କରୋନା ଚିକିତ୍ସାରେ ଉପଯୋଗ ହେବ ରେମଡେସିବିର, ଜରୁରୀ ବ୍ୟବହାର ପାଇଁ ଆମେରିକାର ଅନୁମତି

1 min read

ୱାଶିଂଟନ୍: ମହାମାରୀ କରୋନା ଦ୍ୱାରା ବିଶ୍ୱରେ ଅଧିକ ପ୍ରଭାବିତ ହୋଇଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୩୧ ହଜାର ଟପିଥିବା ବେଳେ ୬୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣକୁ ରୋକିବା ଓ ସଂକ୍ରମିତଙ୍କୁ ସୁସ୍ଥ କରିବାକୁ ଆମେରିକା ରେମଡେସିବିରର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଛି । ରେମଡେସିବିରକୁ ପୂର୍ବରୁ କିଛି ସଂକ୍ରମିତଙ୍କ ଠାରେ କ୍ଲିନିକାଲ୍ ଟ୍ରାଏଲ କରାଯାଇଥିଲା । ଏହାଦ୍ୱାରା ଆକ୍ରାନ୍ତ ମଧ୍ୟ ଶୀଘ୍ର ସୁସ୍ଥ ହୋଇଛନ୍ତି ।

ପ୍ରଥମ ଔଷଧ ଭାବେ ରେମଡେସିବିର ରୋଗୀ ଶରୀରରେ କରୋନା ଭୂତାଣୁ ଉପରେ ପ୍ରଭାବ ପକାଇଛି । କରୋନା ଆକ୍ରାନ୍ତଙ୍କ ଠାରେ ରେମଡେସିବିର ଟ୍ରାଏଲରେ ବିଶ୍ୱବ୍ୟାପୀ ପ୍ରାୟ ୨ ଲକ୍ଷ ୩୦ ହଜାର ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ରେମଡେସିବିରର ବ୍ୟବହାର ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଏହା ଦିଆଯିବ ବୋଲି ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ବା ଏଫଡିଏର କମିଶନର ଷ୍ଟିଫେନ୍ ହନ୍ କହିଛନ୍ତି ।

ଔଷଧର ବ୍ୟବହାର ପୂର୍ବରୁ ଏଫଡିଏ ଏହାର ଟ୍ରାଏଲ କରିଥିଲା । ଗିଲ୍ଡ ସାଇନ୍ସ୍ ପ୍ରସ୍ତୁତ ରେମଡେସିବିର ପ୍ରୟୋଗ ଦ୍ୱାରା ୩୧ ପ୍ରତିଶତ କରୋନା ଆକ୍ରାନ୍ତ ଶୀଘ୍ର ବା ହାରାହାରି ୪ ଦିନରେ ସୁସ୍ଥ ହୋଇଥିଲେ । ୧ ହଜାର ୬୩ ଜଣ ଆକ୍ରାନ୍ତଙ୍କୁ ରେମଡେସିବିର ଔଷଧ ଦିଆଯାଇଥିଲା । ଏପରିକି ରେମଡେସିବିର ବ୍ୟବହାର ଦ୍ୱାରା ମୃତ୍ୟୁହାର ମଧ୍ୟ କମିଥିବା ଏଫଡିଏର ଅଧ୍ୟୟନରୁ ଜଣାପଡ଼ିଛି ।

କୋଭିଡ-୧୯ରେ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କ ଠାରେ ରେମଡେସିବିର ପ୍ରୟୋଗ ଫଳପ୍ରଦ ହେଉଛି । ତେବେ, ସାମାନ୍ୟ ଆକ୍ରାନ୍ତଙ୍କ ଠାରେ ରେମଡେସିବିରର ପରୀକ୍ଷା କରାଯାଇନାହିଁ । ବର୍ତ୍ତମାନ କେବଳ ରେମଡେସିବିର ଇଞ୍ଜେକ୍ସନ ଆକାରରେ ଆକ୍ରାନ୍ତଙ୍କୁ ଦିଆଯାଉଛି । ରେମଡେସିବିର ପ୍ରସ୍ତୁତକାରୀ କମ୍ପାନୀ ଗିଲ୍ଡ ୧.୫ ମିଲିୟନ୍ ଇଞ୍ଜେକ୍ସନ୍ ଓ ଡ୍ରଗ୍ ମାଗଣାରେ ଦେବ ବୋଲି ଘୋଷଣା କରିଛି ।

ପୂର୍ବରୁ ଏଫଡିଏ ମାଲେରିଆ ପାଇଁ ବ୍ୟବହାର କରାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନକୁ ଅନୁମତି ଦେଇଥିଲା ।

କରୋନା ଯୁଦ୍ଧରେ ଖୁସି ଖବର, ସଂକ୍ରମିତଙ୍କ ଉପରେ କାମ କରୁଛି ରେମଡେସିବିର !

Leave a Reply