ଇସ୍ତଫା ଦେଲେ VIMSAR କୋଭିଡ ସେଣ୍ଟର ନୋଡାଲ ଅଫିସର

1 min read
VIMSA covid center nodal officer resigned

ବୁର୍ଲା: ଭିମ୍‌ସାର କୋଭିଡ୍‌ ସେଣ୍ଟରର ନୋଡାଲ ଅଫିସର ପ୍ରଫେସର ବେଣୁଧର ପାଣ୍ଡେ ଇସ୍ତଫା ଦେଇଛନ୍ତି  । ବୁର୍ଲା କୋଭିଡ୍‌ ସେଣ୍ଟରରେ ନୁମୁନା ପରୀକ୍ଷା ହୋଇଥିବା କିଛି ବ୍ୟକ୍ତିଙ୍କ ନାଁ ପ୍ରଘଟ ହୋଇଯାଇଥିଲା  । କୋଭିଡ-୧୯ ନିୟମ ଅନୁସାରେ କରୋନା ନମୁନା ପରୀକ୍ଷା ହୋଇଥିବା ବ୍ୟକ୍ତିଙ୍କର ପରିଚୟ ଗୋପନ ରଖାଯିବ  । କିନ୍ତୁ ଏହା ଲିକ୍ ହୋଇଯିବା ପରେ ସବୁ ମହଲରୁ ପ୍ରଶ୍ନ ଉଠିଥିଲା  । ନନ୍ଦିଘୋଷ ଟିଭିରେ ଏହି ଖବର ପ୍ରସାରଣ ପରେ ଭିମସାର ନିର୍ଦ୍ଦେଶକ ଏହାର ତଦନ୍ତ ପାଇଁ ୪ଜଣିଆ କମିଟି ଗଠନ କରିଥିଲେ  । ତଦନ୍ତ ସରି ନଥିବା ବେଳେ କୋଭିଡ୍‌ ସେଣ୍ଟର ନୋଡାଲ ଅଫିସର ପ୍ରଫେସର ବେଣୁଧର ପାଣ୍ଡେ ଇସ୍ତଫା ଦେଇଛନ୍ତି  । .

Leave a Reply