୪ ଦିନ ପାଇଁ ବ୍ରହ୍ମପୁର ସହରକୁ ସଟ୍‌ଡାଉନ୍‌ ଘୋଷଣା କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

1 min read

ବ୍ରହ୍ମପୁର: କରୋନା ମୁକାବିଲା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଉ ଏକ କଠୋର ପଦକ୍ଷେପ । ୪ ଦିନ ପାଇଁ ବ୍ରହ୍ମପୁର ମହାନଗର ନିଗମକୁ ସଟ୍‌ଡାଉନ୍‌ ଘୋଷଣା କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ହିଁ ଖୋଲା ରହିବପାରିବ ।  ମେଡିକାଲ, ଔଷଧ ଦୋକାନ ଓ କ୍ଷୀର ଡେଲିଭରୀକୁ ହିଁ କେବଳ ଅନୁମତି ଦିଆଯାଇଛି ।

https://twitter.com/Ganjam_Admin/status/1276187954910654464

ଏହି ସଟ୍‌ଡାଉନ୍ ସମୟ ମଧ୍ୟରେ ୭୦ଟି ମେଡିକାଲ ଟିମ୍‌ ସହରରେ ସ୍ୱାସ୍ଥ୍ୟ ସର୍ଭେ କରିବେ । ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କ ସ୍କ୍ରିନିଂ କରାଯିବ । ଏବଂ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯିବ । ଏଥିସହିତ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକଙ୍କ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।

କରୋନା ସଂକ୍ରମଣ ଯୋଗୁଁ ଗଞ୍ଜାମରେ ୧୦ ଦିନ ପାଇଁ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍‌ ମନା

ଉଲ୍ଲେଖ ଯୋଗ୍ୟ ଯେ, ବୁଧବାର ୧୦ ଦିନ ପାଇଁ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।  କିଛି ସରକାରୀ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ । ତେବେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ସନ୍ଧ୍ୟା ୭ଟା ପରେ କର୍ଫ୍ୟୁ ଲାଗୁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନ ୧୨ଟା ପରେ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଉଥିଲା । ଚଳିତ ମାସ ଶେଷ ଯାଏଁ ଏହି କଟକଣା ବଳବତ୍ତର ରହିବ ।

ଗଞ୍ଜାମ ଓ ଗଜପତିରୁ ୧୫୧ ନୂଆ କରୋନା ପଜିଟିଭ ଚିହ୍ନଟ, ସେଥିମଧ୍ୟରୁ ୧୪ ଜଣ କରୋନା ଯୋଦ୍ଧା

Leave a Reply