ବିକାଶ ଦୁବେ ଏନକାଉଣ୍ଟର: ପୂର୍ଣ୍ଣ ପ୍ରତିଶୋଧ, ଅଧୁରା ନ୍ୟାୟ

Reactions on Bikash Dubey Encounter.

କାନପୁର: କୋର୍ଟ ଅଛି କାହିଁକି ?  ଏ ବ୍ୟବସ୍ଥା କାହା ପାଇଁ ? ଯଦି ଅପରାଧୀକୁ କୋର୍ଟ ସମ୍ମୁଖକୁ ନନେଇ ପୋଲିସ ହେଫାଜତରେ ମାରିବା ହିଁ ନ୍ୟାୟ ତେବେ କୋର୍ଟର ଆବଶ୍ୟକତା ହିଁ କ’ଣ ? ନ୍ୟାୟ ପାଇଁ ନ୍ୟାୟାଳୟକୁ ଯଦି ପ୍ରାଥମିକତା ହିଁ ନମିଳେ ତେବେ କେମିତି ବୁଝିବା ଯେ ନ୍ୟାୟ ସ୍ୱୟଂ ସମ୍ପୂର୍ଣ୍ଣ ହେଲା ବୋଲି ।

Vikash Dubey

କୁଖ୍ୟାତ ଗାଙ୍ଗଷ୍ଟାର ବିକାଶ ଦୁବେର ଆଜି ସକାଳୁ ଏନକାଉଣ୍ଟର ହେବା ପରେ କାନପୁର ସହରରେ ଏବେ ଏମିତି ଅନେକ ପ୍ରଶ୍ନ ଉଠୁଛି । ତାହା ପୁଣି ଭାରତ ଭଳି ଏକ ବ୍ୟବସ୍ଥିତ ଓ ଗଣତାନ୍ତ୍ରିକ ରାଷ୍ଟ୍ର ଉପରକୁ । ଲୋକେ ପୋଲିସର ଏନକାଉଣ୍ଟରକୁ ବିରୋଧ କରିବା ପାଇଁ ସିଧାସଳଖ ଭାବେ ଏଥିପାଇଁ ସାହାସ କରୁନାହାଁନ୍ତି କାରଣ ବିକାଶ ଦୁବେ ନିରୀହ ପୋଲିସ କର୍ମଚାରୀଙ୍କୁ ମଧ୍ୟ ହତ୍ୟା କରିଛି ।

ଏକ ସମ୍ୱେଦନଶୀଳ ମାହୋଲରେ ଅଯଥା ଏକ ଅପରାଧୀ ସପକ୍ଷରେ ଯୁକ୍ତି ବାଢିବାର ସିଧାସଳଖ ସାହାସ କାହାର ନାହିଁ । ମାତ୍ର ପୋଲିସ ଏବେ କରିଥିବା ଏନକାଉଣ୍ଟରର ସତ୍ୟତାକୁ ସାଧାରଣରେ ସନ୍ଦେହ ରହିଛି, ନିଶ୍ଚିତ । କାନପୁର ସହର ଅଧିକାଂଶ ଲୋକଙ୍କର ବୁଝିବା ଏହା ଯେ ବିକାଶ ସହ ସଂପୃକ୍ତ ଥିବା ଲୋକଙ୍କୁ ଧରାଯିବାର ଆବଶ୍ୟକତା ରହିଥିଲା । ତାଙ୍କ ପଛରେ ଅନେକ ମୁଷ୍ଟିମେୟ ବ୍ୟକ୍ତି ଶକ୍ତ ଭାବେ ଠିଆ ହୋଇଥିଲେ, ନଚେତ୍ ସେ ଏତେ ବଡ ଅପରାଧୀ ହେବା ସମ୍ଭବ ନୁହେଁ ।

ତେଣୁ ଏଭଳି ଏନକାଉଣ୍ଟର କରିବା ଦ୍ୱାରା ବିକାଶ ଦୁବେଙ୍କ ସହ ସେ ରହସ୍ୟ ମଧ୍ୟ ସବୁଦିନ ପାଇଁ ଲିଭିଗଲା । ଜଣେ କାନପୁର ବାସିନ୍ଦାଙ୍କ କହିବା ଅନୁଯାୟୀ, ବିକାଶ ଦୁବେ ସହ ଅନେକ ବଡ ବଡ ନେତା ଓ ଉଦ୍ୟୋଗପତି ମଧ୍ୟ ସମ୍ପୃକ୍ତ ଥିଲେ । ସାରା ରାଜ୍ୟରେ ବିକାଶର ସବୁଠି ଆଡ୍ଡା ରହିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ମଧ୍ୟ ରହିଥିଲା । ତେବେ ଏବେ ଏନେକାଉଣ୍ଟର ହେବା ପରେ ଉକ୍ତ ପୋଲିସ ପରିବାରଗୁଡିକୁ ନ୍ୟାୟ ମିଳିଛି ବୋଲି ଭାବି ମନକୁ ବୁଝାଇଦେଲେ, ଚଳିବ । ମାତ୍ର ବାସ୍ତବତା ଏହାଠାରୁ ଭିନ୍ନ । ଦୁଇଟି ବଡ ପ୍ରଶ୍ନ ରହିଛି । ଯାହା ଉପରେ ଆଲୋଚନା ଓ ତର୍ଜମା ହେବା ଆବଶ୍ୟକ ।

bikash dubey

ପ୍ରଥମତଃ ପୋଲିସ ଏନକାଉଣ୍ଟରରେ ଖୁସି ହେଉଥିବା ଲୋକେ ଏକଥା ବୁଝନ୍ତୁ ଯ ପୋଲିସର କାମ ନ୍ୟାୟ ଦେବା ନୁହେଁ । ନ୍ୟାୟିକ ବ୍ୟବସ୍ଥାରେ ଏସବୁ ହେବା କଥା । ମାତ୍ର ଏଭଳି ହୋଇନି । ପୋଲିସ ଏନକାଉଣ୍ଟର ପଛରେ ଯାହା କାରଣ ଦର୍ଶାଉଛି ସାଧାରଣ ଲୋକ ସେସବୁକୁ ଅନ୍ଧ ଭାବେ ଗ୍ରହଣ କରିଯିବା ଭୁଲ୍  ।

ଦ୍ୱିତୀୟତଃ ବିକାଶ ଚାଲିଯିବା ପରେ  ବିକାଶ ପଛରେ ବାସ୍ତବ ଅପରାଧୀମାନେ ପୁଣି ଆଢୁଆଳରେ ରହି ଅପରାଧ କରିବେ । ବିକାଶର ମୃତ୍ୟୁ ପରେ ସେମାନେ ଏବେ ଆଶ୍ୱସ୍ତ ହେଲେ । ଉଲ୍ଲେଖଯୋଗ୍ୟ ଯେ, ରାଜନୀତିକ ଦଳ ଓ ଟୁଇଟର୍ ମଧ୍ୟ ସମାନ ପ୍ରଶ୍ନ କରୁଛି ।

Leave a Reply