ସଂକ୍ରମିତ ଅଞ୍ଚଳରୁ ଫେରୁଥିବା ଲୋକଙ୍କ ଲାଗି ରାଜ୍ୟରେ ବଢ଼ିବ କି ସଂକ୍ରମଣ ?

1 min read

ଭୁବନେଶ୍ୱର: ଫେରନ୍ତା ରାଜ୍ୟରେ ବଢ଼ାଇବେ କି କରୋନା ସଂକ୍ରମଣ । ଏନେଇ ନାନା ଆଲୋଚନା ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ସୁବ୍ରତ ବାଗଚୀ ତଥ୍ୟ ରଖିଛନ୍ତି । କରୋନା ଦ୍ୱାରା ଅତ୍ୟଧିକ ପ୍ରଭାବିତ ଦେଶ ମଧ୍ୟ ନିଜ ନାଗରିକଙ୍କୁ ଫେରାଇ ନେଇଛନ୍ତି । ସୁରତ ଫେରନ୍ତା ରାଜ୍ୟରେ ପହଞ୍ଚି କାହାକୁ ସଂକ୍ରମିତ କରିନାହାଁନ୍ତି । ପ୍ରବାସ ଫେରନ୍ତାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ ଅନୁଚିତ୍ ।ସଭ୍ୟ ଦେଶରେ ଜନ୍ମ ନେଉଥିବା ମନ୍ୟୁଷର ସୁଠାରୁ ବଡ଼ ଅଧିକାର ସାମ୍ବିଧାନିକ ଅଧିକାର । ସେଥିରେ ସମାନତା ଓ ସ୍ୱାଧିନତାର ଅଧିକାର ରହିଛି । ଏଥିରୁ କାହାକୁ ବଞ୍ଚିତ କରାଯାଇ ପାରିବ ନାହିଁ । ମାନବିକତା ଓ ବିବେକ ଦୃଷ୍ଟିରୁ ଦେଖାଗଲେ ବି ପ୍ରବାସୀଙ୍କ ପ୍ରତି ଅବିଚାର କରାଯାଇ ପାରିବନାହିଁ ।

https://www.facebook.com/NandighoshaTV/videos/327681664870290

ବାହାରୁ ଫେରିଥିବା ଓଡ଼ିଆଙ୍କ ମଧ୍ୟରୁ କିଛି ଲୋକ ଅଶାଳୀନ ବ୍ୟବହାର ସହ ନିୟମ ଉଲ୍ଲଂଘନ କରିଛନ୍ତି । କିନ୍ତୁ, ଅତୀତରେ ଆମେ ପ୍ରାକୃତିକ ବିପର୍ଯ୍ୟୟକୁ ଯେଭଳି ମୁକାବିଲା କରିଛେ । ସେହିଭଲି କରୋନାର ମୁକାବିଲା କରିବା ।  ଆଗାମୀ ୪ ସପ୍ତାହ, ଚତୁର୍ଥ ପର୍ଯ୍ୟାୟର ସମୟ । ପ୍ରବାସ ଫେରନ୍ତାଙ୍କୁ ନେଇ କରୋନା ଯୁଦ୍ଧ ଲଢ଼ିବା ଲାଗି ବାଗଚୀ କହିଛନ୍ତି ।

Leave a Reply