spot_img
Home Blog Page 7171

ରାଉରକେଲାକୁ ଫେରିଲେ କୋଟାରେ ଫସିଥିବା ଛାତ୍ରଛାତ୍ରୀ

ରାଉରକେଲା: ରାଜସ୍ଥାନର କୋଟାରେ ଲକଡାଉନ ପାଇଁ ଅଟକି ରହିଥିବା ଛାତ୍ରଛାତ୍ରୀ ରାଉରକେଲାରେ ପହଞ୍ଚିଛନ୍ତି । ୪ଟି ଵସ୍‌ ଯୋଗେ ଛାତ୍ରଛାତ୍ରୀ ରାଉରକେଲା ଫେରୁଛନ୍ତି ଛାତ୍ରଛାତ୍ରୀ । ଚାରିଟି ବସ୍‌ରେ ମୋଟ ୧୧୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ୪ ବସ୍‌ ମଧ୍ୟରୁ ସକାଳ ୭ଟା ୨୦ ସୁଦ୍ଧା ରାଉରକେଲାରେ ୨ଟି ବସ୍ ରାଉରକେଲା ଵିମାନଵନ୍ଦର ନିକଟରେ ପହଞ୍ଚିଛି । ରାଉରକେଲା ଵିମାନଵନ୍ଦର ଭିତରେ ଛାତ୍ରଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ  ପରୀକ୍ଷା କରାଯିବ।

ତାପରେ ସେମାନଙ୍କୁ ଯିବାକୁ ଦିଆଯିବ ।  ରାଉରକେଲା ଵିମାନଵନ୍ଦରରେ ମେଡିକାଲ ଟିମ, ରାଉରକେଲା ମହାନଗର ନିଗମର ଅଧିକାରୀ,  ପୋଲିସ ଅଧିକାରୀ ଓ ଫୋର୍ସ ଉପସ୍ଥିତ ରହିଛନ୍ତି । ସେପଟେ ଆଉ ଦୁଇଟି ବସ୍‌ ରାଉରକେଲା ସୀମାନ୍ତରେ ରୋଡ ପରମିଟରେ ଅସୁବିଧା କାରଣରୁ ଅଟକି ରହିଥିଲା । ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଦୁଇଟି ବସ୍‌ ବାହାରିଛି । ତେବେ କୋଟାରେ ମେଡିକାଲ, ଇଞ୍ଜିନିୟରିଂ ଓ ନିଟ ପାଇଁ କୋଚିଙ୍ଗ ନେଉଥିବା ରାଉରକେଲା ସହରର ଛାତ୍ର ଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକ କୋଟାରେ ଫସି ରହିଥିଲ। ରାଜ୍ୟ ସରକାରଙ୍କ ସହଯୋଗ ପରେ ଵସ୍‌ ଯୋଗେ ରାଉରକେଲା ଫେରୁଛନ୍ତି ।

ସେପଟେ ରାଜସ୍ଥାନ କୋଟା ରୁ ନୁଆପଡା ଓ କଳାହାଣ୍ଡି ଜିଲ୍ଲାର ୪୫ ଜଣ ଛାତ୍ରଛାତ୍ରୀ ବସ୍ ଯୋଗେ ବିଳମ୍ବିତ ରାତିରେ କୋଟାରୁ ବାହାରିଛନ୍ତି । ତେବେ କଳାହାଣ୍ଡି ପ୍ରଶାସନ ଛାତ୍ରଛାତ୍ରୀ ମାନଙ୍କ ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିବା କଳାହାଣ୍ଡି ଜିଲାପାଳ ସୂଚନା ଦେଇଛନ୍ତି ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

କରୋନା ଚିକିତ୍ସାରେ ଉପଯୋଗ ହେବ ରେମଡେସିବିର, ଜରୁରୀ ବ୍ୟବହାର ପାଇଁ ଆମେରିକାର ଅନୁମତି

ୱାଶିଂଟନ୍: ମହାମାରୀ କରୋନା ଦ୍ୱାରା ବିଶ୍ୱରେ ଅଧିକ ପ୍ରଭାବିତ ହୋଇଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୩୧ ହଜାର ଟପିଥିବା ବେଳେ ୬୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣକୁ ରୋକିବା ଓ ସଂକ୍ରମିତଙ୍କୁ ସୁସ୍ଥ କରିବାକୁ ଆମେରିକା ରେମଡେସିବିରର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଛି । ରେମଡେସିବିରକୁ ପୂର୍ବରୁ କିଛି ସଂକ୍ରମିତଙ୍କ ଠାରେ କ୍ଲିନିକାଲ୍ ଟ୍ରାଏଲ କରାଯାଇଥିଲା । ଏହାଦ୍ୱାରା ଆକ୍ରାନ୍ତ ମଧ୍ୟ ଶୀଘ୍ର ସୁସ୍ଥ ହୋଇଛନ୍ତି ।

ପ୍ରଥମ ଔଷଧ ଭାବେ ରେମଡେସିବିର ରୋଗୀ ଶରୀରରେ କରୋନା ଭୂତାଣୁ ଉପରେ ପ୍ରଭାବ ପକାଇଛି । କରୋନା ଆକ୍ରାନ୍ତଙ୍କ ଠାରେ ରେମଡେସିବିର ଟ୍ରାଏଲରେ ବିଶ୍ୱବ୍ୟାପୀ ପ୍ରାୟ ୨ ଲକ୍ଷ ୩୦ ହଜାର ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ରେମଡେସିବିରର ବ୍ୟବହାର ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଏହା ଦିଆଯିବ ବୋଲି ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ବା ଏଫଡିଏର କମିଶନର ଷ୍ଟିଫେନ୍ ହନ୍ କହିଛନ୍ତି ।

ଔଷଧର ବ୍ୟବହାର ପୂର୍ବରୁ ଏଫଡିଏ ଏହାର ଟ୍ରାଏଲ କରିଥିଲା । ଗିଲ୍ଡ ସାଇନ୍ସ୍ ପ୍ରସ୍ତୁତ ରେମଡେସିବିର ପ୍ରୟୋଗ ଦ୍ୱାରା ୩୧ ପ୍ରତିଶତ କରୋନା ଆକ୍ରାନ୍ତ ଶୀଘ୍ର ବା ହାରାହାରି ୪ ଦିନରେ ସୁସ୍ଥ ହୋଇଥିଲେ । ୧ ହଜାର ୬୩ ଜଣ ଆକ୍ରାନ୍ତଙ୍କୁ ରେମଡେସିବିର ଔଷଧ ଦିଆଯାଇଥିଲା । ଏପରିକି ରେମଡେସିବିର ବ୍ୟବହାର ଦ୍ୱାରା ମୃତ୍ୟୁହାର ମଧ୍ୟ କମିଥିବା ଏଫଡିଏର ଅଧ୍ୟୟନରୁ ଜଣାପଡ଼ିଛି ।

କୋଭିଡ-୧୯ରେ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କ ଠାରେ ରେମଡେସିବିର ପ୍ରୟୋଗ ଫଳପ୍ରଦ ହେଉଛି । ତେବେ, ସାମାନ୍ୟ ଆକ୍ରାନ୍ତଙ୍କ ଠାରେ ରେମଡେସିବିରର ପରୀକ୍ଷା କରାଯାଇନାହିଁ । ବର୍ତ୍ତମାନ କେବଳ ରେମଡେସିବିର ଇଞ୍ଜେକ୍ସନ ଆକାରରେ ଆକ୍ରାନ୍ତଙ୍କୁ ଦିଆଯାଉଛି । ରେମଡେସିବିର ପ୍ରସ୍ତୁତକାରୀ କମ୍ପାନୀ ଗିଲ୍ଡ ୧.୫ ମିଲିୟନ୍ ଇଞ୍ଜେକ୍ସନ୍ ଓ ଡ୍ରଗ୍ ମାଗଣାରେ ଦେବ ବୋଲି ଘୋଷଣା କରିଛି ।

ପୂର୍ବରୁ ଏଫଡିଏ ମାଲେରିଆ ପାଇଁ ବ୍ୟବହାର କରାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନକୁ ଅନୁମତି ଦେଇଥିଲା ।

କରୋନା ଯୁଦ୍ଧରେ ଖୁସି ଖବର, ସଂକ୍ରମିତଙ୍କ ଉପରେ କାମ କରୁଛି ରେମଡେସିବିର !

ସଂକ୍ରମିତ ୫ କୋଲକାତା ଫେରନ୍ତା, କାହାରିଠାରେ ନାହିଁ କରୋନା ଲକ୍ଷଣ

ଭୁବନେଶ୍ୱର: ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୫ରେ ପହଞ୍ଚିଥିବା ବେଳେ ରାଜ୍ୟରେ ଖୋର୍ଦ୍ଧା ପରେ ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ହେଉଛନ୍ତି ଯାଜପୁରର । ୫ ସଂକ୍ରମିତଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।

ସଂକ୍ରମିତଙ୍କ ବୟସ ୨୮ ବର୍ଷ ପୁରୁଷ, ୫୬ ବର୍ଷ ପୁରୁଷ, ୬୩ ବର୍ଷ ପୁରୁଷ, ୨୪ ବର୍ଷ ମହିଳା, ୬୦ ବର୍ଷ ମହିଳା । ସମସ୍ତେ କୋଲକାତାରୁ ଫେରିବା ପରେ କ୍ୱାରେଣ୍ଟାଇନରେ ଥିଲେ । ସେମାନେ କାହା ସଂସ୍ପର୍ଶରେ ଆସିଛନ୍ତି ତାର ଟ୍ରେସିଂ ଚାଲିଛି । ତେବେ, ୫ ଆକ୍ରାନ୍ତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

ଶୁକ୍ରବାର ପଜିଟିଭ୍ ଚିହ୍ନଟ ହୋଇଥିବା ୪ ଜଣଙ୍କ ଠାରେ ମଧ୍ୟ କରୋନା ଲକ୍ଷଣ ନଥିଲା । ତା ପୂର୍ବରୁ ଚିହ୍ନଟ ହୋଇଥିବା ୧୭ ଜଣଙ୍କ ପାଖରେ ମଧ୍ୟ ଲକ୍ଷଣ ଦେଖା ଦେଇନଥିଲା । ରାଜ୍ୟରେ ୧୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯.୨ ପ୍ରତିଶତ ସଂକ୍ରମିତ କେସ୍ ହେଉଛି ଯାଜପୁର ଜିଲ୍ଲାର ।

ପ୍ରଶାସନ ପକ୍ଷରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ କୋଭିଡ୍ ଟେଷ୍ଟ ପାଇଁ ବାରମ୍ବାର ଅପିଲ୍ କରାଯାଉଛି । ପଶ୍ଚିମବଙ୍ଗରୁ ଫେରିଥିଲେ, ଦେହରେ କୌଣସି ଲକ୍ଷଣ ନଥିଲେ ମଧ୍ୟ ନମୁନା ପରୀକ୍ଷା ପାଇଁ ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ କହିଛି ।

ଯାଜପୁରରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୫୪

ଭୁବନେଶ୍ୱର: କରୋନା କବଳରେ ଯାଜପୁର । ଶୁକ୍ରବାର ଜିଲ୍ଲାରେ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମଧ୍ୟରାତ୍ରୀ ସୁଦ୍ଧା ଆଉ ୫ ଜଣଙ୍କ ନମୁନା ପଜିଟିଭ୍ ଆସିଛି । ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି । ୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଛି । ଯାଜପୁର ଜିଲ୍ଲାରେ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଜିଲ୍ଲାରେ ୪୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ରାଜ୍ୟରେ ୯୮ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ଚାଲିଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

କରୋନା ଯୋଦ୍ଧାଙ୍କ ସମ୍ମାନର୍ଥେ ଫ୍ଳାଏ ଫାଷ୍ଟ କରିବ ଏୟାର ଫୋର୍ସ

ନୂଆଦିଲ୍ଲୀ: କରୋନା ଓ୍ୱାରିୟର୍ସଙ୍କୁ ସମ୍ମାନ ଜଣାଇବ ସେନା । ଭାରତୀୟ ବାୟୁସେନା କରୋନା ୱାରିୟର୍ସଙ୍କ ସମ୍ମାନର୍ଥେ 3 ମଇରେ ୨ ଫ୍ଲାଏ ପାଷ୍ଟ ପ୍ରଦର୍ଶନ କରିବ | ଗୋଟିଏ ଫ୍ଲାଏ ପାଷ୍ଟ ଶ୍ରୀନଗରରୁ ତ୍ରିଭାନ୍ଦ୍ରମ ଏବଂ ଅନ୍ୟଟି ଦିବ୍ରୁଗଡରୁ କଚ୍ଛ୍ ପର୍ଯ୍ୟନ୍ତ ହେବ | ଏଥିରେ ପରିବହନ ଏବଂ ଯୁଦ୍ଧ ବିମାନ ଅନ୍ତର୍ଭୁକ୍ତ ହେବ | ସାମ୍ବାଦିକ ସମ୍ମିଳନୀରେ ଚିପ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ଏବଂ ତିନି ସେନା ମୁଖ୍ୟ ଏହା କହିଛନ୍ତି।

ବିପିନ ରାୱତ କହିଛନ୍ତି ଯେ ଫ୍ଲାଏ ପାଷ୍ଟରେ ହେଲିକପ୍ଟର ଯୋଗେ ଫୁଲଗୁଡିକ କରୋନା ଜୀବାଣୁ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଖାନାକୁ ପଠାଯିବ। ଏହା ସହିତ ତିନି ସେନା ସେହି ଦିନ ପୋଲିସ ମେମୋରିଆଲରେ ଫୁଲ ଅର୍ପଣ କରିବେ | ପ୍ରାୟ ପ୍ରତ୍ୟେକ ଜିଲ୍ଲାର କୋଭିଡ ହସ୍ପିଟାଲ ନିକଟରେ ସେନା ମାଉଣ୍ଟେଡ ବ୍ୟାଣ୍ଡ ପ୍ରଦର୍ଶନ ମଧ୍ୟ ଯୋଗାଇବ |

ଦୁଇ ଦିନ ପୂର୍ବରୁ ଆମେରିକାର ସେନା ମଧ୍ୟ କରୋନା ୱାରିୟର୍ସଙ୍କ ସମ୍ମାନାର୍ଥେ ପାଷ୍ଟରେ ଉଡିଥିଲା। ଏହା ନ୍ୟୁୟର୍କ, ନ୍ୟୁ ଜର୍ସି ଏବଂ ଫିଲାଡେଲଫିଆରେ ହୋଇଥିଲା | ଏଥିରେ ଆମେରିକାର ସେନା, ବାୟୁସେନା ଏବଂ ନୈସେନାର ୧୨ ଟି ଯୁଦ୍ଧ ବିମାନ ଅନ୍ତର୍ଭୁକ୍ତ ଥିଲା। ଏହା ଏକ ୪୦ ମିନିଟର ସୋ’ ଥିଲା | ଆମେରିକାର ସେନା ଏହି ମାସ ପାଇଁ ପୂରା ସୋ ପାଇଁ ପ୍ରସ୍ତୁତ ହୋଇଥିଲା |

ଏଥିସହିତ ସମସ୍ତ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜେନେରାଲ ରାୱତ । ଡାକ୍ତର, ନର୍ସ, ସୁଇପର, ପୋଲିସ, ହୋମଗାର୍ଡ, ଡେଲିଭରୀ ବୟ୍‌ ଏବଂ ଗଣମାଧ୍ୟମଙ୍କୁ ଯେଉଁମାନେ ସରକାରଙ୍କ ସୂଚନାକୁ ଲୋକଙ୍କ ଠାରେ ପହଞ୍ଚାଉଛନ୍ତି । ଦେଶର ୩ ସେନା ସମ୍ରଗ ଦେଶ ତଥା କରୋନାବୀରଙ୍କ ସହିତ ଦୃଢ଼ତାର ସହ ରହିଛି ।  ଆମେ ଏହି ଯୁଦ୍ଧରେ ଜିତିବା, ତେବେ ଏହା ଦେଶର ପ୍ରତ୍ୟେକ ନାଗରିକଙ୍କ ଶୃଙ୍ଖଳା ଏବଂ ଧୌର୍ଯ୍ୟ ଫଳାଫଳ । ଆମ ପକ୍ଷରୁ କିଛି ବିଶେଷ କାର୍ଯ୍ୟକଳାପ ହେବ, ଯାହାର ଜାତି ସାକ୍ଷୀ ହେବ |

ଲକଡାଉନ୍ ୩.୦: କେଉଁ ସବୁ ସେବା ଦେଶବ୍ୟାପୀ ବନ୍ଦ ରହିବ ? ଜାଣନ୍ତୁ

ନୂଆଦିଲ୍ଲୀ: ଲକଡାଉନକୁ କେନ୍ଦ୍ର ସରକାର ମେ’ ୧୭ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏହା ସହ କେନ୍ଦ୍ର ସରକାର ଦେଶକୁ ତିନି ଜୋନରେ ବିଭକ୍ତ କରିଛନ୍ତି । ଏହି ତିନି ଜୋନକୁ ସର୍ତ୍ତ ସହ କିଛି ରିହାତି ଦିଆଯାଇଛି । ତେବେ ଏଭଳି କିଛି ସେବା ରହିଛି ଯାହା ତୃତୀୟ ପର୍ଯ୍ୟାୟ ଲକଡାଉନରେ ମଧ୍ୟ ବନ୍ଦ ରହିବ । ଅର୍ଥାତ ଏହି ସେବା ଏବେ ମଧ୍ୟ ଆରମ୍ଭ ହେବ ନାହିଁ ।

୧. ବିମାନସେବ- ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳା ବନ୍ଦ ରହିବ ।

୨. ରେଳସେବା- ଅନ୍ତଃରାଜ୍ୟ ରେଳ ଚଳାଚଳ ପୂର୍ବଭଳି ବନ୍ଦ ରହିବ । କିନ୍ତୁ ସ୍ପେଶାଲ ଶ୍ରମିକ ଟ୍ରେନ୍ ଚାଲିବ

୩. ମେଟ୍ରୋ ସେବା- ଦିଲ୍ଲୀ,ମୁମ୍ବାଇ,କୋଲକତା,ବେଙ୍ଗାଲୁରୁ ଓ ଲକ୍ଷ୍ନୌରେ ମେଟ୍ରୋ ସେବା ବନ୍ଦ ରହିବ

୪. ରାଜ୍ୟ-ରାଜ୍ୟ ମଧ୍ୟରେ ବସ ସେବା ବନ୍ଦ ରହିବ ।

୫. ସ୍କୁଲ,କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

୬. ହୋଟେଲ ଶିଳ୍ପ- ଦେଶବ୍ୟାପି ହୋଟେଲ ଓ ରେସ୍ତୋରାଁ ବନ୍ଦ ରହିବ

୭. ସିନେମା ହଲ,ସପିଂ ମଲ,ଷ୍ଟାଡିୟମ ବନ୍ଦ ରହିବ

୮. ମନ୍ଦିର,ମସଜିଦ,ଚର୍ଚ୍ଚ ଓ ଗୁରୁଦ୍ୱାର ସମେତ ସବୁ ଧର୍ମୀୟ ଅନୁଷ୍ଠାନ ବନ୍ଦ ରହିବ

୯. ସଂଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ କେହି ମଧ୍ୟ ଅଯଥାରେ ଚଳାଚଳ କରି ପାରିବେ ନାହିଁ

୧୦. ସବୁ ଜୋନରେ ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ ଶିଶୁ ଓ ଗର୍ଭବତି ଘରେ ରହିବାକୁ ବାଧ୍ୟ

ଲକଡାଉନ୍ 3.0 : ମଦ,ପାନ ଦୋକାନ ଖୋଲିବ କିନ୍ତୁ ମାନିବାକୁ ପଡିବ ଏହି ସର୍ତ୍ତ

ନୂଆଦିଲ୍ଲୀ:  କରୋନା ସଂକଟର ମୁକାବିଲା ପାଇଁ ଦେଶରେ ଲକଡାଉନ୍ ଜାରି ରହିଛି । କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ସରିବାର ଦୁଇ ଦିନ ଆଗରୁ ଏହାକୁ ୧୭ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ତେବେ ଦେଶକୁ ଗ୍ରୀନ,ରେଡ୍ ଓ ଅରେଞ୍ଜ ଏଭଳି ତିନୋଟି ଜୋନରେ ବିଭକ୍ତ କରିଛନ୍ତି । ଗ୍ରୀନ ଜୋନରେ କିଛି ସର୍ତ୍ତ ସହ ରିହାତି ମିଳିଛି । ଅନ୍ୟପକ୍ଷରେ କିଛି ରିହାତି ସହ କେବଳ ଗ୍ରୀନ୍ ଜୋନରେ ମଦ ଓ ପାନ ଦୋକାନ ଖୋଲିବାକୁ ସରକାରଙ୍କ ଅନୁମତି । ଏହାସହ କେବଳ ମଦ ଦୋକାନରେ ହିଁ ମଦ ବିକ୍ରି ହୋଇପାରିବ । ପବ୍ ଓ ବାର ବନ୍ଦ ରହିବ । ସାମାଜିକ ଦୂରତ୍ୱ ରକ୍ଷା ସହ ମଦ ବିକ୍ରି କରିପାରିବେ ଦୋକାନୀ । ଦୋକାନ ଆଗରେ ଏକାସମୟରେ ୫ ଜଣଙ୍କ ଠାରୁ ଅଧିକ ଗ୍ରାହକ ରହିପାରିବେନାହିଁ ।

ତେବେ ବିମାନ, ମେଟ୍ରୋ, ଟ୍ରେନ୍‌, ସ୍କୁଲ କଲେଜ, ସିନେମା ହଲ୍, ମାର୍କେଟ କମ୍ଳେକ୍ସ, ଜିମ୍ ଓ ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ୩ଟି ଯାକ ଜୋନ୍‌ରେ ବନ୍ଦ ରହିବ ।

 

ଦୁଇ ପତ୍ନୀଙ୍କ ପାଇଁ ତୃତୀୟ ଥର ଆଇସୋଲେଟ ହେଲେ ସ୍ୱାମୀ

ମଲପୁରମ: ନିର୍ଦ୍ଦେଶ, ଆଇନ ଏବଂ କରୋନା… ଏହି ତିନୋଟି ଜିନିଷ ଯେମିତି ଏହି ବ୍ୟକ୍ତିଙ୍କ ପାଇଁ କିଛି ଅର୍ଥ ରଖେନାହିଁ । ତବଲୀଗୀ ଜମାତ କାର୍ଯ୍ୟକ୍ରମରୁ ଫେରିଥିବା ଏହି ବ୍ୟକ୍ତିଙ୍କୁ ପ୍ରଥମେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । କ୍ୱାରେଣ୍ଟାଇନ ସରିବା ମାତ୍ରେ ଏହି ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀଙ୍କ ଘରେ ପହଞ୍ଚିଯାଇଥିଲେ । କିଛି ଦିନ ପରେ ଲକଡାଉନ ନିୟମ ଉଲଂଘନ କରି ବ୍ୟକ୍ତି ଜଣଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ଘରେ ପହଞ୍ଚିଯାଇଥିଲେ । ତେଣୁ ଏହି ବ୍ୟକ୍ତିଙ୍କୁ ତୃତୀୟ ଥର ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି ।

ବିଗତ ଏକ ମାସରେ ଏହି ବ୍ୟକ୍ତି ଜଣଙ୍କ ଦୁଇ ଦୁଅ ଥର କ୍ୱାରେଣ୍ଟାଇନରେ ରହିସାରିଛନ୍ତି । ଲକଡାଉନ ଜାରି ରହିଥିବା ପରେ ବି ବ୍ୟକ୍ତି ଜଣଙ୍କ କାୟକୁଲମରୁ ନୀଲାମ୍ବୁର ଏବଂ ପୁଣି ନୀଲାମ୍ବୁରରୁ କାୟକୁଲମ ଯିବା ଆସିବା କରୁଥିଲେ । ସୂଚନା ଅନୁଯାୟୀ ତାଙ୍କ ଦୁଇଟି ସ୍ତ୍ରୀ ଅଛନ୍ତି । ଯିଏ କି ଦୁଅଟି ଭିନ୍ନ ଭିନ୍ନ ସ୍ଥାନରେ ରୁହନ୍ତି । କ୍ୱାରେଣ୍ଟାଇନ ଏବଂ ଲକଡାଉନର ନିୟମ ଭାଙ୍ଗିଥିବାରୁ  କାୟାକୁଲମ ପୋଲିସ ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ।

କ୍ୱାରେଣ୍ଟାଇନ ଅବଧି ସରିବା ମାତ୍ରେ ଗଲା ଦ୍ୱିତୀୟ ସ୍ତ୍ରୀ ପାଖକୁ

ନୀଲାମ୍ବୁର ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଉକ୍ତ ବ୍ୟକ୍ତି ଜଣଙ୍କ ତବଲୀଗୀ ଜମାତ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀରୁ ଫେରିବା ପରେ ୧୪ ଦିନ ହୋମ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ । କ୍ୱାରେଣ୍ଟାଇନ ଅବଧି ସରିବା ମାତ୍ରେ ୨୦ ଅପ୍ରେଲରେ ନୀଲାମ୍ବୁର ନିଜ ଦ୍ୱିତୀୟ ସ୍ତ୍ରୀ ପାଖକୁ ଚାଲିଯାଇଥିଲେ । ସେଠାରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ପରେ ତାଙ୍କୁ ପୁଣି ଥରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଗଲା ।