ସୁଶାନ୍ତଙ୍କ ଶେଷ ଫିଲ୍ମର ପୋଷ୍ଟର ରିଲିଜ୍‌, ଜାଣନ୍ତୁ କାହିଁକି ସମସ୍ତେ ଅପେକ୍ଷା କରିଛନ୍ତି ଏହି ଚଳଚ୍ଚିତ୍ରକୁ…

1 min read
Bollywood News, Sushant Singh Rajput’s last film 'Dil Bechara' is all set to be released on a digital platform

ଭୁବନେଶ୍ୱର: ସୁଶାନ୍ତଙ୍କ ସିଂହ ରାଜପୁତ୍‌ଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ଫ୍ୟାନ୍‌ମାନଙ୍କ ଆଖିରୁ ଲୁହ ଶୁଖିନି । ତାଙ୍କ ଫ୍ୟାନ୍‌ମାନେ ଏବେ ବି ତାଙ୍କୁ ମନେ ପକାଉଛନ୍ତି । ତାଙ୍କୁ ମନେପକାଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପୋଷ୍ଟ କରୁଛନ୍ତି ଏବଂ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।

ତେବେ ସୁଶାନ୍ତ ଟେଲିଭିଜନ୍‌ରୁ କ୍ୟାରିୟର ଆରମ୍ଭ କରିଥିବା ବେଳେ ପରବର୍ତ୍ତି ସମୟରେ ବଲିଉଡ୍‌ରେ ନିଜର ଦବଦବା ଜାହିର କରିଥିଲେ । ଟେଲିଭିଜନରେ ମଧ୍ୟ ନିଜର ଆକର୍ଷଣୀୟ ଅଭିନୟ ଯୋଗୁଁ ଘରେ ଘରେ ପରିଚିତ ହୋଇଥିଲେ । ଏହାସହ ବଲିଉଡ୍‌ରେ ପଦଦେବା ପରେ ତାଙ୍କ ନିଖୁଣ ଅଭିନୟ ଯୋଗୁଁ ସେ ଆହୁରି ଲୋକପ୍ରିୟ ହୋଇପାରିଥିଲେ । ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ସୁଶାନ୍ତ । ହେଲେ ସୁଶାନ୍ତ ହଠାତ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ । ଦର୍ଶକଙ୍କ ମନରେ ଯେଉଁ ଖାଲି ସ୍ଥାନ ସୃଷ୍ଟି କରିଦେଲେ ହୁଏତ ତାହା କେବେ ଭରିବ ନାହିଁ ।

Dil Bechara

ତେବେ ବଲିଉଡ୍‌ରେ ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ପ୍ରଥମ ଫିଲ୍ମ ଥିଲା ‘କାଇ ପୋ ଚେ’ । ଏହି ଫିଲ୍ମକୁ ଦର୍ଶକ ବେଶ ଉପଭୋଗ କରିଥିଲେ । ସୁଶାନ୍ତ ନିଜ ଅଭିନୟକୁ ନେଇ ବେଶ ପ୍ରଶଂସା ମଧ୍ୟ ସାଉଁଟିଥିଲେ । ହେଲେ ଏବେ ତାଙ୍କର ଶେଷ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି । ଏନେଇ ପୋଷ୍ଟର ରିଲିଜ୍‌ ହୋଇସାରିଛି । ସୁଶାନ୍ତ ଅଲବିଦା କହିବା ପରେ ତାଙ୍କର ଶେଷ ଫିଲ୍ମ ହେଉଛି ‘ଦିଲ୍ ବେଚାରା’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଏହି ସିନେମା ରିଲିଜ୍‌ ପରେ ଦର୍ଶକଙ୍କ ପ୍ରଶଂସା ସାଉଁଟିବାକୁ ଆଉ ନାହାନ୍ତି ସୁଶାନ୍ତ ।

ଫିଲ୍ମଟି ଜୁଲାଇ ୨୪ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହି ଫିଲ୍ମଟିର ନିର୍ଦ୍ଦେଶନା ମୁକେଶ ଛାବଡ଼ା ଦେଇଛନ୍ତି । ନିକଟରେ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତା ପର୍ଯ୍ୟନ୍ତ ସମସ୍ତେ ସୁଶାନ୍ତଙ୍କୁ ସମ୍ମାନ ଦେବା ସହ ତାଙ୍କର ଶେଷ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତିି । ‘ଦିଲ୍ ବେଚାରା’ ବିଷୟରେ କହିବାକୁ ଗଲେ ଏହା ହଲିଉଡ୍‌ ଚଳଚ୍ଚିତ୍ର ଦି ଫଲ୍ଟ ଇନ୍ ଆମ ଷ୍ଟାର୍ସର ରିମେକ୍ ଅଟେ । ଏହି ଫିଲ୍ମରେ ସୁଶାନ୍ତଙ୍କ ଅପୋଜିଟ୍‌ରେ ସଞ୍ଜନା ସାଙ୍ଗୀ ଅଭିନୟ କରିଛନ୍ତି ।

https://www.instagram.com/tv/CBauHf0lCQz/?utm_source=ig_embed

Leave a Reply