କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

1 min read

ଭୁବନେଶ୍ୱର: ରେଡ୍‌ ଜୋନ୍‌ରୁ ବାଦ ପଡିଲା ଖୋର୍ଦ୍ଧା ଜିଲ୍ଲା । କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଖୋର୍ଦ୍ଧା ଜିଲ୍ଲାକୁ ରେଡ୍‌ ଜୋନରେ ଘୋଷଣା କରାଯାଇଥିଲା । କିନ୍ତୁ ଧିରେ ଧିରେ କରୋନା ସଂକ୍ରମଣରେ ହ୍ରାସ ଘଟିବାରୁ ଖୋର୍ଦ୍ଧା ଜିଲ୍ଲାକୁ ଆଜି ଅରେଞ୍ଜ ଜୋନକୁ ଆସିଛି । ସେପଟେ କିନ୍ତୁ ଅନ୍ୟପକ୍ଷରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ରେଡ୍‌ ଜୋନ୍‌ରେ ସାମିଲ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ।  ଯଦି ଦେଖାଯାଏ ତେବେ ସମଗ୍ର  ଉତ୍ତର ଓଡ଼ିଶା ଏବେ ରେଡ୍‌ ଜୋନ୍‌ରେ ରହିଛି ।

କେନ୍ଦ୍ର ସରକାରଙ୍କ ତାଲିକାକୁ ପର୍ଯ୍ୟବେକ୍ଷଣ କଲେ ଗୋଟିଏ କଥା ଜଣା ପଡୁଛି । ତାହା ହେଲା  ପୂର୍ବରୁ ଯେଉଁ ଜିଲ୍ଲା ସବୁ ଅରେଞ୍ଜ ଜୋନରେ ଥିଲା ତାହା ଏବେ ରେଡ୍‌ ଜୋନକୁ ଯାଇଛି ଏବଂ ଯାହା ରେଡ୍‌ ଜୋନରେ ଥିଲା ତାହା ଏବେ ଅରେଞ୍ଜ ଜୋନ୍‌କୁ ଆସିଛି । ତେବେ ଖୋର୍ଦ୍ଧାକୁ ମିଶାଇ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ , ଢେଙ୍କାନାଳ , କଳାହାଣ୍ଡି ଜିଲ୍ଲା ଅରେଞ୍ଜ ଜୋନରେ ରହିଛି । ରାଜ୍ୟର ଅବଶିଷ୍ଟ ୨୧ଟି ଜିଲ୍ଲା ଗ୍ରୀନ ଜୋନରେ ରହିଛି । ସାରା ଭାରତର ୧୩୦ଟି ଜିଲ୍ଲାକୁ ରେଡ୍‌ ଜୋନ ଘୋଷଣା କରାଯାଇଥିବାବେଳେ ୨୮୪ ଜିଲ୍ଲା ଅରେଞ୍ଜ ଜୋନରେ ରହିଛି । ଏପର୍ଯ୍ୟନ୍ତ ଭାରତର ୩୧୯ଟି ଜିଲ୍ଲାରେ କରୋନା ସଂକ୍ରମଣ ହୋଇନଥିବାରୁ ଏହି ଜିଲ୍ଲା ଗ୍ରୀନ ଜୋନରେ ରହିଛି ।

Leave a Reply