ଆଦିତ୍ୟଙ୍କ ମୃତ୍ୟୁ ପରେ ବି ହ୍ୱାଟସ୍ ଆପ୍ ମେସେଜ୍ ସିନ୍ ହୋଇଥିଲା, କାରଣ କହିଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର: ମୋଟିଭେସନାଲ୍ ସ୍ପିକର ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଛି । ଦିନ ଗଡ଼ିବା ସହ ମୃତ୍ୟୁର କାରଣ ନେଇ ନୂଆ ନୂଆ ଦିଗ ସାମ୍ନାକୁ ଆସୁଛି । ଏଭଳି ସମୟରେ ଆଦିତ୍ୟଙ୍କ ମୃତ୍ୟୁ ପରେ ତାଙ୍କ ହ୍ୱାଟସ୍‌ ଆପ୍‌ ମେସେଜ୍ ସିନ୍‌ ହୋଇଥିଲା । ଯାହାକୁ ନେଇ ସୃଷ୍ଟି ହୋଇଥିଲା ସସପେନ୍ସ । ଯାହାର ଖୁଲାସା କରିଛନ୍ତି ତାଙ୍କ ପତ୍ନୀ ବିଦ୍ୟାଶ୍ରୀ । ନନ୍ଦିଘୋଷ ଟିଭିରେ ଏହାର କାରଣ କହିଛନ୍ତି ।

ବିଦ୍ୟାଶ୍ରୀଙ୍କ କହିବା ଅନୁଯାୟୀ ଆଦିତ୍ୟଙ୍କ ନିକଟରେ ୨ଟି ମୋବାଇଲ୍ ଥିଲା । ଗୋଟିଏ ମୋବାଇଲକୁ ସେ ଟ୍ରଷ୍ଟ କାମରେ ବ୍ୟବହାର କରୁଥିବା ବେଳେ ଅନ୍ୟ ମୋବାଇଲ ଟି ବ୍ୟକ୍ତିଗତ ଥିଲା । ତେବେ ଗୁଡ଼ାଏ ଫେସବୁକ୍‌ ଓ ୟୁଟ୍ୟୁବ୍‌ ଲାଇଭ୍ କାର୍ଯ୍ୟକ୍ରମ କରୁଥିବାରୁ ଭଲ ଭିଡିଓ କ୍ୱାଲିଟିଥିବା ମୋବାଇଲ ଆବଶ୍ୟକ ପଡ଼ୁଥିଲା । ଏଣୁ ସେ ତାଙ୍କ ପତ୍ନୀଙ୍କ ମୋବାଇଲକୁ ବ୍ୟବହାର କରୁଥିଲେ ।

ଏବଂ ବିଦ୍ୟାଶ୍ରୀ ଆଦିତ୍ୟଙ୍କ ମୋବାଇଲକୁ ବ୍ୟବହାର କରୁଥିଲେ ।  ତେବେ ସେମାନଙ୍କ ସହ ଫୋନ୍‌ ଯୋଗେ ଯୋଗାଯୋଗ କରିବାକୁ ଚାହୁଁଥିବା ଲୋକଙ୍କ କୌଣସି ଅସୁବିଧା ନହେବ ଏଥିଲାଗି ସେମାନେ ସିମ୍‌ ଏକ୍ସଚେଞ୍ଜ କରିଦେଇଥିଲେ ।

କିନ୍ତୁ ହ୍ୱାଟସ୍‌ ଆପ୍ ପୂର୍ବଭଳି ମୋବାଇଲରେ ରହିଥିଲା । ଏକ୍ସଚେଞ୍ଜ ପରେ ବିଦ୍ୟାଶ୍ରୀ ବ୍ୟବହାର କରୁଥିବା ମୋବାଇଲ୍‌ରେ  ଆଦିତ୍ୟଙ୍କ ଏବଂ ଆଦିତ୍ୟ ବ୍ୟବହାର କରୁଥିବା ମୋବାଇଲ୍ ବିଦ୍ୟାଶ୍ରୀ ହ୍ୱାଟସ୍ଆପ୍ ଆକ୍ଟିଭ୍ ଥିଲ ।

ଏଣୁ ଆଦିତ୍ୟଙ୍କ ଦେହାନ୍ତ ପରେ ବି ତାଙ୍କ ହ୍ୱାଟସ୍ ଆପ୍ ମେସେଜ୍ ସିନ୍ ହୋଇଥିଲା । କାହିଁକି ବିଦ୍ୟାଶ୍ରୀ ଦେଖୁଥିଲେ ଆଦିତ୍ୟଙ୍କ ହ୍ୱାଟସ୍‌ ଆପ୍ ମେସେଜ୍ । ତେବେ ମୋବାଇଲ୍ ସିମ୍‌ ଏକ୍ସଚେଞ୍ଜ କରିବା ସତ୍ତ୍ୱେ ବି ନୂଆ କରି ହ୍ୱାଟସ୍‌ ଆପ୍ ଲଗ୍ଇନ୍ କାହିଁକି କରୁନଥିଲେ । ଏହାର କାରଣ କ’ଣ ହୋଇପାରେ ତାହା ଏବେ ପ୍ରଶ୍ନ ଘେରରେ ।

ବୈବାହିକ ଜୀବନକୁ ନେଇ ଖୁସି ନଥିଲେ ଆଦିତ୍ୟ: ପପୁ

Leave a Reply