ବିହାରରେ ପ୍ରାକୃତିକ ତାଣ୍ଡବ, ଚାଲିଗଲା ୮୩ ଜଣଙ୍କ ଜୀବନ…

1 min read
83 people have died due to thunderstorms in Bihar today; maximum 13 people lost their lives in Gopalganj district: State Disaster Management Department

ପାଟନା: ବିହାରରେ ପ୍ରଳୟ । ବଜ୍ରପାତରେ ଚାଲିଗଲା ୮୩ ଜଣଙ୍କ ନୀରିହ ଜୀବନ । ଗୁରୁବାର ବିହାରର ବିଭିନ୍ନ ଜିଲ୍ଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁ ପ୍ରାୟ ୮୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଆନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ । କାରଣ ଏହି ବଜ୍ରପାତର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ତାହା କେହି କେବେ ପରିକଳ୍ପନା କରିନଥିଲେ । ମଧ୍ୟରେ ଚାଲିଗଲା ୮୩ ଜଣଙ୍କ ଜୀବନ । ତେବେ ଏବେ ବି ଅନେକ ସଂଖ୍ୟା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବଜ୍ରପାତରେ ମୃତ୍ୟୁବରଣ କରିଥିବା ୮୩ ଜଣଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଦେବେ ବୋଲି ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ତେବେ ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୨୩ଟି ଜିଲ୍ଲା ଏହି ବର୍ଷା, ଝଡ଼ତୋଫାନ ଓ ବଜ୍ରପାତରେ ପ୍ରଭାବିତ ହୋଇଥିବା ସରକାରୀ ସୂଚନାରୁ ଜଣାପଡ଼ିଛି ।ବଜ୍ରପାତରେ ସବୁଠୁ ଅଧିକ ଲୋକେ ଗୋପାଳଗଞ୍ଜରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏଠାରେ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୂର୍ବ ଚମ୍ପାରଣରେ ୫, ବାଙ୍କାରେ ୫, ଶିବାନରେ ୬, ଦରଭଙ୍ଗାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି  ଭାଗଲପୁରରେ ମଧ୍ୟ ୬ ଜଣ ପ୍ରାଣ ହରାଇଛନ୍ତି । ଖଗଡିଆରେ ୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ମଧୁବନୀରେ ୮, ପଶ୍ଚିମ ଚମ୍ପାରଣରେ ୨ ଜଣଙ୍କ ଜୀବନ ନେଇଛି ବଜ୍ରପାତ ।

ଅନ୍ୟପଟେ ସମସ୍ତିପୁରରେ ଜଣେ, ଶିବହରରେ ଜଣେ, କିସନଗଞ୍ଜରେ ୨, ସାରଣରେ ୧, ଜାହାନାବାଦରେ ୨, ସୀତାମଢୀରେ ୧, ଜମୁଇରେ ୨, ନବାଦାରେ ୮, ପୂର୍ଣ୍ଣିୟାରେ ୨, ସୁପୌଲରେ ୨, ଔରଙ୍ଗାବାଦରେ ୩, ବକ୍ସରରେ ୨, ମଧେପୁରାରେ ୧ ଓ କୈମୁରରେ ୨ଜଣ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Leave a Reply