ସଂକ୍ରମିତ ୫ କୋଲକାତା ଫେରନ୍ତା, କାହାରିଠାରେ ନାହିଁ କରୋନା ଲକ୍ଷଣ

1 min read

ଭୁବନେଶ୍ୱର: ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୫ରେ ପହଞ୍ଚିଥିବା ବେଳେ ରାଜ୍ୟରେ ଖୋର୍ଦ୍ଧା ପରେ ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ହେଉଛନ୍ତି ଯାଜପୁରର । ୫ ସଂକ୍ରମିତଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।

ସଂକ୍ରମିତଙ୍କ ବୟସ ୨୮ ବର୍ଷ ପୁରୁଷ, ୫୬ ବର୍ଷ ପୁରୁଷ, ୬୩ ବର୍ଷ ପୁରୁଷ, ୨୪ ବର୍ଷ ମହିଳା, ୬୦ ବର୍ଷ ମହିଳା । ସମସ୍ତେ କୋଲକାତାରୁ ଫେରିବା ପରେ କ୍ୱାରେଣ୍ଟାଇନରେ ଥିଲେ । ସେମାନେ କାହା ସଂସ୍ପର୍ଶରେ ଆସିଛନ୍ତି ତାର ଟ୍ରେସିଂ ଚାଲିଛି । ତେବେ, ୫ ଆକ୍ରାନ୍ତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

ଶୁକ୍ରବାର ପଜିଟିଭ୍ ଚିହ୍ନଟ ହୋଇଥିବା ୪ ଜଣଙ୍କ ଠାରେ ମଧ୍ୟ କରୋନା ଲକ୍ଷଣ ନଥିଲା । ତା ପୂର୍ବରୁ ଚିହ୍ନଟ ହୋଇଥିବା ୧୭ ଜଣଙ୍କ ପାଖରେ ମଧ୍ୟ ଲକ୍ଷଣ ଦେଖା ଦେଇନଥିଲା । ରାଜ୍ୟରେ ୧୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯.୨ ପ୍ରତିଶତ ସଂକ୍ରମିତ କେସ୍ ହେଉଛି ଯାଜପୁର ଜିଲ୍ଲାର ।

ପ୍ରଶାସନ ପକ୍ଷରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ କୋଭିଡ୍ ଟେଷ୍ଟ ପାଇଁ ବାରମ୍ବାର ଅପିଲ୍ କରାଯାଉଛି । ପଶ୍ଚିମବଙ୍ଗରୁ ଫେରିଥିଲେ, ଦେହରେ କୌଣସି ଲକ୍ଷଣ ନଥିଲେ ମଧ୍ୟ ନମୁନା ପରୀକ୍ଷା ପାଇଁ ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ କହିଛି ।

Leave a Reply