spot_img
Home Blog Page 6921

୪ ଦିନ ପାଇଁ ବ୍ରହ୍ମପୁର ସହରକୁ ସଟ୍‌ଡାଉନ୍‌ ଘୋଷଣା କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର: କରୋନା ମୁକାବିଲା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଉ ଏକ କଠୋର ପଦକ୍ଷେପ । ୪ ଦିନ ପାଇଁ ବ୍ରହ୍ମପୁର ମହାନଗର ନିଗମକୁ ସଟ୍‌ଡାଉନ୍‌ ଘୋଷଣା କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ହିଁ ଖୋଲା ରହିବପାରିବ ।  ମେଡିକାଲ, ଔଷଧ ଦୋକାନ ଓ କ୍ଷୀର ଡେଲିଭରୀକୁ ହିଁ କେବଳ ଅନୁମତି ଦିଆଯାଇଛି ।

ଏହି ସଟ୍‌ଡାଉନ୍ ସମୟ ମଧ୍ୟରେ ୭୦ଟି ମେଡିକାଲ ଟିମ୍‌ ସହରରେ ସ୍ୱାସ୍ଥ୍ୟ ସର୍ଭେ କରିବେ । ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କ ସ୍କ୍ରିନିଂ କରାଯିବ । ଏବଂ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯିବ । ଏଥିସହିତ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକଙ୍କ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।

କରୋନା ସଂକ୍ରମଣ ଯୋଗୁଁ ଗଞ୍ଜାମରେ ୧୦ ଦିନ ପାଇଁ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍‌ ମନା

ଉଲ୍ଲେଖ ଯୋଗ୍ୟ ଯେ, ବୁଧବାର ୧୦ ଦିନ ପାଇଁ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।  କିଛି ସରକାରୀ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ । ତେବେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ସନ୍ଧ୍ୟା ୭ଟା ପରେ କର୍ଫ୍ୟୁ ଲାଗୁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନ ୧୨ଟା ପରେ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଉଥିଲା । ଚଳିତ ମାସ ଶେଷ ଯାଏଁ ଏହି କଟକଣା ବଳବତ୍ତର ରହିବ ।

ଗଞ୍ଜାମ ଓ ଗଜପତିରୁ ୧୫୧ ନୂଆ କରୋନା ପଜିଟିଭ ଚିହ୍ନଟ, ସେଥିମଧ୍ୟରୁ ୧୪ ଜଣ କରୋନା ଯୋଦ୍ଧା

ଜିଲ୍ଲା ବୁଲି ଚାଷୀଙ୍କ ସ୍ଥିତି ପରଖିଲେ ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର: କରୋନା ମହାମାରୀ ସ୍ଥିତିରେ ସାରା ଦେଶରେ କୃଷି ଓ କୃଷକ ବ୍ୟାପକ ଭାବେ ପ୍ରଭାବିତ । ରାଜ୍ୟରେ ମଧ୍ୟ ସମାନ ସ୍ଥିତି । ରାଜ୍ୟ ଚାଷୀମାନଙ୍କ ସମସ୍ୟା ବୁଝିବା ସହ ଚାଷକୁ ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ଶ୍ରୀ ସାହୁ ଗୁରୁବାର ଦିନିକିଆ ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଗସ୍ତ କରିଛନ୍ତି । ମାଲକାନଗିରି ଓ ଏବଂ ନବରଙ୍ଗପୁରରେ ଜିଲ୍ଲାରେ ପହଞ୍ଚି ଖରିଫ୍‌ ଚାଷ ସମ୍ପର୍କରେ ସମୀକ୍ଷା କରିଥିବା ବେଳେ କୋରାପୁଟଠାରେ, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାର ମିଳିତ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ । ବୈଠକରେ ଖରିଫ ଚାଷ ସମେତ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା ହୋଇଥିଲା ।

କୋଭିଡ-୧୯ ପରିସ୍ଥିତିରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଲୋକମାନଙ୍କୁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ସହିତ ରୋଜଗାର ଯୋଗାଇ ଦେବାରେ ପ୍ରମୁଖ ଆହ୍ୱାନ ହେବ ବୋଲି ଶ୍ରୀ ସାହୁ କହିଛନ୍ତି । ଖରିଫ୍‌ ଚାଷ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଉନ୍ନତମାନର ବିହନ, ସାର ଏବଂ କୀଟନାଶକ ମହଜୁଦକୁ ସୁନିଶ୍ଚିତ କରିବା, ସ୍ଥାନୀୟ ଜଳବାୟୁ, ମୃତ୍ତିକା ଓ ଜଳସେଚନର ସୁବିଧାକୁ ଦୃଷ୍ଟିରେ ରଖି ଚାଷ କାର୍ଯ୍ୟରେ ବିବିଧକରଣ କରିବା ପାଇଁ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତାକୁ ମନ୍ତ୍ରୀ ଅରୁଣ ସାହୁ ପ୍ରୋତ୍ସାହିତ କରିଛନ୍ତି । ସେହିଭଳି ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ହ୍ୱାଟ୍ସ ଆପ୍ ଜରିଆରେ ସୂଚନା ପହଞ୍ଚାଇବା ସପକ୍ଷରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । କର୍ମବର୍ଦ୍ଧିଷ୍ଣୁ ପ୍ରଯୁକ୍ତିବିଦ୍ୟା ସହ ତାଳ ଦେଇ ଚାଷୀ ବଦଳନ୍ତୁ ବୋଲି ମନ୍ତ୍ରୀ ଯୁକ୍ତି ବାଢିଥିଲେ । ଏହାସହ ମକା, ଫଳ ଓ ପନିପରିବା ଚାଷ ଉପରେ ମଧ୍ୟ ଆଲୋଚନା ହୋଇଛି । ବୈଠକଗୁଡ଼ିକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ ଏମ୍‌. ମୁଥୁକୁମାରଙ୍କ ସମେତ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିବା ବେଳେ କୋରାପୁଟଠାରେ ଆୟୋଜିତ ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ବୀର ବିକ୍ରମ ଯାଦବ ମଧ୍ୟ ଉପସ୍ଥିତ ଥିଲେ ।

ବିହାରରେ ପ୍ରାକୃତିକ ତାଣ୍ଡବ, ଚାଲିଗଲା ୮୩ ଜଣଙ୍କ ଜୀବନ…

ପାଟନା: ବିହାରରେ ପ୍ରଳୟ । ବଜ୍ରପାତରେ ଚାଲିଗଲା ୮୩ ଜଣଙ୍କ ନୀରିହ ଜୀବନ । ଗୁରୁବାର ବିହାରର ବିଭିନ୍ନ ଜିଲ୍ଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁ ପ୍ରାୟ ୮୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଆନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ । କାରଣ ଏହି ବଜ୍ରପାତର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ତାହା କେହି କେବେ ପରିକଳ୍ପନା କରିନଥିଲେ । ମଧ୍ୟରେ ଚାଲିଗଲା ୮୩ ଜଣଙ୍କ ଜୀବନ । ତେବେ ଏବେ ବି ଅନେକ ସଂଖ୍ୟା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବଜ୍ରପାତରେ ମୃତ୍ୟୁବରଣ କରିଥିବା ୮୩ ଜଣଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଦେବେ ବୋଲି ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ତେବେ ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୨୩ଟି ଜିଲ୍ଲା ଏହି ବର୍ଷା, ଝଡ଼ତୋଫାନ ଓ ବଜ୍ରପାତରେ ପ୍ରଭାବିତ ହୋଇଥିବା ସରକାରୀ ସୂଚନାରୁ ଜଣାପଡ଼ିଛି ।ବଜ୍ରପାତରେ ସବୁଠୁ ଅଧିକ ଲୋକେ ଗୋପାଳଗଞ୍ଜରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏଠାରେ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୂର୍ବ ଚମ୍ପାରଣରେ ୫, ବାଙ୍କାରେ ୫, ଶିବାନରେ ୬, ଦରଭଙ୍ଗାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି  ଭାଗଲପୁରରେ ମଧ୍ୟ ୬ ଜଣ ପ୍ରାଣ ହରାଇଛନ୍ତି । ଖଗଡିଆରେ ୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ମଧୁବନୀରେ ୮, ପଶ୍ଚିମ ଚମ୍ପାରଣରେ ୨ ଜଣଙ୍କ ଜୀବନ ନେଇଛି ବଜ୍ରପାତ ।

ଅନ୍ୟପଟେ ସମସ୍ତିପୁରରେ ଜଣେ, ଶିବହରରେ ଜଣେ, କିସନଗଞ୍ଜରେ ୨, ସାରଣରେ ୧, ଜାହାନାବାଦରେ ୨, ସୀତାମଢୀରେ ୧, ଜମୁଇରେ ୨, ନବାଦାରେ ୮, ପୂର୍ଣ୍ଣିୟାରେ ୨, ସୁପୌଲରେ ୨, ଔରଙ୍ଗାବାଦରେ ୩, ବକ୍ସରରେ ୨, ମଧେପୁରାରେ ୧ ଓ କୈମୁରରେ ୨ଜଣ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏଣିକି ବାତ୍ୟାରେ ଆଉ କଟିବନି ଲାଇନ୍‌ ! ବ୍ୟାପକ ବ୍ୟବସ୍ଥା କରାଯିବ କହିଲେ ସଚିବ, ୧୧ ହଜାର କୋଟି ଖର୍ଚ୍ଚ ହେବ

ଭୁବନେଶ୍ୱର: ଏଣିକି ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ । ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ବତ୍ୟା ଭଳି ପରିସ୍ଥିତିରେ ବିଦ୍ୟୁତ ସରବରାହ ବନ୍ଦ ହେବ ନାହିଁ । କାରଣ ଗଛ ପଡ଼ିବା କିମ୍ବା ସର୍ଟସର୍କିଟର ବିଶେଷ ଭୟ ନଥିବା । ଏଥିପାଇଁ ବ୍ୟାପକ ପଦକ୍ଷେପ ନିଆଯିବ । ଏନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ କହିବାନୁଯାୟୀ ରାଜ୍ୟର ଉପକୂଳ ଜିଲ୍ଲାମାନଙ୍କରେ ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ପ୍ରାକୃତିକ ବିପର୍ଯ୍ୟୟ ନିରୋଧକ କରାଯିବ । ପ୍ରଥମ ପର୍ଯ୍ୟାୟରେ ଜଗତସିଂହପୁର,କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଏହି କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ୧୧ ହଜାର କୋଟି ଟଙ୍କାର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିବା କହିଛନ୍ତି ସଚିବ ।

ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଆଦି ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯିବ । ଏହି ୫ଟି ଜିଲ୍ଲା ପାଇଁ ପ୍ରାୟ ୮ ହଜାର କୋଟି ଟଙ୍କା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି । ଖାଲି ସେତିକି ନୁହେଁ କାର୍ଯ୍ୟକୁ ଜରୁରୀକାଳିନ ଭିତ୍ତିରେ କରିବା ପାଇଁ ସମ୍ପୃକ୍ତ ବିଭାଗ ଓ ବିତରକ କମ୍ପାନୀ ମାନଙ୍କୁ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।

ଯୋଜନାର ଅନ୍ତର୍ଭୁକ୍ତ ପ୍ରକଳ୍ପଗୁଡ଼ିକର ବୈଷୟିକ ଆର୍ଥିକ ଆଇନ୍‌ଗତ ଆଦି ଦିଗର ସଠିକ୍‌ ପରିଚାଳନା ନିମନ୍ତେ ଥିଙ୍କ୍‌ ଟ୍ୟାଙ୍କ୍‌ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

କିନ୍ନରଙ୍କ ସମ୍ମାନରେ ନାମିତ ହେଲା ନୋଇଡା ସେକ୍ଟର-୫୦ ମେଟ୍ରୋ ଷ୍ଟେସନ

ନୂଆଦିଲ୍ଲୀ: ନୋଇଡାର ସେକ୍ଟର-୫୦ ମେଟ୍ରୋ ଷ୍ଟେସନର ନାମ ଇନ୍ଦ୍ରଧନୁ ଷ୍ଟେସନ ହେବ ବୋଲି ନୋଇଡା ମେଟ୍ରୋ ରେଳ କର୍ପୋରେସନ୍ ପକ୍ଷରୁ ସୂଚନା ମିଳିଛି । କିନ୍ନରମାନଙ୍କ ସମ୍ମାନାର୍ଥେ ଏଭଳି ନିଷ୍ପତ୍ତି ନିଆଯାଇଛି । ନୂଆ ମେଟ୍ରୋ ଷ୍ଟେସନ ତିଆରି ହେବା ପରେ ବିଭିନ୍ନ ନାମକୁ ନେଇ ପରାମର୍ଶ  କର୍ପୋରେସନ୍ ପାଖରେ ପହଞ୍ଚିଥିଲା । ତେବେ ଅନେକ ସମାଜିକ ଗୋଷ୍ଠୀ ଓ ଏନଜିଓ ଏଭଳି ଏକ ନାମ ସପକ୍ଷରେ ଥିଲେ ଯାହା କିନ୍ନର ସମାଜର ମୂଲ୍ୟବୋଧ ବର୍ଣ୍ଣନା କରିପାରୁଥିବ । ଶେଷରେ କର୍ପୋରେସନର ନିର୍ଦ୍ଦେଶିକା ରିତୁ ମାହେଶ୍ୱରୀ ଇନ୍ଦ୍ରଧନୁ ନାମରେ ମୋହର ମାରିଛନ୍ତି ।

୨୦୧୧ର ଜନଗଣନା ଅନୁଯାୟୀ ଦେଶରେ ୪ଲକ୍ଷ ୯୦ ହଜାର କିନ୍ନର ରହିଥିବା ବେଳେ କେବଳ ନୂଆଦିଲ୍ଲୀ ଏନସିଆରରେ ୩୦ରୁ ୩୫ ହଜାର କିନ୍ନର ରହୁଛନ୍ତି । ଏଣୁ ସାମାଜିକ ସ୍ତରରେ ସେମାନଙ୍କ ସମାଜର ମୂଲ୍ୟବୋଧ ବୃଦ୍ଧି କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ମାହେଶ୍ୱରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେକ୍ଟର ୫୦ ନୋଇଡା ମେଟ୍ରୋ ଷ୍ଟେସନରେ କିନ୍ନରମାନଙ୍କ ପାଇଁ ଚାକିରି ସୁଯୋଗ ମଧ୍ୟ ସୃଷ୍ଟି କରାଯିବ ।

ସୁଶାନ୍ତଙ୍କ ଶେଷ ଫିଲ୍ମର ପୋଷ୍ଟର ରିଲିଜ୍‌, ଜାଣନ୍ତୁ କାହିଁକି ସମସ୍ତେ ଅପେକ୍ଷା କରିଛନ୍ତି ଏହି ଚଳଚ୍ଚିତ୍ରକୁ…

ଭୁବନେଶ୍ୱର: ସୁଶାନ୍ତଙ୍କ ସିଂହ ରାଜପୁତ୍‌ଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ଫ୍ୟାନ୍‌ମାନଙ୍କ ଆଖିରୁ ଲୁହ ଶୁଖିନି । ତାଙ୍କ ଫ୍ୟାନ୍‌ମାନେ ଏବେ ବି ତାଙ୍କୁ ମନେ ପକାଉଛନ୍ତି । ତାଙ୍କୁ ମନେପକାଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପୋଷ୍ଟ କରୁଛନ୍ତି ଏବଂ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।

ତେବେ ସୁଶାନ୍ତ ଟେଲିଭିଜନ୍‌ରୁ କ୍ୟାରିୟର ଆରମ୍ଭ କରିଥିବା ବେଳେ ପରବର୍ତ୍ତି ସମୟରେ ବଲିଉଡ୍‌ରେ ନିଜର ଦବଦବା ଜାହିର କରିଥିଲେ । ଟେଲିଭିଜନରେ ମଧ୍ୟ ନିଜର ଆକର୍ଷଣୀୟ ଅଭିନୟ ଯୋଗୁଁ ଘରେ ଘରେ ପରିଚିତ ହୋଇଥିଲେ । ଏହାସହ ବଲିଉଡ୍‌ରେ ପଦଦେବା ପରେ ତାଙ୍କ ନିଖୁଣ ଅଭିନୟ ଯୋଗୁଁ ସେ ଆହୁରି ଲୋକପ୍ରିୟ ହୋଇପାରିଥିଲେ । ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ସୁଶାନ୍ତ । ହେଲେ ସୁଶାନ୍ତ ହଠାତ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ । ଦର୍ଶକଙ୍କ ମନରେ ଯେଉଁ ଖାଲି ସ୍ଥାନ ସୃଷ୍ଟି କରିଦେଲେ ହୁଏତ ତାହା କେବେ ଭରିବ ନାହିଁ ।

Dil Bechara

ତେବେ ବଲିଉଡ୍‌ରେ ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ପ୍ରଥମ ଫିଲ୍ମ ଥିଲା ‘କାଇ ପୋ ଚେ’ । ଏହି ଫିଲ୍ମକୁ ଦର୍ଶକ ବେଶ ଉପଭୋଗ କରିଥିଲେ । ସୁଶାନ୍ତ ନିଜ ଅଭିନୟକୁ ନେଇ ବେଶ ପ୍ରଶଂସା ମଧ୍ୟ ସାଉଁଟିଥିଲେ । ହେଲେ ଏବେ ତାଙ୍କର ଶେଷ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି । ଏନେଇ ପୋଷ୍ଟର ରିଲିଜ୍‌ ହୋଇସାରିଛି । ସୁଶାନ୍ତ ଅଲବିଦା କହିବା ପରେ ତାଙ୍କର ଶେଷ ଫିଲ୍ମ ହେଉଛି ‘ଦିଲ୍ ବେଚାରା’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଏହି ସିନେମା ରିଲିଜ୍‌ ପରେ ଦର୍ଶକଙ୍କ ପ୍ରଶଂସା ସାଉଁଟିବାକୁ ଆଉ ନାହାନ୍ତି ସୁଶାନ୍ତ ।

ଫିଲ୍ମଟି ଜୁଲାଇ ୨୪ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହି ଫିଲ୍ମଟିର ନିର୍ଦ୍ଦେଶନା ମୁକେଶ ଛାବଡ଼ା ଦେଇଛନ୍ତି । ନିକଟରେ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତା ପର୍ଯ୍ୟନ୍ତ ସମସ୍ତେ ସୁଶାନ୍ତଙ୍କୁ ସମ୍ମାନ ଦେବା ସହ ତାଙ୍କର ଶେଷ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତିି । ‘ଦିଲ୍ ବେଚାରା’ ବିଷୟରେ କହିବାକୁ ଗଲେ ଏହା ହଲିଉଡ୍‌ ଚଳଚ୍ଚିତ୍ର ଦି ଫଲ୍ଟ ଇନ୍ ଆମ ଷ୍ଟାର୍ସର ରିମେକ୍ ଅଟେ । ଏହି ଫିଲ୍ମରେ ସୁଶାନ୍ତଙ୍କ ଅପୋଜିଟ୍‌ରେ ସଞ୍ଜନା ସାଙ୍ଗୀ ଅଭିନୟ କରିଛନ୍ତି ।

https://www.instagram.com/tv/CBauHf0lCQz/?utm_source=ig_embed

ଜେ.ପି ନଡ୍ଡାଙ୍କ ଗୁରୁତର ଅଭିଯୋଗ: କହିଲେ ‘ଚୀନଠାରୁ ଟଙ୍କା ନେଇଛି କଂଗ୍ରେସ, ହିସାବ ଚାହୁଁଛି ଦେଶ’

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଟାର୍ଗେଟରେ କଂଗ୍ରେସ । ମଧ୍ୟପ୍ରଦେଶର ଅନୁଷ୍ଠିତ ଦଳର ଏକ ଭର୍ଚ୍ୟୁଆଲ୍‌ ରାଲିରେ କଂଗ୍ରେସ ଉପରେ ବର୍ଷିଛନ୍ତି ଜେ.ପି ନଡ୍ଡା । କଂଗ୍ରେସ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ । ଚୀନ ଦୂତାବାସରୁ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ ଦାନ ସୂତ୍ରରେ ମୋଟା ଅଙ୍କର ଟଙ୍କା ଆଣିଥିବା ଅଭିଯୋଗ ଆଣିଛନ୍ତି ଶ୍ରୀ ନଡ୍ଡା ।

BJP working President JP Nadda slams mainstream leaders in Jammu ...

ମଧ୍ୟପ୍ରଦେଶର ଲୋକମାନଙ୍କୁ ସମ୍ୱୋଧିତ କରି ସେ  ଆହୁରୀ କହିଛନ୍ତିି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କରିଛନ୍ତି ତାହା ଗତ ୬ ଦଶନ୍ଧି ମଧ୍ୟରେ କେହିଁ କରିନାହାନ୍ତି । ଜମ୍ମୁ କଶ୍ମୀର ୩୭୦ ଉଚ୍ଛେଦ କରିଛନ୍ତି ମୋଦି । ଏହାପରେ ଜମ୍ମୁ କଶ୍ମୀରରେ ଏବେ ବାଲ୍ମିକୀର ପୁଅ ମଧ୍ୟ ଜଣେ ଡାକ୍ତର କିମ୍ୱା ଇଞ୍ଜିନିୟର ହୋଇପାରିବ । ଏବେ ଜମ୍ମୁ କଶ୍ମୀରରେ ଭାରତ ୧୦୬ଟି ନିୟମ ଲାଗୁ ହୋଇପାରିବ ।

Vijay Mahajan new CEO of Rajiv Gandhi Foundation | India News,The ...

ଏଥିସହିତ ଶ୍ରୀ ନଡ୍ଡା ଏକ ଟିଭି ରିପୋର୍ଟକୁ ଦର୍ଶାଇ କହିଛନ୍ତି ଯେ, ୨୦୦୫-୦୬ରେ ଚୀନ ଦୂତାବାସ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ମୋଟା ଅଙ୍କର ଅର୍ଥ ପ୍ରଦାନ କରିଛି । ଏହା ଚାଇନା ଏବଂ କଂଗ୍ରେସର ଗୁପ୍ତ ସମ୍ପର୍କ ।

ଏଭଳି ପରିବାର କେବେ ବିରୋଧୀ ହୋଇପାରିବେ ନାହିଁ । ଚାଇନା ଠାରୁ ଯେଉଁ ଅର୍ଥ ଗ୍ରହଣ କରାଯାଇଛି ସେ ସମ୍ପର୍କରେ କଂଗ୍ରେସ ଦେଶବାସୀଙ୍କୁ ଅବଗତ କରାନ୍ତୁ ବୋଲି କହିଛନ୍ତି ଜେ.ପି ନଡ୍ଡା ।

Rahul Gandhi wears Rs 70K jacket in Meghalaya; BJP's turn for 'suit ...

ଗୁପ୍ତରେ ସାକ୍ଷାତ କରୁଥିଲେ ରାହୁଲ

ରାହୁଲ ଗଲଓ୍ୱାନ ଘାଟି ମାମଲାରେ ମଧ୍ୟ ରାଜନୀତି କରୁଥିବା କହିଛନ୍ତି ଜେ.ପି ନଡ୍ଡା । ସେ ନିଜ ସମ୍ୱୋଧନରେ ଲୋକଙ୍କୁ ମନେପକେଇବାକୁ ଯାଇ କହିଛନ୍ତି ଯେ, ଇଏ ସେଇ କଂଗ୍ରେସ ଯିଏ ୨୦୧୭ ଅଗଷ୍ଟ ମସିହାରେ ଭାରତ-ଚୀନ ଷ୍ଟାଣ୍ଡ ଅଫ୍ ସମୟରେ ରାହୁଲ ଗାନ୍ଧୀ ଚୀନ ରାଜଦୂତ ସହ ଗୁପ୍ତରେ ସକ୍ଷାତ କରିଥିଲେ । ସେ ଆହୁରୀ କହିଛନ୍ତି, ଦେଶର ଜନତା ଚାହୁଁଛନ୍ତି ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌କୁ କାହିକି ୩୦୦ ହଜାର ୟୁଏସ୍‌ ଡଲାର ଦିଆଗଲା ।

ବୈଜ୍ଞାନିକଙ୍କ ନୂଆ ତଥ୍ୟ – ୭ ନୁହେଁ ଅଛି ୮ଟି ମହାଦେଶ, ଜାଣନ୍ତୁ କୋଉଠି ଅଛି ଅଷ୍ଟମ ମହାଦେଶ…

ବିଶ୍ୱରେ ୭ ନୁହେଁ ବରଂ ୮ଟି ମହାଦେଶ ଅଛି  । ଏହି ଅଷ୍ଟମ ମହାଦେଶଟି ସମୟ କ୍ରମେ ସମୁଦ୍ର ଜଳରାଶିରେ ବିଲୀନ ହୋଇଯାଇଛି । ମାତ୍ର ଏବେ ମଧ୍ୟ ତାହାର ଅବସ୍ଥିତି ଗଭୀର ସମୁଦ୍ର ମଧ୍ୟରେ ରହିଛି । ଅଷ୍ଟ୍ରେଲିଆର ଦକ୍ଷିଣ-ପୂର୍ବ ଭାଗରେ ନ୍ୟୁଜିଲାଣ୍ଡର ଉପର ଭାଗରେ ଏହି ମହାଦେଶର ଅବସ୍ଥିତି ଥିଲା ବୋଲି ଜଣାପଡିଛି ।

ତେବେ ପ୍ଲେଟ୍ ଟେକଟନିକ୍ ପ୍ରକ୍ରିୟାରେ ଗୋଟିଏ ଭୂଖଣ୍ଡ ଅନ୍ୟ ଏକ ଭୂଖଣ୍ଡ ସହ ମାଡ଼ ହେବା ଫଳରେ ଗୋଟିଏ ଭୂଖଣ୍ଡ ନିମ୍ନଗାମୀ ଓ ଅନ୍ୟଟି ଊର୍ଦ୍ଧ୍ୱଗାମୀ ହୁଏ । ଘର୍ଷଣ ପରେ ଏହି ମହାଦେଶ ନିମ୍ନଗାମୀ ହୋଇଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ତେବେ ଏହାର କ୍ଷେତ୍ରଫଳ ୫୦ ଲକ୍ଷ ବର୍ଗ କିଲୋମିଟର ଓ ଏହା ଭାରତର କ୍ଷେତ୍ରଫଳଠାରୁ ୧୭ ଲକ୍ଷ ବର୍ଗ କିଲୋମିଟର ଅଧିକ ବୋଲି ଜାଣିବାକୁ ମିଳିଛି । ବୈଜ୍ଞାନିକମାନେ ଏହାର ନୂଆ ନକ୍ସା ଜାରି କରିବା ସହ ଏହା ପୂର୍ବ ଅବସ୍ଥିତ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ମହାଦେଶଟିର ନାମ ଜିଲେଣ୍ଡିଆ ରଖାଯାଇଛି । ପାଖାପାଖି ୨ କୋଟି ୩୦ ଲକ୍ଷ ବର୍ଷ ପୂର୍ବେ ଏହି ଭୂଖଣ୍ଡ ସମୁଦ୍ର ଗର୍ଭରେ ଲୀନ ହୋଇଥିଲା । ସେହିଭଳି ୭ କୋଟି ୯୦ ଲକ୍ଷ ବର୍ଷ ତଳେ ସୁପର କଣ୍ଟିନେଣ୍ଟ ଗଣ୍ଡଓ୍ୱାନାଲ୍ୟାଣ୍ଡଠାରୁ ଅଲଗା ହୋଇ ଜିଲେଣ୍ଡିଆ ଏକ ସ୍ୱତନ୍ତ୍ର ଭୂଖଣ୍ଡରେ ପରିଣତ ହୋଇଥିଲା । ଗଲା ତିନି ବର୍ଷ ହେବ ଏହି ମହାଦେଶକୁ ନେଇ ସୂଚନା ଏକାଠି କରାଯାଉଥିବେ ବେଳେ ଏବେ ବୈଜ୍ଞାନିକମାନେ ଏହାର ମ୍ୟାପ୍ ଜାରି କରିଛନ୍ତି । ବିଗତ ଦିନରେ ଏହାର ଅବସ୍ଥିତି କିଭଳି ଥିଲା ସେ ନେଇ ସବିଶେଷ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଏଯାବତ୍ ଚାଲୁ ରହିଛି ।

ତେବେ ଏହି ନୂଆ ମହାଦେଶ ସମ୍ୱନ୍ଧୀତ ନକ୍ସା ଓ ସୂଚନା ଏକାଠି କରିବାରେ ନ୍ୟୁଜିଲାଣ୍ଡର ଜିଓଲୋଜିଷ୍ଟ ନିକ୍ ମୋରାଟାଇମର୍ ପ୍ରମୁଖ ଭୂମିକା ନେଇଛନ୍ତି । ନିକ୍ ନ୍ୟୁଜିଲ୍ୟାଣ୍ଡର ଅନୁସନ୍ଧାନ ସଂସ୍ଥା(ଜିଏନଏସ)ରେ କାର୍ଯ୍ୟରତ ଅଛନ୍ତି । ତେବେ ଜିଏନ୍‌ଏସ୍‌ ବିଦ୍ଧିବଦ୍ଧ ଭାବେ ୮ମ ମହାଦେଶ ନେଇ ସୂଚନା ଓ ନକ୍ସା ଜାରି କରିସାରିବା ପରେ ନିକ୍ କହିଛନ୍ତି ଯେ, ଏହି ନକ୍ସା ଆମକୁ ଦୁନିଁଆ ବିଷୟରେ ଜାଣିବାକୁ ସୁଯୋଗ ଦେଉଛି । ଏହା ଖାସ୍ ଅଟେ । ଏହାକୁ ଏକ ବୈଜ୍ଞାନିକ ଉପଲବ୍ଧି ଭାବେ ବିଚାର କରାଯାଇପାରିବ । ତେବେ ଏହି ମହାଦେଶ ସମ୍ପର୍କରେ ଚର୍ଚ୍ଚା ୧୯୯୫ ମସିହାରୁ ହେଉଥିବା ବେଳେ ୨୦୧୭ରେ ଏହାକୁ ମାନ୍ୟତା ଦିଆଗଲା ।

ରାଜ୍ୟରେ ଆଉ ୧୬୮ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ ଆଉ କେତେ ରହିଲେ ସକ୍ରିୟ…

ଭୁବନେଶ୍ୱର: ରାଜ୍ୟରେ ଆଉ ୧୬୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁସ୍ଥ ବୋଲି ଘୋଷଣା କରାଯିବା ପରେ ସେମାନଙ୍କୁ ଘରକୁ ଛଡ଼ାଯାଇଛି ।

ତେବେ ଏହି ୧୬୮ କରୋନା ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ୩୯, ଖୋର୍ଦ୍ଧାର ୨୩, ଗଜପତିର ୨୩, ପୁରୀର ୧୯, ବରଗଡ଼ର ୧୩, ସୁନ୍ଦରଗଡ଼ର ୮, ବାଲେଶ୍ୱରର ୭ ଜଣ ସୁସ୍ଥ ହୋଇଛନ୍ତି । ଖାଲି ସେତିକି ନୁହେଁ ଭଦ୍ରକ ଓ ରାୟଗଡ଼ାରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ମାଲକାନଗିରି, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ସୋନପୁରରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିଭଳି ଅନୁଗୁଳରୁ ମଧ୍ୟ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଢ଼େଙ୍କାନାଳରୁ ମଧ୍ୟ ଦୁଇ ଜଣ ଓ ଝାରସୁଗୁଡ଼ାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହି ୧୬୮ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ୪୨୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟ ପାଇଁ ଏହା ଏକ ଭଲ ଖବର ବୋଲି କୁହାଯାଇପାରେ । କାରଣ ରାଜ୍ୟରେ ଏବେ ଯେଉଁ ପରିମାଣରେ ଆକ୍ରାନ୍ତ ହେଉଛନ୍ତି ତା’ଠାରୁ ଅଧିକ ସୁସ୍ଥ ହେଉଛନ୍ତି । ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ସୁଦ୍ଧା ୫୯୬୨ରେ ପହଞ୍ଚିଥିବା ବେଳେ ସକ୍ରିୟ ସଂଖ୍ୟା ୧୬୪୭ ରହିଛି ।

ଆପ୍‌ ମାଧ୍ୟମରେ ଋଣ ନେଉଛନ୍ତି କି? ତେବେ ଜାଣି ରଖନ୍ତୁ ଆରବିଆଇର ଏହି ନୂଆ ନିୟମ

ନୂଆଦିଲ୍ଲୀ: ମୋବାଇଲ୍ ଆପ୍ ମାଧ୍ୟମରେ ଋଣ ପ୍ରଦାନ କରୁଥିବା ଫିନ୍‌ଟେକ୍‌ କମ୍ପାନୀଗୁଡ଼ିକ ଉପରେ ନିୟମ କଡ଼ାକଡ଼ି କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) । ସେମାନଙ୍କ ଉପରେ ଅନେକ ସର୍ତ୍ତ ଲଗାଇଛନ୍ତ ଆରବିଆଇ । ଡିଜିଟାଲ୍ ଋଣ ସେବାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଆରବିଆଇ ପକ୍ଷରୁ ଏଭଳି କରାଯାଇଛି | ଏହି ଋଣ ପ୍ରଦାନକାରୀ କମ୍ପାନୀଗୁଡ଼ିକ ବିରୋଧରେ କିଛି ଅଭିଯୋଗ ଆସିବା ପରେ ଏହି ନିର୍ଦ୍ଦେଶନାମା ଜାରିକରାଯାଇଛି |

ସୂଚନା ଯୋଗ୍ୟ ଯେ, ଏହି ଋଣ ପ୍ରଦାନକାରୀ ଡିଜିଟାଲ ଆପ୍‌ଗୁଡ଼ିକ ଅତ୍ୟଧିକ ସୁଦ୍ଧ ଆଦାୟ କରାଯାଉଥିବା ବେଳେ ଅତ୍ୟନ୍ତ କଠୋର ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଏହା ପରେ ଡିଜିଟାଲ୍‌ ପ୍ଳାଟଫର୍ମ ମାଧ୍ୟମରେ ଋଣ ପ୍ରଦାନ କରୁଥିବା ଏହି ଆପ୍‌ଗୁଡ଼ିକ ଦ୍ୱାରା କୌଣସି ହେରଫେର ହେଲେ ଏଥି ପାଇଁ ମଧ୍ୟ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀଗୁଡିକ (NBFCs) ଦାୟୀ ରହିବେ ବୋଲି ରିଜର୍ଭ ବ୍ୟାଙ୍କ କହିଛନ୍ତି । ଏଥିପାଇଁ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଏବଂ ଏନବିଏଫସିମାନଙ୍କୁ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି ।

ଆରବିଆଇର ନୂତନ ନିର୍ଦ୍ଦେଶ :  ଆରବିଆଇ ଡିଜିଟାଲ ଆପ୍‌ଗୁଡ଼ିକୁ ନିଜ ୱେବସାଇଟରେ କହିବାକୁ କୁହାଯାଇଛି ଯେ, ସେମାନେ କୌଣସି ବ୍ୟାଙ୍କ କିମ୍ବା NBFC ତରଫରୁ ଋଣ ଦେଉନାହାଁନ୍ତି ।

ବ୍ୟାଙ୍କ, NBFC ଏବଂ ଏହିପରି ଡିଜିଟାଲ୍ ଋଣ ପ୍ରଦାନକାରୀ ଆପ୍‌ ସେମାନଙ୍କ ୱେବସାଇଟରେ ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ କୁହାଯାଇଛି |

ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଗୁଡିକ (NBFCs) ୱେବସାଇଟରେ ସେମାନଙ୍କ ଏଜେଣ୍ଟମାନଙ୍କ ନାମ ପ୍ରକାଶ କରିବାକୁ କୁହାଯାଇଛି।

କାହିଁକି ଏହି କମ୍ପାନୀଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହାେଇପାରେନି

ଏହି ନିର୍ଦ୍ଦେଶନାମା ଜାରି କରି ଆରବିଆଇ ପକ୍ଷରୁ କୁହଯାଇଛି ଯେ, ଏହି ଡିଜିଟାଲ ଆପ୍‌ଗୁଡ଼ିକ କୌଣସି ବ୍ୟାଙ୍କ କିମ୍ୱା ଏନ୍‌ବିଏଫ୍‌ସିଗୁଡ଼ିକର ନାମ ନଦର୍ଶାଇ ସେମାନେ ନିଜକୁ ଋଣ ପ୍ରଦାନକାରୀ ଭାବେ ଦର୍ଶାଉଛନ୍ତି । ଏହା ଦ୍ୱାରା ଉପଲବ୍ଧ ସୁବିଧା ଅନୁଯାୟୀ ସେମାନଙ୍କ ବିରୋଧରେ କୌଣସି ଅଭିଯୋଗ କରିପାରନ୍ତି ନାହିଁ ।