spot_img
Home Blog Page 7172

ସ୍ନ।ନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରବେଶ କଲେ ଦଇତାପତି… ଆଜି ଚମ୍ପକ ଦ୍ଵାଦଶୀ ପାଇଁ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତ

ପୁରୀ: ରଥଯାତ୍ରା ପାଇଁ ଏବେ ଚଳଚଞ୍ଚଳ ପୁରୀ ବଡଦାଣ୍ଡ । ଜୁନ୍‌ ୨୩ ତାରିଖରେ ରଥଯାତ୍ରା । ବଡ଼ ଦାଣ୍ଡରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ତେବେ ସ୍ନ।ନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରବେଶ କଲେ ଦଇତାପତି । ସ୍ନ।ନପୂର୍ଣ୍ଣିମା ନୀତି ପାଇଁ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ସଂଧ୍ୟା ଧୂପ ପରେ ଦଇତାପତିମାନେ ମହାପ୍ରଭୁଙ୍କୁ ବାହୁଟ କଣ୍ଟ ଲାଗି କରିବା ପରେ ଚାରମାଳ ବାନ୍ଧିବେ । ଏନେଇ ସାକ୍ଷୀଗୋପାଳ ସିଦ୍ଧବକୁଳରୁ ବଉଳକାଠ ଆସି ପହଞ୍ଚି ସାରିଛି । ବଉଳ କାଠକୁ ଦୋଳାବେଦୀ କୋଣରେ ରଖାଯାଇଛି ।

ସେପଟେ ଆଜି ଚମ୍ପକ ଦ୍ଵାଦଶୀ ନୀତି । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ବିଶେଷ ନୀତିକାନ୍ତି । ହେଲେ ଚଳିତବର୍ଷ ବାହାର ନୁହେଁ ବରଂ ମନ୍ଦିର ଭିତରେ ଅନୁଷ୍ଠିତ ହେବ ନୀତିକାନ୍ତି । ଅନ୍ୟପଟେ ଚଳିତବର୍ଷ ବିନା ଭକ୍ତରେ ହେବ ସ୍ନ।ନଯାତ୍ରା । ସ୍ନ।ନ ପୂର୍ଣ୍ଣିମା ଶୃଙ୍ଖଳିତ ଭାବେ ସାରିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗ ସହ ହୋଇଥିବା ବୈଠକରେ ବିଧି ରକ୍ଷା ପାଇଁ ସର୍ତ୍ତମୂଳକ ନୀତିକାନ୍ତି ପାଳିବାକୁ ନିଷ୍ପତ୍ତି ହୋଇଛି । ଭକ୍ତଙ୍କୁ ବଡ ଦାଣ୍ଡକୁ ଆସିବା ଉପରେ ରୋକ୍‌ ଲଗାଇବାକୁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ୧୪୪ ଧାରା ଲାଗୁ କରାଯିବ ।

ଓଡ଼ିଶା କଷିଲା କରୋନା ଗଣିତ । ମୁକାବିଲା ରଣନୀତିରେ ନମ୍ବର ୱାନ୍ । ଟେଷ୍ଟିଂ ହାର ଦେଶରେ ତୃତୀୟ । ଟପ୍ ଫାଇଭରେ ସୁସ୍ଥତା,ମୃତ୍ୟୁ ହାର ସବୁଠାରୁ କମ୍…ଗଣମାଧ୍ୟମ ସଂପାଦକ ଓ ମାଲିକଙ୍କ ସହ ଆଲୋଚନା କଲେ ୫ଟି ସଚିବ ।

ଓଡ଼ିଶା କଷିଲା କରୋନା ଗଣିତ । ମୁକାବିଲା ରଣନୀତିରେ ନମ୍ବର ୱାନ୍‌ । ଟେଷ୍ଟିଂ ହାର ଦେଶରେ ତୃତୀୟ । ଟପ୍‌ ଫାଇଭରେ ସୁସ୍ଥତା,ମୃତ୍ୟୁ ହାର ସବୁଠାରୁ କମ୍‌…ଗଣମାଧ୍ୟମ ସଂପାଦକ ଓ ମାଲିକଙ୍କ ସହ ଆଲୋଚନା କଲେ ୫ଟି ସଚିବ ।

ଆଜି ଏହି ରାଶିର ଲୋଙ୍କର ହେବ କ୍ଷତି… ଜାଣନ୍ତୁ

ଆଜିର ପଞ୍ଚାଙ୍ଗ: ୦୩/୦୬/୨୦୨୦ ବୁଧବାର ୧୪୨୭ସାଲ

୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍, ଜ୍ୟେଷ୍ଠ ଶୁକ୍ଳ ୧୨ଶୀ, ବୃଷ ‍୨୧ଦିନ

ତୁଳାଚନ୍ଦ୍ର ଅହୋରାତ୍ର

ସ୍ୱାତୀ ରାତ୍ରୀ ୦୮: ୪୩ ଗତେ ବିଶାଖା ନକ୍ଷତ୍ର

ଘାତ ଚନ୍ଦ୍ର – ନାସ୍ତି

ଘାତ ବାର – କର୍କଟ ରାଶିର

ଯୋଗିନି – ନୈଋତେ ଦିବା ୦୯:୦୫ ଗତେ ଦକ୍ଷିଣେ

ପୁଷ୍କର ଦୋଷ – ସକାଳ ୦୯:୦୫ ପର୍ଯ୍ୟନ୍ତ ଏବଂ ରାତ୍ର ୦୮:୪୩ ଗତେ – ୧ପାଦ ଦୋଷ

ଶୁଭ ସମୟ –

ପ୍ରାତଃ ୦୭:୪୮ ରୁ ୦୮:୨୭

ଦିବା ୧୦:୦୭ ରୁ ୧୧:୧୮

ଦିବା ୦୧:୫୬ ରୁ ୦୫:୨୬

ସଂଧ୍ୟା ୦୬:୧୯ ରୁ ୦୯:୫୬

ଅଶୁଭ ସମୟ –

ଦିବା ୦୮:୨୭ ରୁ ୧୦:୦୫

ଦିବା ୧୧:୪୪ ରୁ ୦୧:୨୩

ମେଷ ରାଶି

ଆଶ୍ୱନୀ – ଆଜି ନିଜର ସକ୍ଷ ମୁତାବକ କିଛି ଖାଦ୍ୟ କୌଣସି ଅସହାୟ ଲୋକକୁ ସାହାଯ୍ୟ କରନ୍ତୁ ମନର ଆଶା ପୁରଣ ହେବ

ଦ୍ୱିଜା ନକ୍ଷତ୍ର – ପିତାଙ୍କ ସହିତ ମତଭେଦ ହେବ ଏବଂ ଆଜି ଅଯଥା ଖର୍ଚ୍ଚାନ୍ତ ହେବେ

କୃତ୍ତିକା ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିଛି ଘରୁ ବାହାରିଲା ବେଳେ କିଛି ଦହି ଖାଇକି ବାହାରନ୍ତୁ

ଶୁଭ ରଙ୍ଗ – ହଳଦିଆ

ଖାଇଲାବେଳେ କ୍ଷିର କିମ୍ବା ଦହି ମିଶାଇ ଖାଆନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଆଜି କୌଣସି ଆର୍ଥିକ କ୍ଷତି ହେବ ଏବଂ ନିଚ୍ଚଲୋକ ଠାରୁ ଅପମାନିତ ହେବେ ମଥାରେ ଚନ୍ଦନ ଲଗାନ୍ତୁ

ରୋହିଣି ନକ୍ଷତ୍ର – ସ୍ୱାମୀ ସ୍ତ୍ରୀ କିମ୍ବା ପ୍ରେମୀଯୁଗଳ ହିଅନ୍ତୁ ମତାନ୍ତର ସହିତ ମନ ବିଚଳିତ ରହିବ, କିଛି ଖାଦ୍ୟ ଦାନ କରନ୍ତୁ

ମୃଗଶିରା ନକ୍ଷତ୍ର – ଆଜି ଚାକିରି ହେଉ କିମ୍ବା ବ୍ୟବସାୟରେ ସଂପୂର୍ଣ୍ଣ ସତର୍କ ରହିବେ ନଚେତ ଦଣ୍ଡିତ ହୋଇପାରନ୍ତି ॥

ଶୁଭ ରଙ୍ଗ – ଲାଲ ରଙ୍ଗ

ମଥାରେ ଚନ୍ଦନ ଲଗାନ୍ତୁ ଏବଂ ଚନ୍ଦନ କାଠି ପାଖରେ ରଖନ୍ତୁ

ମିଥୁ ରାଶି

ମୃଗଶିରା ନକ୍ଷତ୍ର – ଅଶୁଭ ଶନି ଏବଂ ମଙ୍ଗଳଙ୍କର ପ୍ରଭାବରେ ଆଜି ସାଧାରଣ କଥାକୁ ନେଇ ବିଶୃଙ୍ଖଳା କରିବେ ଫଳରେ ମନ ଦୁର୍ବଳ ରହିବ

ଆର୍ଦ୍ରା ନକ୍ଷତ୍ର – ଆଜି କୌଣସି ତରବରିଆ ନିଷ୍ପତି ନେବେ ନାହିଁ ନହେଲେ ନିଜର କ୍ଷତି ହେବ, ନିଜର କାମଗୁଡିକ ସହଜରେ ପୁରଣ ହୋଇଯିବ

ପୂନର୍ବସୁ ନକ୍ଷତ୍ର – ଶତୃ ଆଜି ମିତ୍ର ପାଲଟିଯିବ,ନହେଉଥିବା କାମ ସହଜରେ ହୋଇଯିବ, ମନ ଉତ୍ସାହିତ ରହିବ

ଶୁଭ ରଙ୍ଗ – ପାଉଁସିଆ

ଆଜି କାଳି କିମ୍ବା ଶନି ମନ୍ଦିର ଦର୍ଶନ କରନ୍ତୁ କଳା ଅପରାଜିତା ଫୁଲ ଅର୍ପଣ କରନ୍ତୁ

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – ପାରିବାରିକ ବୋଝ ସହିତ ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣାର ଶିକାର ଏବଂ ଅର୍ଥଚିନ୍ତା ବଢିବ

ପୂଷ୍ୟା ନକ୍ଷତ୍ର – ଆଜି ମନ ସନ୍ଦେହ ଭିତରେ ରହିବ ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ବିଭିନ୍ନ ସମସ୍ୟା ଉପୁଜିବ

ଅଶ୍ଲେଷା ନକ୍ଷତ୍ର – ପ୍ରତି କାମ ବିଳମ୍ବରେ ହାସଲ ହେବ, ପ୍ରତି ମୂହୁର୍ତ୍ତରେ ମନ ଭିତରେ ଅଜଣା ଡର ରହିବ

ଶୁଭ ରଙ୍ଗ – ଧଳା

ଷୋରିସ ତେଲର ଦ୍ୱୀପ ଶନିମନ୍ଦିରରେ ଦେଲେ ରିଷ୍ଟ ଖଣ୍ଡନ ହେବ

ସିଂହ ରାଶି

ମଘା ନକ୍ଷତ୍ର – ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏବଂ ନିଜର କିଛି ଅର୍ଥ ଆଜି କାହାକୁ ସାହାର୍ଯ୍ୟ କରନ୍ତୁ ମନମୁତାବକ ଫଳ ମିଳିବ

ପୂର୍ବାଫାଲଗୁନି ନକ୍ଷତ୍ର – ପ୍ରବାସରେ ଥିବା ବ୍ୟକ୍ତିମାନଙ୍କର ମାନସିକ ଚିନ୍ତା ବଢିବ, ଅର୍ଥାଭାବ ବଢିବ

ଉତ୍ତରାଫାଲଗୁନୀ ନକ୍ଷତ୍ର – ଖର୍ଚ୍ଚ ବଢିଚାଲିବ କିନ୍ତୁ ରୋଜଗାର ସେହି ଅନୁପାତରେ ହେବନାହିଁ

ଶୁଭରଙ୍ଗ – ଧଳା

ମହୁ କିମ୍ବା ମିଠା ଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କଟିଯିବ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ଜାଗାବାଡି କିମ୍ବା ନୂଆ କୌଣସି ଗାଡି କିଣିବାର ସମ୍ଭାବନା ଷୃଷ୍ଥି ହେବ, ପୂର୍ବରୁ ନିବେଷ କରିଥିବା ଅର୍ଥର ଲାଭାଶଂ ମିଳିବ

ହସ୍ତା ନକ୍ଷତ୍ର – ଆର୍ଥିକ ଅଭିବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ କିନ୍ତୁ ମାନସମ୍ନାନରେ କମି ରହିବ

ଚିତ୍ରା ନକ୍ଷତ୍ର – ପ୍ରତି କାର୍ଯ୍ୟରେ ମନମୁତାବକ ଫଳ ମିଳିବ, କିନ୍ତୁ ଛାତି କିମ୍ବା ମୁଣ୍ଡ ଜନିତ ଅସୁବିଧା ଭୋଗିବେ

ଶୁଭ ରଙ୍ଗ – ସବୁଜ

ଆଜି ଲୁଣ ଭକ୍ଷଣ କରିବେ ନାହିଁ ଏବଂ ଆଦିତ୍ୟ ହୃଦୟ ସ୍ତ୍ରୋତ୍ର ପାଠ କରିବେ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ବିତ ହେବେ, କିନ୍ତୁ ଅଚାନକ ମୁଣ୍ଡବ୍ୟଥା ଭଳି ଅସୁସ୍ଥତା ମନକୁ ଅଶାନ୍ତ କରିଦେବ

ସ୍ୱାତୀ ନକ୍ଷତ୍ର – ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ବଢିବ

ବିଶାଖା ନକ୍ଷତ୍ର – ଆଜି ଘରୁ ବାହାରିଲା ବେଳେ ଶମିଗଛର ପତ୍ର ନିଜ ପାଖରେ ରଖି ବାହାରନ୍ତୁ ସବୁବକାମରେ ଜୟ ହେବ

ଶୁଭ ରଙ୍ଗ – ଧଳା

ତମ୍ବାପାତ୍ର କୌଣସି ଦେବାଳୟରେ ଦାନ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – ଆର୍ଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ ଯୋଜନାରେ ଅସଫଳ ହେବେ

ଅନୁରାଧା ନକ୍ଷତ୍ର – ପାରିବାରିକ ମାନସିକଚାପ ବଢିବ,  ଆର୍ଥିକ ଅନାଟନ ବଢିବ, ବିବାହ ଯୋଗ୍ୟ ପିଲାଙ୍କର ବିବାହର ସମ୍ଭାବନା ଷୃଷ୍ଟି ହେବ

ଜ୍ୟେଷ୍ଠା ନକ୍ଷତ୍ର – ନିତିଦିନ ଜିବନରେ ସଂଘର୍ଷ ବଢି ଚାଲିବ, ଜିବନ ଜିବିକାକୁ ନେଇ ଚିନ୍ତା ଦେଖାଦେବ

ଶୁଭ ରଙ୍ଗ – ସବୁଜ

ତମ୍ବାର ପାତ୍ରରେ ଲାଲ ସିନ୍ଦୁରରେ “ଓଁ ହଂ ହନୁମତେ ଶରଣଂ” ଲେଖି ନମସ୍କାର କରି ଦୁନଟି ଆରମ୍ଭ କରିବେ

ଧନୁ ରାଶି  

ମୂଳା ନକ୍ଷତ୍ର – ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ କଲ୍ୟାଣକାରି କାର୍ଯ୍ୟକରି ଆତ୍ମସମ୍ମାନ ବୃଦ୍ଧି ହେବ

ପୂର୍ବଷାଢା ନକ୍ଷତ୍ର – ଆଜି କିଛି ଗୁଡ ଗାଇଙ୍କୁ ନିଜ ହାତରେ ଖୁଆନ୍ତୁ ଅଟକିଥିବା କାମ ପୁରଣ ହେବ

ଉତ୍ତରାଷାଢା ନକ୍ଷତ୍ର – କିଛି ନା କିଛି ମନମୁତାବକ ଇଛା ପୁରଣ ହେବ, ଅନ୍ୟର ସୁଖରେ ସୁଖି ହେବେ ଫଳରେ ମାନସମ୍ନାନ ମିଳିବ

ଶୁଭ ରଙ୍ଗ – ଧଳା

ହଳଦିଆ କନିଅର ଏବଂ ଚମ୍ପା ଫୁଲ ଭଗବାନ ବିଷ୍ନୁଙ୍କୁ ଅର୍ପଣ କରନ୍ତୁ ମନୋବାଞ୍ଛିତ ଫଳ ମିଳିବ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ଆୟଠାରୁ ବ୍ୟୟ ବଢିବ ମାତ୍ର କୌଣସି ଅଟକିଥିବା କାର୍ଯ୍ୟ ହାସ ହେବ ଏବଂ ପୁରୁଣା ବକେୟା ମିଳିବ କିମ୍ବା ମିଳିବାର ସମ୍ଭାବନା ଷୃଷ୍ଟି ହେବ

ଶ୍ରବଣା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, ଗୃହନିମାଣ ଆଦି କାଯ୍ୟ ଆରମ୍ଭ କରିବେ

ଧନିଷ୍ଠା ନକ୍ଷତ୍ର – ସମୟ ଏତେ ଶୁଭ ରହିବ ନାହିଁ ତେଣୁ ଖଣ୍ଡେ ହଳଦିଆ ବସ୍ତ୍ର ଭଗବାନ ବିଷ୍ଣୁଙ୍କୁ ସମର୍ପି କୌଣସି ଅସହାୟକୁ ଦାନ କରନ୍ତୁ

ଶୁଭ ରଙ୍ଗ – ଧଳା

କଳା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଆଜି କିଛି ବିରିଡାଲି କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ରିଷ୍ଠ ଖଣ୍ଡନ ହୋଇ ଶୁଭରେ ଦିନ କଟିବ

ଶତଭିଷା ନକ୍ଷତ୍ର – ଆଜି କଳା ରଙ୍ଗର କିଛି ବ୍ୟବହାର କରନ୍ତୁ ଏବଂ କିଛି ଲୁହାର ଦ୍ରବ୍ୟ କୌଣସି କଳା ବ୍ରାହ୍ମଣଙ୍କୁ ଦାନ କରନ୍ତୁ

ପୂର୍ବଭାଦ୍ର ନକ୍ଷତ୍ର – ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ରାଜଦଣ୍ଡର ସୁଚନା ରହିଛି ତେଣୁ ପ୍ରତି କ୍ଷେତ୍ରରେ ସତର୍କର ସହିତ ରହିବା ଜରୂରୀ

ଶୁଭ ରଙ୍ଗ – ହଳଦିଆ

ସ୍ନାନସାରି ତମ୍ବାପାତ୍ରରେ ଜଳଭରି ଧଳାରାଶି ମିଶାଇ ସୂର୍ଯ୍ୟଙ୍କୁ ଜଳଅର୍ଘ୍ୟ ଦିଅନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ପେଟଏବଂ ଛାତି ଜନିତ ବ୍ୟଥା ଭୋଗିବେ, ଗୃହରେ କିମ୍ବା ସଙ୍ଗସାଥିରେ ବିଶୃଙ୍ଖଳା ଷୃଷ୍ଟି ହେବ,  ତେଣୁ ଆଜି ସତର୍କ ରହି ମନେମନେ ଓଁ ରାଁ ରାହବେ ନମଃ ଜପ କରିବେ

ଉତ୍ତରଭାଦ୍ର ନକ୍ଷତ୍ର – ମନକୁ ଅଜଣା ଭୟ ମଧ୍ୟରେ ଦିନଭରି ରହିବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ବଢିବ

ରେବତୀ ନକ୍ଷତ୍ର – ଆୟ ଠାରୁ ବ୍ୟୟ ଅଧିକ ହେବ, ଚାକିରିରେ ଅନିଶ୍ଚିତତା ପରିସ୍ଥିତି ଷୃଷ୍ଟି ହେବ, ମନ ଅସ୍ଥିର ରହିବ

ଶୁଭ ରଙ୍ଗ – ନିଳ

ଦହି ଖାଇ ଦିନଟି ଆରମ୍ଭ କରନ୍ତୁ

 

ଗର୍ଗ ଜ୍ୟୋତିଷ 

ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ

ମୁମ୍ବାଇ ମୁହାଁ ବାତ୍ୟା ‘ନିସର୍ଗ’, ୩ ତାରିଖ ଅପରାହ୍ଣରେ ଛୁଇଁପାରେ ସ୍ଥଳଭାଗ

ନୂଆଦିଲ୍ଲୀ: ମାଡ଼ି ଆସୁଛି ବାତ୍ୟା ‘ନିସର୍ଗ’ । ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଉତ୍ତର ଉତ୍ତର-ପୂର୍ବଆଡ଼କୁ ଘଣ୍ଟାପ୍ରତି ୧୩ କିମି ବେଗରେ ଗତି କରୁଛି ସାମୁଦ୍ରିକ ଝଡ଼ ‘ନିସର୍ଗ’ । ଏବେ ‘ନିସର୍ଗ’ ଗୋଆର ପାନାଜୀଠାରୁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ୨୮୦ କିମି ଦୂରରେ ଥିବାବେଳେ ମୁମ୍ବାଇ ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୩୫୦ କିମି ଦୂରରେ ରହିଛି । ମହାରାଷ୍ଟ୍ରର ଆଲିବାଗଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମରେ ୩୦୦ କିମି ଓ ଗୁଜରାଟର ସୁରଟଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୫୬୦ କିମି ଦୂରରେ ରହିଛି ‘ନିସର୍ଗ’ ।

ଆସନ୍ତା ୧୨ ଘଣ୍ଟାରେ ଏହା ଭୟଙ୍କର ବାତ୍ୟାର ରୂପ ନେଇପାରେ । ଏହା ଉତ୍ତର ଉତ୍ତର-ପୂର୍ବ ଦିଗକୁ ଯାଇ ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟ ଉପକୂଳ ଦେଇ ହରିହରେଶ୍ୱର ଏବଂ ଦାମନ ମଧ୍ୟରେ ସ୍ଥଳଭାଗ ଛୁଇଁବ । ମହାରାଷ୍ଟ୍ର ଆଲିବାଗ ନିକଟରେ ଏହା ୩ ତାରିଖ ଅର୍ଥାତ୍ ବୁଧବାର ଅପରାହ୍ଣରେ ଏହା ଭୟଙ୍କର ବାତ୍ୟା ରୂପରେ ଅତିକ୍ରମ କରିବ । ପବନର ବେଗ ୧୦୦ରୁ ୧୧୦ କିମି ଘଣ୍ଟାପ୍ରତି ରହିବା ସହ ଗଷ୍ଟିଂ ୧୨୦ କିମି ରହିବ ବୋଲି ଅନୁମାନ କରାଯାଉଛି ।

ଆକଳନ ଅନୁଯାୟୀ ‘ନିସର୍ଗ’ ମୁମ୍ବାଇ ନିକଟରେ ମାଡ଼ ହେଲେ ଏହା ହେବ ପ୍ରଥମ ବାତ୍ୟା । ଆଜି ପର୍ଯ୍ୟନ୍ତ କୌଣସି ବାତ୍ୟା ମୁମ୍ବାଇ ଉପକୂଳରେ ମାଡ଼ ହୋଇନାହିଁ । କରୋନା ପ୍ରକୋପରେ ମୁମ୍ବାଇ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ବେଳେ ହଟସ୍ପଟ ପାଲଟିଛି । ଦୈନିକ ମୁମ୍ବାଇରୁ ୩୦୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହେଉଥିବା ବେଳେ ହାରାହାରି ୩୦ ଜଣଙ୍କ ମୃତ୍ୟୁ ହେଉଛି । ଏଭଳି ସ୍ଥିତିରେ ‘ନିସର୍ଗ’ ମୁମ୍ବାଇରେ ମାଡ଼ ହେଲେ ସ୍ଥିତି ପୂରା ବିଗିଡ଼ି ଯିବ ।

ଗଣମାଧ୍ୟମ ସମ୍ପାଦକ ଓ ମାଲିକଙ୍କ ସହ ଆଲୋଚନା କଲେ 5T ସଚିବ

ଭୁବନେଶ୍ୱର: ଆଗାମୀ ୨୧ ଦିନ ଓଡ଼ିଶା ପାଇଁ କରୋନା ମୁକାବିଲା କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି ୨୧ ଦିନର ଯୁଦ୍ଧକୁ ଯଦି ସଫଳ ଭାବେ ମୁକାବିଲା କରାଯାଇପାରିବ ତାହେଲେ ଓଡ଼ିଶାର ନାଁ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ । ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଇତିହାସର ରୂପରେଖ ବଦଳି ଯାଇଥିଲା । କିଛି ଦେଶ ବିକଶିତ, କିଛି ଦେଶ ବିକାଶମୁଖୀ ଓ କିଛି ଦେଶକୁ ତୃତୀୟ ବିଶ୍ୱ ବୋଲି ପରିଗଣିତ କରାଯାଇଥିଲା । ଏବେ ପୁଣି ସମୟ ଆସିଛି ଇତିହାସ ବଦଳାଇବାର । ତୃତୀୟ ବିଶ୍ୱର ଅନୁନ୍ନତ ରାଜ୍ୟ ଓଡ଼ିଶା ଏବେ ବିଶ୍ୱ ପାଇଁ ଉଦାହାରଣ ପାଲଟିବ ମହାମାରୀ ମୁକାବିଲା କ୍ଷେତ୍ରରେ । ଠିକ୍‌ ଯେମିତି ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରାଯାଇଛି । ଆଜି ଖାରବେଳ ଭବନ ଠାରେ ବିଭିନ୍ନ ଗଣମାଧ୍ୟମର ସମ୍ପାଦକଙ୍କ ସହ ଆଲୋଚନା ବେଳେ ଏଭଳି ଆଶାବ୍ୟକ୍ତ କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ୍ ।

ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ପରେ ଖୋଲୁଛି ଦେଶର ତାଲା । ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଭଳି ଅନଲକ୍‌ ପଛର ଉଦ୍ଦେଶ୍ୟ ହେଉଛି ଜୀବନଜୀବିକାର ଆବଶ୍ୟକତା । କିନ୍ତୁ ଜୀବିକା ଓ ଜୀବନ ମଧ୍ୟରେ ଏକ ସମନ୍ୱୟ ସୃଷ୍ଟି କରିବା ପାଇଁ ଓଡ଼ିଶା ଅନଲକ ଫେଜ ୱାନରେ ମଧ୍ୟ କିଛି କଟକଣା ଜାରି କରିଛି । ଏହି ପରିପ୍ରେକ୍ଷୀରେ 5T ସଚିବ ଭି.କେ. ପାଣ୍ଡିଆନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକ ଓ ମାଲିକଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି.ଏସ କୁଟେ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ । ପାଣ୍ଡିଆନ୍‌ କହିଥିଲେ କରୋନା ମୁକାବିଲା ନେଇ ରାଜ୍ୟ ରଣନୀତିର ଗୋଟି ଗୋଟି କଥା । ଗଣମାଧ୍ୟମର ସମ୍ପାଦକମାନେ ନିଜ ପରାମର୍ଶ ଉପସ୍ଥାପନ କରିଥିଲେ ।

କରୋନା ଏକ ଚାଲାକ ଭିଲିଆନ ବୋଲି ପାଣ୍ଡିଆନ ବର୍ଣ୍ଣନା କରିବା ସହ ଏହାର ମୁକାବିଲା ଏକ ଦୁରୂହ ଆହ୍ଵାନ ବୋଲି କହିଥିଲେ । ପ୍ରବାସୀ ଶ୍ରମିକ ଫେରିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଆସନ୍ତା ୨୧ ଦିନ ଭିତରେ ପ୍ରବାସରୁ ଫେରିଥିବା ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ସ୍ଥିତି ସ୍ପଷ୍ଟ ହୋଇଗଲା ପରେ ଏ ଯୁଦ୍ଧର ଅବସାନ ଘଟିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ୨୧ ଦିନ ପରେ ପରିସ୍ଥିତିକୁ ନଜରରେ ରଖି କଟକଣା କୋହଳ ନିଷ୍ପତ୍ତି ନିଆଯିବ । ସେହିଭଳି ରାତ୍ରୀକାଳୀନ କର୍ଫ୍ୟୁ କୋହଳ ନକରିବା ପଛର ଉଦ୍ଦେଶ୍ୟ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । ସେ କହିଛନ୍ତି ଯେ, ଦୈନିକ ୮ରୁ ୧୦ ଘଣ୍ଟାର ଚେନ୍ ବ୍ରେକ କରିବାର ଆବଶ୍ୟକତା ରହିଛି ।

ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ସଟଡାଉନ ଘୋଷଣା ମଧ୍ୟ କରୋନା ମୁକାବିଲା କ୍ଷେତ୍ରରେ ଅଧିକ ଫଳପ୍ରଦ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସାଧାରଣତଃ ଶନିବାର ଓ ରବିବାର ବାହାରକୁ ଯିବା ଓ ମନୋରଞ୍ଜନ କରିବା ଆମ ସାମାଜିକ ଚରିତ୍ର । ଏହି ସମୟରେ ଯେପରି କରୋନା ସଂକ୍ରମଣ ଅଧିକ ନବ୍ୟାପେ ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି । ଆସନ୍ତା ୨୧ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ ଯେତେବେଳେ ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ଖୋଲିବ । ତେବେ ସେଥିପାଇଁ ମଧ୍ୟ ସରକାର ରଣନୀତି ପ୍ରସ୍ତୁତ କରୁଥିବା ସେ ଆଶ୍ୱସନା ଦେଇଛନ୍ତି ।

କୋଭିଡ ସମୟରେ ଅନ୍ୟ ବିଭିନ୍ନ କ୍ଷେତ୍ର ଭଳି ଗଣମାଧ୍ୟମ ମଧ୍ୟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ତେଣୁ, ଗଣମାଧ୍ୟମ କ୍ଷେତ୍ର କିଭଳି ପୁଣି ଅଣ୍ଟାସଳଖି ଠିଆ ହେବ ସେଥିପାଇଁ ସରକାର ପଦକ୍ଷେପ ନେବା ଲାଗି ବୈଠକରେ ଆଲୋଚନା ହୋଇଥିଲା । ସରକାର ଗଣମାଧ୍ୟମର ଏଭଳି ପରିସ୍ଥିତିକୁ ହୃଦୟଙ୍ଗମ କରିବା ସହ ସହଯୋଗ କରିବା ପାଇଁ ସରକାର ଉଦ୍ୟମ କରିବେ ବୋଲି 5T ସଚିବ କହିଥିଲେ । ଓଡ଼ିଶାରେ ପଜିଟିଭ ସଂଖ୍ୟା ୨ ହଜାର ଟପିଛି । ତେବେ ଅନ୍ୟ ରାଜ୍ୟର ପଜିଟିଭ ସଂଖ୍ୟା ୨ ହଜାର ଟପିବା ବେଳେ କେମିତି ପରିସ୍ଥିତି ଥିଲା ଓ ରାଜ୍ୟର ପରିସ୍ଥିତି କଣ ତାର ଏକ ତୁଳନାତ୍ମକ ଚିତ୍ର ମଧ୍ୟ ବୈଠକରେ ଉପସ୍ଥାପନ କରାଯାଇଥିଲା ।

ଦେଶ ଭିତରେ କେମିତି ବଦଳାଇବେ ପରୀକ୍ଷା କେନ୍ଦ୍ର ଜାଣନ୍ତୁ…

ନୂଆଦିଲ୍ଲୀ: ଲକଡାଉନ୍ ପାଇଁ ସ୍ଥଗିତ ଥିବା ସିବିଏସଇର ପରୀକ୍ଷା ହେବ । ଏନେଇ ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସିବିଏସଇର ଦମଶ ପରୀକ୍ଷା କେବଳ ଉତ୍ତର-ପୂର୍ବ ଦିଲ୍ଲୀରେ ହେବାକୁ ଥିବାବେଳେ ସାରା ଦେଶରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ । ଜୁଲାଇ ୧ରୁ ପରୀକ୍ଷା ଆରମ୍ଭ ହୋଇ ୧୫ ଜୁଲାଇ ମଧ୍ୟରେ ସରିବା ନେଇ ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ସ୍ଥିରୀକୃତ କେନ୍ଦ୍ରରେ ପରୀକ୍ଷା ହେବ । ପରୀକ୍ଷାର୍ଥୀ ସ୍ଥିରୀକୃତ ପରୀକ୍ଷା କେନ୍ଦ୍ରଠାରୁ ଦୂରରେ ଥିଲେ ସିବିଏସଇ ପରୀକ୍ଷାର୍ଥୀ ଥିବା ଜିଲ୍ଲାର କେନ୍ଦ୍ରରେ ପରୀକ୍ଷା ଦେବାକୁ ଅନୁମତି ଦେବ । ପ୍ରତି ଜିଲ୍ଲାରେ ସିବିଏସଇ ଅନୁବନ୍ଧିତ ଗୋଟିଏ ସ୍କୁଲକୁ ନୋଡାଲ ସେଣ୍ଟର କରାଯିବ ।

କେମିତି ବଳଦାଇବେ ସେଣ୍ଟର ?

ନିୟମିତ ପରୀକ୍ଷାର୍ଥୀ ନିଜ କେନ୍ଦ୍ରଠାରୁ ଦୂରରେ ଦେଶର କୌଣସି ଜିଲ୍ଲାରେ ଥିଲେ ସେଣ୍ଟର ବଦଳାଇବା ପାଇଁ ଅନୁରୋଧ କରିପାରିବେ ।

୧) ଶିକ୍ଷାର୍ଥୀ ହଷ୍ଟେଲରେ ରହୁଥିବା ଆବଶ୍ୟକ ।

୨) ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ପାଉଥିବା ଶିକ୍ଷାର୍ଥୀ ।

୩) ଦେଶ ଭିତରେ ଅନ୍ୟତ୍ର ସ୍ଥାନ ପରିବର୍ତ୍ତନ କରିଥିବା ଶିକ୍ଷାର୍ଥୀ ।

ତେବେ, ପରୀକ୍ଷାର୍ଥୀ ଜିଲ୍ଲା ଭିତରେ ସେଣ୍ଟର ପରିବର୍ତ୍ତନ କରିପାରିବେ ନାହିଁ । ପରୀକ୍ଷାର୍ଥୀ ରହୁଥିବା ଜିଲ୍ଲାରେ ସିବିଏସଇ ଅନୁବନ୍ଧିତ ସ୍କୁଲ୍ ନଥିଲେ ନିକଟସ୍ଥ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହେବ । କଣ୍ଟେନମେଣ୍ଟ ଜୋନରେ ଥିବା ସ୍କୁଲରେ ପରୀକ୍ଷା କରାନଯାଇ ବାହାରେ କେନ୍ଦ୍ର କରାଯିବ ।

ଆବେଦନ କେମିତି କରିବେ ?

ପରୀକ୍ଷାର୍ଥୀ ନିଜ ସ୍କୁଲରେ କେନ୍ଦ୍ର ପରିବର୍ତ୍ତନ ପାଇଁ ଆବେଦନ କରିପାରିବେ ବୋଲି ସିବିଏସଇ ସୂଚନା ଦେଇଛି ।

୧) ନିଜକୁ ସ୍କୁଲକୁ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ପାଇଁ ଜଣାଇବା ପରେ ସ୍କୁଲ୍ କର୍ତ୍ତୃପକ୍ଷ ସିବିଏସଇକୁ ଜଣାଇବେ ।

୨) ଏଥିପାଇଁ ସ୍କୁଲ ଇ-ପରୀକ୍ଷା ପୋର୍ଟାଲର ବ୍ୟବହାର କରିବେ ।

୩) ସିବିଏସଇ ଇ-ପରୀକ୍ଷା ପୋର୍ଟାଲରେ କରାଯାଇଥିବା ଆବେଦନ ଗ୍ରହଣୀୟ ।

ସିବିଏସଇ ଅନୁବନ୍ଧିତ ସ୍କୁଲ୍ ନଥିବା ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହେବନାହିଁ । କେନ୍ଦ୍ର ପରିବର୍ତ୍ତନ ଅନୁମତି ପତ୍ରକୁ ସାଙ୍ଗରେ ଆଣି ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଆସିବେ । ଏଥିସହ ପୁରୁଣା ଆଡମିଟ୍ କାର୍ଡ ଓ ସ୍କୁଲ୍ ପରିଚୟ ପତ୍ର ସାଙ୍ଗରେ ନେବାକୁ ପଡ଼ିବ । ତେବେ, ଦେଶ ବାହାରେ ଥିବା ପରୀକ୍ଷାର୍ଥୀଙ୍କ ଲାଗି ବିଦେଶରେ କୌଣସି ବ୍ୟବସ୍ଥା ହେବନାହିଁ । ଆଣ୍ଡ୍ରଏଡ୍ ଫୋନ୍ ପାଇଁ ଜୁନ୍ ୨୦ ସୁଦ୍ଧା ପ୍ଲେ ଷ୍ଟୋରରେ ସିବିଏସଇର ଆପ୍ ଅକଜାମିନେସନ୍ ସେଣ୍ଟର ଲୋକେଟର ଆପ୍ଲିକେସନ୍ ଉପଲବ୍ଧ ହେବ । ପରୀକ୍ଷାର୍ଥୀ ଆପ୍ ମାଧ୍ୟମରେ ପରୀକ୍ଷା କେନ୍ଦ୍ରର ସୂଚନା ପାଇପାରିବେ ।

କରୋନା ମୁକାବିଲା ରଣନୀତିରେ ନମ୍ବର ଓ୍ୱାନ୍‌ ଓଡ଼ିଶା: ଟପ୍‌ ଫାଇଭରେ ସୁସ୍ଥ ହାର, ମୃତ୍ୟୁ ହାର ସବୁଠାରୁ କମ୍‌…

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଓଡ଼ିଶା ସରକାରଙ୍କ କରୋନା ମୁକାବିଲା ଷ୍ଟ୍ର।ଟେଜି । କରୋନା ମୁକାବିଲାରେ ସବୁଠାରୁ ଓଡ଼ିଶା ଆଗରେ ରହିଛି । ଓଡ଼ିଶାର ଟେଷ୍ଟ ହାର ଦେଶରେ ତୃତୀୟ ସ୍ଥାନରେ ରହିଛି । ପ୍ରତି ମିଲିୟନରେ ହେଉଛି ୩୩୮୫ ଟେଷ୍ଟ । ଟପ୍‌ ଫାଇଭରେ ରହିଛି ରାଜ୍ୟର ସୁସ୍ଥ ବ୍ୟକ୍ତିଙ୍କ ହାର । ଓଡ଼ିଶାରେ କରୋନାର ମୃତ୍ୟୁ ହାର ମଧ୍ୟ ସବୁଠୁ କମ୍‌ ରହିଛି ।

କରୋନା ମୁକାବିଲା କ୍ଷେତ୍ରରେ ସାରା ବିଶ୍ୱରେ ଓଡ଼ିଶା ସରକାରଙ୍କ କାର୍ଯ୍ୟ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଦେଶରେ ଟପ୍‌ ଥ୍ରୀରେ ରହିଛି ରାଜ୍ୟର ଟେଷ୍ଟ ହାର । ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ, ତାମିଲନାଡୁ ଭଳି ଉନ୍ନତ ରାଜ୍ୟକୁ ପଛରେ ପକାଇ ଓଡ଼ିଶାରେ ପ୍ରତି ମିଲିୟନରେ ଟେଷ୍ଟ ହେଉଛି ୩୩୮୫ ମାମଲା । ହରିୟାଣାରେ ସର୍ବାଧିକ ୪୧୮୪ ଥିବା ବେଳେ ଦ୍ୱିତୀୟରେ ରହିଛି ଆନ୍ଧ୍ରପ୍ରଦେଶ । କରୋନାର ଶହେ ମାମଲାରୁ ୨ ହଜାର ହେବା ପାଇଁ ଓଡ଼ିଶାରେ ୩୭ ଦିନ ଲାଗିଥିବା ବେଳେ, ମହାରାଷ୍ଟ୍ରରେ ୨୧, ଦିଲ୍ଲୀରେ ୧୯, ଗୁଜରାଟରେ ୧୮, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ୨୩, ତାମିଲନାଡୁରେ ୨୮ ଦିନ ସମୟ ଲାଗିଥିଲା ।

ଓଡ଼ିଶାରେ ପ୍ରତି ୭୪ ଟେଷ୍ଟରୁ ଜଣେ ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ପଶ୍ଚିମବଙ୍ଗରେ ୨୩, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ୧୮, ଗୁଜରାଟରେ ୧୬ ଏବଂ ଦିଲ୍ଲୀରେ ପ୍ରତି ୧୨ ଜଣଙ୍କ ଟେଷ୍ଟରେ ଜଣେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେବାର ହାର ୧୨.୭୫ ରହିଛି । କିଛିଦିନ ମଧ୍ୟରେ ରାଜ୍ୟକୁ ବହୁ ସଂଖ୍ୟକ ପ୍ରବାସୀ ଆସିଥିବାରୁ ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି । ଜୁନ୍‌ ୧ ତାରିଖ ସୁଦ୍ଧା ଓଡ଼ିଶାରେ ସୁସ୍ଥ ବ୍ୟକ୍ତିଙ୍କ ହାର ୫୩.୫୨ ପ୍ରତିଶତ ରହିଛି । ପଞ୍ଜାବ, ତେଲେଙ୍ଗାନା ଓ ତାମିଲନାଡୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟରେ ଅଛନ୍ତି । ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି ।

ବିଶ୍ୱର ୬ ପ୍ରମୁଖ ଦେଶରେ କରୋନା ସଂକ୍ରମଣ ୨ ହଜାର ପହଞ୍ଚିବାକୁ ଯେତେ ଶୀଘ୍ର ସମୟ ଲାଗିଥିଲା ସେ ତୁଳନାରେ ଓଡ଼ିଶା ବେଶ୍‌ ଭଲ ସ୍ଥିତିରେ ଥିବା ରିପୋର୍ଟ କହୁଛି । ଦକ୍ଷିଣ କୋରିଆ ଏବଂ ଇଟାଲୀରେ ୯ ଦିନରେ ଶହେରୁ ୨୦୦୦ ସଂଖ୍ୟା ହୋଇଥିବା ବେଳେ, ସ୍ପେନରେ ୧୦ ଦିନ, ଫ୍ରାନ୍ସ ଓ ଜର୍ମାନୀରେ ୧୨ଦିନ ଏବଂ ଇଂଲଣ୍ଡରେ ୧୪ଦିନରେ ସଂଖ୍ୟା ୨ ହଜାର ପହଞ୍ଚିଥିଲା ।

ଓଡ଼ିଶାରେ ଏବେସୁଦ୍ଧା ୧ ଲକ୍ଷ ୫୫ହଜାର ୬୯୦ ଟେଷ୍ଟ ହୋଇଥିବା ବେଳେ ଦକ୍ଷିଣ କୋରିଆ ଦେଶରେ ୫୦ ହଜାର ୯୩୦ ଟେଷ୍ଟ ହୋଇପାରିଛି । ଜର୍ମାନୀରେ ୩ ଦିନ, ଇଂଲଣ୍ଡରେ ୨.୭୯, ଫ୍ରାନ୍ସରେ ୨.୩୩, ଇଟାଲୀରେ ୨.୨୨ ଦିନରେ ସଂଖ୍ୟା ଦ୍ୱିଗୁଣିତ ହୋଇଥିବା ବେଳେ ଓଡ଼ିଶାରେ ପାଖାପାଖି ୧୩ ଦିନରେ ସଂଖ୍ୟା ଦ୍ୱିଗୁଣିତ ହେଉଛି । ଏ ସବୁ ତଥ୍ୟକୁ ଦେଖି ଯେକେହିବି କହିବ ରାଜ୍ୟରେ କିଭଳି ରହିଛି ମୁକାବିଲା ରଣନୀତି।

ରାଜ୍ୟ ଭିତରେ ଗଡ଼ିବ ୫ ଯୋଡ଼ା ଟ୍ରେନ୍

ଭୁବନେଶ୍ୱର: ଦେଶରେ ୨ ଶହ ଟ୍ରେନ୍ ଗଡ଼ିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଜୁନ୍ ୧ରୁ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ଓଡ଼ିଶା ଭିତରେ ୫ଟି ରୁଟରେ ଟ୍ରେନ୍ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ତେବେ, ରାଜ୍ୟର ୧୧ ଜିଲ୍ଲା ୨ ଦିନ ପାଇଁ ସଟଡାଉନ୍ ରହିବା ନେଇ ଘୋଷଣା ହୋଇଥିବାରୁ ସ୍ୱତନ୍ତ୍ର ଟ୍ରେନ୍ ସପ୍ତାହକୁ ୫ ଦିନ ଚାଲିବ ।

କେଉଁ ରୁଟରେ ଚାଲିବ ଟ୍ରେନ୍ ?

୧) ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର(ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

୨) ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର(ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

୩) ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର(ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

୪) ସମ୍ବଲପୁର-ଖୋର୍ଦ୍ଧା ରୋଡ୍-ସମ୍ବଲପୁର(ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

୫) ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର(ସ୍ୱତନ୍ତ୍ର) ସପ୍ତାହକୁ ୩ ଦିନ (ଏହା ଅନୁଗୁଳ-ସମ୍ବଲପୁର-ରାୟଗଡ଼ା ଦେଇ ଚାଲିବ)

ଉପରୋକ୍ତ ୫ଟି ଟ୍ରେନ୍ ଜୁନ୍ ୮ ତାରିଖରୁ ଜୁନ୍ ୩୦ ତାରିଖ ଯାଏଁ ଚାଲିବ । ଏଥିପାଇଁ ଟିକେଟ୍ ରିଜର୍ଭେସନ୍ କାଉଣ୍ଟର ଓ ଆଇଆରସିଟିସି ୱେବସାଇଟରେ ବୁକିଂ କରିହେବ । ତେବେ, କନଫର୍ମ ଟିକେଟ୍ ଥିବା ବ୍ୟକ୍ତି ଟ୍ରେନରେ ଯାତ୍ରା କରିପାରିବେ । ପୂର୍ବରୁ ଭୁବନେଶ୍ୱର-ନୂଆଦିଲ୍ଲୀ, ଭୁବନେଶ୍ୱର-ମୁମ୍ବାଇ, ଭୁବନେଶ୍ୱର-ହାୱାଡ଼ା ମଧ୍ୟରେ ଚାଲୁଥିବା ଟ୍ରେନ୍ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି ।

ଟ୍ରେନ୍ ଏବଂ ବିମାନ ଚଳାଚଳ ନେଇ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ମନ୍ତ୍ରୀ ସ୍ତରୀୟ କମିଟି

ବଢ଼ୁଛି ଗୋଷ୍ଠୀ କନ୍ଦଳ, ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ…

ଭୁବନେଶ୍ୱର: ବିଜେପିରେ ବଢ଼ୁଛି ଗୋଷ୍ଠୀ କନ୍ଦଳ । ମଧ୍ୟ-ଭୁବନେଶ୍ୱର ନିର୍ବାଚନ ମଣ୍ଡଳିରୁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ଭାରତୀୟ ଜନତା ପାର୍ଟର ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି ।

ନିଜ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିକଟକୁ ସେ ପଠାଇଛନ୍ତି । ଗତ ୨୫ ବର୍ଷ ଧରି ସେ ବିଜେପି ସହ ଜଡ଼ିତ ଥିଲେ । ସେ ନିଜ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଇସ୍ତଫାପତ୍ରରେ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଆଜି ବାବୁ ସିଂହକୁ ବିଜେପି ଜିଲ୍ଲା ସଭାପତି ଭାବେ ଦଳ ଘୋଷଣା କରିଛି । ବାବୁ ସିଂହ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ତେବେ ବାବୁ ସିଂହ ଆସିବା ପରଠାରୁ ଦଳରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା ।

ଆଦିବାସୀ ମହିଳାଙ୍କୁ ଲକ୍ଷ୍ନୌ ପୋଲିସର ହାଜିର ନୋଟିସ୍‌, ହେଲେ କାହିଁକି…?

ନବରଙ୍ଗପୁର: ଜଣେ ଗାଇ ଚରାଳିଙ୍କ ନାଁରେ ଆସିଛି ଲକ୍ଷ୍ନୌର ଏକ ଥାନାରୁ ନୋଟିସ୍‌ । ତାହା ପୁଣି ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ । ନିଜ ଜିଲ୍ଲା ବାହାରେ କେବେ ବି ପାଦ ଦେଇନଥିବା ଜଣେ ଗରିବ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମହିଳାଙ୍କ ନାଁରେ ଲକ୍ଷ୍ନୌରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଆଉ ଏଭଳି ନୋଟିସ୍‌ ପାଇବା ପରେ ମହିଳାଙ୍କ ପାଦ ତଳୁ ମାଟି ଖସିଯାଇଛି ।

ପ୍ରତିଦିନ ଗାଇ ଚରାଇଲେ ନିଜ ପେଟ ପାଇଁ ଦାନା ଯୋଗାଡ଼ କରନ୍ତି ଆଉ ନିଜର ପରିବାର ପ୍ରତିପାେଷଣ କରନ୍ତି ମହିଳା । ଦିନକ ପାଇଁ କେବେ ବି ସେ ନବରଙ୍ଗପୁର ଜିଲ୍ଲା ବାହାରେ ପାଦ ଥୋଇ ନାହାନ୍ତି । ହେଲେ ଗଞ୍ଜେଇ ଚୋରାଚାଳାଣ କରିଥିବା ଅଭିଯୋଗରେ ଲକ୍ଷ୍ନୌ ଡାଇରେକ୍ଟରେଟ୍‌ ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସ ବିଭାଗ ପକ୍ଷରୁ ତାଙ୍କ ନାଁରେ ନୋଟିସ୍ ଆସିଛି । ଆଉ ନୋଟିସରେ କୁହାଯାଇଛି ଥାନାରେ ହାଜର ହେବାକୁ ।

ନବରଙ୍ଗପୁର ସନ୍ୟାସୀଗୁଡ଼ାର ଆଦିବାସୀ ମହିଳା ଗୋରିମଣି ଭଦ୍ରା । ବାହାରକୁ ଗାଇ ଚରାଇବାକୁ ଯାଇଥିବା ସମୟରେ ଘରକୁ ଆସିଥିଲା ନୋଟିସ୍‌ । ହେଲେ ପାଠ ପଢା ଜାଣିନଥିବାରୁ ଗୋରିମଣି ଓ ତାଙ୍କ ପରିବାର ଚିଠିରେ କ’ଣ ରହିଛି ତାହା ଜାଣିପାରି ନଥିଲେ । ନିକଟସ୍ଥ ଗାଁର ଜଣେ ଶିକ୍ଷକଙ୍କୁ ନେଇ ସେ ଚିଠିଟି ଦେଖାଇଥିଲେ । ଆଉ ଶିକ୍ଷକ ଜଣ ଚିଠି ପଢ଼ିବା ପରେ କହିଥିଲେ ଯେ, ୨୦୧୯ ମସିହାରେ ଗଞ୍ଜେଇ ଚାଲାଣ ନେଇ ମହିଳାଙ୍କ ନାଁରେ ଲକ୍ଷ୍ନୌରେ ହାଜର ହେବାକୁ ନିର୍ଦ୍ଦେଶ ଆସିଛି । ଏକଥା ଜାଣିବା ପରେ ଗାେରିମଣିଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ତେବେ ଏଭଳି ନୋଟିସ୍‌ର କିଭଳି ମୁକାବିଲା କରିବେ ସେନେଇ ପୁରା ପରିବାର ଚିନ୍ତାରେ ପଡ଼ିଯାଇଛନ୍ତି । ଆଉ ଲକ୍ଷ୍ନୌରେ କିଭଳି ହାଜିର ହେବେ ସେ କଥା ଭାବି ଭାରାକ୍ରାନ୍ତ ହୋଇ ବସିଛନ୍ତି । ନବରଙ୍ଗପୁର ଜିଲ୍ଲା ଛାଡି କେବେ ବାହାରକୁ ଯାଇନଥିବା ମହିଳାଙ୍କ ନାଁରେ କିଭଳି ଓ କେଉଁ ପରିସ୍ଥିତିରେ ନୋଟିସ୍‌ ଆସିଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।