଥିଲା ଏବେ ଚାକିରି ଅଛି । ବରଂ ଆଦିତ୍ୟ ମୋତେ ଟଙ୍କା ଦେଇଥିବା ବେଳେ ବିଦ୍ୟାଶ୍ରୀ ମାଗିବାକୁ ଦେଇନଥିଲେ । ଫଳରେ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା ବୋଲି କହିଛନ୍ତି ପପୁ ।

Leave a Reply