ଜଗତସିଂହପୁରରେ ଏକାଥରକେ ୪, କେନ୍ଦ୍ରାପଡ଼ାରେ ଜଣେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଜଗତସିଂହପୁରକୁ ବ୍ୟାପିଲା କରୋନା । ଏକାଥରକେ ୪ ଜଣଙ୍କ ସ୍ୱାବ୍‌ ରିପୋର୍ଟ ଆସିଲା ପଜିଟିଭ୍‌ । ଏନେଇ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସ୍ୱାବ୍‌ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଥିଲା । ୪ ଜଣ ଆକ୍ରାନ୍ତଙ୍କ ମଧ୍ୟ ୩ ଜଣ ଗୋଟଏ ପରିବାରର ବୋଲି ଜଣାପଡ଼ିଛି । ତେବେ ୪ ଜଣ ଆକ୍ରାନ୍ତ ସୁରଟ ଫେରନ୍ତା ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କୁ କ୍ୱରେଣ୍ଟାଇନ୍‌ରେ ରଖାଯାଇଛି । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୪ ଜଣ ଯୁବକଙ୍କ ବୟସ ୨୬, ୩୨, ୩୦ ଓ ୪୭ ବର୍ଷ । ଜଗତସିଂହପୁରକୁ ମିଶାଇ ଏବେ ରାଜ୍ୟରେ ୧୭ଟି ଜିଲ୍ଲାକୁ କରୋନା ସଂକ୍ରମିତ ହୋଇସାରିଛି ।

ଅନ୍ୟପଟେ କେନ୍ଦ୍ରାପଡ଼ାରେ ମଧ୍ୟ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆକ୍ରାନ୍ତ ଜଣକ ହେଉଛନ୍ତି ଜଣେ ୬୦ ବର୍ଷ ବୟସର ବୃଦ୍ଧ । ସେ କୋଲକାତା ଫେରାନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ କେନ୍ଦ୍ରାପଡ଼ାରେ ଦୁଇ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ କେନ୍ଦ୍ରାପଡ଼ାରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ।

Leave a Reply