ସାବଧାନ: ଆରୋଗ୍ୟ ସେତୁ ଆପ୍‌ ଦ୍ୱାରା ଚୋରି ହୋଇପାରେ ପର୍ସନାଲ ଡାଟା !

1 min read

ଭୁବନେଶ୍ୱର: ସାରା ଦେଶ କରୋନା ଆତଙ୍କରେ ଆତଙ୍କିତ । କରୋନା ଭୟରେ ଚାରିଆଡ଼େ ଲକ୍‌ଡାଉନ୍‌ ସ୍ଥିତି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଆରୋଗ୍ୟ ସେତୁ ଆପ୍‌ । ଆଉ ଲୋକଙ୍କ ମଧ୍ୟରେ ଏହି ଆରୋଗ୍ୟ ସେତୁ ଆପ୍‌ର ବେଶ ଚାହିଦା ମଧ୍ୟ ରହିଛି । ସାଧାରଣ ଲୋକ ବହୁ ମାତ୍ରାରେ ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରି ବ୍ୟବହାର କରୁଛନ୍ତି ।

ହେଲେ ବିଡ଼ମ୍ବନାର ବିଷୟ ଯେ, ଏବେ ସୋସିଆଲ ମିଡିଆରେ ବୁଲୁଛି ଫେକ୍‌ ଆରୋଗ୍ୟ ସେତୁ ଆପ୍‌ । ଯାହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ହେଉଛି । ଏହି ଫେକ୍‌ ଆପ୍‌ ଦ୍ୱାରା ସାଧାରଣ ଜନତା ବିଭିନ୍ନ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଛି । କାରଣ ଏହି ଫେକ୍‌ ଆପ୍‌ ଦ୍ୱାରା ଲୋକଙ୍କ ଡାଟା ଚୋରି ହେଉଥିବା କୁହାଯାଉଛି ।

ଫେକ୍‌ ଆରୋଗ୍ୟ ସେତୁ ଆପ୍ ନେଇ କମିସନରେଟ ପୋଲିସ ପକ୍ଷରୁ ମଧ୍ୟ ସଚେତନ କରାଯାଇଛି । ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ଼ ପାଇଁ ମେସେଜ୍‌ ଆସିଲେ ଏହାକୁ ନେଇ ସତର୍କ ରହିବାକୁ କୁହାଯାଇଛି । ଏହାସହ ମେସେଜ୍‌ରେ ଆସିଥିବା ଲିଙ୍କକୁ ତୁରନ୍ତ ଡିଲିଟ କରିବାକୁ ପରାମର୍ଶ ଦେଇଛି କମିଶନରେଟ୍‌ ପୋଲିସ ।

ଫେକ୍‌ ଆପ୍‌ ଦ୍ୱାରା ଡାଟା ଚୋରି ପାଇଁ ଜାଲ ବିଛାଇଛନ୍ତି ସାଇବର ଅପରାଧୀ । ପାକିସ୍ତାନୀ ଗୋଷ୍ଠୀଙ୍କ ସହ ହାତ ମିଳାଇ ସାଇବର ଅପରାଧୀ ମାନେ ଏଭଳି କରୁଥିବା ସନ୍ଦେହ କରାଯାଉଛି । କେବଳ ଗୁଗୁଲ ପ୍ଲେ ଷ୍ଟୋରରୁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ଼ କରିବା ପାଇଁ କମିଶନରେଟ୍‌ ପୋଲିସ ପରାମର୍ଶ ଦିଆଯାଇଛି ।

Leave a Reply