ନୂଆଦିଲ୍ଲୀ: ଲକ୍ଡାଉନ୍ ଯୋଗୁଁ କମିଛି ରାଜସ୍ୱ । ଦୋହଲି ଯାଇଛି ଦେଶର ଆର୍ଥିକ ସ୍ଥିତି । ଏଭଳି ସମୟରେ ଅର୍ଥବ୍ୟବସ୍ଥାକୁ ସ୍ୱାଭାବିକ କରିବାକୁ ଟଙ୍କାର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ରାଷ୍ଟ୍ରୀୟ ରାଜକୋଷର କ୍ଷତି ସହିବାକୁ ସକ୍ଷମ ନୁହଁନ୍ତି ସରକାର । ଏଣୁ ପେଟ୍ରୋଲ ଓ ଡିଜେଲ୍ର ଉତ୍ପାଦ ଶୁଳ୍କ ବୃଦ୍ଧି ନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ଆଉ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରର ଐତିହାସିକ ହ୍ରାସ ସରକାରଙ୍କୁ ସୁହାଇଛି ।
ଏହାର ଫାଇଦା ଉଠାଇବା ପାଇଁ ପେଟ୍ରୋଲ ୧୦ ଟଙ୍କା ପ୍ରତି ଲିଟର ଓ ଡିଜେଲ୍ ୧୩ ଟଙ୍କା ପ୍ରତି ଲିଟର ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇଛି । ଉତ୍ପାଦ ଶୁଳ୍ପରେ ଏହି ବୃଦ୍ଧି ଯୋଗୁଁ ୨୦୨୦-୨୧ ଆର୍ଥିକ ବର୍ଷରେ ପାଖାପାଖି ୧.୬ରୁ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରାଜସ୍ୱ ମିଳିବ । ଗତ ୨ ମାସ ମଧ୍ୟରେ ସରକାର ଦ୍ୱିତୀୟ ଥର ପାଇ ଉତ୍ପାଦ ଶୁଳ୍ପରେ ବୃଦ୍ଧି କରିଛନ୍ତି । ଉତ୍ପାଦ ଶୁଳ୍ପରେ ବୃଦ୍ଧି ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ୧.୬ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ରାଜସ୍ୱ ମିଳିପାରିବ । କିନ୍ତୁ ଏଥିଲାଗି ପୂର୍ବ ବର୍ଷ ଭଳି ଅର୍ତାତ ୨୦୧୯-୨୦ ଭଳି ବଜାରରେ ସମାନ ଭାବେ ତେଲର ଚାହିଦା ରହିବାର ଆବଶ୍ୟକତା ରହିଛି । କିନ୍ତୁ ଲକ୍ଡାଉନ୍ ଯୋଗୁଁ ଚଳିତ ବର୍ଷ ବଜାରେ ତେଲା ଚାହିଦ ବହୁତ କମିଛି ।
ଲକ୍ଡାଉନ୍ ୩.୦: ଚହିଦା ବଢ଼ିବାର ସମ୍ଭାବନା
ଲକ୍ଡାଉନ୍ ୩.୦ରେ କିଛି କଟକଣାରେ କୋହଳ କରିଛନ୍ତି ସରକାର । ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ଏହା ଦ୍ୱାରା ଲକ୍ଡାଉନ୍ କଟକଣା ପୂରା ହଟାଇବା ପରେ ବଜାରେ ଡିମାଣ୍ଡ ବଢ଼ିବାର ଆଶା କରାଯାଉଛି ।



ରାଜ୍ୟରେ ମୋଟ୍ ୧୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୩୫ ଜଣ ପୁରୁଷ ରହିଥିବା ବେଳେ ୫୦ ଜଣ ମହିଳା ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଶତକଡ଼ା ୭୩ ପ୍ରତିଶତ ପୁରୁଷ ଥିବାବେଳେ ୨୭ ପ୍ରତିଶତ ମହିଳା ରହିଛନ୍ତି ।
ଅନ୍ୟପଟେ ୨ ଆକ୍ରାନ୍ତ ସୁସ୍ଥ ହେବା ପରେ କରୋନା ସଂକ୍ରମିତ ଜିଲ୍ଲା ତାଲିକାରୁ ବାଦ୍ ପଡ଼ିଥିବା କେନ୍ଦ୍ରାପଡ଼ାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।









ସଭ୍ୟ ଦେଶରେ ଜନ୍ମ ନେଉଥିବା ମନ୍ୟୁଷର ସୁଠାରୁ ବଡ଼ ଅଧିକାର ସାମ୍ବିଧାନିକ ଅଧିକାର । ସେଥିରେ ସମାନତା ଓ ସ୍ୱାଧିନତାର ଅଧିକାର ରହିଛି । ଏଥିରୁ କାହାକୁ ବଞ୍ଚିତ କରାଯାଇ ପାରିବ ନାହିଁ । ମାନବିକତା ଓ ବିବେକ ଦୃଷ୍ଟିରୁ ଦେଖାଗଲେ ବି ପ୍ରବାସୀଙ୍କ ପ୍ରତି ଅବିଚାର କରାଯାଇ ପାରିବନାହିଁ ।


