ଦୁଇ ପତ୍ନୀଙ୍କ ପାଇଁ ତୃତୀୟ ଥର ଆଇସୋଲେଟ ହେଲେ ସ୍ୱାମୀ

ମଲପୁରମ: ନିର୍ଦ୍ଦେଶ, ଆଇନ ଏବଂ କରୋନା… ଏହି ତିନୋଟି ଜିନିଷ ଯେମିତି ଏହି ବ୍ୟକ୍ତିଙ୍କ ପାଇଁ କିଛି ଅର୍ଥ ରଖେନାହିଁ । ତବଲୀଗୀ ଜମାତ କାର୍ଯ୍ୟକ୍ରମରୁ ଫେରିଥିବା ଏହି ବ୍ୟକ୍ତିଙ୍କୁ ପ୍ରଥମେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । କ୍ୱାରେଣ୍ଟାଇନ ସରିବା ମାତ୍ରେ ଏହି ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀଙ୍କ ଘରେ ପହଞ୍ଚିଯାଇଥିଲେ । କିଛି ଦିନ ପରେ ଲକଡାଉନ ନିୟମ ଉଲଂଘନ କରି ବ୍ୟକ୍ତି ଜଣଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ଘରେ ପହଞ୍ଚିଯାଇଥିଲେ । ତେଣୁ ଏହି ବ୍ୟକ୍ତିଙ୍କୁ ତୃତୀୟ ଥର ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି ।

ବିଗତ ଏକ ମାସରେ ଏହି ବ୍ୟକ୍ତି ଜଣଙ୍କ ଦୁଇ ଦୁଅ ଥର କ୍ୱାରେଣ୍ଟାଇନରେ ରହିସାରିଛନ୍ତି । ଲକଡାଉନ ଜାରି ରହିଥିବା ପରେ ବି ବ୍ୟକ୍ତି ଜଣଙ୍କ କାୟକୁଲମରୁ ନୀଲାମ୍ବୁର ଏବଂ ପୁଣି ନୀଲାମ୍ବୁରରୁ କାୟକୁଲମ ଯିବା ଆସିବା କରୁଥିଲେ । ସୂଚନା ଅନୁଯାୟୀ ତାଙ୍କ ଦୁଇଟି ସ୍ତ୍ରୀ ଅଛନ୍ତି । ଯିଏ କି ଦୁଅଟି ଭିନ୍ନ ଭିନ୍ନ ସ୍ଥାନରେ ରୁହନ୍ତି । କ୍ୱାରେଣ୍ଟାଇନ ଏବଂ ଲକଡାଉନର ନିୟମ ଭାଙ୍ଗିଥିବାରୁ  କାୟାକୁଲମ ପୋଲିସ ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ।

କ୍ୱାରେଣ୍ଟାଇନ ଅବଧି ସରିବା ମାତ୍ରେ ଗଲା ଦ୍ୱିତୀୟ ସ୍ତ୍ରୀ ପାଖକୁ

ନୀଲାମ୍ବୁର ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଉକ୍ତ ବ୍ୟକ୍ତି ଜଣଙ୍କ ତବଲୀଗୀ ଜମାତ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀରୁ ଫେରିବା ପରେ ୧୪ ଦିନ ହୋମ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ । କ୍ୱାରେଣ୍ଟାଇନ ଅବଧି ସରିବା ମାତ୍ରେ ୨୦ ଅପ୍ରେଲରେ ନୀଲାମ୍ବୁର ନିଜ ଦ୍ୱିତୀୟ ସ୍ତ୍ରୀ ପାଖକୁ ଚାଲିଯାଇଥିଲେ । ସେଠାରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ପରେ ତାଙ୍କୁ ପୁଣି ଥରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଗଲା ।

Leave a Reply