ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ତାଲିକା ପ୍ରକାଶିତ, ‘ଅମ୍ୱା’ ଓ ‘ଗୋଟିଏ ଯୋଡି ଗାଆଁର କାହାଣୀ’ ଶ୍ରେଷ୍ଠ ଉପନ୍ୟାସ

Odisha Sahitya Academy declares the Awardee's list.

ଭୁବନେଶ୍ୱର: ୨୦୧୫ ଓ ୧୬ ବର୍ଷର ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରର ଚୁଡାନ୍ତ ତାଲିକା ପ୍ରକାଶ ପାଇଛି । କାର୍ଯ୍ୟକାରୀ ପରିଷଦ ଓଡିଆ ସାହିତ୍ୟର ୯ଟି ବିଭାଗ ପାଇଁ ୨୦ଟି ପୁସ୍ତକ ଓ ଏହାର ଲେଖକଙ୍କ ନାମ ପ୍ରକାଶ କରିଛି । ଏମାନଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ । ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରି ଏମାନଙ୍କୁ ସମ୍ମାନୀତ କରାଯିବ ବୋଲି ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶ କରାଯାଇଛି ।

ତେବେ ଏହି ତାଲିକାରେ ଅଛନ୍ତି ଗୋଟିଏ ଯୋଡି ଗାଁର କାହାଣୀର ଲେଖକ ନିତ୍ୟାନନ୍ଦ ପଣ୍ଡା, ଗପର ମୁହଁର ଲେଖକ ପବିତ୍ର ପାଣିଗ୍ରାହୀ ଓ ଗୋଧୂଳି ଗୀତର ଲେଖକ ବିଣାପାଣି ପଣ୍ଡା । ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି, ସଂଜୟ ହାତୀ, ନବୀନ କୁମାର ପରିଡା, ପଞ୍ଚାନନ ମିଶ୍ର, ଧରଣୀଧର ପାଣିଗ୍ରାହୀ, ବିଜୟ କୁମାର ମହାନ୍ତି, ରବୀନ୍ଦ୍ର ବିଶ୍ୱାଳ, ମନୋଜ ମହାନ୍ତି, ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ଦେବଦାସ ଛୋଟରାୟ, ଭଗବାନ ଜୟସିଂହ, ଫକୀର ସିଂହ, ପ୍ରସନ୍ନ କୁମାର ସ୍ୱାଇଁ, ସୁରେନ୍ଦ୍ର କୁମାର ମହାରଣା, ପ୍ରଦୋଷ ପଟ୍ଟନାୟକ, ଶାରଦା ରଥ, ଦେବେନ୍ଦ୍ର ଚୌଧୁରୀ ଓ ମିଶ୍ର ସତ୍ୟ ନାରାୟଣ । ଉଲ୍ଲେଖଯୋଗ୍ୟ ଯେ ଉପନ୍ୟାସ ଶ୍ରେଣୀରେ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଙ୍କ ଅମ୍ବା ଓ ନିତ୍ୟାନନ୍ଦ ପଣ୍ଡାଙ୍କର ଗୋଟିଏ ଯୋଡି ଗାଆଁର କାହାଣୀ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବ ।

 

Leave a Reply