କରୋନା ସଂକ୍ରମଣ ଯୋଗୁଁ ଗଞ୍ଜାମରେ ୧୦ ଦିନ ପାଇଁ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍‌ ମନା

ଗଞ୍ଜାମ: ଗଞ୍ଜାମରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । କରୋନା ସଂକ୍ରମଣ ଏବେ ସରକାରୀ ଅଫିସରେ ପଞ୍ଚିଛି । ଯାହାଦ୍ୱାରା କିଛି ସରକାରୀ ବରିଷ୍ଟ କର୍ମଚାରୀ ମାନେ ସଂକ୍ରମିତ ହୋଇଛନ୍ତି । ତେବେ ଏନେଇ ଗଞ୍ଜାମ ଜିଲ୍ଲାପାଳ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବୁଧବାର ଠାରୁ ଗଞ୍ଜାମରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ ମନା । କରୋନା ସଂକ୍ରମଣ ସାଧାରଣରେ ଅଧିକ ନବ୍ୟାପିବା ପାଇଁ ଏଭି ନିଷ୍ପତ୍ତି ନିଆଯାଇଛି ।

ଆସନ୍ତା ୧୦ଦିନ ଗଞ୍ଜାମର ସରକାରୀ ଅଫିସ ନଯିବାକୁ ସାଧାରଣ ଲୋକଙ୍କୁ କୁହାଯାଇଛି । ଏନେଇ ଟ୍ୱିଟ୍‌ କରି ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସରକାରୀ ଅଫିସର କିଛି ବରିଷ୍ଠ ଅଧିକାରୀ କରୋନା ସଂକ୍ରମିତ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି ।

୧୦ ଦିନ ପାଇଁ ସବୁ ସରକାରୀ ଅଫିସ ଲୋକଙ୍କ ପାଇଁ ବନ୍ଦ ରହିବ ବୋଲି ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । କେବଳ ସରକାରୀ ଅଧିକାରୀ ମାନେ ଅଫିସ୍‌ ଯାଇପାରିବେ । ଏଥିସହ  କରୋନା ଆକ୍ରାନ୍ତ ସରକାରୀ ଅଧିକାରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave a Reply