ରାଉରକେଲାକୁ ଫେରିଲେ କୋଟାରେ ଫସିଥିବା ଛାତ୍ରଛାତ୍ରୀ

ରାଉରକେଲା: ରାଜସ୍ଥାନର କୋଟାରେ ଲକଡାଉନ ପାଇଁ ଅଟକି ରହିଥିବା ଛାତ୍ରଛାତ୍ରୀ ରାଉରକେଲାରେ ପହଞ୍ଚିଛନ୍ତି । ୪ଟି ଵସ୍‌ ଯୋଗେ ଛାତ୍ରଛାତ୍ରୀ ରାଉରକେଲା ଫେରୁଛନ୍ତି ଛାତ୍ରଛାତ୍ରୀ । ଚାରିଟି ବସ୍‌ରେ ମୋଟ ୧୧୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ୪ ବସ୍‌ ମଧ୍ୟରୁ ସକାଳ ୭ଟା ୨୦ ସୁଦ୍ଧା ରାଉରକେଲାରେ ୨ଟି ବସ୍ ରାଉରକେଲା ଵିମାନଵନ୍ଦର ନିକଟରେ ପହଞ୍ଚିଛି । ରାଉରକେଲା ଵିମାନଵନ୍ଦର ଭିତରେ ଛାତ୍ରଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ  ପରୀକ୍ଷା କରାଯିବ।

ତାପରେ ସେମାନଙ୍କୁ ଯିବାକୁ ଦିଆଯିବ ।  ରାଉରକେଲା ଵିମାନଵନ୍ଦରରେ ମେଡିକାଲ ଟିମ, ରାଉରକେଲା ମହାନଗର ନିଗମର ଅଧିକାରୀ,  ପୋଲିସ ଅଧିକାରୀ ଓ ଫୋର୍ସ ଉପସ୍ଥିତ ରହିଛନ୍ତି । ସେପଟେ ଆଉ ଦୁଇଟି ବସ୍‌ ରାଉରକେଲା ସୀମାନ୍ତରେ ରୋଡ ପରମିଟରେ ଅସୁବିଧା କାରଣରୁ ଅଟକି ରହିଥିଲା । ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଦୁଇଟି ବସ୍‌ ବାହାରିଛି । ତେବେ କୋଟାରେ ମେଡିକାଲ, ଇଞ୍ଜିନିୟରିଂ ଓ ନିଟ ପାଇଁ କୋଚିଙ୍ଗ ନେଉଥିବା ରାଉରକେଲା ସହରର ଛାତ୍ର ଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକ କୋଟାରେ ଫସି ରହିଥିଲ। ରାଜ୍ୟ ସରକାରଙ୍କ ସହଯୋଗ ପରେ ଵସ୍‌ ଯୋଗେ ରାଉରକେଲା ଫେରୁଛନ୍ତି ।

ସେପଟେ ରାଜସ୍ଥାନ କୋଟା ରୁ ନୁଆପଡା ଓ କଳାହାଣ୍ଡି ଜିଲ୍ଲାର ୪୫ ଜଣ ଛାତ୍ରଛାତ୍ରୀ ବସ୍ ଯୋଗେ ବିଳମ୍ବିତ ରାତିରେ କୋଟାରୁ ବାହାରିଛନ୍ତି । ତେବେ କଳାହାଣ୍ଡି ପ୍ରଶାସନ ଛାତ୍ରଛାତ୍ରୀ ମାନଙ୍କ ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିବା କଳାହାଣ୍ଡି ଜିଲାପାଳ ସୂଚନା ଦେଇଛନ୍ତି ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

Leave a Reply