ବୟଜ୍ ଲକର ରୁମ୍ କାଣ୍ଡ, ଏହାକୁ ନେଇ କାହିଁକି ରାଗିଲେ ବଲିଉଡ଼ ଷ୍ଟାର…

1 min read

ନୂଆଦିଲ୍ଲୀ: ଦିଲ୍ଲୀର ବୟଜ ଲକର ରୁମ୍ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏବେ ଏହି ଘଟଣାକୁ ନେଇ ବଲିଉଡ଼ର ଷ୍ଟାରମାନେ ପ୍ରତିକ୍ରିୟା ରଖିଛନ୍ତି । ବୟଜ ଲକର ରୁମ୍ ଘଟଣାକୁ ନେଇ ସୋନମ କପୁର, ସ୍ୱରା ଭାଷ୍କର, ସିଦ୍ଧାର୍ଥ ଚତୁର୍ବେଦୀ ଏବଂ ରିଚା ଚଡା ନିଜର ଚିନ୍ତା ପ୍ରକାଶ କରିଛନ୍ତି ।

ବୟଜ ଲକର ରୁମ୍ କ’ଣ ?

ଇଷ୍ଟାଗ୍ରାମରେ କ୍ରିଏଟ ହୋଇଥିବା ଏକ ବ୍ୟକ୍ତିଗତ ଚାଟ୍ ଗ୍ରୁପ୍ । ଏହି ବ୍ୟକ୍ତିଗତ ଚାଟ୍ ଗ୍ରୁପର ସ୍କ୍ରିନ ସଟ୍ ଲିକ୍ ହେବା ପରେ ବୟଜ୍ ଲକର ରୁମ୍ ଏବେ ମୁଖ୍ୟ ଖବର ହୋଇଯାଇଛି । ଦିଲ୍ଲୀର କିଛି ଯୁବକ ଏହି ଗ୍ରୁପରେ ଯୁବତୀଙ୍କୁ ଗ୍ୟାଙ୍ଗ ରେପ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ଏହି ଗ୍ରୁପରେ ଝିଅମାନଙ୍କୁ ନେଇ ବହୁ ଖରାପ ଖରାପ କଥା କୁହାଯାଇଥିବା ଏବଂ କିଛି ଝିଅମାନଙ୍କ ଅଶ୍ଳୀଳ ଫଟୋ ମଧ୍ୟ ଗ୍ରୁପରେ ସେୟାର କରାଯାଉଥିବା ସାମ୍ନାକୁ ଆସିଛି । ଏହି ସବୁ ଚାଟର ସ୍କ୍ରିନ ସଟ୍ ସାମ୍ନାକୁ ଆସିବା ପରେ ହିଁ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣା ପୋଲିସ ହସ୍ତକ୍ଷପ କରିସାରିଲାଣି ।

ବଲିଉଡ଼ର ପ୍ରତିକ୍ରିୟା

ବଲିଉଡ଼ ଷ୍ଟାର ମଧ୍ୟ ଏହି ମାମଲାକୁ ନେଇ ଚିନ୍ତା ଜଣାଇବା ସହ ଘଟଣାଟି ଅଧିକ ନିନ୍ଦନୀୟ ବୋଲି ନିଜ ସୋସିଆଲ ମିଡ଼ିଆରେ ପ୍ରକାଶ କରିଛନ୍ତି । ବଲିଉଡର ବହୁଚର୍ଚ୍ଚିତ ଅଭିନେତ୍ରୀ ସୋନମ କପୁର ଲେଖିଛନ୍ତି ଯେ, ଏହି ସବୁ ପାଇଁ ଅଭିଭାବକମାନେ ଦାୟୀ । ଏବଂ ଅଭିଭାବକମାନଙ୍କ ଦାୟିତ୍ୱ ହୀନତା ପାଇଁ ହିଁ ସେମାନଙ୍କ ପିଲାମାନେ ବିଗୁଡ଼ୁଛନ୍ତି । ଏବଂ ଅନ୍ୟପଟେ ସିଦ୍ଧାନ୍ତ ଚତୁର୍ବେଦୀ ବୟଜ ଏବଂ ଗର୍ଲଙ୍କ ଲକର ରୁମକୁ ଭାଇରସ୍ ବୋଲି କହିଛନ୍ତି ଏବଂ ଏନେଇ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

https://www.instagram.com/p/B_zVa1aFQpt/?utm_source=ig_web_copy_link

ରିଚା ଚଢ଼ାଙ୍କ ପ୍ରତିକ୍ରିୟା

ରିଚା ଚଢ଼ା ଲେଖିଛନ୍ତି ଯେ  ସେକ୍ସ ଶିକ୍ଷା ବିଷୟରେ ଯୁବପିଢିଙ୍କ ଚିନ୍ତାଧାରା ସତରେ ବହୁତ ବିପଦଜନକ । ଏବେକାର ଯୁବପିଢିମାନେ ପର୍ଣ୍ଣକୁ ସେକ୍ସ ଶିକ୍ଷା ଭାବୁଛନ୍ତି । ଏବେ ତ ଇଣ୍ଟରନେଟ ବି ଫ୍ରୀ । ଏହା ଆଗକୁ ବହୁତ ସମସ୍ୟା ସୃଷ୍ଟି କରିପାରେ ବୋଲି ସେ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି ।

https://twitter.com/RichaChadha/status/1257551313518366720

ଫାଶୀ ନୁହେଁ ମାନସିକତାକୁ ବଦଳାଇବାକୁ ପଡ଼ିବ

ଅନ୍ୟପଟେ ସ୍ୱରା ଭାସ୍କର ନାବାଳକମାନଙ୍କ ଗଣ ଦୁଷ୍କର୍ମ କରିବାର ଯୋଜନାକୁ ନେଇ ନିଜର ଚିନ୍ତା ପ୍ରକାଶ କରିଛନ୍ତି । ଏବଂ କହିଛନ୍ତି ଯେ ଦୁଷ୍କର୍ମକାରୀଙ୍କୁ ଫାଶୀ ନୁହେଁ ବରଂ ସେ ମାନସିକତାକୁ ବଦଳାଇବାକୁ ପଡ଼ିବ ଯାହା ସେମାନଙ୍କୁ ଦୁଷ୍କର୍ମକାରୀ ଭାବେ ଗଢୁଛି ।

ଏହି ଘଟଣା ପରେ ପୋଲିସ ଏହି ଗ୍ରୁପରେ ସାମିଲ ଥିବା ୨୧ଜଣ ଯୁବକଙ୍କୁ ଚିହ୍ନଟ କରିଛି ଏଥିରୁ ବହୁ ଜଣ ନାବାଳକ ଥିବା ଜଣାପଡ଼ିଛି । ଏମଧ୍ୟରୁ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ଯୁବକ ଜଣଙ୍କ ଦିଲ୍ଲୀର ଏକ ନାମୀ ସ୍କୁଲରେ ପାଠ ପଢନ୍ତି । ତେବେ ଉକ୍ତ ଘଟଣା ପରେ ସ୍କୁଲ ପିଲାଙ୍କୁ ନେଇ ଚିନ୍ତା ବଢିଛି ।

Leave a Reply