ବେକାବୁ ଟମାଟ, ଦର କମିବନି ଓଲଟା ବଢିବ !

Tomato prices skyrocket to Rs 70 per kg in Bhubaneswar.

ଭୁବନେଶ୍ୱର: ଏବେ ବଜାରରେ ଟମାଟ ଦର ବଢୁଛି । ୬୦ ଡେଇଁଲାଣି । ଅନ୍ୟ ପରିବା ତୁଳନାରେ ଦେଖିଲେ ଗଲା ସପ୍ତାହେ ହେବ ଟମାଟ ଦର କ୍ରମାଗତ ଭାବେ ବଢୁଛି । ଭୁବନେଶ୍ୱରର ପ୍ରାୟ ସମସ୍ତ ମାର୍କେଟରେ ଟମାଟ ଦର ବଢିଛି । ତେବେ କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ସବୁ ସହରରେ ଟମାଟ ଦର ବଢୁଛି ।  କିଛି ଜାଗାରେ ଦର ଏବେ ୭୦ ଛୁଇଁଲାଣି । ଅନ୍ୟପକ୍ଷରେ ଜାତୀୟ ଗଣମାଧ୍ୟମରେ ସବୁ ରାଜ୍ୟରେ ଟମାଟ ଦର ବଢୁଥିବା ନେଇ ଖବର ଆସିଲାଣି । ତେବେ ଏବେ ଅଧିକାଂଶ ଲୋକେ ଅଭାବୀ ସ୍ଥିତିରେ ବଞ୍ଚୁଛନ୍ତି । ପରିବା ଦର ବେକାବୁ ହେଲେ ଓପସା ରହିବାକୁ ପଡିପାରେ । ତେବେ ସାରା ଦେଶରେ କେବଳ ଟମାଟ ହିଁ କାହିଁକି ବଢୁଛି ? କେବଳ ବଢୁଛି ବୋଲି ନୁହେଁ । ଆଗାମୀ ଦିନରେ କମିବନି ମଧ୍ୟ । ଆହୁରି ବଢିବା ନେଇ କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇ ସାରିଲେଣି ।

Tomato prices skyrocket to Rs 70 per kg in Bhubaneswar

ଯୋଗାଣ ମନ୍ତ୍ରୀ ରାମ ବିଲାସ ପାସଓ୍ୱାନ ଟମାଟ ଦର ଉପରେ ମନ୍ତବ୍ୟ ରଖି କହିଛନ୍ତି ଯେ, ଏବେକାର ଜଳବାୟୁ ଟମାଟ ପାଇଁ ଉପଯୁକ୍ତ ନୁହେଁ । ଏହି ଜଳବାୟୁର ପ୍ରଭାବରେ ଟମାଟ ଜଲଦି ଖରାପ ହୁଏ । ଏହା ଚିରାଚରିତ କଥା । ଟମାଟ ଜଲଦି ନଷ୍ଟ ହେବା ଓ ଜୁଲାଇରୁ ସେପ୍ଟେମ୍ୱର ମଧ୍ୟରେ ଟମାଟ ଚାଷ ନହେବା ଟମାଟ ଦର ବୃଦ୍ଧିର ପ୍ରମୁଖ କାରଣ । ଚାଷୀ ଏବେ ଟମାଟ ଚାଷ କରୁନାହାନ୍ତି । ତେଣୁ ଦର ଚଢା ରହିବା ସ୍ୱାଭାବିକ କଥା । ଉଲ୍ଲେଖଯୋଗ୍ୟ ଯେ, ସାରା ଦେଶରେ ବର୍ଷକୁ ୧ କୋଟି ୯୭ ଲକ୍ଷ ଟନ୍ ଟମାଟ ଉତ୍ପାଦିତ ହେଉଥିବା ବେଳେ ଦେଶର ଚାହିଦା ୧କୋଟି ୧୫ ଲକ୍ଷରେ ସୀମିତ ।

Leave a Reply